Rahmirekha Rout

Tragedy

4  

Rahmirekha Rout

Tragedy

ଝରା ଶେଫାଳିର ହସ

ଝରା ଶେଫାଳିର ହସ

4 mins
339


ମଞ୍ଚ ଉପରୁ ମଖମଲ ର ସ୍କ୍ରିନ୍ ଉଠିଗଲା

ନାଟକ ଆରମ୍ଭ ହେଲା ଶେଷ ଦୃଶ୍ୟ ରୁ..

ଐତିହାସିକ ନାଟକ " ସଲିମ୍ - ଅନାରକଲି" ର ପ୍ରେମ ପ୍ରଣୟ ର କାହାଣୀ.......


ମୋଗଲ ରାଜଦରବାରର, ଜଲାଲଉଦ୍ଦୀନ ମହମ୍ମଦ ଆକବର ଙ୍କ ନିର୍ଦେଶ ରେ ଗୋଟିଏ ପଟେ ସଲିମ୍ କୁ କାରାଗାର ରେ ବନ୍ଦୀ କରାଯାଇଥିବା ବେଳେ ଅନ୍ୟ ପଟେ ତା ପ୍ରାଣ ର ପ୍ରିୟତମା ଅନାରକଲି କୁ ଜୀବନ୍ତ କବର ଦିଆ ଯାଉଛି। ଅନାରକଲି ର ଆକୁଳ ନିବେଦନ ମୋଗଲ ସମ୍ରାଟ ଆକବର ଙ୍କ ପାଖରେ ମୂଲ୍ୟ ହୀନ ହେଇ ପଡ଼ିଛି। ଅନାରକଲି ର ଆଖିର ଲୁହ ସବୁ ନିଗିଡ଼ି ପଡୁଛି। ତା ଆହତ ବୁକୁର ବିଳାପ ପରିବେଶ କୁ କରୁଣାର୍ଦ୍ଦ କରୁଛି।


ଅନାରକଲି ର ଦୁଃଖ ରେ ଭାଙ୍ଗି ପଡ଼ିଛି ଆକାଶ। ସମସ୍ତ ଦର୍ଶକ ଙ୍କ ଆଖିରେ ଲୁହ। ସମସ୍ତେ ନିର୍ବାକ, ନିସ୍ତବ୍ଧ। ହଠାତ୍ ଘନ ଘନ ତାଳି ରେ ପ୍ରେକ୍ଷାଳୟ କମ୍ପିତ ହୋଇଉଠିଲା। ସମସ୍ତ ଙ୍କ ମୁଖରେ ସେଇ ଗୋଟେ କଥା

ବାଃ..କି ସୁନ୍ଦର ଅଭିନୟ ...!!ରିଟାୟାର୍ଡ ଡି. ଏସ୍. ପି ନିହାରରଞ୍ଜନ ପଟ୍ଟନାୟକ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। କିଏ ଏହି ବାଳିକା..??


କି ସୁନ୍ଦର ନିଖୁଣ ଅଭିନୟ!! ଟିକି ଗାଉଁଲି ଝିଅ ଟି ଭିତରେ ଏତେ ପ୍ରିତିଭା।ତାର ଅଭିନୟ ଯାଦୁ ରେ ସେ ସାରା ପରିବେଶ କୁ ପୁରା ଜୀବନ୍ତ କରିଦେଉଥିଲା।

ଆଜି ହୁଏତ ଏଇ ବିଦ୍ୟାଳୟ ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଥିଲେ ହୁଏତ ବିନା ପ୍ରଶିକ୍ଷଣ ରେ ଏମିତି ସୁନ୍ଦର ନିଖୁଣ ଅଭିନୟ ଯେ କିଏ କରିପାରେ ପୁଣି ଏତେ ଛୋଟ ଝିଅଟେ.....ସେ କେବେ ବିଶ୍ୱାସ କାରିପାରିନଥାନ୍ତେ।୭୦ ବର୍ଷ ବୟସ ଭିତରେ ଅନେକ ବିଦ୍ୟାଳୟ କଲେଜ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେଇଛନ୍ତି ହେଲେ ଏମିତି ନିଖୁଣ ଅଭିନୟ ସେ କୋଉଠି ଦେଖିନାହାନ୍ତି।

ଝିଅ ଟି ବିଷୟ ରେ ପାଖରେ ବସିଥିବା ପ୍ରଧାନଶିକ୍ଷକ ଙ୍କୁ ପଚାରିଲେ।

:.ଏ ଝିଅ ସାର୍ ଆମ ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀ ର ଛାତ୍ରୀ । ନାଁ ଶ୍ରେୟା ପ୍ରଧାନ। 


ପ୍ରଧାନଶିକ୍ଷକ ଙ୍କ ଛାତି ଗର୍ବରେ ଫୁଲି ଉଠିଲା ନିଜ ବିଦ୍ୟାଳୟ ର ଜଣେ ଛାତ୍ରୀ ର କୃତିତ୍ୱ ର ପରିଭାଷାରେ।

