Sanghamitra Nayak

Horror Fantasy

4.7  

Sanghamitra Nayak

Horror Fantasy

ଗାଆଁ ମୁଣ୍ଡ ବରଗଛ

ଗାଆଁ ମୁଣ୍ଡ ବରଗଛ

9 mins
262


ମୋ ସାଙ୍ଗ ଆଉ ମୁଁ ବହୁତ୍ ଦିନ ରୁ ବାହାର କୁ ବୁଲିବା କୁ ଯିବୁ ବୋଲି ଭାବୁଥିଲୁ , ହେଲେ କାର୍ଯ୍ୟ ବ୍ୟସ୍ତ ହେତୁ ଯାଇପାରୁ ନଥିଲୁ। 

ଖରା ଛୁଟି ମିଳିବାରୁ ଆମେ ମନସ୍ଥ କଲୁ ବାହାର କୁ ଯିବା ପାଇଁ। 

 ପ୍ରତିଜ୍ଞା (ମୋ ସାଙ୍ଗ) ମୋତେ କହିଲା - ମୋ ମାଉସୀ ଙ୍କ ଘର କୁ 

 ଯିବା ସେଠି ବହୁତ୍ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ଅଛି ,ପାହାଡିଆ ଅଞ୍ଚଳ ସେଟା । ଥରେ ଗଲେ ନା ଆଉ ଆସିବା କୁ ମନ କରିବୁ ନି । ମୁଁ ଏମିତି ରେ ବି ବହୁତ୍ ଦିନ ହେବ ଯାଇ ନଥିଲି । ଚାଲୁନୁ ଯିବା ସାଙ୍ଗ ରେ । 


ମୁଁ କହିଲି ଏମିତି କଣ ଅଛି କି କହ ତା ପରେ ମୁଁ ଭାବିବି ଯିବା ପାଇଁ । ମତେ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ବହୁତ୍ ଭଲ ଲାଗେ । 

ତୋ ମାଉସୀ ଙ୍କ ଏରିଆ ନାଆ ଟା କହ ମୁଁ ସର୍ଚ୍ଚ କରିକି ଦେଖେ ତା ପରେ ଯାହା କହିବି । 


ହ ଦେଖୁନୁ ....। 


ସତରେ ସେଠି କା ଏରିଆ ତ ବହୁତ୍ ସୁନ୍ଦର। ହ ମୁଁ ରାଜି ଯିବି । 

ହେଲେ ଘରେ ପଚାରିକି କହିବି - ମୁଁ କହିଲି । 


ଆମ ଘରେ ବି ରାଜି ହୋଇଗଲେ । ପ୍ରତିଜ୍ଞା ତା ମାଉସୀ ଙ୍କୁ କଲ କରି କି ଜଣେଇ ଦେଲା ଆମେ ବୁଧୁବାର ଦିନ ସକାଳୁ ସକାଳୁ ଯିବୁ ବୋଲି । ମୁଁ ଆଉ ପ୍ରତିଜ୍ଞା ମଙ୍ଗଳ ବାର ଦିନ ସପିଙ୍ଗ କରିବା ପାଇଁ ଯାଇଥିଲୁ ଆଉ ଆସିଲା ପରେ ବ୍ୟାଗ୍ ପ୍ୟାକ୍ କରିଲୁ। ମୁଁ ନୂଆ ଜାଗା ଯିବା ପାଇଁ ବହୁତ୍ ଉତ୍ସାହିତ ଥିଲି । 


ବୁଧବାର ଦିନ ସକାଳୁ ଜଳଖିଆ ଖାଇବା ପରେ ବ୍ୟାଗ୍ ସବୁ ଗାଡ଼ି ରେ ରଖି ମାଉସୀ ଙ୍କ ଘର ଅଭିମୁଖେ ଚାଲିଲୁ । ଦୁଇ ଘଣ୍ଟା ପରେ ଆମେ ପହଞ୍ଚିଲୁ। ଆମ କୁ ଦେଖିକି ମାଉସୀ ଭାରି ଖୁସି ହେଲେ । 

