Mamatamanjari Das

Others

3  

Mamatamanjari Das

Others

ମାଆର ଉପହାର ବାକ୍ସ

ମାଆର ଉପହାର ବାକ୍ସ

3 mins
214


ମହର୍ଷି ସାଣ୍ଡିଲ୍ୟ ଙ୍କ ଆଶ୍ରମରେ ପୂଜା ବିଧି ଓ ଯଜ୍ଞ ଅନୁଷ୍ଠାନ ଚାଲିଥାଏ । ଠିକ୍ ସେଇ ସମୟରେ ମହର୍ଷି ସାଣ୍ଡିଲ୍ୟ ଗୋପରାଜ ନନ୍ଦରାୟଙ୍କୁ କହିଲେ ହେ ରାଜନ୍ ଆମର ଯଜ୍ଞ ଅନୁଷ୍ଠାନ ର ପୂର୍ଣ୍ଣାହୁତି ସମୟରେ ମହର୍ଷି ଗର୍ଗ ଏଠାକୁ ଆସି ପୂର୍ଣ୍ଣାହୁତି ର ସମାପନ କରିବେ। ତେଣୁ ମୁଁ ଚାହୁଁଛି ତାଙ୍କରି ଦ୍ଵାରା ଦେବୀ ରୋହିଣୀ ଙ୍କ ପୁତ୍ରର ନାମକରଣ କରାଯାଉ । କାରଣ ସେ ହେଉଛନ୍ତି ଯାଦବ ବଂଶର କୂଳଗୁରୁ । ଏହା ଅତି ଉତ୍ତମ ହେବ ଏବଂ ମୋର ମନ ରେ ଆଉ ଗୋଟିଏ ନୂଆ ସଂକଳ୍ପ ର ଜନ୍ମ ହେଇଛି । ଏହି ସମୟରେ ପୃଥିବୀ ରେ ମହର୍ଷି ଗର୍ଗ ଙ୍କ ଠାରୁ କେହି ବଡ଼ ୠଷି ନାହାନ୍ତି କାରଣ ସେ ସ୍ଵୟଂ ଭଗବାନ ଶଙ୍କର ଙ୍କ ଶିଷ୍ୟ ... ବ୍ରହ୍ମ ବେଦରେ ସର୍ବଶ୍ରେଷ୍ଠ । ଭୂତ ଭବିଷ୍ୟ ର ଜ୍ଞାନର ଭଣ୍ଡାର ଅତଃ, ହେ ରାଜନ ଆପଣ ଆପଣଙ୍କ ପୁତ୍ରର ସଂସ୍କାର ମଧ୍ୟ ତାଙ୍କରି ହାତରେ କରାଇଲେ ସୁଫଳ ମିଳିବ । 


ନାନ୍ଦରାୟ ଭବନ କୁ ଫେରିଛନ୍ତି ଏବଂ ଏଇ ସୁଖଦ ସମାଚାର ରାଣୀ ଯଶୋଦା ଓ ଦେବୀ ରୋହିଣୀ ଙ୍କୁ ଜଣାଇଲେ । ଏହା ଶୁଣିବା ପରେ ଦେବୀ ରୋହିଣୀ କହିଲେ , ନନ୍ଦରାୟ ଜି ତେବେ ଉତ୍ସବ ଦୁଇଗୁଣ ହେବା ଦରକାର । କିନ୍ତୁ ଦେବୀ ରୋହିଣୀ ଙ୍କ ବାକ୍ୟକୁ ଖଣ୍ଡନ କରି ରାଜା ନନ୍ଦ କହିଲେ ନାଁ ଦେବୀ, ଏହା ସମ୍ଭବ ନୁହେଁ କାରଣ ଗୁରୁ ମହର୍ଷି ଗର୍ଗ ଯାଦବ କୂଳର କୂଳଗୁରୁ ।ସେ ଯଦି ସଂସ୍କାର ଲୋକଲୋଚନ ରେ କରିବେ ତେବେ କଂସ ର ଶଙ୍କା ବଢିଯିବ ଏବଂ ସେ ପୁଣି ବିଦ୍ରୋହ କରିବ ଓ ଶିଶୁ ମାନଙ୍କର ଅନିଷ୍ଟ କରିବାକୁ ପଛଘୁଂଚା ଦେବ ନାହିଁ । ତେଣୁ ମହର୍ଷି ଶlଣ୍ଡିଲ୍ୟ କହିଲେ ଏହା ଅତି ଗୋପନୀୟ ହେବ ଯାହା ଆଶ୍ରମ ର ଗୌଶାଳା ରେ । ଏପରି ଶୁଣି ଯୋଶୋଦା ଓ ଦେବୀ ରୋହିଣୀ କହିଲେ ହେ ପ୍ରଭୁ ତୁମେ ରକ୍ଷା କର ।


ନାମକରଣ ସଂସ୍କାର ବିଧି ପାଇଁ ରାଜା ବସୁଦେବ ଓ ଦେବୀ ଦେବକୀ ବି ଯାଇଛନ୍ତି ମହାମୁନି ଗର୍ଗ ଙ୍କ ଆଶ୍ରମ କୁ । ମହାମୁନି ସଂପୂର୍ଣ୍ଣ ବ୍ୟବସ୍ଥା ବିଷୟରେ ଚର୍ଚ୍ଚା କରୁଛନ୍ତି ଏବଂ ସେ ସ୍ଵୟଂ ନିଜେ ଏହି ନାମକରଣ ସଂସ୍କାର କରିବା ପାଇଁ ଗୋପପୁର ଯିବେ ବୋଲି କହିଛନ୍ତି । ତଥା ସେ ରାଜନ ବସୁଦେବ ଙ୍କୁ କହୁଛନ୍ତି ଯେ ଆପଣଙ୍କ ଇଚ୍ଛା ଅନୁସାରେ ମୁଁ ଆପଣଙ୍କ ବାଳକ ର ନାମକରଣ ସଂସ୍କାର କରି ଆସିବି । ଏହା ଶୁଣି ଅତି ପ୍ରସନ୍ନ ଚିତ୍ତରେ ବସୁଦେବ କହିଲେ ଗୁରୁଦେବ ଏହା ଆପଣଙ୍କ ପରମ ଅନୁକମ୍ପା ହେବ । 