ଏହାରି ଭିତରେ ପ୍ରଧାନଶିକ୍ଷକ ପରିଚୟ କରାଇ ଦେଇଥିଲେ ଶ୍ରେୟା ର ମା ଙ୍କ ସହ।

ନିହାର ବାବୁ ଭୂରି ଭୂରି ପ୍ରଶଂସା କଲେ ଶ୍ରେୟା ର ପ୍ରତିଭା ବିଷୟରେ।ଝିଅ କୁ ଶାସ୍ତ୍ରୀୟ କଳା ରେ ବିନିଯୋଗ କରି କଳା ଓ ସଂସ୍କୃତି କୁ ଉନ୍ନତି ର ଚରମ ସୀମା ରେ ପହଞ୍ଚାଇ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପରାମର୍ଶ ଦେଲେ। ଇଚ୍ଛା ନ ଥାଇ ମଧ୍ୟ ପ୍ରଧାନଶିକ୍ଷକ, ଶ୍ରେୟା ର ମା ଙ୍କ ଠାରୁ ବିଦାୟ ନେଇ ଘରକୁ ଫେରିଲେ।


କିଛି ସମୟ ପରେ ବିଦ୍ୟାଳୟ ର ବାର୍ଷିକ ଉତ୍ସବର ପରିସମାପ୍ତି ଘଟିଲା। ସମୟ ର ଚୋରାବାଲି ରେ ବାର୍ଷିକ ଉତ୍ସବ ର ମାଦକତା ସମସ୍ତ ଙ୍କ ମାନସ ପଟରୁ ଲିଭି ଲିଭି ଆସିଲା। ନିହାରରଞ୍ଜନ ବାବୁ ମଧ୍ୟ ଶ୍ରେୟା କଥା ମଧ୍ୟ ଭୁଲିଯାଇଥିଲେ। କିଛିଦିନ ପରେ ହଠାତ୍ ନିହାର ରଞ୍ଜନ ବାବୁ ଙ୍କ ର କାହିଁକି କେଜାଣି ପିଲା ଟା ବିଷୟରେ ଜାଣିବା ପାଇଁ ଇଚ୍ଛା ହେଲା। ଦିନେ ହଠାତ୍ ବ୍ୟସ୍ତ ବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି ବିଦ୍ୟାଳୟ ରେ ପହଞ୍ଚି ଯାଇଥିଲେ। ପ୍ରଧାନଶିକ୍ଷକ ଙ୍କୁ ଶ୍ରେୟା ପ୍ରଧାନ ବିଷୟରେ ପଚାରିଲେ।


ଝିଅଟିର ନାଁ ଶୁଣି ପ୍ରଧାନଶିକ୍ଷକ ସଂଶୟ ରେ ପଚାରିଲେ- ତା ପାଖରେ ଆପଣ ଙ୍କ କାମ କଣ?

ନିହାର ରଞ୍ଜନ ବାବୁ କହିଲେ ସତରେ ସେଦିନ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ଯୋଗ ଦେଇ ଝିଅଟିର ଅଭିନୟ ଦେଖି ଆଶ୍ଚର୍ଯ୍ୟଚକିତ ହେଇଯାଇଥିଲି। ଝିଅଟି ପାଖରେ ଅନନ୍ୟ ପ୍ରତିଭା ରହିଛି। ଟିକିଏ ସୁଯୋଗ ପାଇଲେ ସେ ବହୁତ ଆଗକୁ ଯାଇପାରିବ। 


ପ୍ରଧାନଶିକ୍ଷକ ଦୀର୍ଘଶ୍ଵାସ ଛାଡ଼ିଲେ- କହିଲେ ବିଚାରୀ ହତଭାଗିନୀ ଟେ।ବାପା ତ ଛୋଟବେଳୁ ଏକୁଟିଆ ଛାଡି ଚାଲିଗଲେ। ମା ବହୁତ କଷ୍ଟ ରେ ଝିଅ କୁ ପାଠ ପଢ଼ାଉଥିଲେ। ଝିଅ ଟି ସବୁଥିରେ ପ୍ରଥମ ନାଚ,ଖେଳକୁଦ,ପାଠ ସବୁଥିରେ ସମସ୍ତଙ୍କୁ ପଛରେ ପକାଇ ଦେଇଥାଏ। ସ୍କୁଲ୍ ରେ ସମସ୍ତଙ୍କ ପ୍ରିୟ ସେ।ହେଲେ ଭଗବାନ ଏତେ ନିଷ୍ଠୁର ରେ ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି।

:.ଏବେ ତାର କଣ ହେଇଛି କି..????