ତାଙ୍କ ପୁଅ ମୁନା ଆଉ ରିଙ୍କୁ ଙ୍କୁ ଡାକୁ ଗାଡ଼ି ରୁ ବ୍ୟାଗ କାଢି ଘର କୁ ନେଇ ଗଲେ । 


ଏତେ ସମୟ ଯାତ୍ରା କରିବା ପରେ ଆମେ ଦୁହେଁ ଥକି ଯାଇଥିଲୁ । ମାଉସୀ ଆମ ପାଇଁ କେତେ ପ୍ରକାର ର ଖାଇବା କରିଥିଲେ । ମନ ଭରି ଖାଇବା ପରେ ସୋଇପଡ଼ିଲୁ। ୪ ଟା ସମୟ ରେ ଆମେ ବୁଲିବା କୁ ଯାଇଥିଲୁ ଗାଆଁ କୁ ଆମ ସହ ରିଙ୍କୁ ଆଉ ମୁନା ବି ଯାଇଥିଲେ । ଗାଆଁ ବୁଲିବା କୁ ଯିବା ବେଳେ ମଉସା କହିଲେ ତମେ ମାନେ ସନ୍ଧ୍ୟା ହେବା ଆଗ ରୁ ପଳେଇ ଆସିବ । ଆଉ ରିଙ୍କୁ ମୁନା କୁ କହିଲେ ତୁମେ ମାନେ ଦିଦି ମାନଙ୍କୁ ଧରିକି ପଳେଇ ଆସିବା ବେଶି ବାଟ ଯିବନି କାଲି ଦିନ ରେ ଯିବ । 


ଗାଆଁ ଟି ଗଛ ଲତା ରେ ଭରପୁର ଥିଲା । ପାହାଡ଼ ଦୃଶ୍ୟ ଅତ୍ୟନ୍ତ ଲୋଭନୀୟ ଦିଶୁଥିଲା। ଆମେ ଗାଆଁ ବୁଲିବା ବେଳେ ଗାଆଁ ର ମୁଣ୍ଡ ରେ ଗୋଟେ ବଡ଼ ବର ଗଛ ଦେଖିଲୁ । ବହୁତ୍ ବର୍ଷ ହେଇଗଲାଣି । ମୁନା କହିଲା - ଦିଦି ଜାଣିଛ ନା ଏଇ ଗଛ ରେ ଭୂତ ରହୁଛି । କେହି ତା ପାଖ କୁ ଯାଉ ନାହାନ୍ତି । ରାତି ରେ ସେମାନେ ବାହାରନ୍ତି । 


ରିଙ୍କୁ କହିଲା - ଚାଲ ଆମେ ଏବେ ଜଲଦି ପଳେଇବା ସନ୍ଧ୍ୟା ସମୟ ହେଲାଣି। 


ଆମେ ଫେରିଲା ବେଳ କୁ ଦେଖିଲୁ ଗାଆଁ ର ଲୋକ ମାନେ କବାଟ ସବୁ ଦେଇକି ଘରେ ପଶିଲେଣି । ମତେ ଭାରି ଆଶ୍ଚର୍ୟ୍ଯ ଲାଗୁଥାଏ। ସନ୍ଧ୍ୟା ସମୟ ରେ କିଏ କବାଟ ଦିଏ, ଏହି ସମୟ ରେ ଠାକୁରଘରେ ପୂଜା ହୁଏ ଘର ର କବାଟ ସବୁ ଖୋଲା ରୁହେ , ହେଲେ ଏଠି ଓଲଟା। 



ମାଉସୀ ଙ୍କ ଶାଶୁ ବସି ଥିଲେ ଆମେ ସବୁ ଗୋଡ଼ ହାତ ଧୋଇ ହେଇକି ଆସିକି ସପ ପାରିକି ବସି ଗଲୁ ତାଙ୍କ ପାଖ ରେ । ମୁନା ଆଉ ରିଙ୍କୁ ଜିଦି କଲେ ଗପ କହିବା ପାଇଁ । ମୁଁ କହିଲି ଜେଜେମା ମୋର ଗୋଟେ ପ୍ରଶ୍ନ ଥିଲା କହିବେ କି ...?


