Avaya Prusty

Others

3  

Avaya Prusty

Others

ମା

ମା

3 mins
616



ଦୁନିଆର ସବୁ ଲୋକ ଆମକୁ ଏଇ ଦୁନିଆକୁ ଆସିଲା ପରେ ଜାଣିଥାନ୍ତି, ହେଲେ ମା ହିଁ କେବଳ ଏମିତି ଏକ ମଣିଷ ଯିଏ ଆମକୁ ଏଇ ଦୁନିଆକୁ ଆସିବାର ଦଶ ମାସ ଦଶ ଦିନ ଆଗରୁ ଜାଣିଥାଏ ।


ସବୁ ସମ୍ପର୍କରେ ନିଶ୍ଚୟ କିଛି ସ୍ୱାର୍ଥ ଲୁଚି ରହିଥାଏ, ହେଲେ ମା ଆଉ ଆମ ଭିତରେ ଥିବା ସମ୍ପର୍କରେ ଟିକେ ବି ସ୍ୱାର୍ଥ ନଥାଏ,ତା ଦେହରେ ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ ସେ ଆମକୁ ସେମିତି ଭଲ ପାଉଥାଏ ।


ବହୁତ୍ ଥର ଦେଖିଛି ମା ନିଜ ଖୁସିକୁ ବଳିଦାନ ଦେଇ ଦିଏ ଆମ ଖୁସି ପାଇଁ,ନିଜେ ପଛେ ଉପାସ ଶୋଇପଡ଼େ ହେଲେ ଆମକୁ କେବେ ହେଲେ ସେ ଉପାସରେ ରହିବାକୁ ଦିଏନି ।


ଯଦି ଆଉ କେହି ଜଣେ ଆମ ଆଖିରେ ସ୍ଵପ୍ନ ଦେଖୁଥାଏ ସେ ଆମ ମା । ମା ର ମନ ଗଙ୍ଗା ଠୁ ବି ପବିତ୍ର,

ତା ପଣତ କାନିରେ ଥରେ ଘୋଡେଇ ଦେଲେ ସାରା ଦୁନିଆଟା ଆମକୁ ଛୋଟ ଭଳି ଲାଗେ ।


ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯଦି କେହି ଜଣେ ଆମ ଖୁସି ଚାହୁଁଥାଏ ତାହେଲେ ସେ ଆମ ମା, କେବେ ବି ଆମ ଆଖିରେ ସେ ଲୁହ ଦେଖି ପାରେନା । ଯିଏ ପର ଆପଣା ବୋଲି କଣ ଜାଣି ନାହିଁ ସେ ହିଁ ଆମ ମା ସମସ୍ତଙ୍କୁ ଯିଏ ନିଜର ବୋଲି ଭାବେ ସେ ହିଁ ଆମ ମା ।


ମିଛ ଦୁନିଆରେ ଯଦି ସତ ବୋଲି କିଛି ଥାଏ ସେ ହେଉଛି ନାରୀ ରୂପୀ ନାରାୟଣୀ ଆମ ମା ।

ଏମିତି କେହି ମଣିଷ ଟେ ନାହିଁ ଯିଏ ମା ର ଋଣ ସୁଝି ପାରିବ । ଦଶ ମାସ ଦଶ ଦିନ ଗରଭରେ ଧରି ଜନ୍ମ ଦିଏ ସେ ଆମକୁ କେବେ ହେଲେ ମୁହଁ ଖୋଲି କିଛି ବି ମାଗେନି, ସାରା ଜୀବନ ତା ଜୀବନ ଠୁ ଅଧିକ ଆମକୁ ସେ ଭଲ ପାଏ ।


ବିଦେଶ ରୁ ପୁଅ ଫେରିଲେ ସେ କେବେ ହେଲେ ପଚାରେ ନାହିଁ ମୋ ପାଇଁ କଣ ଆଣିଛୁ? ଆଗ ପଚାରେ କିଛି ଖାଇଚୁ କି ନାହିଁ, ସେ ଆମ ମା । ମା ଏମିତି ଏକ ଶବ୍ଦ ତାକୁ ଯେଉଁଠି ବି ରଖିଲେ ସେ ସବୁବେଳେ ସୁନ୍ଦର ଲାଗେ,

ଦୁନିଆରେ ସବୁଠୁ ସୁନ୍ଦର ଆଉ ମଧୁର ନାଁ ଟିଏ ଯଦି ଥାଏ ତାହେଲେ ସେ ହେଉଛି ମା । ମା ତ ସିଏ ଯିଏ ଆମ ମନ ଭିତରେ ଥିବା ଦୁଃଖ ଓ କଷ୍ଟକୁ ଟିକେ କଥା ହେଲେ ଜାଣି ପକାଏ ସେ ଆମ ମା ।


