Gitanjali Pujapanda

Abstract Horror Thriller

3  

Gitanjali Pujapanda

Abstract Horror Thriller

ହବେଲି

ହବେଲି

6 mins
173



ନେହା ନିଦରେ ଶୋଇ ବଡ଼ ପାଟିରେ ଚିତ୍କାର କରୁଛି ଦୟା କରି ମତେ କ୍ଷମା କରି ଦିଅନ୍ତୁ ରାଣୀ ସାହେବା ପ୍ଲଜ ପ୍ଲଜ!!ରାତିରେ କିଏ ଏଡ଼େ ବଡ଼ ପାଟି କରି ହଲା କରୁଛି ଭାବି ନେହାର ମାଆ ସୁମିତା ଦଉଡି ଆସିଲେ !!ସେତେବେଳେକୁ ରାତି ଅଧ ହେବ ।ସୁମିତା ଝିଅ ନେହାର ରୁମ ପାଖରେ ଅଟକି ଗଲେ ।ଝିଅର ଚିତ୍କାର ତାଙ୍କ କାନକୁ ଶୁଭିଲା ଆଉ ସେ ବିଶ୍ୱାସ କରି ପାରିଲେନି ଝିଅକୁ ତାଙ୍କର ଜେଗ୍ରାଫି ଏକ୍ସକର୍ସନରୁ ଆସିବା ପରଠାରୁ ଝିଅ ତାଙ୍କର ପ୍ରତି ଦିନ ରାତିରେ ଏପରି ହଲାପଲା କରୁଛି ।ସାନ ଭଉଣୀ ପାଖରେ ଶୋଉଥିଲା ମାତ୍ର ହଲା ପାଲାରୁ ବିରକ୍ତ ହୋଇ ସେ ଯାଇ ଜେଜେମା ପାଖରେ ଶୋଇଛି!!ରୀନା ମାଉସୀ ଆସିଥିଲେ ନେହାକୁ ଦେଖି କହିଲେ, ଏ ଝିଅ କୋଉଠି ଡ଼ରିଛି ଏତେ ସୁନ୍ଦର ଝିଅ ଟିଏ କେମିତି ଝାଉଁଳି ପଡିଛି ମୁହଁ ସହିତ ଦେହ ତାର ହଉ ଠିକ ଅଛି  ଏକ ଗୁଣିଆର ପତା ଦେଉଛି ତତେ ସୁମିତା ତୁ ତାକୁ ସେଠିକି ନେଇ ଯା।ସୁମିତା କୁହନ୍ତି ନା ମାଉସୀ ତା ବାପା ରାଗିବେ ହନୁମାନଙ୍କର ଫୁଲରେ ତାକୁ ମୁଁ ଝାଡ଼ିଥିଲି ମାତ୍ର ଟିକେ କମି ଥିଲା ,ପୁଣି ଯୋଉଆକୁ ସେଇଆ।ମୁଁ କଣ କରିବି କିଛି ବୁଝି ପାରୁନି ।

ଏ ଝିଅର ଚିନ୍ତା ବେଶୀ ଖାଉଛି ମତେ କଣ ପାଇଁ ସେ ସେମିତି ହେଉଛି କିଛି ବୁଝି ହେଉନି ।ରୀନା ମାଉସୀକୁହନ୍ତି ଆରେ ସୁମୀ ତୁ ବ୍ୟସ୍ତ ହୁଅନା ଚାଲେ ଏବେ ଆମେ ତାକୁ ନେଇ ଚାଲିଯିବା ମୁଁ ଜୋଇଁ ବାବୁଙ୍କୁ ସହିତ ଏ ବିଷୟରେ କଥା ହେଇଯିବି ।ସୁମିତା ଦେବୀ ନେହାକୁ ନେଇ ରୀନା ମାଉସୀ କହିବା ଅନୁସାରେ ସେ ଗୁଣିଆ ପାଖକୁ ଯାଇଛନ୍ତି ।ସେଠାରେ ପହଂଚି ବା କ୍ଷଣି ହଠାତ ସେ ଗୁଣିଆକୁ ଦେଖି ନେହା ବିହୋସ ହୋଇଯାଏ ।କେତେ ପାଣି ଛିଞ୍ଚା ଚିଂଛି ପରେ ହୋସରେ ଆସେ ଆଖି ଦୁଇଟି ତରଟି ଚାହିଁ ଆଖି ଦୁଇଟି ତାର ରକ୍ତ ପରି ଲାଲ ହୋଇଯାଏ ।ସେ ସମୟରେ ନେହା କେତେବେଳେ ଦୁଃଖର କାନ୍ଦ ତ କେତେବେଳେ ହସିହସି ଲୁହ ଝରାଉ ଥାଏ ।ଏକ ପ୍ରକାର ପାଗେଲାଣି ପରି ବ୍ୟବହାର ତାର ଗୁଣିଆ ଜଣକ ତା ମୁଣ୍ଡରେ କିଛି ମନ୍ଦାର ଫୁଲ ରଖିକୁହେ କଣ ହେଇଛି ମାଆ କହିଲୁ ।

ନେହା କିଛି ନ କହି ତରଟି ଖାଲି ଚାହିଁ ରହିଥାଏ ,ଗୁଣିଆ ଦୁର୍ଗାଙ୍କର ସିନ୍ଦୁର ମଥାରେ ତାର ଦେବା କ୍ଷଣି ତାକୁ ହୋଶ ଆସେ ଓ ସେ କହିବାକୁ ଲାଗେ ଏକ ଭଲ ପିଲା ପରି,

ମୁଁ ସେଦିନ ଭାରି ଖୁସି ଥିଲି କାରଣ ଲକଡାଉନ ଖୋଲିଯାଇଛି ଆଜି ବହୁତ ଦିନ ବିତିଯାଇଛି କୁଆଡେ ବି ଯିବାକୁ ଭାରି ଇଚ୍ଛା ଥିଲେ ବି ମୁଁକୁଆଡେ ଯାଇପାରୁ ନ ଥିଲା ମୁଁ !!ସ୍କୁଲ ବି ଖୋଲିଗଲାଣି ,କାଲି ଜୋଗ୍ରାଫିକ୍ଳାସରେ କଥା ହେଉଥିଲେ ଏକ୍ସକରସନ ପାଇଁ ଉଦୟପୁରର ହବେଲି ,ମୋର ଇଛା ହେଲା ଯିବା ପାଇଁ ମାତ୍ର ଘରେ ବାପାଙ୍କୁ କିଏ କହିବ ଏବେ ସମସ୍ତେ କରୋନାରୁ ଉଠିଛନ୍ତି ।ତଥାପି ଜୋଗ୍ରାଫି ମ୍ୟାଡ଼ମ କହୁଥିଲେ ,ନ ଗଲେ ପୁରୁଣା ରାଜା ମହାରାଜଙ୍କର ହବେଲି ବିଷୟରେ କିଛି ବି ଜାଣିପାରିବାନି ନେହାର ମନ ଉଚ୍ଛନ୍ନ ହୁଏ ଯିବା ପାଇଁ ବୋଉକୁ ଖାଇଲା ବେଳେ କହିଥିଲା ଯେ ,ବୋଉ କହିଲା ହଉ ଦେଖିବା ।ନେହା ଦୁଇ ଭଉଣୀ ନେହା ସବୁ ଠାରୁ ବଡ଼ ଦଶମରେ ପଡୁଛି ଆଉ ସାନ ସ୍ନେହା ପଞ୍ଚମରେ ଏକା ସ୍କୁଲରେ ପଡୁଛନ୍ତି ।ନେହାର ଶେଷ ବର୍ଷ ସ୍କୁଲ ତେଣୁ ପିଲାମାନକୁ ଫେଆରୱେବଲ ଦେବା ସହିତ ବୁଲାବୁଲି ଟିକେ ହେଇଯିବ ବୋଲି ମିସ ଏ ପ୍ରୋଗ୍ରାମ ଅରେଞ୍ଜଡ଼ କରିଛନ୍ତି ।ନେହାକୁ ଭୂତ ପ୍ରେତ ଉପରେ ବିଶ୍ୱାସ ଲାଗେନି ସେ ବହୁତ ଭୂତ ଫିଲ୍ମ ଦେଖିବା ସହିତ ଡ଼ରାଵନା କମିକ୍ସ ମଧ୍ୟ ପଢେ ।ଭୂତକୁ ଦେଖିବାକୁ ଇଛା ତ ବହୁତ ହୁଏ ତାର ମାତ୍ର ଏମିତି ସୁଯୋଗ କେବେ ଆସିନି।ଆଇ ଜେଜେମାଙ୍କର ଠାରୁ ଶୁଣିଛି ସେ ଭୂତପ୍ରେତ ମାନେ ପୁରୁଣା ରାଜା ରାଣୀଙ୍କର ହବେଲିରେ ରୁହନ୍ତି ଯେଉଁଠି ବେଶୀ ଲୋକ ଯିବା ଆସିବା କରିପାରନ୍ତି ନାହିଁ ସେଠି ରୁହନ୍ତି ।ତେଣୁ ନେହାକୁ ସେସବୁ ଦେଖିବାକୁ ପିଲା ଦିନରୁ ଇଚ୍ଛା ।ସେ ଏକ ଟମ ବ ଏ ଟାଇପର ପିଲାଟେ ।ବାପାଙ୍କୁ କେମିତି କହିବ ବୋଲି ଭାବିଲା ବେଳକୁ ସେହ୍ନାକୁହେ ଦିଦି ଏଠି ବସିକି କଣ ଭାବୁଛୁ ବାପା ଡାକୁଛି ଆସେ ଖାଇବୁ ।ନେହା କୁହେ ନା ମୋର ଇଚ୍ଛା ନାହିଁ ।ମନରେ ଭାବି ଥିବା କଥା ଯଦି ପୁର୍ଣ୍ଣ ନ ହୁଏ ତା ହେଲେ ମନ କିଛି କରିବାକୁ ଇଛା ବି କରେ ନି !ନେହାର ବି ଇଛା ହେଉ ନ ଥିଲା ଖାଇବା,ପଢିବା ଶୋଇବାକୁ ପେଟରେ ଭୋକ ଥିଲା ମାତ୍ର ଆତ୍ମର ଇଛା ଆଗରେ ଭୋକ ଶୋଷ ନିଦ୍ରା ବି ହାର ମାନି ଯାଉଥିଲା ଦୁଇ ଦୁଇ ଥର ଡାକିଲା ପରେ ନେହା ନିଜ ରୁମରୁ ଯାଇ ଡାଇନିଂରେ ଯାଇ ବସେ ।ସବୁ ଦିନ ତା ବାପା ଅଫିସରୁ ଆସି ତା ସହିତ ଏକାଠି ବସି ଡ଼ିନିର କରନ୍ତି ।ଆଉ କିଛି ଗପ ବି ପିଲା ମାନଙ୍କ ସଂଗେ ସମୟ ଅତିବାହିତ କଲେ ପିତାମାତାଙ୍କର ପ୍ରତି ସେହ୍ନ ବଢେ ।