ହୁଁ ପଚାରୁନୁ..।


ଏଇଠି ଲୋକ ମାନେ କଣ ପାଇଁ ଏତେ ଜଲଦି କବାଟ ଦେଇ ଦେଉଛନ୍ତି। ରାତି ରେ ବି ବାହାରୁ ନାହାନ୍ତି । 


ଦିଦି ଆମ ଗାଆଁ ରେ ଭୂତ ବାହାରେ ରାତି ହେଲେ ସେଇଥି ପାଇଁ ସମସ୍ତେ କବାଟ ଦେଇ ଦିଅନ୍ତି - ରିଙ୍କୁ କହିଲା । 


ଆଜି କାଲି ଆଉ ଭୂତ ନାହାନ୍ତି ଏଇ ସବୁ ଭୁଲ ଚିନ୍ତା ଧାରା । ବିଜ୍ଞାନ ଯୁଗ ରେ ଭୂତ କଥା କହିଲେ କେହି ବିଶ୍ଵାସ କରନ୍ତି ନାହିଁ ।

ତମେ ମାନେ ଛୋଟ ପିଲା ବଡ଼ ହେଲେ ନା ଏଇ ଭୂତ ଫୁତ କିଛି ନାହିଁ ଆପେ ଆପେ ବୁଝି ଯିବ। 


ଜେଜେ ମାଆ କହିଲେ - ଆରେ ତୁମେ ମନେ କେମିତି ବୁଝିବ ଭୂତ ଅଛନ୍ତି। ଆଜି କାଲି କା ପିଲା ବାହାରେ ରହୁଛ । ବିଶ୍ବାସ କରୁନ। 


ମୁଁ ପଚାରିଲି ଆପଣ କଣ ସତ ରେ ଦେଖିଛନ୍ତି ଭୂତ କୁ .....?? 


ସେ କହିଲେ - ନା ମୁଁ କେବେ ଦେଖିନି । ହେଲେ ତମ ଜେଜେ ଦେଖିଥିଲେ । ସେତେବେଳେ ସମୟ ରେ ତୁମ ଜେଜେ ଚାଉଳ ବେପାର କରନ୍ତି। ଶଗଡ଼ ରେ ଚାଉଳ ବୋହିକି ନିଅନ୍ତି ସହର କୁ ଆସିଲା ବେଳୁ ସନ୍ଧ୍ୟା କେବେ ରାତି ବି ହେଇଯାଏ । 


ଦିନେ କଣ ହେଇଛି ନା , ତାଙ୍କ ସାଙ୍ଗ ରେ ହରିଆ ଯାଏ କିନ୍ତୁ ସେ ଦିନ ଟା ସ୍ତ୍ରୀ ର ଦେହ ଖରାପ ହେଲା ଆଉ ସେ ଗଲାନି। ତୁମ ଜେଜେ ଏକା ଗଲେ । ଆସିବା ବେଳେ କୁ ରାତି ଆଠ ଟା ହେଇଗଲାଣି । ପାହାଡିଆ ଅଞ୍ଚଳ ଯିବ ଜନ୍ତୁ ଙ୍କ ର ଭୟ। 

ଯେମିତି ସେ ବର ଗଛ ପାଖ ରେ ପହଞ୍ଚିଛନ୍ତି ଖସ ଖସ ଶବ୍ଦ ହେଲା । ତୁମ ଜେଜେ ତ ଏକ ରେ ଡରୁଆ। ରକ୍ତ ସେତେବେଳ କୁ ପାଣି ହେଇଗଲାଣି । ସେଇ ଗଛ ଡ଼ାଳ ରେ ଗୋଟେ ଧଳା ଶାଢ଼ୀ

ଦେଖ ହୋଇଥିଲା । ଗଛ ତଳେ ନିଆଁ ବାହାରିଲା ଭଳି ଆଖି ୪ ଟା ଦେଖା ହେଉଥିଲା । ତମ ଜେଜେ ଏତେ ଡରି ଯାଇଥିଲେ ଯେ ସେଇଟି ଧୋତି ରେ ପରିସ୍ରା କରି ଦେଇଥିଲେ । ଏକ ମୁହାଁ ହୋଇ କୁ ଘର କୁ ଦୌଡି ଲେ । କବାଟ ଖୋଲୁ ଖୋଲୁ ସେଇଠି ଚେତା ହରେଇ ପଡି ଗଲେ । ଗୁଣିଆ ଡକା ଗଲା । ଛଡ଼ା ଫୁଙ୍କା ହେଲା । 