ଆମ ଖାଲି ଥିବା ପେଟ କୁ କେବଳ ମା ହିଁ ଜାଣି ପାରେ

ମା କାଲି ବି ପୂଜା ପାଉଥିଲା ଆଜି ବି ପୂଜା ପାଉଛି,ଏ ଦୁନିଆରେ ଯେତେଦିନ ମଣିଷ ଥିବ ସେତେଦିନ ପର୍ଯ୍ୟନ୍ତ ମା ପୂଜା ପାଉଥିବ । ଆମେ ତାରି ଆଖିରେ ଏଇ ଦୁନିଆକୁ ଦେଖନ୍ତି ଆଉ ତାରି ଆଙ୍ଗୁଳି ଧରି ବାଟ ଚାଲି ଶିଖନ୍ତି ।

ହଜି ଯାଇଥିଲେ ଯିଏ ଖୋଜି ଦିଏ ସେ ଆମ ମା ।


ଯାହା କୋଳରେ ସରଗ ଠୁ ବି ଅଧିକ ସୁଖ ଥାଏ,

ଯାହାର ପଣତ କାନି ବଡ଼ ଦେଉଳର ନେତ ପରି ଆମକୁ ଲାଗେ ସେ ଆମ ମା । ଯାହା ଆଶୀର୍ବାଦ ରେ କଣ୍ଟା ବି ଫୁଲ ହେଇଯାଏ, ଯାହା ମମତା ଆଗରେ ସ୍ବଂୟ ଭଗବାନ ବି ପାଗଳ, ଆକାଶ ବି ଯାହା ପାଖରେ ମୁଣ୍ଡ ନୁଆଁଇ ଦିଏ ସେ ଆମ ମା ।


ହେଲେ ଆଜି ମା ମାନେ ଆଉ ଘରେ ଦେଖିବାକୁ ମିଳୁ ନାହାନ୍ତି ବୃଦ୍ଧାଶ୍ରମ ରେ ଦେଖିବାକୁ ମିଳୁଛନ୍ତି ।

ଦୁଇ କି ତିନି ଟା ସନ୍ତାନ ଜନ୍ମ ଦେଇ ବି ଆଜି ମା ମାନେ ଖୁସିରେ ନାହାନ୍ତି । ଯେଉଁ ମା ଦିନେ ଆମ ଖୁସି ପାଇଁ ତା ଖୁସିକୁ ବଳିଦାନ ଦେଇଥିଲା ଆଜି ଆମେ ଆମ ଖୁସି ପାଇଁ ସେଇ ମା କୁ ଭୁଲି ଯାଉଛନ୍ତି ।


ଗୋଟେ କଥା ଆମେ ଭୁଲି ଯାଉଛନ୍ତି ଯଦି ଘରେ ଆମ ମା ଖୁସିରେ ରହିବ ତାହେଲେ ମନ୍ଦିର ରେ ଥିବା ଠାକୁରାଣୀ ଆପେ ଆପେ ଖୁସି ହେଇଯିବେ । ମା ଙ୍କ ଆଶୀର୍ବାଦ ବିନା ଆମେ କିଛି ବି କରି ପାରିବା ନାହିଁ, ତେଣୁ ସବୁବେଳେ ନିଜ ମା ଙ୍କୁ ଭଲ ପାଆନ୍ତୁ କେବେ ହେଲେ ତାଙ୍କ ଆଖିରେ ଲୁହ ଆସିବାକୁ ଦିଅନ୍ତୁ ନାହିଁ । କାହିକିଁ ନା ମା ଏମିତି ଏକ ମଣିଷ ତା ଆଖିରେ ଲୁହ ଦେଇ ଆମେ କେବେ ବି ଖୁସିରେ ରହି ପାରିବା ନାହିଁ । ଗୋଟେ ମା ଆଖିର ଲୁହ ସାରା ଦୁନିଆକୁ ଭସ୍ମ କରିଦେବ ।


ମା ଙ୍କ ପାଇଁ ଆଉ କଣ ଲେଖିବି ସେଇ ମା ଙ୍କ ପାଇଁ ଆଜି ମୁଁ ଏତେ ସବୁ କିଛି ଲେଖି ପାରିଲି ।

ସେଇ ମା ହିଁ ଆମ ପ୍ରଥମ ଗୁରୁ ଆଜି ଯଦି ଆମେ କିଛି ଲେଖି ପାରୁଛନ୍ତି କିମ୍ବା କିଛି ପଢିପାରୁଛନ୍ତି ତାହେଲେ ସେଇ ମା ଙ୍କ ପାଇଁ ।ସବୁବେଳେ ନିଜ ମା କୁ ଭଲ ପାଆନ୍ତୁ ।






Rate this content
Log in