Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ଗଛର ଛାଇରେ ମଣିଷ ଭାଇ

ଗଛର ଛାଇରେ ମଣିଷ ଭାଇ

5 mins
5


ମଣିଷର ଏଇ ଛୋଟ ଜୀବନ କାଳରେ ସ୍ୱାମୀ ସ୍ତ୍ରୀ ଦୁହେଁ ଗୋଟିଏ ସଂସ୍ଥା ଅର୍ଥାତ ସ୍କୁଲରେ ଚାକିରୀ କରି ଗୋଟିଏ ସ୍ଥାନରେ ଏକାଠି ରହିବା ଦ୍ୱାରା ପୁଅ ଝିଅ ଦୁଇଟିଙ୍କୁ ଶିକ୍ଷା ଦେଇ ଅବସର ପୂର୍ବରୁ ହାତକୁ ଦୁଇହାତ କରିଦେଇଥିଲେ. ସେ ବର୍ଷ ସ୍ୱାମୀ ନିତିନ ଆଗ ଅବସର ନେଲେ ଯେ ଢେର ସାରା ଉପଢୌକନରେ ତାଙ୍କ ଛୋଟ ଘରଟି ଖୁବ ସୁନ୍ଦର ଦିଶୁଥାଏ. ଛୋଟ ଜୀବନ କାଳରେ ସ୍କୁଲ ଚାକିରୀରେ ହେଡ଼ମାଷ୍ଟରଟିଏ ହୋଇ ଅବସର ନେଲା ପରେ ଲୋକେ ଅର୍ଥାତ ଶହ ଶହ ଛାତ୍ର ଛାତ୍ରୀ, ଅଭିଭାବକ ମାନେ ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଶତତ ନମନ କରିବା ସହ ମଣିଷର ଛୋଟ ଜୀବନ କାଳରେ ନିତିନଙ୍କର ଦୀର୍ଘାୟୁ କାମନା କରୁଥିଲେ. ସେଇ ବର୍ଷ ନିତିନଙ୍କ ଅବସରର କିଛି ମାସ ପରେ ନିତା ମଧ୍ୟ ତାଙ୍କ ସ୍କୁଲରୁ ହେଡ଼ମିଷ୍ଟ୍ରେସ ଭାବେ ଅବସର ଗ୍ରହଣ କଲାବେଳେ ଗୋଟେ ମଧ୍ୟ ଉପଢୌକନ ଗ୍ରହଣ ନକରି କହିଥିଲେ ଦେବେ ଯଦି ଗୋଟେ ଛୋଟ ଗଛ ଦିଅନ୍ତୁ. ହଠାତ କୋଉ ଗଛ କୋଉଠୁ ଯୋଗାଡ଼ କରିବେ ଭାବିନପାରି ଷ୍ଟାଫ ମାନେ ଦେଇଥିଲେ ଛୋଟ କୃଷ୍ଣଚୂଡ଼ା ଗଛର ଚାରାଟିଏ. ଘରେ ପହଞ୍ଚି ସାଙ୍ଗେ ସାଙ୍ଗେ ପୋତି ପାଣି ଦେଇଥିଲେ ନିତା. ମଣିଷର ଛୋଟ ଜୀବନ କାଳ ମଧ୍ୟରେ ଛୋଟ ଗଛଟିକୁ ବଡ଼ କରିପାରିଲେ ଜୀବନ ସାର୍ଥକ ହେବ ଭାବି ଗଛଟିକୁ ଜଗି ରହିଲେ ନିତା.