ସେଇ ଗଛ ଟା କାଟିବା ପାଇଁ ଗାଆଁ ସାରା ଲୋକ ଆସିଥିଲେ ହେଲେ ଏତେ ଜୋର ପବନ ଦେଲା ଗଛ କଡ ମଡ ହେଲା କିଏ କୁଆଡେ ଜୀବନ ବଞ୍ଚେଇ ଘର କୁ ପଳେଇଲେ। ସେବେ ଠାରୁ ସନ୍ଧ୍ୟା ହେଲେ ଗାଆଁ ର ଲୋକ ବାହାରନ୍ତି ନାହାଁନ୍ତି । 



ମତେ ଜେଜେମା ଙ୍କ ଶୁଣି କି ହସ ଲାଗୁଥିଲା । ମୁଁ ବି ଭୂତ ଦେଖିବି କହିଲି। ଜେଜେ ମାଆ ମନା କଲେ । ପ୍ରତିଜ୍ଞା କୁ କହିଲି ତୁ ବି ଚାଲ ମୋ ସହ । ହେଲେ ସେତ ଜେଜେମା ଙ୍କ କଥା ରେ ଡରି ଯାଇଥିଲା ଯେ ଗୋଟା ପଣ ଥରୁ ଥିଲା । ରିଙ୍କୁ ଆଉ ମୁନା କହିଲେ ଦିଦି ତମେ ଯାଅନାହିଁ । ଏତେ ଯେତେେଳେ ମନା କରୁଛନ୍ତି ମୁଁ ଯିବିନି ବୋଲି କହିଲି , ହେଲେ ମୋ ମନ ଭିତରେ ଥିଲା ମୁଁ ବି ଭୂତ କୁ ଦେଖିବି। ସବୁ ଖାଇ କି ଶୋଇଲା ବେଳ କୁ ରାତି ୧୦ ଟା ହେଇଥାଏ। ମତେ ଏତେ ଜଲଦି ନିଦ ଆସୁ ନଥିଲା ଛାତ ଉପରକୁ ଗଲି ଆଉ ଘର କୁ କଲ କଲି ।


ବାହାର ଜାଗା ଦେଖିକି ବୁଲିବୁ ପୁଣି ସେ ଜଙ୍ଗଲ ପାହାଡ଼ ଅଞ୍ଚଳ କେତେ ଯିବ ଜନ୍ତୁ ଥିବେ । ମାଆ ମତେ ଚେତେଇ ଦେଲେ । 


ଓଃ . ହୋ ମାଆ ତୁମେ କଣ ପାଇଁ ବ୍ୟସ୍ଥ ହେଉଛ। 

ଛତା ଉପରେ ମୁଁ ଏକ ଥିଲି । ଗାଆଁ ର ପୁରା ଦୃଶ୍ୟ ଛାତ ଉପରୁ ଦେଖା ହେଉଥିଲା। ଚନ୍ଦ୍ର ଆଲୋକ ର କିରଣ ରେ ଗାଆଁ ର ଦୃଶ୍ୟ ବହୁତ୍ ସୁନ୍ଦର ଦେଖା ଯାଉଥିଲା । ଛାତ କୁ ଲାଗି କରି ଗୋଟେ ନଡ଼ିଆ ଗଛ ଥିଲା । ନଡ଼ିଆ ଗଛ କୁ କିଏ ଗୋଟେ ଚଢି ଗଲା ଭଳି ମତେ ଲାଗିଲା ମୁଁ ବୁଲି କରି ଦେଖିଲା ବେଳ କୁ କିଛି ନଥିଲା । ସେହି ସମୟ ରେ ନଡିଆ ଗଛ ରୁ କଣ ଗୋଟେ ଖସିଲା ଯାଇକି ଅଜବେଷ୍ଟ ଉପରେ ପଡ଼ିଲା । ଜୋରେ ଶବ୍ଦ ହେଲା । 