ନେହା ତୁ କଣ ଆଜି ଏତେ ଡେରିରେ ଆସୁଛୁ କେତେ ଡାକ ତତେ ପଡିଲାଣି !!କଣ ଦେହ ଭଲ ଲାଗୁନି କି ତୋର ?ସମସ୍ତେ ଏବେ କରୋନାରୁ ଉଠିଛନ୍ତି ତେଣୁ ନିଜର ବେଶୀ ଧ୍ୟାନ ରଖିବା ଦରକାର !!ନେହା କିଛି ନ କହି ଉଠି ଚାଲିଯାଏ ନ ଖାଇ ସେହ୍ନା କୁହେ ବାପା ନେହା ଦିଦି ରାଗିଛି !!ବାପାକୁହନ୍ତି କାହିଁକି??କାରଣ ସେ ,ଯିବାକୁ ଚାହୁଁଛି ନେହା ବାପା କୁହନ୍ତି କୁଆଡେ ସେହ୍ନା କୁହେ ଦିଦି ସ୍କୁଲରେ ଏସକର୍ସନ ପଡିଛି ,ଉଦୟପୁର ହବେଲି ।ଆରେ ଏ କଥା ଉଦୟ ପୁରରେ ତ କେତେ ହବେଲି ଅଛି ।କୋଉ ହବେଲି ଯିବ ଯା ତାକୁ ଡାକିଲୁ ,ସେହ୍ନା ଫୁଣି ଯାଏ ଡାକିବାକୁ ତା ଦିଦିକୁ !!ବହୁତ ଡାକିଲା ପରେ ନେହାକୁହେ ହଁ ଯାଉଛି ।ନେହା ବାପା ଡିନର କରି ଷ୍ଟଡି ରୁମ ଆଡ଼କୁ ଗଲା ବେଳେ ନେହା କୁହେ, ବାପା ତମେ ରାଜି ତ ??ନେହାର ବାପାକୁହନ୍ତି ହଁ ମୁଁ ରାଜି ହେଲେ ତୁ ଟିକେ ଦେଖି ଚାହିଁ ଯିବୁ ଏବେ ପରିସ୍ଥିତି ଟିକେ ଭଲ ଆଡ଼କୁ ଆସୁଛି ବୁଝିଲୁ ।ତୁ ଯଦି ଖମଖିଆଳି ଭାବେ ଚଳିବୁ ଜୀବନକୁ ବଞ୍ଚାଇବା ଦୁର୍ବିସହ ହୋଇଯିବ ।

ନେହା କୁହେ, ନା ବାପା ମୁଁ କୋରନାର ସବୁ ଗାଇଡ଼ ଲାଇନ ମାନିବି ।ଆଛା ତୁ କେବେ ଯିବୁ ଆଉ ଏକ୍ସକର୍ସନରେ କିଏ ଯାଉଛନ୍ତି ସାର ମ୍ୟାଡ଼ମ ମତେ ଟିକେ କଥା ହେବାର ଅଛି ତାଙ୍କ ସାଙ୍ଗରେ ନେହା ନିଜ ଜୋଗ୍ରାଫି ମ୍ୟାଡ଼ମକୁ  ଫୋନ ଲଗାଇ ଓ ବାପାଙ୍କୁ ତାର କଥା କରେଇଦିଏ ମ୍ୟାଡ଼ମ କୁହନ୍ତି ଦାସ ବାବୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଆମେ ଯତ୍ନର ସହିତ

ସେମାନଙ୍କୁ ନେଇ ବୁଲା ବୁଲି ପରେ ଫେରିଆସିବୁ ।ଏହା ଏକ ଫେୟାରିଓଲ୍ଲେ ଟୁର ସହିତ ଷ୍ଟାଡି ଟୁର ବି!! ନେହାର ବାପା ରାଜି ହୋଇଯାନ୍ତି ଆଉ ନେହାର ବି ମନ ଖୁଶି ହୋଇଯାଏ ରାତିରେ ପିକନିକକୁ ନେବା ପାଇଁ ସବୁ ସାମାନ ସେରେଡି କରି ନିଏ ତା ସହିତ କିଛି ଟଙ୍କା ମଧ୍ୟ ତା ବାପା ତାକୁ ଦିଅନ୍ତି ସେ ସବୁକୁ ଧରି ନେହା ସକାଳୁ ସକାଳୁ ବାହାରି ପଡେ କାନ ଇଅର ଫୋନରେ ଧିମା ଧିମା ସ୍ୱରରେ ଗୀତ ସହିତ ବସରେ ସାଙ୍ଗ ମାନଙ୍କର ମସ୍ତିରେ ଯାତ୍ରାଟିକୁ ଉପଭୋଗ କରି ନିଏ ସେ !!ଆଠ ଘଣ୍ଟାର ଯାତ୍ରା ପରେ ଏକ ହବେଲିରେ ସେମାନେ ପହଞ୍ଚନ୍ତି ଯାହା ଏବେ ହୋଟେଲରେ ପରିଣତ ହୋଇଛି ।ସୁନ୍ଦର କାରୁକାର୍ଯ୍ୟ ସହିତ ମନୋରମ ଦୃଶ୍ୟମାନ ଦେଖି ମନ ମୁଗ୍ଧ ହେଇଯାଉଥିଲା ।ରାତି ହେଇଆସୁଥିଲା ରହିବା ପାଇଁ ବ୍ୟବସ୍ଥା ହୋଇ ଥିଲା ନିକଟରେ ଥିବା ଏକ ଗେଷ୍ଟହାଉସରେ ।ସେଦିନ ଆମେ ସବୁ ଖାଇ ପିଇ ପଡିଆରେ ନାଇଟି ଆଉଟ ନିଆଁ ଜାଳି କରୁଥିଲୁ ସୁଶୀତଳ ଜହ୍ନ ଆଲୋକରେ ବହୁତ ସୁନ୍ଦର ଦେଖା ଯାଉଥିଲା ହବେଲିଟି ଦୂରରୁ ମାତ୍ର କିଛି ସମୟ ପରେ ଆଖିରୁ ଝଲସି ଗଲା ଯେତେବେଳେ ହଠାତ ସବୁ ଉଭେଇଯାଏ ହବେଲି ସହିତ ଗଛ ଲତା ମଧ୍ୟ ।

