ଘୃଣା କର ନାହିଁ
ଘୃଣା କର ନାହିଁ
ଏକଦା ଜଣେ ଭକ୍ତ କଟକ ର ପାଖ ଅଞ୍ଚଳ କୁ ଯାଉ ଥିଲେ l ତାଂକୁ ବାଟ ରେ ଲଘୁସଙ୍କା ଲାଗିଲା ଏବଂ ମଧ୍ୟ୍ୟ କଲେ କିନ୍ତୁ ପାଣି ପାଇଲେ ନାହିଁ l ଅତଏବ ଯେନ ତେନ ଉପାୟରେ ନିଜକୁ ପରିଷ୍କାର କରି ଆଗେଇ ଚାଲିଲେ l ବାଟରେ ଏକ ବିରାଟ ସାଧୁଙ୍କର ଦର୍ଶନ ହେଲା କିଂତୁ
ଉକ୍ତ ଭକ୍ତ ଜଣକ ତାଂକୁ ଛୁଇଁ ବାକୁ ଦ୍ଵିଧା ବୋଧ କଲେ l କାରଣ ସେ ପୁରା ଶୌଚ ନ ଥିଲେ l ଭୟ ମଧ୍ୟ ମନରେ ଥିଲା ଯେ ସାଧୁ ଏସବୁ ବାବଦରେ ଜାଣି ଯିବେ l ତାଂକୁ ବହୁତ ଅପମାନ ବୋଧ ହେଉଥାଏ l
ଦେହ ର ଗମ ଗମ ଝାଳ ବାହାରୁ ଥାଏ l ଠିକ ଏତିକି ବେଳେ ସାଧୁବାବା ତାଂକର ଏତାଦୃଶ ଭାବ ଦେଖି ସ୍ମିତ ହାସ୍ୟ ରେ କହିଲେ ଯଦିଓ ତୁମେ ଅସଉଚ ଅଛ କିଂତୁ ମୁଁ ଅସଉଚ ନୁହଁ l କାରଣ ତାଟିଆ ଜଳ ରେ କଳା ମିଶିଗଲେ କଳା ହୋଇଯାଏ । ଯଦି ସେହି ତାଟିଆ ଜଳ ଯାଇ ସମୁଦ୍ର ରେ ମିଶିଯାଏ ତାହାଲେ ତାହାର କୌଣସି କଳା ପରିଦୃଷ୍ଟ ହୁଏନି ବା ସମୁଦ୍ର ଜଳକୁ ବସ୍ତା ବସ୍ତା କଳା ଫୋପାଡ଼ିଲେ ବି ସମୁଦ୍ର ର ଜଳ କୁ କେହି କଳା କରି ପାରିବେନି l
ତେଣୁ ସର୍ବଦା କାହାକୁ ଘୃଣା ନ କରି ନିଜେ ସମୁଦ୍ର ଜଳ ହୋଇ ଅନ୍ୟ ଆବର୍ଜନାମୟ ଜଳକୁ ନିଜ ଭିତରେ ଘୃଣା ନ କରି ସମାହିତ କରି ଦେଲେ ଭଗବାନ ପ୍ରାପ୍ତ ହୋଇଥାନ୍ତି l