ଦିନରେ ଜଗୁଥିଲେ ଏଇଥିପାଇଁ କି ଏଣିକି ନିତିନ ନିଜକୁ ଘର ସମ୍ପ୍ରସାରଣ କାମରେ ନିଜକୁ ବ୍ୟସ୍ତ ରଖିବାକୁ ଯାଇ ବାଲି,ଇଟା, ଗୋଟି, ଛଡ଼ ବା ରଡ଼ ସହ ସିମେଣ୍ଟ ଅଖା ସବୁକୁ ଛୋଟ ଛୋଟ ଗଛ ଉପରେ ଢାଳି ଦେବା ଦ୍ୱାରା ଛୋଟ ଜୀବନର ପରିସମାପ୍ତି ଘଟି ଗଛଟି ମରିଯାଏ ତେଣୁ ନିତା ରୀତିମତ ଜଗିରହିଥାଆନ୍ତି ଦିନ ସାରା ଶ୍ରମିକମାନଙ୍କୁ ଗଛ ଉପରେ ବା ପାଖାପାଖି ଅଞ୍ଚଳରେ ଗୋଡି, ବାଲି, ଇଟା ବା ଜରି ଇତ୍ୟାଡି ନପକେଇବାକୁ ଜଗିରହି ବାରଣ କରୁଥାନ୍ତି.।

  ରାତିରେ ଗଛଟାକୁ ଜଗିବା କଣ ଦରକାର ବୋଲି କହି ନିତିନ ଏସି ଲଗେଇ ଅନ୍ୟ ରୁମରେ ଶୋଇଗଲା ବେଳେ ନିତା ଶୁଅନ୍ତି ବାଡ଼ିପଟ ଜାଫ୍ରି ଲାଗିଥିବା ସବା ତଳ ଘରେ. ଜାଫ୍ରି ବାଟେ ଦେଖୁଥାନ୍ତି କୃଷ୍ଣଚୂଡ଼ା ଚାରାଟିକୁ. ପାଖାପାଖି ଥିବା ନଡ଼ିଆ ଗୁଆ ବରଡା ବା ଶୁଖିଲା ନଡ଼ିଆ ପଡିକି କାଳେ ଗଛଟିକୁ କ୍ଷତି ପହଞ୍ଚାଇବ ଭାବି ନିଦ ଭାଙ୍ଗୁଥାଏ ନିତାଙ୍କର ଥରକୁ ଥର. ଏମିତି ବି ହୁଏ ଥରେ ଥରେ ଦଉଡିଯାଇ ବରଡା ଘୋଡ଼ି ହୋଇପଡିବା ପୂର୍ବରୁ ସେଇଟିକୁ ଅନ୍ୟତ୍ର ଉଠେଇ ନିଅନ୍ତି ଗଛଟି ଉପରୁ ରାତି ଅଧରେ ନିତା ବେଳେ ବେଳେ. ଗଛଟିର ଯତ୍ନ ନେଉ ନେଉ ନିତା ରୋଗୀ ହୁଅନ୍ତି ନିଦ୍ରାହୀନତା କାରଣରୁ ତ ପୁଅ ଝିଅଙ୍କର ବାପା ନିତିନଙ୍କ ଉପରେ ଏକରକମ ଆକ୍ରମଣ. ଗଛ ପାଇଁ ମାଆକୁ ଏକୁଟିଆ ବାରିପଟେ ଶୋଇବାକୁ ଛାଡିଦେଇ ତୁମେ ନିଶ୍ଚିନ୍ତରେ କେମିତି ଏସି ଲଗେଇ ଉପର ପଟେ ଶୋଇପାରୁଛ ବାପା?ତ ନିତିନ କୁହନ୍ତି ତୁ ତ ନିଜେ କହିଲୁ ଗରମ ଦିନେ ସବୁ ଘରର ଏସି ଗୁଡିକ ଟିକେ ଟିକେ ଚାଲିବା ଦରକାର. ମୁଁ ଆଉ କଣ ଟେ କରିବି ଯେ?ଝିଅ କହେ ତୁମର ଯଦି ସ୍ଲୀପିଙ୍ଗ ଡିଭୋର୍ସ ନେବା କଥା ତେବେ ମାଆକୁ ଅନ୍ୟ ଏସି ରୁମରେ ନଶୁଆଇ, ବାଡ଼ିପଟ ଘରେ ଏକୁଟିଆ ଶୁଆଇବା ଉଚିତ କି? ପେଚା, ହୁଲୁହୁଳା ଇତ୍ୟାଡି ଚଢେଇ ବୋବାଇବା ଶୁଣି ଡରରେ ଶୋଉଥିବ ମାଆ. ନଡ଼ିଆ, ଆମ୍ବ, ବରଡା ପଡିବା ଶବ୍ଦରେ ଉଠୁଥିବ ଥରକୁ ଥର. ପୁଅ ଝିଅଙ୍କ କଥା ଶୁଣି ହସନ୍ତି ନିତା କହନ୍ତି ତୁମ ଦୁହିଁଙ୍କ ପରେ କୃଷ୍ଣଚୂଡ଼ା ଗଛଟା ପରା ମୋ ପୁଅ, ମୋ ଝିଅ ମାନେ ମୋ ସନ୍ତାନ, ଏକୋଇରବଳା ବିଷିକେଶନ. ତାକୁ ଏକୁଟିଆ ଛାଡି ମୁଁ ଶୋଇବି କେମିତି? ତା ପରେ ବାଡ଼ିପଟ ଜାଫ୍ରି ଘରେ ଖୁବ ଥଣ୍ଡା ଲାଗେ ଏ ଗରମ ଦିନେ. ନିତିନ କୁହନ୍ତି ଶୁଣିଲ ତ ତୁମ ମାଆ କଥା ଏଥର କୁହ, ମୁଁ ଜାଣିଶୁଣି ସ୍ଲୀପିଙ୍ଗ ଡିଭୋର୍ସ ନେଇଛି ନା ସେ ନିଜେ ନିଜେ ଆପଣେଇଛି. ପୁଅ ଝିଅ ଦୁହେଁ କହୁଥାଆନ୍ତି ତୁମେ ଦୁହେଁ ଅବସର ପରେ ପରସ୍ପର ଏକାଠି ନଶୋଇଲେ ଆଜିକାଲିର ଏ ଯେଉଁ ବ୍ରେନ ଷ୍ଟ୍ରୋକ, ହାର୍ଟ ଆର୍ଟାକ ଆସୁଛି କିଏ କାହା କଥା ବୁଝିବ କେମିତି? ତ ନିତିନ କୁହନ୍ତି ମୋର ଜଗନ୍ନାଥ ସାହା ଥିଲାବେଳେ ମାଆର ସେଇ ଗଛ, କୃଷ୍ଣଚୂଡ଼ା ସାହା.।

  ଦିନକୁ ଦିନ ଅବସ୍ଥା ସାଙ୍ଘାତିକରୁ ଶୋଚନୀୟ ହୋଇ କିଛି ବର୍ଷ ପରେ ମାଆ ଚାଲିଗଲା. ପିଲାମାନେ ବାପାଙ୍କୁ ନେଇଯିବାକୁ ବସିଲେ ସାଙ୍ଗରେ ଯେ ବାପା କହିଲେ ଚାହିଁଲ ସେହି କୃଷ୍ଣଚୂଡ଼ା ଗଛଟାକୁ. ଯାହାର ପ୍ରତ୍ୟକଟି ବଢନ୍ତା ଡ଼ାଳ, ପତ୍ର ଫୁଲ ଭିତରେ ମାଆର ସ୍ମୃତି. ଭଲପାଉଥିବା ମଣିଷର ସ୍ମୃତି ଛାଡି ଏଇ ଛୋଟ ଜୀବନ କାଳ ଭିତରେ ଆଉ କୁଆଡେ ଯିବି କହି କି ଦିନ କି ରାତି କୃଷ୍ଣଚୂଡ଼ା ଗଛ ଛାଇରେ ଖଟିଆ ପକେଇ ଚରମ ଶାନ୍ତିରେ ନିତିନ ଶୋଇଯାଉଥିଲେ ତ ପୁଅ ଝିଅ ସାହାସ କରୁନଥିଲେ ବାପାଙ୍କୁ ଆଉ କିଛି କହିବାକୁ.।

