Maitreyee Kamila

Tragedy

3  

Maitreyee Kamila

Tragedy

ଲୁହରେ ନ ଭିଜୁ ଗପ ସବୁ

ଲୁହରେ ନ ଭିଜୁ ଗପ ସବୁ

2 mins
267



ହ୍ୟାଲୋ ହ୍ୟାଲୋ କିଏ କହୁଛ । ମୁଁ ଅପର୍ଣ୍ଣା କହୁଛି । ମୁ କିଏ କହୁଛି?? ତୁମେ ଶ୍ରେୟା କହୁଛ । ଆଚ୍ଛା ତାହେଲେ ମୋ ନାଁ ଟା ମୋବାଇଲରୁ ଲିଭିନି । ନା ଦୁଇ ବର୍ଷ ହେଲାଣି ଗୋଟେ କଲ ନାହିଁ, କିଛି ଖବର ନାହିଁ, ଭାବିଲି କଣ ଜଣା ନମ୍ବର ଥିବ କି ନାହିଁ । 

ଆଉ କଣ ଖବର କୁହ ଅପର୍ଣ୍ଣା । ଖବର ବୋଧହୁଏ ସବୁଆଡେ ଏକା ଶ୍ରେୟା, ମୁହୂର୍ତ୍ତ ସବୁ ଲୁହରେ ଟଳମଳ । ହଁ ଠିକ କହିଲ ସମୟ, ପରିବେଶ, ପରିସ୍ଥିତି ସବୁଆଡେ ଏକାପରି । ୟାକୁ ଛାଡି କାହା ପାଖରେ କିଛି ନାହିଁ କହିବାକୁ । କେବେ ସବୁ ସରିବ କେଜାଣି । 

ଶ୍ରେୟା ଆଉ ଅପର୍ଣ୍ଣାର ଫୋନରେ କଥାବାର୍ତ୍ତା । ଗୋଟିଏ ସହରରେ ପାଖ ପାଖି ଦୁଇ କିଲୋମିଟର ଦୂରରେ ରୁହନ୍ତି । ଶ୍ରେୟା ନୂଆ ଘରକୁ ଯିବା ପରେ ପ୍ରାୟ କଥା ହୋଇନାହିଁ । ଆଜି କେମିତି ମୋ କଥା ମନେ ପଡିଗଲା ଶ୍ରେୟା । "

ମୋ ଘରେ ତିନି ଜଣ ପଜିଟିଭ । ଶାଶୁ, ଶ୍ୱଶୁର, ଦିଅର । ଆମେ କ୍ୱାରେଣ୍ଟିନରେ ଅଛୁ । କେଜାଣି ଆମେ ପୁଣି କେତେବେଳେ .......

 ଶ୍ରେୟାର ଆଖି ଭାରି ଆସିଲାଣି । କଣ୍ଠ ରୁଦ୍ଧ ହୋଇ ଆସିଲାଣି । ଜମା ବ୍ୟସ୍ତ ହୁଅନି । ସେମାନେ ସବୁ ଭଲ ହୋଇଯିବେ । ନିଜର ଯତ୍ନ ନିଅ । ଏତିକି କହି ମୋବାଇଲ ରଖି ଖବରକାଗଜ଼ ଓଲଟାଉ ଥିଲେ ଅପର୍ଣ୍ଣା । ପୃଷ୍ଠା ପରେ ପୃଷ୍ଠା ଭରି ଯାଉଥିଲା କେବଳ ଖବର ଆଉ ଖବର । ନିରବୀ ଯାଉଥିଲା ଆଖି ସବୁ ଶୁଣି ଶୁଣି । 

 ହଠାତ ଗୋଟେ ଜାଗାରେ ଅଟକି ଗଲେ ସେ । ଏକ ଭିନ୍ନ ପ୍ରକାର ବିଜ୍ଞାପନଟିଏ । ସାମ୍ପ୍ରଦାୟିକ ପରିସ୍ଥିତି ଘଟଣାବଳୀ ସବୁ ଭାରି କରୁଣ । ହେଲେ ଗୋଟେ ଅନୁରୋଧ "ଆମ ସାହିତ୍ୟିକ ବଂଧୁମାନଙ୍କୁ, ଆସନ୍ତା ପୂଜା ସଂଖ୍ୟାର ଗପ ଗୁଡିକ ଲୁହରେ ନଭିଜୁ" । ଆମ ଆଖପାଖରେ ବିଭିନ୍ନ ଘଟଣା ଦୁର୍ଘଟଣା ଘଟିଯାଉଛି । ଗପରେ ତାର ପ୍ରଭାବ ନ ପଡୁ । ସେଇ ଜାଗାରେ ଆଖିଟା ଲୁହରେ ଭରିଗଲା । ଧନ୍ୟବାଦ ଦେଉଥିଲେ ବିଜ୍ଞାପନଟିକୁ । ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ଝରିଯାଉଛି । ଆଖିରୁ ନଝରି ହୃଦୟରୁ ଝରୁଛି । ହେଲେ କଲମରୁ ନ ଝରୁ, ଶବ୍ଦ ସବୁ ନଭିଜୁ । ନହେଲେ ତେଲିଆ ମୁଣ୍ଡରେ ତେଲ ଭଳି ହୋଇଯିବ ଯେ । 



 




Rate this content
Log in

Similar oriya story from Tragedy