ଦେବକୀ କହିଲେ " ଗୁରୁଦେବ ଆପଣ ମୋ ପୁତ୍ରକୁ ଦୀର୍ଘାୟୁ ର ଆଶୀର୍ବାଦ ଜଣେ ମାଆ ତରଫରୁ ଉପହାର ଦେଇ ଦେବେ "।

ଗୁରୁଦେବ କହିଲେ " ଦେବୀ ଦେବକୀ ଆପଣ ଖାଲି ଦୀର୍ଘାୟୁ ଆଶୀର୍ବାଦ ନଦେଇ ତାର ଜନ୍ମର ସିଦ୍ଧତା ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତୁ । ଯାହା ଦ୍ଵାରା ସେ ଯେଉଁ କର୍ମ ପାଇଁ ଜନ୍ମ ଗ୍ରହଣ କରିଛି ତାର ସେ କାର୍ଯ୍ୟ ସଫଳ ହେବ" ।


" କିନ୍ତୁ ଗୁରୁଦେବ , ଯାହାର ଛ .. ଛ ପୁତ୍ର ଯମଲୋକ ଯାଇଛନ୍ତି , ତା' ପାଇଁ ତ' ଗୋଟିଏ ଗୋଟିଏ ମୁହୂର୍ତ୍ତ କେବଳ ପୁତ୍ରର ଦୀର୍ଘାୟୁ କାମନା କରିବା ଛଡା ଆଉ କିଛି ବି ପଶିବନି । ଏହା ଏକ ମାଆ ର ଦୁର୍ବଳତା ବୋଲି ପୁରୁଷ ମାନେ କହି ପାରନ୍ତି କିନ୍ତୁ ଏହା ପଛରେ ଥିବା ଆଶିର୍ବାଦ କାହାରି କୁ ଦୃଷ୍ଟି ଗୋଚର ହୁଏ ନାହିଁ ।ପରନ୍ତୁ ଏହି ମୋହ ର ପୀଡ଼ା ଜଣେ ମାଆ ର ସନ୍ତାନ ପାଇଁ ଶ୍ରେଷ୍ଠ ଉପହାର ବାକ୍ସ ଟିଏ ପରି ଅଟେ ଗୁରୁଦେବ "। ଏହା ମାଆ ଟି ମନରେ ଥିବା ଦୁର୍ବଳତା ନୁହେଁ।


_" ନାଁ .. ଦେବୀ ଦେବକୀ । ମୁଁ ଏହାକୁ ମାଆ ର ଦୁର୍ବଳତା ବୋଲି ମାନିନେଉ ନାହିଁ । ମୁଁ ତ ଏଇଟା ଭାବୁଛି ଯେ ଜଣେ ମାଆ ମନରେ ଥିବା ସ୍ନେହ ମମତା, ବାତ୍ସଲ୍ୟ ହେଇଛି ଏକ ଅମୂଲ୍ୟ ପ୍ରେମର ପରାକାଷ୍ଠା । ମାଆ ର ବାତ୍ସଲ୍ୟ ତ ନିର୍ଝର ଝରଣା ସଦୃଶ୍ୟ ଯାହା ନିରନ୍ତର ନିଶ୍ୱlର୍ଥ ପ୍ରେମ ରୂପରେ ବହୁଛି । ସlରା ସଂସାର ରେ ଏମିତି ଦିବ୍ୟ ଝରଣା କେବଳ ମାଆର ହୃଦୟରୁ ହିଁ ନିର୍ଗତ ହେଇଥାଏ ଯାହା ଏଇ ସଂପୂର୍ଣ୍ଣ ସୃଷ୍ଟି ପାଇଁ ଦୁର୍ଲ୍ଲଭ ଅଟେ । ଏବଂ ସେଥିପାଇଁ ମାଆ ର ଆଶୀର୍ବାଦର ଉପହାର ବାକ୍ସ ସନ୍ତାନ ପାଇଁ ସେଷ୍ଠ କବଚ ଅଟେ । ମାଆ ର ଏଇ ନିଶ୍ଚଳ ପ୍ରେମ ,ହିଁ ପ୍ରାଣୀର ସବୁଠାରୁ ଅମୋଘ ଶକ୍ତି ଅଟେ । ଯେଉଁ ପୁତ୍ର ନିଜ ମାତାର ତିରସ୍କାର କରେ ସେ ତାର ଜୀବନରେ କେବେ ସଫଳ ହେଇପାରେ ନାହିଁ । ତେଣୁ ଦେବୀ ଦେବକୀ ମୋର କଥାକୁ ଅନ୍ୟଥା ବିଚାର କର ନାହିଁ ।ମୁଁ ତୁମର ଏଇ ଆଶୀର୍ବାଦ ରୂପକ ବାକ୍ସ ତୁମ ସନ୍ତାନ ପର୍ଯ୍ୟନ୍ତ ଅବଶ୍ୟ ପହଞ୍ଚାଇ ