BHAGABANA NAIK

Tragedy Inspirational

3.6  

BHAGABANA NAIK

Tragedy Inspirational

ଘାସ

ଘାସ

3 mins
229


ଦାରିଦ୍ର୍ୟର କଷାଘାତରେ ଦଳିମକଚି ହୋଇଯାଉଥିବା ନୀରିହ ପିଲାଟିଏ ସେ। ଦିନକୁ ଦି ଓଳି ପେଟପୂରା ଖାଇବାକୁ ପାଉନଥିବା କୁପୋଷିତ ଅବୋଧ ଶିଶୁଟି ସତେ ଯେମିତି ସେ ଅଭିଶପ୍ତ। ଜନ୍ମଦିନରୁ ମା'ର କ୍ଷୀର ହେଉନଥିବାରୁ କଷ୍ଟେମଷ୍ଟେ ଚା' ପିଠା ଖାଇକି ବଞ୍ଚିରହିଛି ସେ।ଗାଈ କ୍ଷୀର କିଣିବାକୁ ଅସମର୍ଥ ତା' ପରିବାର । ହର୍ଲିକ୍ସ ତା ପାଇଁ ସାତ ସପନ। ଅଝଟ କରେ, ହେଲେ ସ୍ନେହ, ମମତାମୟୀ ମା' କ'ଣ ବା କରିପାରନ୍ତା ତା' ପାଇଁ।


 ପିଲାଟିର ନାଆଁ ଆଲୋକ। ଧିରେ ଧିରେ ଦଶ ବର୍ଷର ହେଲା ସେ । ଜିଜ୍ଞାସୁ ସ୍ବଭାବର। ଗାଁ' ତା'ର ମାଟିଗୁଡା। ନିହାତି ମଫସଲ ଅଞ୍ଚଳରେ ଅବସ୍ଥିତ। ଏଠି ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ । କାହାକୁ ଜ୍ବର, କାଶ ହେଲେ ଚେରମୂଳି ଓ ବଇଦ ହିଁ ସାହା । ତାକୁ ଜ୍ବର ହେଲେ ମା' ବଇଦ ପାଖରେ ନେହୁରା ହୁଏ, ପୁଅର ଆଶୁ ଆରୋଗ୍ୟ ମନାସି ଗ୍ରାମଦେବତୀକୁ ସୁମରଣା କରେ। ମା' ଉପବାସ ବି କରେ। ସେଥିପାଇଁ ତା' ଶରୀର ଧିରେ ଧିରେ କ୍ଷୀଣ ଓ ଦୁର୍ବଳ ହେବାକୁ ବସିଲାଣି।

ଘରେ ପାଞ୍ଚ ପ୍ରାଣୀ କୁଟୁମ୍ବ। ବାପାମାଆ ଓ ତାଠୁ ବଡ଼ ଦି ଭାଇ। ବଡ଼ ଭାଇ ଏବେ ମୂଲ ଲାଗିଛି। ଆଲୋକ ଅନେକ ସ୍ବପ୍ନ ଦେଖେ । ଦଳ ଦଳ ହୋଇ ଉଡିଯାଉଥିବା କାଉ, ବଗାଦି ପକ୍ଷୀକୁ ଦେଖେ, ନୀଳାକାଶରେ ନିଜେ ବି ଉଡିବାର ଅଭୀପ୍ସା ରଖେ। ରାତିରେ ତାରାଖଚିତ ଆକାଶକୁ ମଧ୍ୟ ଦେଖେ। କେତେ କ'ଣ ଚିନ୍ତା କରେ।ବଡ଼ ମଣିଷଟିଏ ହେବାକୁ ଦୃଢତା ରଖେେ। 

କିନ୍ତୁ ଦାରିଦ୍ର୍ୟ ତାର ଚଲାପଥରେେ କଣ୍ଟା ହୋଇ ସମସ୍ଯା ସୃଷ୍ଟି କରିି ଅଭିିିଳଷିତ ଜୀବନ ସମୀକରଣକୁୁ ଓଲଟ ପାଲଟ କରିପକାଏ। 


କେବେ କେବେ ମାଆ ପାଖରୁ ଶୁଣେ-ତାର ବଡ଼ ଦୁଇ ଭାଇଙ୍କର ମଧ୍ୟ ଭଲ ପାଠ ହେଉଥିଲା। କିନ୍ତୁ ଦାରିଦ୍ର୍ୟ ରାକ୍ଷସ ସେତକ ବି କରାଇଦେଲାନି। ବାପା ସାହୁକାର ପାଖରେ କାମ କରୁଥିଲେ। ସ୍ବଳ୍ପ ଟଙ୍କାରେ ପରିବାର ନ ଚଳିବାରୁ ମା ଚାଉଳ ଧାର କରୁଥିଲା । ସକାଳ ସଂଧ୍ୟାରେ ଯେ କେହି ହେଲେ ଘରକୁ ଆସନ୍ତି, ଦେଇଥିବା ଟଙ୍କା ମାଗିି ମା'କୁ କେତେ କ'ଣ ଗାଳିଗୁଲଜ କରନ୍ତି। ମା' କାଲିକୁ ଦେବି, ପଅରଦିନକୁ ଦେବି ଆଦି କହି ଯେଣତେଣ ପ୍ରକାରେ ସେମାନଙ୍କୁ ଭୁତେଇ ଫେରାଇ ଦିଏ। ଏହା ରୀତିମତ ଚଳିଆସୁଛି।

ମା' ପୁଣି କହେ, ବାପା ଚାଟଶାଳୀ ପାଠରୁ ଭାଗବତ ଟିକେ ଟିକେେ ପଢିପାରନ୍ତିି। ସେ ନିଜେ ନିରକ୍ଷର କିନ୍ତୁ ଉତ୍ତମ ଗୃହିିଣୀଟିଏ। ବଡ଼ ଭାଇ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ସମୟରେ ଦାରିଦ୍ର୍ୟର ସୀମା ଟପିଯାଇଥିଲା। ବହି, ସିଲଟ କଥା ତେଣେ ଥାଉ, ପ୍ଯାଣ୍ଟ୍ ଖଣ୍ଡେ ମଧ୍ୟ ବାପା କିଣିବାକୁ ଅସମର୍ଥ ଥିଲେ କିନ୍ତୁ ଭାଇର ଆଗ୍ରହ ପ୍ରବଳ । ଆଠ ଦଶ ଦିନ ପର୍ଯ୍ୟନ୍ତ ବାପାଙ୍କ ଚିରା ଧୋତିରୁ ଖଣ୍ଡିଏ କାଛା ମାରି ପଢିଯାଇଥିଲ।ସେ। ସେତେବେଳର ଜଗା ସାର୍ ଭାଇଙ୍କ ପଢା ପ୍ରତି ଆଗ୍ରହ ଦେଖି ବହିି ଖାତା କିଣିଦେବାକୁୁ ପ୍ରତିଶୃତି ଦେଇଥିଲେ , କିନ୍ତୁୁ ସ୍ବଳ୍ପ ଦରମାରେ ସେ ମଧ୍ଯ ଅସମର୍ଥ ହୋଇଥିଲେ । ମଝିଆ ଭାଇର ବି ଦରିଦ୍ରତା ହେତୁ ତୃତୀୟ ଶ୍ରେଣୀରେ ଡୋରି ବନ୍ଧାହେଲା। ସତେ ଯେପରି ଉଭୟ ମା' ଲକ୍ଷ୍ମୀ ସରସ୍ବତୀ କୋପ କରିଛନ୍ତି ତାଙ୍କ ଉପରେ। 


ଏବେ ଆଲୋକ କ୍ଷେତ୍ରରେ ଟିକେ ପରିସ୍ଥିତି ବଦଳିଛି। ବଡ଼ ଦିି ଭାଇ ସାହୁକାର ଠାରେ ବେଠି ଖଟୁଛନ୍ତି, ଜୀବନ ସାରା ବସ୍ତା ପିଠେଇ ପିଠେଇ ବାପାଙ୍କର ଅଣ୍ଟା ପଡ଼ଗଲାଣି।

ନିଜର ଗୁଜୁରାଣ ମେଣ୍ଟାଇବାକୁ ଘାସ ପରି ଦଲିମକଚି ହୋଇ ବି ବଂଚିବାର ଦୁର୍ବାର ଇଚ୍ଛା ରଖି ଜୀବନରେ ସଂଗ୍ରାମ କରିଚାଲିଛନ୍ତି ସେ। 