  ମଣିଷର ଛୋଟ ଜୀବନ ତ ମାଆ ପଛେ ପଛେ ବାପା ଚାଲିଗଲେ ସେଇ ଅଫେରା ରାଇଜକୁ ଯୋଉଠିକୁ ଥରେ ଗଲେ ଆଉ କେହି ଫେରେନା. ଏଣିକି ଭାଇ ଭଉଣୀ ଭିତରେ କାଳେ ସେ ସ୍ବର୍ଗୀୟ ସମ୍ପର୍କ କଟିଯିବ ଭାବି ଦୁଇ ଭାଇ ଭଉଣୀ ମାଆ ଓ ବାପାଙ୍କ ସଙ୍ଗେ ନିଭେଇଥିବା ଅନେକ ସ୍ମୃତିକୁ ମନେପକାଉଥିଲେ ତ ଭାଉଜ ନିବେଦିତା କହିଥିଲେ ମୋ ସୁନାନାକୀ ନଣନ୍ଦ ମାନିନୀ କୁଆଡେ ଯିବେନି. ମାଆ ବାପାଙ୍କ ଇଛା ପୂରଣ କରି ଭାଇ ସହ ଭାଇ ହୋଇ କାନ୍ଧକୁ କାନ୍ଧ ମିଶେଇ ଚଳିବେ. ପୁଅ କଣ,ଝିଅ କଣ? ମାଆ ପୁଅ ଜନ୍ମ କଲାବେଳେ ଯେତିକି କଷ୍ଟ ସହିଥାଏ ଝିଅ ଜନ୍ମ କରି ମଧ୍ୟ ସେତିକି କଷ୍ଟ ସହିଥାଏ. ଝିଅ ନହୋଇ ଆଉଗୋଟିଏ ପୁଅ ହୋଇଥିଲେ ତ ମାନିନୀ ମାନସ ରୂପେ ମୋ ସ୍ୱାମୀ ମୋହନଙ୍କ ସଂଗେ କାନ୍ଧକୁ କାନ୍ଧ ମିଳେଇ ଚାଲିଥାଆନ୍ତେ ନା ନାହିଁ?ବଡଭାଉଜ ନିବେଦିତାଙ୍କ ଏଇ ଦୁଇପଦ କଥାରେ ମାନିନୀ ହଜିଯାଉଥିଲେ ମାଆର ସ୍ମୃତିରେ. ଭାଇ ଯେବେ ନିଜ କ୍ଲାସମେଟ ଝିଅ ନିବେଦିତାକୁ ବାହା ହେବାକୁ କହିଥିଲା ସେତେବେଳେ ତାକୁ ଅନ୍ତତଃ ପ୍ରେମ କୁହାଯାଇନପାରେ ବରଂ ଦୁର୍ଘଟଣାରେ ବାପା, ମାଆ, ସାନଭାଇ ଓ ଭିଣୋଇଙ୍କୁ ହରାଇ ନିବେଦିତା ଥଳକୂଳ ପାଉନଥିବା ବେଳେ ଭାଇର ପ୍ରସ୍ତାବରେ ମାଆ ରାଜି ହେବାର ଏକମାତ୍ର କାରଣ ଥିଲା ବାପା ମାଆଙ୍କୁ ହରେଇଥିବା ଝିଅ ମୋ ଘରକୁ ଆସିଲେ ଆମ ଦୁହିଁଙ୍କୁ ନିଜ ପିତା ମାତା ପରି ଦେଖିବା ସହ ମୋ ଝିଅକୁ ସାନଭାଇ ପରି ଓ ନଣନ୍ଦେଇଙ୍କୁ ମଧ୍ୟ ଭାଇ ପରି ଦେଖିବା ସହ ମୋ ଝିଅର ମାଆ ଵନିଯିବ ମୁଁ ନଥିଲା ବେଳେ. ସେକଥାର ପ୍ରମାଣ ମୁଁ ସିନା ଦେଖିବାକୁ ଥିବି ନଥିବି ହେଲେ ଏ ଦୁନିଆଁ ଦେଖିବ. ବାପା ମଧ୍ୟ ବୋହୂକୁ ଝିଅ ପରି ଦେଖୁଥିଲେ ଓ କହୁଥିଲେ ଭାଉଜ ନଣନ୍ଦ ଦୁଇ ଭଉଣୀ ପରି ଚଳିବ. ମାନିନୀ ଆଖିରୁ ଲୁହ ପୋଛିଦେଇ ସାଗରୀକା କହୁଥିଲେ ତୁମକୁ ମୋ ଏକାନ୍ତ ଅନୁରୋଧ ଭାଇ ସହ ଭାଇ ହୋଇ ରହିବାକୁ କଥା ଦିଅ.

