Ranjit Sahu

Children Stories Inspirational Children

4  

Ranjit Sahu

Children Stories Inspirational Children

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

2 mins
1.0K


ସକାଳୁ ସକାଳୁ ବହୁତ ଖୁସିରେ ଚାରି କଆଡେ ଦୌଡା ଦୌଡ଼ି କରୁଥିଲା ପାପୁନା ଆଉ ତାକୁ ଦେଖି ତାହାର ସାନ ଭାଇ ଟୁକୁନା ମଧ୍ୟ I ଯଦି କରୋନା ଆସି ନଥାଆନ୍ତା, ଏ ବର୍ଷ ଟୁକୁନା ମଧ୍ୟ ତୋ ସହ ସ୍କୁଲରେ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଇ ଥାଆନ୍ତା ," ବୋଉ କହିଲା ପାପୁନାକୁ I 

"ହଁ ବହୁତ ମଜା ଲାଗେ, ଆମର ଦେଶରେ ଇତିହାସ ବିଷୟରେ ସାର ଆଉ ଦିଦି ମାନେ କୁହନ୍ତି I ଆମେ ସମସ୍ତେ ସକାଳୁ ସକାଳୁ ଉଠି ପତାକା ଧରି ବୁଲୁ," ପାପୁନା କହିଲା I  ପୁଣି ଥରେ ଗଣତନ୍ତ୍ର ଦିବସ ଆସିଥିଲା I ଛୁଟି ଥିବାରୁ ବାପା ମଧ୍ୟ ଘରେ ଥିଲେ ଆଉ ବଡ ଅପା ମଧ୍ୟ I ବଡ ଅପା ହେଲେ ବାପଙ୍କର ବଡ ଭଉଣୀ I ତାଙ୍କୁ ବାପା ବୋଉ ଦୁହେଁ "ବଡ ଅପା" ବୋଲି ଡାକୁଥିବାରୁ ବୁ ପିଲା ମାନେ ମଧ୍ୟ ବଡ ଅପା ବୋଲି ଡାକୁଥିଲେ I 

 ଗତ ବର୍ଷରୁ ଟୁକୁନା ପ୍ରଥମ ଶ୍ରେଣୀରେ ଦାଖିଲ ହେଇଯାଇଛି କିନ୍ତୁ କରୋନା ଯୋଗୁଁ ସ୍କୁଲ ଖୋଲିନି I ତେଣୁ ଟୁକୁନାର ସ୍କୁଲ ଉପରେ କିଛି ପ୍ରତ୍ୟେକ୍ଷ ଅନୁଭବ ନାହିଁ I ସକାଳୁ ଉଠି ପାପୁନା ବହୁତ ଉତ୍ତେଜିତ ଥିଲା ଆଉଗଣତନ୍ତ୍ର ଦିବସ ପାଳନର ବିବରଣୀ ଗପିବାରେ ଲାଗିଥିଲା I ଟୁକୁନା ଶୁଣିକି ଖାଲି ମୁଣ୍ଡ ହଲେଇକି "ହୁଁ "ମାରୁଥାଏ I 


କିଛି ଭାବିକି ପାପୁନା ଚାଲିଗଲା ତାହାର ପଢା ଘରକୁ ଆଉ କିଛି ଫୋଟୋ ନେଇ ଆସିଲା ଯେଉଁଥିରେ ସ୍କୁଲର ତ୍ରିରଙ୍ଗା ପତାକା ଥିଲା I  "ଏଇଟା ହେଲା ତ୍ରିରଙ୍ଗା ବୁଝିଲୁ? ଆଉ ଅଳ୍ପ ସମୟ ପରେ ଆମ ସାହିରେ ମଧ୍ୟ ଏହା ଉଡ଼ିବ, ଆମେ ଦୁହେଁ ଯିବା ଦେଖିବାକୁ ମାସ୍କ ପିନ୍ଧିକି I ସବୁ ଠାରୁ ଦୂରରେ ଠିଆ ହେବା, ବାପା ନେଇକି ଯିଲେ ବେ " ପାପୁନା କହିଲା I 

ଟୁକୁନା ଖୁସିରେ ତାଳି ମାରିଲା I ତା ପରେ ପାପୁନା ପାଖରେ ବସିଥିବା ବଡ ଅପାଙ୍କୁ ନେଇକି ସେ ଛବି ଗୁଡିକୁ ଦେଖେଇଲା I ବଡ ଅପା କହିଲେ, ତ୍ରିରଙ୍ଗା ଫୋଟୋଟି ଠିକ, କିନ୍ତୁ ସେଇଟା ଗଣତନ୍ତ୍ର ଦିବସର ନୁହେଁ, ସ୍ବାଧୀନତା ଦିବସର କାରଣ ସେଥିରେ ବନ୍ଧା ଅବସ୍ଥାରେ ପତାକାଟି ତଳେ ଥିଲା ଉତ୍ତୋଳନ ପୂର୍ବରୁ I 


"ଗଣତନ୍ତ୍ର ଦିବସ ଦିନ ରାଷ୍ଟ୍ରୀୟ ଧ୍ଵଜ ଉତ୍ତୋଳନ ହୁଏ ନାହିଁ, ଏହା ପୂର୍ବରୁ ହିଁ ଖମ୍ବ ଉପରେ ବନ୍ଧା ହୋଇ ରହି ଥାଏ କେବଳ ଏହାକୁ ଖୋଲି ଦିଆ ଯାଏ," ବଡ ଅପା କହିଲେ I ସ୍ଵାଧୀନତା ଆଶାରେ ଜାତୀୟ ପତାକା ଉତ୍ତୋଳନ ହୁଏ ଆଉ ଗଣତନ୍ତ୍ର ଦିବସରେ ଏହା ପୂର୍ବରୁ ଖମ୍ବ ଉପରେ ବନ୍ଧା ହେଇକି ଥାଏ ଏବଂ ଖୋଲା ଯାଏ ," ବଡ ଅପା କହିଲେ I ଏହଁ ପରେ ବଡ ଅପା ତାଙ୍କର ଲ୍ୟାପଟପରୁ କିଛି ଫୋଟୋ ଦେଖେଇ ଦୁହିଁଙ୍କୁ ପାର୍ଥକ୍ୟ ସବୁ ବୁଝେଇଦେଲେ I 

"ଏଥର ଜାଣିଲି ଆଉ ଗୋଟିଏ ପାର୍ଥକ୍ୟ ଗଣତନ୍ତ୍ର ଦିବସ ଆଉ ସ୍ଵାଧୀନତା ଦିବସ ଭିତରେ I ଆଗରୁ ଜାଣିଥିଲି ସ୍ଵାଧୀନତା ଦିବସ ଦିନ ପ୍ରଧାନ ମନ୍ତୀ ପତାକା ଉତ୍ତୋଳନ କରି ଥାଆନ୍ତି ଏବଂ ଗଣତନ୍ତ୍ର ଦିବସ ଦିନ ରାଷ୍ଟ୍ରପତି ଜାତୀୟ ପତାକା ଉଡେଇ ଥାଆନ୍ତି," ପାପୁନା କହିଳା I "ସାବାସ ଏମିତି ଦେଶ ବିଷୟରେ ଶିଖିବା ଉଚିତ," କହି ବଡ ଅପା ଦୁହିଁଙ୍କର ପିଟି ଥାପୁଡ଼େଇ ଦେଲେ I



Rate this content
Log in