ଜୀବନ ଜୀବିକା ସମୟ ପିଠିରେ
ଜୀବନ ଜୀବିକା ସମୟ ପିଠିରେ
ଜୀବନ ଜୀବିକା ଏହି ଦୁଇ ଶବ୍ଦ ମନୁଷ୍ୟ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ମନୁଷ୍ୟ ତାର ସ୍ଵଳ୍ପ ଜୀବନ କାଳ ମଧ୍ୟରେ ବଞ୍ଚି ରହିବା ପାଇଁ କିଛି ଜୀବିକା ମାନ କରିଥାଏ, ଏହି ଜୀବିକା ଦ୍ୱାରା ସେ ତା ପରିବାର ସଂସାରକୁ ଭରଣ ପୋଷଣ କରେ, ଯେଉଁଥିରେ ସେ ତା ସଂସାରକୁ ଖୁସିରେ ରଖିପାରେ, ଏହି Topicକୁ ଆଧାର କରି ଛୋଟିଆ କାହାଣୀଟେ।
ରବି କାଠୁରିଆ ଜଣେ ନିଚ୍ଚ ଜାତିର କାଠୁରିଆ, ଯିଏ କାଠ କାଟି ତା ଜୀବିକା ନିର୍ବାହ କରେ। ରବିର ଗୋଟେ ଛୋଟିଆ ପରିବାରଟିଏ, ଗୋଟେ ପୁଅ ଓ ତିନୋଟି ଝିଅ, ବଡ ଝିଅର ବୟସ ଆସି 27କୁ ଛୁଇଁଲାଣି ହେଲେ ଗୋଟେ ପ୍ରସ୍ତାବଟିଏ ଆସୁନି, ରବିର ସ୍ତ୍ରୀ କମଳା ଏଥିପାଇଁ ସବୁବେଳେ ଚିନ୍ତିତ। ରାତ୍ରି ଭୋଜନ ସମୟ ପୁରା ପରିବାର ଏକାଠି ଖାଇ ବସିଛନ୍ତି। ରବି ଟିକେ କ୍ଳାନ୍ତରେ ବସିପଡ଼ିଛି। କମଳା ଡାକିଲା -
କମଳା -: ହଇଓ, ଆସ ଖାଇବ ।
ରବି - : ତମେ, ସବୁ ଖାଇଦିଅ ମୁଁ ପରେ ଖାଇବି ।
କମଳା -: କଣ ହେଇଛି କି ଆଜି କିଏ କଣ କହିଲା କି ?
ରବି -: ନାଇଁ |
ସମସ୍ତେ ଖାଇ ସରିବା ପରେ । କମଳା ରବି ପାଖକୁ ଗଲା ।
କମଳା -: କଣ ହେଇଛି ତମର ।
ରବି -: ନାଇ କିଛି ହେଇନି ତୁ ଯାଆ !
କମଳା -: କଣ ହେଉଛି କୁହ ତ।
ରବି -: ଆଜି ମୁଁ କାଠ ଆଣିଲା ବେଳୁ ଗାଁରେ ସବୁ ଆମ ଝିଅ କଥା ବିଚାର ପଡ଼ିଥିଲା,
କମଳା -: କୋଉ କଥା ଯେ?
ରବି -: ଆମ ବଡ ଝିଅ ରେଣୁ କଥା, ଗାଆଁ ଲୋକ କହୁଥିଲେ ବୁଢ଼ୀକୁ ଘରେ ରଖିଛି, ଏମତି ବାଡ଼ୁଅ ଏହି ରହିବ ଆଉ ନହେଲେ କିଛି କରିପାରିବନି ସେ ରବି ।
କମଳା -: ଏଇ କଥାକୁ ତମେ ଆଜି ଶୁଣୁଛ ମୁଁ ତ ଆକୁ ସବୁବେଳେ ଶୁଣିଛି, ଆମେ କଣ କାହା ବିଚାର ପାଇଁ ଯୋଗ୍ୟ ।
ରବି -: ... ( ଗଭୀର ନିଃଶ୍ୱାସ )
କମଳା - : ଶୁଣ ସମୟ ଭାରି ବଳବାନ, ଆମ ସମୟ ବି ନିଶ୍ଚିନ୍ତ ଆସିବ । ତମେ ଏସବୁ କଥାକୁ ନ ଶୁଣି ଆସ ଖାଇଦବ।
ରବି -: ହଉ ଦେଖିବା କେବେ ଆମ ସମୟ ଆସୁଛି।(ରବି ଖାଇଦେଇ ଶୋଇପଡ଼ିଲା )
ପରଦିନ ସକାଳେ..…...
କମଳା - : ଆଜି ହଉଛି ରେଣୁର ଜନ୍ମ ଦିନ ମୁଁ ଯାଇ ତାଙ୍କୁ ଉଠେଇ ଦିଏ ।
ରେଣୁ -: ବୋଉ ବୋଉ ! ଜଲଦି ଆସେ ଲୋ ବୋଉ ! (ରେଣୁ କାନ୍ଦି କାନ୍ଦି)
କମଳା -:..... ( ରେଣୁ ସାଙ୍ଗରେ ଗଲା)
ଯାହା ପାଇଁ ତାଙ୍କ ସଂସାର ଆଜି ପର୍ଯ୍ୟନ୍ତ ଜୀବିତ ଥିଲା ସେ ଆଉ ନାହିଁ। ମାନେ ରବି ଆଉ ଏ ଦୁନିଆରେ ନାହିଁ। ଯେପରି ଏକ ପ୍ରାଣୀର ମେରୁଦଣ୍ଡ ଭାଙ୍ଗିଗଲେ ସେ ଅକାମୀ ହୋଇଯାଏ, ସେହିପରି ରବିର ପରିବାର ଅକାମୀ ହୋଇଗଲା।
କଥାରେ ଅଛି ସମୟ ଭାରି ବଳବାନ। ସମୟର ସ୍ରୋତରେ ଆମେ ହେଉଛୁ ସ୍ରୋତ । ଜୀବନ ଜୀବିକା ସବୁ ହେଉଛି ସମୟ ହାତରେ । ସେଥିପାଇଁ କାହାର ଭରସାରେ ନ ରହି ସବୁବେଳେ ନିଜ ଜୀବିକା ଆଉ ନିଜର କର୍ମ କର ଆଉ ଆଗକୁ ବଢ କେବେ କାହାକୁ ଅପେକ୍ଷା କର ନାହିଁ ।