  ସେଇ କୃଷ୍ଣଚୂଡ଼ା ଗଛଟି କଟା ହୋଇ ମାନିନୀ ପାଇଁ ଘର ତୋଳା ହେବ. କାଠ କଟାଳି ସେଦିନ ସକାଳୁ ସକାଳୁ ପହଞ୍ଚି ଗଲେ. ପୁଅ ଝିଅ ବୋହୁ ଜୋଇଁଙ୍କ ସହ ନାତି ଓ ନାତୁଣୀଙ୍କ ମନ ଭଲ ନଥାଏ. ଗଛକଟାଳିଙ୍କ ପ୍ରଥମ ଛୋଟରେ ଦେଖାଗଲା ଗଛ କୋରଡ଼ ଭିତରେ ଦୁଇଟି ନାଗ ସାପ ଫଣା ଟେକି ରହିଥିଲେ. ଆଲୋ ବାପୋଲୋ ବୋଲି କହି ଗଛ କଟାଳି ଫେରିଗଲେ. ଗଛକୁ ଛାଡି ମାନିନୀ ପାଇଁ ଘର ତୋଳା ହେବା ପାଇଁ ନିଅଁ ପଡିଲା. ସାପ ଦୁହିଁଙ୍କ ପାଇଁ ସବୁଦିନ ନିବେଦିତା ଓ ମାନିନୀ ପାଳି କରି କ୍ଷୀର ରଖୁଥିଲେ. କ୍ଷୀର କୋଉବାଟେ କେତେବେଳେ ସାପ ଆସି ପିଉଥିଲେ କେହି ଦେଖୁନଥିଲେ କି ଡ଼ରୁନଥିଲେ.ସପରିବାରଙ୍କ ବିଶ୍ୱାସ ଥିଲା ସେଇ ସାପ ଦୁଇଟି ନିଶ୍ଚୟ ଆମ ପିତାମାତାଙ୍କ ସ୍ୱରୂପ. ସତକୁ ସତ ସାପଙ୍କୁ କ୍ଷୀର ଦେବା ଫଳରେ ଦୁଇ ଭାଇ ଭଉଣୀ ଖୁବ ଭଲରେ ଥିଲେ. ଗଛର ଛାଇ ତଳେ କୃଷ୍ଣଚୁଡା ଫୁଲର ରଙ୍ଗ ଭିତରେ ମନେପଡୁଥିଲା ପିଲାଦିନ. ସୁଖରେ ସମୟ ବିତୁଥିଲା.ମଣିଷର ଛୋଟ ଜୀବନରେ ଗଛ ହିଁ ସର୍ବସର୍ବସ୍ବ ବୋଲି ବୁଝିବାକୁ ବାକି ନଥିଲା କାହାକୁ.

