Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

କନ୍ୟା

କନ୍ୟା

2 mins
5



  ଦିନ ତମାମ ଶୋଇରହିଛି ଶାନ୍ତା.ସପ୍ତାହରେ ଗୋଟାଏ ଦିନ ରବିବାର. କେତେ କାମ ସୁମତିଙ୍କର. ପିଲାଦିନୁ ଶାନ୍ତାକୁ କେତେ କଷ୍ଟରେ ପାଳିଛନ୍ତି ମାଆ. ସ୍ୱାମୀ ରୂପେ ଯାହାକୁ ପାଇଥିଲେ ରୂପ, ଗୁଣ, ଶିକ୍ଷା ଦୀକ୍ଷା ଓ ସୌନ୍ଦର୍ଯ୍ୟର ଦାନ ପାଇ ଭଗବାନଙ୍କ ନିର୍ଦେଶର ବିପରୀତ ଧର୍ମୀ ହୋଇ ତାଙ୍କୁ ଏକା କରି ଚାଲିଗଲା ବେଳେ ଭାବିଲେ ନାହିଁ ତାଙ୍କ ପେଟରେ ବଢୁଥିବା ଛୁଆଟାର ଭବିଷ୍ୟତ କଣ ହେବ!ଅନେକ ଖୋଜା ଖୋଜି ପରେ ସ୍ବାମୀ ଅନ୍ୟ ସ୍ତ୍ରୀକୁ ନେଇ ଘର କରୁଛନ୍ତି ଶୁଣି ତାଙ୍କ ପ୍ରତି ଥିବା ଭକ୍ତି, ଅନୁରାଗ ସବୁକିଛି ଘୃଣାରେ ପରିଣତ ହୋଇସାରିଥିଲେ ବି ଜନ୍ମିତ ସନ୍ତାନ ଝିଅ ଶାନ୍ତାକୁ କେବେ ଅଣହେଳା ହେବାକୁ ଦେଇନାହାଁନ୍ତି ସୁମତି. ପିଲାଟି ଦିନୁ ଶାନ୍ତାକୁ ଐଶ୍ଵରିକ ଭାବନାରେ ଉଦବୁଦ୍ଧ କରିବା ପାଇଁ ନେଇଯାଆନ୍ତି ସ୍ଥାନୀୟ ହନୁମାନ ମନ୍ଦିରକୁ କେବେ ତ କେବେ ଜଗନ୍ନାଥ ମନ୍ଦିରରେ ହେଉଥିବା ସଂକୀର୍ତ୍ତନ ସ୍ଥାନକୁ. ପିଲାଦିନୁ ଖୁଜୁବୁଜିଆ ଓ ଚଳଚଞ୍ଚଳ ପ୍ରକୃତିର ଝିଅ ଶାନ୍ତାକୁ ଶାନ୍ତ କରିବା ପାଇଁ ମୋବାଇଲରେ କାର୍ଟୁନ ଦେଖେଇ ବୁଝେଇ ରଖନ୍ତି ମାଆ ସୁମତି. ସେହି ପିଲାଦିନରୁ ଚଳଚଞ୍ଚଳ ଝିଅ ଶାନ୍ତା ଆଜି ରବିବାରରେ ମୋବାଇଲ ଛାଡ଼ି, ଟିଭି ଦେଖା ଛାଡ଼ି ଶୋଇରହିଛି ମୁହଁମାଡି, କଥାଟା କେମିତି କେମିତି ଲାଗୁଛି ମାଆ ସୁମତିଙ୍କୁ.

