ଗୁରୁ ହିଁ ସ୍ୱର୍ଗ
ଗୁରୁ ହିଁ ସ୍ୱର୍ଗ
ଗୁରୁ ହିଁ ଏକମାତ୍ର ନାବିକ ଯିଏ କି ଆମ ଜୀବନ ରୂପି ନାଆକୁ ସତ୍ ପଥ ଓ ଜ୍ଞାନର ପଥ ଆଡ଼କୁ ନେଇଥାନ୍ତି । ଯେତିକି ସୁଖ ଆମେ ପିତାମାତା ତଥା ଭଗବାନଙ୍କ ଚରଣରେ ପାଇଥାଉ ସେତିକି ସୁଖ ଆମେ ଗୁରୁଙ୍କ ଚରଣରେ ମଧ୍ୟ ପାଇଥାଉ ।
ଯଦି ଆମ ସାମନାରେ ଗୁରୁ ଓ ଭଗବାନ ଗୋଟିଏ ମୁହୂର୍ତ୍ତରେ ଉଭା ହୁଅନ୍ତି ତେବେ ଆମେ ପ୍ରଥମେ ଗୁରୁଙ୍କୁ ସମ୍ମାନ ଦେବା ଉଚିତ। କାରଣ ଗୁରୁ ହିଁ ଆମକୁ ଭଗବତ୍ ପ୍ରାପ୍ତିର ମାର୍ଗ ଦେଖାଇଥାନ୍ତି ।
ଏହି ବାଣୀ ଥିଲା ମହାପୁରୁଷ କବୀରଙ୍କ ବାଣୀ । ଗୁରୁ ହେଉଛନ୍ତି ଜଣେ ମାଳୀ ସଦୃଶ ଯିଏ କି ଜୀବନରୂପକ ଉଦ୍ୟାନରେ ଅନେକ ଗୁଣର ଅଧିକାରୀ ମାନବଙ୍କୁ ଗଢିଥନ୍ତି ।
ଆଜିକାଲି ଉପମନ୍ୟୁ ଓ ଆରୁଣି ପରି ଗୁରୁ ଭକ୍ତ କାହାଁନ୍ତି ? ଯେଉଁମାନେ କି ଗୁରୁଙ୍କ କୃପାରୁ ଅନେକ ବିପତ୍ତିରୁ ମୁକ୍ତି ପାଇଥିଲେ। ତେଣୁ ଆମେ ନିଜକୁ ସେହି ଆରୁଣି ଓ ଉପମନ୍ୟୁ କରି ଗଢିତୋଳିବାକୁ ଚେଷ୍ଟା କରିବା ।
ଶେଷରେ ମୁଁ ଏତିକି କହିବି ଯେ;
ହେ ଗୁରୁ, .....
"ଗଣିତର ଜ୍ଞାନ ଆପଣ ଦେଲେ ,
ଭୂଗୋଳରେ ହଜିଗଲେ ରାସ୍ତା ଦେଖାଇଲେ,
ବିଜ୍ଞାନର ଜ୍ଞାନ ଜଣାଇ ଦେଲେ,
ଗୁରୁ ହେବାର ଆପଣ କର୍ତ୍ତବ୍ଯ କଲେ।"