ମନ ରେ ଟିକିଏ ମୋର ଭୟ ଆସିଲାଣି ସେତେ ବେଳେ କୁ । ମୁଁ ସେହି ବର ଗଛ ଆଡ କୁ ଅନେଇଲା ବେଳ କୁ ଗଛ ଟି ଜୋରେ ହଲୁଥିଲା ହେଲେ କୋଉଠି ପବନ ତ ଦେଉ ନଥିଲା । 

ହଠାତ୍ କାହାର ହାତ ସ୍ପର୍ଶ ରେ ମୁଁ ଚମକି ପଡିଲି। 


ତୁ ଏଇଠି ମୁଁ କେତେ ଖୋଜିଲି ତଳେ । ଚାଲ ଛାତ ଉପରୁ ନହେଲେ ମାଉସୀ ଦେଖିଲେ ଗାଳି କରିବେ । ଏତେ ରାତି ରେ ଏଠି କି ଆସିବା ମନା - ପ୍ରତିଜ୍ଞା ମତେ କହିଲା । 


ସାଙ୍ଗ ହେଇକି ଆମେ ରୁମ୍ କୁ ଗଲୁ ହେଲେ ମୋ ମନ ରେ ଅଲଗା ଭାବନା ଚାଲୁଥିଲା । ମତେ ଟିକିଏ ବି ବିଶ୍ବାସ ନଥିଲା କି ଭୂତ ମତେ ହିଁ ଅଛନ୍ତି । ମୁଁ କହିଲି ବାହାର କୁ ଚାଲ ମୋ ସହ ଏବେ । 


ତୁ କଣ ପାଗଳ ଏତେ ରାତି ରେ ଯିବୁ ବାହାରକୁ ପୁଣି ଏଠି ଯୋଉ ଭୂତ ର ଭୟ । ମାଉସୀ କଣ କହିଲେ ଶୁଣି ପାରିଲୁ ନାହିଁ କି । ମୁଁ ଯିବିନି । ତୁ ଶୋଇପଡ଼ । ମତେ ଭାରି ଡର ଲାଗୁଛି । 


ଆଛା ସତ ରେ ଯଦି ରୁ ଯିବୁନି ତାହେଲେ ମୁଁ ଏକା ଚାଲି ଯିବି ସେତେବଳେ ଠିକ୍ ହବ - ମୁଁ ପ୍ରତିଜ୍ଞା କୁ ଜିଦି ହେଇକି କହିଲି । 


ବହୁତ୍ କଷ୍ଟ ରେ ରାଜି ହେଲା । ଧୀରେ ଧୀରେ ପାଦ ପକେଇ କି ବାହାର କୁ ଗଲୁ । ଗୋଟେ ହାତ ରେ ଟର୍ଚ୍ଚ ଆଉ ଗୋଟେ ହାତ ରେ ବାଡି ଧରି ଥାଉ । କେତେେଳେ ହନୁମାନ ଚାଳିଶି ତ କେତେେଳେ ମୃତୁଞ୍ଜୟ ମନ୍ତ୍ର ପ୍ରତିଜ୍ଞା ଗାଇ ଚାଲି ଥାଏ । ଗାଆଁ ରେ ପୁରା ଶୁନଶାନ୍। କୁକୁର ମାନେ ପ୍ରତି ଯୋଗିତା କଲା ଭଳି ରଡ଼ି ଛାଡ଼ୁ ଥାଆନ୍ତି । ପରିବେଶ କୁ ଆହୁରି ଭୟାନକ କରୁ ଥାଏ । ଆଉ ଟିକିଏ ଆଗ କୁ ଗଲା ବେଳ କୁ ଶିଆଳ ର ଶବ୍ଦ ଶୁଣିବା ପାଇଁ ମିଳୁ ଥାଏ । 



ଚାଲେ ଏବେ ପଳେଇବା ମତେ ବହୁତ୍ ଜୋରେ ଡର ଲାଗିଲାଣି। ପ୍ରତିଜ୍ଞା ମୋ ହାତ କୁ ଜୋରେ ଚାପି ଧରି କହିଲା । 