ଦରବାଁନକୁ ପଚାରିବାରୁ ରହସ୍ୟମୟ ହୋଇ ଚାହିଁ ରହେ କିଛି ସମୟ ପରେ କୁହେ କୁହୁଡି ଯୋଗୁ ଉଭେଇ ଯାଉଛି ଦେଖା ଯାଉନି ସକାଳ ହେଉ ଦେଖିବ ତୁମେ ସବୁ କହି ନିଜ ରାସ୍ତାରେ ଚାଲିଯାଏ ।ଆମେ ସମସ୍ତେ ଗୀତ ସହିତ ନାଚର ମଜା ଲୁଟିସାରିବା ପରେ ଥକି ଗେଷ୍ଟହାଉସରେ ନିଜ ନିଜ ରୁମରେ ଶୋଇଯାଉ।ବନ ଜଙ୍ଗଲ ଭରା ବନିନୀରେ ଶୀତଳ ପବନରେ ଆଖି ଲାଗିଯାଏ ମୋର ହଠାତ ରାତିରେ ନିଦ ଭାଙ୍ଗି ଯାଏ ମତେ ଲାଗେ ମୁଁ ସେହି ହବେଲିର ଭିତରେ ଥିବା ରୁମରେ ଶୋଇଛି ବୋଲି ସାମ୍ନାରେ ଓସାରିଆ ସିଡ଼ିଟେ ଯାଇଛି ଛାତ ଉପରକୁ ।ସାମ୍ନା କାନ୍ଥରେ ରାଣୀଙ୍କର ଫୋଟୋ ମରାଯାଇଛି ।ଫୋଟୋଟି ବିରାଟ ବଡ଼ ହଠାତ ଚନ୍ଦ୍ରଙ୍କର କିରଣ ପଡି ରାଣୀ ସେ ଫୋଟୋରୁ ବାହାରି ଆସି ମୋ ସାମ୍ନାରେ ଉଭା ହୋଇଛନ୍ତି। ମୁଁ ଡରି ଆଖି ବନ୍ଦ କରିଦିଏ ଏବଂ ଏକ ଚିତ୍କାର କରେ । ମୋ ଚିତ୍କାର ଶୁଣି ମୋ ସହପାଠୀ ସହିତ ସ୍କୁଲର ଶିକ୍ଷୟତ୍ରୀ ଦଉଡି ଆସନ୍ତି ।ମୁଁ ଦେଖିଲା ବେଳକୁ ମୁଁ ନିଜେ ସେଜ ଉପରେ ଶୋଇଥାଏ ।ସତେରେ କଣ ନିଦ ବଉଳାରେ ମୁଁ ସେ ହବେଲିକୁ ଯାଇଥିଲି ।ନା ମୋର ଏସବୁ ଭ୍ରମ ଥିଲା ।କିଛି ବୁଝିବା ଆଗରୁ ଟିଚର କହିଲେ ରେଡି ହେଇ ଯାଅ ତୁମେ ସବୁ ଯିବା ସେ ହବେଲିକୁ ମତେ ମୋ ଝରକାରରେ କାଲି ରାତିରେ ଲୁଚି ଯାଇଥିବା ହବେଲିର ସ୍ପଷ୍ଟ ଦୁର୍ଶ୍ୱ ଦିଶୁଥିଲା ।କୋଉ ପୁରୁଣା କାଳ ମନେ ହଜାର ବର୍ଷର ହବେଲି ସେ ଆମ ସାଙ୍ଗରେ ଥିବା ଗାଇଡ଼ ଆମକୁ ବୁଝାଉଥିଲେ ଠିକ ମୋ ସ୍ବପ୍ନ ପରି ଥିଲା ।ସବୁ ରାଣୀଙ୍କର ଫୋଟୋଟି କେବଳ ମତେ ଚାହିଁଲା ପରି ଲାଗୁଥିଲା ସତେରେ କଣ ରାଣୀ ମତେ ଚାହିଁଛନ୍ତି ହଜାର ବର୍ଷର ।ଗାଇଡ଼ଟି କହୁଥିଲା ରାଣୀଙ୍କୁ କୁଆଡେ ବିଷ ଦେଇ ମରାଯାଇଥିଲା ।ତାଙ୍କ ସାଉତୁଣୀ ମାନେ ତାଙ୍କ ଉପରେ ଇର୍ଷା କରି ତାଙ୍କୁ ମାରି ଦେଇଥିଲେ ।