କଣ ହେବ ଆଉ ସାର୍.. blood cancer। ବହୁତ ଦିନରୁ ସେ ଆକ୍ରାନ୍ତ ଥିଲା।ହେଲେ ଜଣା ପଡୁନଥିଲା। ଏବେ ଜଣା ପଡ଼ିବାରୁ ଆମ ବିଦ୍ୟାଳୟ ର ସମସ୍ତ ଷ୍ଟାଫ୍ ମାନେ ମିଶି କଟକ ବଡ଼ ମେଡ଼ିକାଲ ରେ ଆଡ଼ମିଶନ କରିଛୁ। ଭଗବାନ କେମିତି ଏତେ ନିଷ୍ଠୁର ହେଇଯାଉଛନ୍ତି।ପରିବାର କହିଲେ ଗୋଟିଏ ବୋଲି ଝିଅ।ଆଉ ଏବେ କେମିତି ବିଧବା ମା ତାର ଅର୍ଥ ଯୋଗାଡ଼ କରିବ ଶ୍ରେୟା ର ଚିକିତ୍ସା ପାଇଁ।

କାହିଁକି କେଜାଣି ନିଜ ଅଜାଣତରେ ନିହାର ରଞ୍ଜନ ବାବୁ ଙ୍କ ଆଖିରୁ ଲୁହ ଝରିପଡିଲା।


ଅର୍ଥ ଅଭାବରୁ କଣ ଶ୍ରେୟା ଝରିପଡ଼ିବ??ଅସମୟ ରେ ତାକୁ ଝଡିବାକୁ ଦେବିନାହିଁ। ସ୍ବପ୍ନ ଦେଖିବା ଆଗରୁ କଣ ତାର ସ୍ବପ୍ନ ଭାଙ୍ଗି ଯିବ। ନା ନା ସେମିତି କିଛି ହେବ ନାହିଁ।ଏମିତି କିଛି ଭାବି ଭାବି ସଙ୍ଗେ ସଙ୍ଗେ ବିଦ୍ୟାଳୟ ରୁ ବାହାରି କଟକ ହସ୍ପିଟାଲ୍ କୁ ଧାଇଁଗଲେ ନିହାରରଞ୍ଜନ ପଟ୍ଟନାୟକ।ଶ୍ରେୟା ର ବେଡ୍ ପାଖରେ ଯାହା ଦେଖିଲେ ସେ ସବୁ ଭାଷାରେ ପ୍ରକାଶ କରିହେବ ନାହିଁ।


ଶ୍ରେୟା ର ମା ଶ୍ରେୟା ର ମୁଣ୍ଡ ପାଖରେ ଏକ ପ୍ରସ୍ତର ମୂର୍ତ୍ତି ପରି ବସିରହିଥିଲେ। ଆଖିରୁ ଲୁହ ଗୁଡାକ ଗଣ୍ଡ ଭିଜେଇ ନିଗିଡ଼ି ପଡୁଥିଲା।କିନ୍ତୁ ଶ୍ରେୟା ମୁହଁ ରେ ଥିବା ହସ ପୂର୍ବ ପରି ଫୁଟି ଉଠୁଥିଲା। କ୍ୟାନ୍ସର ପରି ମାରାତ୍ମକ ରୋଗ ର ଯନ୍ତ୍ରଣା ତା ହସକୁ ଟିକେ ବି ଗ୍ରାସ କରିପାରୁନଥିଲା। 

ଆରେ ମା କେମିତି ଅଛୁ....

ହସ ହସ ମୁହଁରେ .. ହଁ ଭଲ,କିନ୍ତୁ ମା କୁ ଦେଖନ୍ତୁ କେମିତି ବସିକି କାନ୍ଦୁଛି। ମୁଁ ଯେତେ କହୁଛି ମା" ମୋର କିଛି ହେବନି ତୁ କନ୍ଦେନି।ହେଲେ ସେ କିଛି ବୁଝୁନି....

ହଠାତ୍ କଣ୍ଠସ୍ୱର ତାର ଧୀରେ ଧୀରେ କ୍ଷୀଣ ହେଇ ଆସିଲା।ନିଷ୍ପାପ ହାତ ଦିଟା ଉପରକୁ ଉଠୁ ଉଠୁ ହଠାତ୍ ଖସିପଡିଲା।ଖଣିକ ଭିତରେ କୁନି ଝିଅଟିର ଖିଲି ଖିଲି ହସ ର ମୁହଁ ଟା କୁଆଡେ ଲିଭିଗଲା। ଚାରିଆଡ଼େ ନିର୍ବାକ, ନିସ୍ପନ୍ଦ। ବହୁତ ଧିକ୍ କାର କଲି ନିଜକୁ, ଭଗବାନ ଙ୍କ ନିଷ୍ଠୁର ନିଷ୍ପତି କୁ.......

ଆଜି ପୁଣି ବର୍ଷେ ପରେ ସେଇ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ରେ ଯୋଗଦେଲା ବେଳେ ନିହାର ରଞ୍ଜନ ପଟ୍ଟନାୟକ ଙ୍କ ର ପୁଣି ଶ୍ରେୟା କଥା ମନେପଡିଗଲା। ଶ୍ରେୟା ଆଜି ନାହିଁ ସତ କିନ୍ତୁ ତାର ସେଇ ହସ ହସ ମୁହଁ ଆଜି ବି ନିହାର ବାବୁ ଙ୍କ ଆଖି ଆଗରେ ନାଚି ଉଠୁଥିଲା। ସେ ଆଜି ବି ସମସ୍ତଙ୍କ ହୃଦୟ ରେ ରହିଛି ଆଉ ରହିଥିବ।



Rate this content
Log in

Similar oriya story from Tragedy