ଆରେ ଆରେ ଏତେ ବାଟା ତ ଆସିଲେଣି ରହ ଆଉ ଟିକିଏ ଆଗ କୁ ଯିବା । ସେହି ସମୟ ବାଉଂସ ବୁଦା କଡ ମଡ ହେଲା । ଟର୍ଚ୍ଚ ପକେଇଲା ବେଳ କୁ କେହି ନଥାନ୍ତି। ସତ କହିବା କୁ ଗଲେ ମୋ ମନ ଭିତରେ ବି ଭୟ ଆସିଗଲାଣି।ହେଲେ ପ୍ରତିଜ୍ଞା ଆହୁରି ଡରିବ ବୋଲି କିଛି କହୁ ନଥାଏ। 



ଆମେ ବର ଗଛ ପାଖ ପାଖି ହେଇ ସରିଥାଉ । କାହାର ଗୋଟେ ଫୁସୁ ଫୁସ୍ କଥା ଶୁଣା ଯାଉଥାଏ । ବାର ଗଛ ର ଗୋଟେ ଡ଼ାଳ ରେ ଧଳା ଶାଢ଼ୀ ଓହଳୁ ଥାଏ । 


ଭୂତ ଦେଖିବା ର ଥିଲା ନା ଦେଖ। ଏବେ ଆଉ ସିଏ ଛାଡ଼ିବ ନି ଆମ କୁ । ଖାଇଯିବ ଆମ କୁ ଦେଖ ତା ଶାଢ଼ୀ । ପ୍ରତିଜ୍ଞା କାନ୍ଦିବା ଉପରେ ଥିଲା । ମୁଁ ତା ମୁଁହ କୁ ହାତ ରେ ବନ୍ଦ କରି ଦେଲି । 


ଚୁପ୍ ଚାପ୍ ରହ । 



ସତ ଆଠ ଟା ନାଲି ନାଲି ନିଆଁ ଜଳିଲା ଭଳି ଆଖି ଦେଖା ଗଲା । କୁକୁର ମାନେ ର ସେହି ସମୟ ବିକଟାଳ ରଡ଼ି ଛାଡ଼ିଲେ। 

ମୁଁ ବି ଏତେ ଡରି ଗଲି ଯେ ମୋର ସେଇଠି ବୋଧେ ହୃତପିଣ୍ଡ ଖସି 

ପଡ଼ି ଥାଆନ୍ତା । ପ୍ରତିଜ୍ଞା ପୁରା ଆଖି ବନ୍ଦ କରି ଦେଇଥାଏ । ମୁଁ ଟର୍ଚ୍ଚ ପକେଇଲା ବେଳ କୁ ଧାଇଁ କି କୁଆଡେ ପଳେଇଲା । ସେଇ ଧଳା ଶାଢ଼ୀ ପାଖ କୁ ଗଲା ବେଳ କୁ । ତିନି ଚାରି ଟା ଲୋକ ଆମ ଉପର କୁ ପଥର ଫିଙ୍ଗି ଲେ । ମୁଁ ଫୋନ କୁ ଖୋଲି କି ପୋଲିସ କୁ ଡାକିବା ପାଇଁ ମିଛ ରେ ବାହାନା କାଲି ହେଲେ ମୋ ପାଖରେ ଫୋନ ନଥିଲା । ପୋଲିସ ନାଆ ଶୁଣି କି ସେ ଲୋକ ଦୌଡି କି ପଳେଇଲେ । 



ପ୍ରତିଜ୍ଞା ଆଉ ମୋ କଥା ଶୁଣିବା ଅବସ୍ଥା ରେ ନଥିଲା ଏକ ମୁହାଁ ହେଇକି ଘର କୁ ଦୌଡିଛି । ଆମେ ଘର କୁ ବାହାର କୁ ଯାଇଥିଲୁ ବୋଲି ଘର ଲୋକ ଜାଣି ଯାଇଥିଲେ । ପ୍ରତିଜ୍ଞା କାନ୍ଦି କାନ୍ଦି ଯାଇକି ମାଉସୀ ଙ୍କ କାନି ତଳେ ପଶି ଗଲା। କହିଲା ମାଉସୀ ସେଠି ଧଳା ଶାଢ଼ୀ ଆଉ ବହୁତ୍ ଭୂତ ଥିଲେ । 


ମାଉସୀ କହିଲେ ତମ କୁ ମନା କରିଥିଲି ତମେ ଗଲ କଣ ପାଇଁ। ହେ ଭଗବାନ କଣ କରିବି ଏବେ । ମୁଁ ହସ ସମ୍ଭାଳି ନ ପାରି ହସି ପକେଇଲି । ଜେଜେ ମା କହିଲେ ଲୋ ତା ଦେହ ନୁହେଁ ଏଇ ଟୋକି ଦେହ ରେ ପଶିଛି ଦେଖୁନୁ କେମିତି ହସୁଛି । 


ମୁଁ କହିଲି ଆରେ ଭୂତ ଫୁତ କିଛି ନାହିଁ। ସେଇ ଯୋଉ ବର ଗଛ ମୂଳେ ନାଲି ନାଲି ନିଆଁ ଜଳିଲା ଭଳି ଆଖି ଦେଖା ହୋଉଛି ସେଇଟା ଶାଳିଆ ପତିନି । ତମେ ଯୋଉ କହୁଛ ଜେଜେ ଭୂତ ଦେଖି ଥିଲେ ସେଠି । ସେ ଭୂତ ନୁହେଁ ଶାଳିଆ ପତିନୀ ଥିଲେ । ଧଳା ଶାଢ଼ୀ ଯୋଉ ଓହଳି ଛି ସେଇଟା ଭୂତୁଣି ଶାଢ଼ୀ ନୁହେଁ । କିଛି ଚୋର ମନେ ଟାଙ୍ଗୀ ଛନ୍ତି । ଲୋକ ଡରି କି ଆସିବେନି । ଟର୍ଚ୍ଚ ପକେଇଲା ବେଳ କୁ ପା ସେମାନେ ଧାଇଁ କି ପଳେଇଲେ । 



ମାଉସା କହିଲେ ନା ମିଛ ସେଠି ଭୂତ ଥିଲେ । 


ଆପଣ କେମିତି କହୁଛନ୍ତି ଭୂତ ବୋଲି ମୁଁ କହିଲି । କାଲି ସକାଳେ ଦେଖିବେ କହ ଘରୁ ଗୋଟେ ଚୋରି ହେଇଥିବ । 

ମାଉସୀ କହିଲେ , ହଉ ହଉ ଯାଅ ଶୋଇପଡ଼ କାଲି ଗୋଟେ ଗୁଣିଆ ଡାକିବ ଝିଅ ଟା କୁ ଫୁଙ୍କି ଦେବ । 


ଆମେ ଶୋଇପଡ଼ି ଲୁ । ସକାଳ ହେଲା ବେଳ କୁ ଗାଆଁ ରେ ଚହଳ ପଡିଥିଲା । ରାନୁ ମାଉସୀ ଆଉ ହରି ଭାଇ ଙ୍କ ଘରୁ ଚୋରି ହେଇଛି ବୋଲି । ମୁଁ ମଉସା ଙ୍କ ଆଡ କୁ ଆନେଇକି କହିଲି ଦେଖିଲେ ତା ଭୂତ କହୁଥିଲେ । ମୁଁ ତା କାଲି ଠୁ କହୁଛି । ଚୋର ବୋଲି କେହି ଶୁଣୁ ନାହଁନ୍ତି। ସେଇ ବର ଗଛ ପାଖ କୁ ଗଲେ ମିଳିବ । ମୋ କଥା ମାନି କି ସେମାନେ ବାର ଗଛ ପାଖ କୁ ଗଲେ । ଗଛ କୋରଡ ରେ ସତ କୁ ସତ ସୁନା ଅଳଙ୍କାର ସବୁ ଥିଲା । ହରି ଭାଇ ଆଉ ରାନୁ ମାଉସୀ ନିଜ ସୁନା ଚିହ୍ନି ପାରିଲେ । ଗାଆଁ ର ଲୋକ ବି ସେଇଠି ଥିଲେ । 