ସମସ୍ତେ ସେ ଗାଇଡ଼ ପଛରେ ଚାଲିଯାନ୍ତି ହଠାତ ମୋ ପାଦରେ ଭୀଷଣ ଯନ୍ତ୍ରଣା ହୁଏ ମୁଁ ବିରକ୍ତ ହୋଇ ସେଠି ବସିଯାଏ ଆଉ ସେତେବେଳେ ସେ ଫୋଟୋରୁ ରାଣୀ ବାହାରି ଆସିଲା ପରି ଲାଗେ କିଛି ସମୟ ମୋତେ କିଛି ଶୁଭେ ନାହିଁ କି କିଛି ଜଣାବି ପଡେ ନି ଆଖି ଖୋଲି ଦେଖୁଥାଏ।ଫୋଟୋରେ ଥିବା ରାଣୀକୁ ସାମ୍ନାରେ ଆଉ ଡେରି କି ବଡ଼ ପାଟି କରି ନିଏ ।ମୋ ପାଟି ଶୁଣି ମୋ ସାଙ୍ଗ ଦିବ୍ୟା ପଛରେ କୁହେ ନେହା ତୁ କୋଉଠି, କାରଣ ହବେଲି ଏକ କୁହୁକ ଘର ପରି ଥିଲା ସବୁ ରାସ୍ତା ଏକା ପରିକା ଲାଗୁଥିଲା ।ଦିବ୍ୟା ମତେ ଡାକି ଡାକି ମୋ ପାଖରେ ପହଂଚି ଯାଇ କୁହେ କଣ ହେଲା ତୁ କାହିଁକି ଏଠି ଏକା ରହିଯାଇଛୁ ।ସେ କୁହେ ଆଗକୁ ଯା ସମସ୍ତେ ଅଛନ୍ତି ମୁଁ ଆଗକୁ ଆସିଲା ପରେ ସେ ଉଭାଁନ ହେଇଯାଏ ।ଆଉ ଟିକେ ଆଗକୁ ଆସିଲା ବେଳେ ସମସ୍ତେଙ୍କୁ ଦେଖି ଖୁସି ହୁଏ ଦିବ୍ୟାକୁ ଦେଖି ପଛରେ ତୁ ତ ମୋ ସହିତ ଆସିଲୁ ମଝିରେ କୁଆଡେ ଗଲୁ ଦିବ୍ୟା କୁହେ ମୁଁ ତ ପ୍ରଥମରୁ ଏଠି ।ମତେ ବହୁତ ଡର ଲାଗେ ।ହବେଲିରେ ଏକ ମୁକ୍ତାର କଣ୍ଠି ମତେ ମିଳିଯାଏ ।ମୁଁ ଲୋଭ ସମ୍ଭାଳି ନ ପାରି ତାକୁ ସାଙ୍ଗରେ ନେଇ ଆସେ ।ଗୁଣିଆ ନେହା ଠାରୁ ସବୁ ଶୁଣି ପଚାରେ ସେ ମୁକ୍ତା କଣ୍ଠିଟି ରାଣୀର ତୁ ତାକୁ ନେଇ ଆସିଛୁ ବୋଲି ତୋ ସ୍ବପ୍ନରେ ସେ ବାରମ୍ବାର ଆସୁଛି ।ନେହା କୁହେ ମୁଁ ତ ଯେତେବେଳେ ସେଠାକୁ ଯାଇ ନ ଥିଲି ସେ ହବେଲିର ସ୍ବପ୍ନ ଦେଖିଥିଲି ଆଉ ।ଗୁଣିଆ କୁହେ ତୁମେ ବ୍ୟସ୍ତ ହୁଅନ୍ତି ସେ ମୁକ୍ତା କଣ୍ଠିଟିକୁ ବହିଯାଉଥିବା ନଈରେ ଭସାଇ ଦିଅ ।ଆଉ ତୁମକୁ ରାଣୀର ମୁହଁ ସ୍ବପ୍ନରେ ଦିଶିବନି।ନେହାର ବାପ ମାଆ ଗୁଣିଆ କହିବା ଅନୁସାରେ କାମକରନ୍ତି ।ନେହା ଆଜି ମଧ୍ୟ ସେ ରାଣୀର ଫୋଟୋକୁ ସ୍ବପ୍ନରେ ଦେଖୁଛି କେତେ ଲୋକ ତାକୁ କହୁଛନ୍ତି ସେ ହବେଲି ସହିତ ତାର ପୁର୍ବଜନ୍ମର କିଛି ରହସ୍ୟ ଅଛି ଯାହା କେହି ବି ଜାଣିପାରୁନାହାନ୍ତି।



Rate this content
Log in

Similar oriya story from Abstract