Bishnupriya Panda

Children Stories

3  

Bishnupriya Panda

Children Stories

କଥା ସମ୍ରାଟଙ୍କ ପାଇଁ ଗଳ୍ପ ଭେଟି

କଥା ସମ୍ରାଟଙ୍କ ପାଇଁ ଗଳ୍ପ ଭେଟି

2 mins
17



ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ବ୍ୟାସ କବିଓ ସଂକ୍ରାନ୍ତି ପୁରୁଷ ଙ୍କର ଜନ୍ମ 1843ମସିହା ଜାନୁଆରୀ 13ତାରିଖ ମକର ସଂକ୍ରାନ୍ତି ଦିନ ହୋଇଥିଲା l ମୃତ୍ୟୁ ମଧ୍ୟ 1918ମସିହା ଜୁନ 14ତାରିଖ ରଜ ସଂକ୍ରାନ୍ତି ରେ ହୋଇଥିଲା l ପିତା ଲକ୍ଷ୍ମଣ ସେନାପତି ମାତା ତୁଳସୀ ଦେବୀ ଜନ୍ମ ସ୍ଥାନ କଳା ସଂସ୍କୁତି ର ପୀଠ ବାଲେଶ୍ଵର ଠାରେ ହୋଇଥିଲା l ପିଲାଦିନୁ ବାପମାଆ ଛେଉଣ୍ଡ ହୋଇ ସେ ଜେଜେମା ଦ୍ୱାରା ପାଳିତ ହୋଇଥିଲେ l ମାତ୍ର ତେର ବର୍ଷ ବୟସ ରେ ବିବା କରିଥିଲେ ଲୀଳାବତୀ ଦେବୀଙ୍କୁ l

ସେ ମଧ୍ୟ ତାଙ୍କୁ ଛାଡି ଇହ ଧାମ ତ୍ୟାଗ କରିଥିଲେ l ଛ ବର୍ଷର ପୁଅ ମଧ୍ୟ ଛାଡି ଚାଲି ଯାଇଥିଲା l ସେ ପୁନଃ ବିବାହ କରିଥିଲେ l ସେ ମଧ୍ୟ ସ୍ୱର୍ଗ ଗାମୀ ହୋଇ ଥିଲେ l ବହୁ ଘାତ ପ୍ରତିଘାତ ସହି ମଧ୍ୟ ସେ ଶିକ୍ଷକତା କରୁଥିଲେ l ଓଡ଼ିଆ ମାନଙ୍କର ସେତେବେଳର ନିଖୁଣ ଚରିତ୍ର ଚିତ୍ରଣ ରେ ସେ ମାହିର ଥିଲେ l ଓଡ଼ିଆଭାଷାର ଉନ୍ନତି ତାଙ୍କର ପ୍ରଥମ ଲକ୍ଷ ଥିଲା l ପ୍ରଥମେପ୍ରଥମ ଆତ୍ମ ଜୀବନୀ ଲେଖି ଥିଲେ l ଛ ମାଣ ଆଠଗୁଣ୍ଠ ତାଙ୍କର ଶ୍ରେଷ୍ଠ ଉପନ୍ୟାସ ସେଭଳି ଲେଖା ଆଜି ପର୍ଯ୍ୟନ୍ତ କେହି ଲେଖି ନାହାନ୍ତି l ରେବତୀ, ମାମୁଁ, ରାଣ୍ଡି ପୁଅ ଅନନ୍ତା, ପେଟେଣ୍ଟ ମେଡ଼ିସିନ ଏପରି ଅନେକ ଲେଖାରେ ସେ ଯେଉଁ ସବୁ ଚରିତ୍ର ର ପରିସ୍ପୁଟ କରିଛନ୍ତି ସେତେବେଳର ଗ୍ରାମ ଚଳଣି ଏବେବି ପାଠ କଲେ ଲୋକଙ୍କ ଛାତି ଥରି ଉଠିବ l ନିଖୁଣ ଚରିତ୍ର ର ଅଭିନୟ ଆତ୍ମସ୍ପର୍ଶୀ ପ୍ରାଣସ୍ପର୍ଶୀ କାଳଜୟୀ ମଧ୍ୟ୍ୟ l ବାଲେଶ୍ଵରରେ ବିଦ୍ୟାଳୟ ବିଶ୍ଵବିଦ୍ୟାଳୟ ମଧ୍ୟ ତାଙ୍କରି ନାମରେ ନାମିତ ହୋଇଛି l ଓଡ଼ିଆ, ଇଂରାଜୀ, ବଙ୍ଗଳା, ସଂସ୍କୁତ ଭାଷାରେ ମଧ୍ୟ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା l ତାଙ୍କ ଜ୍ଞାନରେ ଆକୃଷ୍ଟ ହୋଇ ବିମ୍ସ ସାହେବ ତାଙ୍କ ଠାରୁ ଓଡ଼ିଆ ଶିକ୍ଷା କରି ଥିଲେ l ଖୁସି ହୋଇ ତାଙ୍କୁ ଦେୱାନପଦ ଦେଇଥିଲେ l ମାସକୁ ଏକ ହଜାର ଟଙ୍କା ଦରମା ମଧ୍ୟ ଦେଉଥିଲେ l ସେ ଥିଲେ ଓଡ଼ିଆ ଜାତିର ଗର୍ବ ଓ ଗୌରବ l ସେ ଏବେ ବି ଅମର l ଓଡ଼ିଆ ଭାଷା ର ପ୍ରସାର ପ୍ରଚାର ପାଇଁ ତାଙ୍କର ଲେଖା ଚିର ଆଦୃତ ହୋଇ ରହିବ l ସଂକ୍ରାନ୍ତି ରେ ଜନ୍ମl ଓ ମୃତ୍ୟୁ, ସେ ନିଜକୁ ନୀଳକଣ୍ଠ ସାଜି ବିଷ ପାନ କରି ଓଡିଶା ବାସି ଙ୍କୁ ଅମୃତ ଦାନ କରି ଚିର ଅମରତ୍ୱ ପ୍ରାପ୍ତ କରିଛନ୍ତି l ସେ ଓଡ଼ିଆ ଜାତିର ବ୍ୟାସ କବି ସଂକ୍ରାନ୍ତି ପୁରୁଷ ଓ ମାର୍ଗ ଦର୍ଶକ କହିଲେ ଅତ୍ୟୁକ୍ତି ହେବ ନାହିଁ l ତାଙ୍କ ପଦରେ ଶତ କୋଟି ପ୍ରଣାମ ।


Rate this content
Log in