  ଦୁଇ ନାତି ନାତୁଣୀ ବାବା ଓ ଡୁଗୁ ବୁଝିସାରିଥିଲେ କି ମଣିଷ ଜୀବନର ସ୍ୱଳ୍ପ ସମୟ ଗୋଟେ ପଦ୍ମ ପତ୍ରରେ ଠୋପେ ଜଳ ସଦୃଶ. ସେଥର ଡୁଗୁର ଜନ୍ମଦିନ ଦିନ ସେ ତାର ନିମନ୍ତ୍ରିତ ଅତିଥି, ସାଙ୍ଗ ସାଥି ସମସ୍ତଙ୍କୁ ଗୋଟେ ଗୋଟେ ଗଛ ଉପହାର ଦେଇଥିଲା ଓ ସେଥିରେ ଅଧିକାଂଶ କୃଷ୍ଣଚୂଡ଼ା ଗଛ ହୋଇଥିବାରୁ ଗରମ ଦିନେ ଏହି ଗଛ ଖାଲି ଛାଇ ଦେବନି ବରଂ ନାଲି ନାଲି ଫୁଲର ସମ୍ଭାରରେ ମନ ପ୍ରାଣକୁ ଶୀତଳ କରାଇବ ବୋଲି ନାତୁଣୀ ଡୁଗୁ ସମସ୍ତଙ୍କୁ କହିଥିଲା . ସେମିତି ସେବର୍ଷ ଭୋଟ କେନ୍ଦ୍ର ବା ବୁଥରେ ଭୋଟର ମାନଙ୍କ ପାଇଁ ହୋଇଥିବା ଧାଡ଼ିରେ ବାବା ସବୁଠୁ ଆଗରେ ଥିଲେ ମଧ୍ୟ ତା ପଛରେ ଥିବା ବୃଦ୍ଧା, ବୃଦ୍ଧ, ଅସହାୟ ଅର୍ଥାତ ଭିର୍ନ୍ନକ୍ଷମ ଦିବ୍ୟାଙ୍ଗମାନଙ୍କୁ ଆଗକୁ ଛାଡି ପଛକୁ ଚାଲିଯିବା ସହ ଭୋଟ ଦେଇ ଫେରୁଥିବା ସମସ୍ତ ଲୋକଙ୍କୁ ପାଣି ବୋତଲ ସହ ଗୋଟେ ଲେଖାଏଁ ଗଛ ଚାରା ଦେଉଥିଲଲା . ପ୍ରଥମେ ବାବାକୁ ପ୍ରତି ଦଳର ଏଜେଣ୍ଟ ଓ ପ୍ରିଜାଇଡିଙ୍ଗ ତଥା ପୋଲିଙ୍ଗ ଅଫିସରମାନେ ସନ୍ଦେହରେ ଦେଖୁଥିଲେ କିନ୍ତୁ ପରେ ସତ କଥା ଜାଣି ସେମାନେ ସମସ୍ତେ ବୁଝିଯାଇଥିଲେ କି ଅଢେଇ ଦିନ ଜୀବନରେ ଶାସକ ଓ ଶାସିତ ବା ଗଣତନ୍ତ୍ର ଶାସନ କ୍ଷଣିକ ବା ଅଳ୍ପ ଦିନ ପାଇଁ ହୋଇଥିବା ବେଳେ ଗଛଟିଏ ବହୁତ ଦିନ ବଞ୍ଚି ମଣିଷଙ୍କୁ ଅମ୍ଳଜାନ ବାଣ୍ଟି ଚାଲିବା ସହ ମାଟି ପାଣି ଯୋଗାଉଥିବ ମଣିଷସମାଜକୁ ଯୁଗେ ଯୁଗେ. ସେମାନେ ମଧ୍ୟ ସମସ୍ତେ ବାବାଠାରୁ ଗଛଟିଏ ଲେଖାଏଁ ଗ୍ରହଣ କରି କହୁଥିଲେ ଗଛ ବଞ୍ଚିଲେ ମଣିଷ ବଞ୍ଚିବ.।


Rate this content
Log in

Similar oriya story from Abstract