  ମାଆ ଜାଣନ୍ତି ଝିଅ ଶାନ୍ତା ବଡ଼ ହେବା ପରେ ତାଙ୍କ ସାନିଧ୍ୟ ଚାହେଁ.ଆଜିର କନ୍ୟା କାଲିକୁ କାଲି ମାଆ ହେବ. ତାର ମନ ବୁଝିବା ମାଆର ପ୍ରଥମ କର୍ତ୍ତବ୍ୟ.ନିଜର ଗୋଟେ ପାଦ ଘରେ ହେଲେ ଗୋଟେ ପାଦ କର୍ମକ୍ଷେତ୍ରରେ ରଖିବାକୁ ହୁଏ ସୁମତିଙ୍କୁ, ନଚେତ ବାପା ମାଆ ଦୁହିଁଙ୍କ କର୍ତ୍ତବ୍ୟ ନିଭେଇ ପାରିଥାନ୍ତେ କେମିତି ସେ? ବାପା ପରି ଛାତ ଓ ମାଆ ପରି ଛାତି ହେବାକୁ ଯାଇ କମ ପରିଶ୍ରମ କରି ଝିଅକୁ ବଡ଼ କରିନାହାଁନ୍ତି ସେ. ସେଥିପାଇଁ ଆଜିଯାଏଁ ତାଙ୍କ ଜନ୍ମିତ ମାଆ ତାଙ୍କୁ ସାହାରା ନହୋଇଥିଲେ ଶାନ୍ତାଙ୍କୁ କେମିତି ବଡ଼ କରିପାରିଥାନ୍ତେ ବିନା ମାଆଙ୍କ ସାହାଯ୍ୟ ସହଯୋଗରେ!ଆଜି ସେହି ମାଆ ରୁଗ୍ଣ. ସେଥିରେ ଶାନ୍ତା ଏମିତି ମନମାରି ଦିନ ତମାମ ଶୋଇରହିଛି ଭାବି ମାଆ ସୁମତି ସବୁକାମ ଛାଡ଼ି ଝିଅ ପାଖକୁ ଗଲେ କହିଲେ ଉଠ ମାଆ. ଆଜି ହୋଟେଲରେ ଖାଇବା. ମା ମୁହଁକୁ ଚାହିଁ ଉଠିଲା ଝିଅ. ସେମିତି ଗୁମସୁମ ଭାବ. ତଥାପି ହୋଟେଲରେ ଯାଇ ଖାଇବା ଶୁଣି ଟିକେ ଚଳ ଚଞ୍ଚଳ ହେଲା. ମାଆ ଝିଅ ଦୁହେଁ ଡ୍ରାଇଭରଙ୍କୁ ଗାଡି କାଢିବାକୁ କହି ପ୍ରସ୍ତୁତ ହୋଇ ହୋଟେଲ ଚାଲିଲେ. ସେଠାରେ ଖାଇପିଇ ଫେରିବା ବେଳେ ଶାନ୍ତା ପଚାରୁଥିଲା ଆଈଙ୍କ ପାଇଁ କଣ ନେବା ମାଆ? ହସିଦେଇ ସୁମତି ନିଜ ମାଆଙ୍କ ପାଇଁ ପ୍ୟାକେଟ ନେଇ କାଉଣ୍ଟରରୁ ବାହାରି ଆସି ଗାଡିରେ ବସିଲା ପରେ ଶାନ୍ତା ବଢ଼େଇ ଦେଇଥିଲା ଗାଡିରେ ଥିବା ପାଣିବୋତଲ ମାଆଙ୍କ ଆଡକୁ.ପ୍ରକୃତରେ ମାଆଙ୍କୁ ପାଣି ଦରକାର ଥିଲା ବୋଲି ଶାନ୍ତା କେମିତି ଜାଣିଲା? ମାଆ ମନ ଝିଅ ପାଇଁ ଗୁଡେଇ ତୁଡେଇ ହେଉଥିଲା. ସକାଳୁ ଦିନ ତମାମ ଶୋଇ ରହିଥିବା ଝିଅକୁ ସେ ନିଶ୍ଚୟ ଭୁଲ ବୁଝିଥିଲେ. ହୁଏତ ଝିଅ ପ୍ରେମ ଚକ୍କରରେ ପଡିଲାଣି ବା ଅନ୍ୟକିଛି ତା ମୁଣ୍ଡରେ ଚାଲୁଛି ଭାବି ଭୁଲ କରୁଥିଲେ. ଏବେ ଶାନ୍ତାର ଆଈ ଓ ମାଆଙ୍କ ପ୍ରତି ସହୃଦୟତା ହୃଦୟଙ୍ଗମ ସହ ଅନୁମାନ ସତ୍ୟ ଉପଲବ୍ଧି କରି ସୁମତି ଶାନ୍ତ ଭାବରେ ଘରକୁ ଫେରୁଥିଲେ ।


Rate this content
Log in

Similar oriya story from Abstract