ମୁଁ ବର ଗଛ ପାଖ ରେ ଥିବା ବଡ଼ ପଥର ଉପର କୁ ଚଢି ଯାଇ କହିଲି ଆପଣ ମନେ ମିଛ ରେ ଭୂତ କହୁଥିଲେ । ଚୋର ମାନେ ସମସ୍ତ ଙ୍କୁ ଡରେଇକି ଏଇ ବାର ଗଛ କୋରଡ ରେ ଚୋରି ଜିନିଷ ରଖୁ ଥିଲେ । ଧଳା ଶାଢ଼ୀ ଟାଙ୍ଗୀ ଦଉଥିଲା । ଲୋକ ମାନେ ଭାବିବେ ଏଠି ଭୂତ ଅଛି ଆଉ କେହି ଆସିବେନି । 

ତମେ ମାନେ ନିଜ ମନ ରୁ ଭ୍ରମ କୁ ସଫା କର । 



ଗାଆଁ ର ଲୋକ ମାନେ ସତ କଥା ବୁଝି ସାରିଥିଲେ । ଆମେ ଘର କୁ ଆସିଲୁ । ମାଉସୀ କହିଲେ ବହୁତ୍ ସାହାସ ତମର ଝିଅ । ମାନିବା କୁ ପଡ଼ିବ ତମ କୁ । ଏତେ ଦିନ ହବ ଯୋଉ ଅନ୍ଧ ବିଶ୍ବାସର ରେ ଗାଆଁ ଲୋକ ଚାଲି ଆସୁଥିଲେ ତମେ ସେଇଟା କୁ ଗୋଟେ ଦିନ ରେ ଦୂରେଇ ଦେଲ । 


ତା ପରେ ଆମେ ମାଉସୀ ଙ୍କ ଘରେ ରହି କିଛି ଦିନ ବୁଲା ବୁଲି କରି ଫେରି ଆସିଲୁ । ହେଲେ ଏଇ ଭୂତ ର ଅନୁଭୁତି ଖୁବ୍ ନିଆରା ଥିଲା । ସେ ଦିନ ମାଉସୀ ଏତେ ପ୍ରଶଂସା କରୁଥିଲେ ହେଲେ ଭିତରେ ମୁଁ କେତେ ଡରି ଥିଲି ସେ ଦିନ ରାତି ମୁଁ ଜାଣିଛି । ଯାହା ହେଉ ଡର ଆଗ ରେ ଜିତ୍ ଅଛି । 


ଫେରିବା ବେଳ ପ୍ରତିଜ୍ଞା କହିଲା ସତ ରେ ତୁ ବହୁତ୍ ସାହସୀ ଲୋ । ମୁଁ କହିଲି ସାହସୀ କଣ ଆଜି କଲି ଭୂତ ନାହିଁ ।


ପ୍ରତିଜ୍ଞା କହିଲା ତୁ କେମତି ଅଟେ ନିଶ୍ଚିନ୍ତ ଥିଲୁ ସେଠି ଭୂତ ନାହାନ୍ତି ବୋଲି । 

ମୁଁ କହିଲି ଆରେ ମୁଁ ସେ ଦିନ ଯୋଉ ଛାତ ଉପରକୁ ଯାଇଥିଲି । ସେତେେଳେ ଦେଖି ଥିଲି ତିନି ଚାରି ଜଣ ଲୋକ ଲୁଚି ଲୁଚି ଯାଉଥିଲେ । ରାନୁ ମାଉସୀ ଙ୍କ ଘର କୁ ଗଲେ ଆଉ କଣ ହାତ ରେ ଧରି ପଳେଇଲେ । ମୋର ସେଇଠୁ ସନ୍ଦେହ ହେଲା ଆଉ ମୁଁ ଗଲି । ଯାହା କହ ସେଦିନ ଏତେ ଜୋର ମୋ ହାତ ଧରି ଥିଲୁ ଯେ ମୋ ହାତ ଏବେ ବି ବଥା ଅଛି । ପ୍ରତିଜ୍ଞା ହସ ସମ୍ଭାଳି ନ ପାରି ହସି କହିଲା ସତ ରେ ମୁଁ ବହୁତ୍ ଜୋରେ ଡରି ଯାଇଥିଲି । 






Rate this content
Log in

Similar oriya story from Horror