ଆଲୋକ ଦେଖିଛି ମା' ବେଳେବେଳେ କବାଟ କୋଣରେ ସକେଇ ସକେଇ କାନ୍ଦେ। ପିଲାମାନଙ୍କୁ ଦେଖିଲେ ଲୁହ ପୋଛି ଦେଇ କଥାଟାକୁ ବାଆଁରେଇ ଦିଏ।କିନ୍ତୁ ପିଲାମାନେ ମାର ଅନ୍ତର୍ବେଦନକୁ ବୁଝିପାରନ୍ତି। 

ଧିରେ ଧିରେ ଆଲୋକ ଭଲ ପାଠ ପଢେ। ଅନେକ ପ୍ରଶଂସା କରନ୍ତି, ପ୍ରତିଶୃତି ଦିଅନ୍ତି କିନ୍ତୁ ସହଯୋଗ କରନ୍ତି ନାହିଁ। ବାପା ଅନ୍ଯମନସ୍କ ହୋଇପଡନ୍ତି। ମା' ବେଳେ ବେଳେ ଋଣ ବୋଝ ସହିନପାରି ଅନ୍ତିମ ନିଷ୍ପତ୍ତି ନେବାକୁ ଇଚ୍ଛା କରେ। କିନ୍ତୁ ସ୍ନେହ କାଂଗାଳି ମା'ଟି ପିଲାଙ୍କ ମୁହଁ ଦେଖି ସବୁ ନିଷ୍ପତ୍ତି ବଦଳାଇ ଦିଏ। ଟୋପା ଟୋପା ଲୁହ ଝରିଯାଏ ତା' ଅବୁଝା ଆଖିରୁ।

ଆଖିର ଲୁହ ଓଠ ପିଇଯାଏ, ପ୍ରକୃତିସ୍ଥ ହୋଇ ପିଲାମାନଙ୍କୁୁ ପ୍ରବୋଧନା ଦିଏ - ଧନରେ ଚିନ୍ତା କରନି। ଆସନ୍ତା ମାସରେେ ଭଲ ରୋଜଗାର ହେବ। ଏ ମାସ କଷ୍ଟେମଷ୍ଟେ ଚଳିଗଲେ ଆସନ୍ତା ମାସ ଭଲରେ ଖାଇବା। କିନ୍ତୁ ଆଲୋକ ଭଲଭାବରେ ବୁଝିପାରେ ଯେ ମା' କେବଳ ଲୁହକୁ ଲୁଚାଇବା ପାଇଁ ଏପରି କହୁୁଛି। ଲୁହ କ'ଣ କେବେ ଲୁଚେଇ ହୁଏ? ଓଠ ଓ ମୁହଁ ଅନ୍ତରର କଥା କହେ।

 ସେ ଠିିକ୍ ଜାଣିଛି ଯେ ସେମାନେେ ଗୋଟିଏ ମାସର ଧାନ, ଟଙ୍କା ସାହୁକାରଠୁ ଆଗତୁରା ଆଣିକି ଖାଇସାରିଲେଣିି।

ତାଙ୍କ ପରିସ୍ଥିତିରୁ ଆଲୋକ ବୁଝିପାରିଛି ଯେ ସମାଜ କେବଳ ଆଶା, ଆଶ୍ବାସନା, ପ୍ରତିଶୃତି ଦିଏ ନିଜର ପରିିିିଚୟ ସୃଷ୍ଟି କରିବା ପାଇଁ କିନ୍ତୁ ବାସ୍ତବତା ଭିନ୍ନ ଥାଏ।ସେ ଚିନ୍ତା କରେ ତା' ପରି ଅନେକ ଆଲୋକ ଦାରିଦ୍ର୍ୟର କରୁୁୁଣ ପରିସ୍ଥିତିିରେ ଅନ୍ଧକାରକୁ ଠେଲିି ହୋଇଯାଉଛନ୍ତି। 


ତଥାପି ସେ ସମାଜରେ ଘାସ ପରି ଦଳି ମକଚି ହୋଇ ବି ବଂଚି ରହିବା ପାଇଁ ଜୀବନ ସଂଗ୍ରାମ ଜାରି ରଖିଛିି। 


Rate this content
Log in

Similar oriya story from Tragedy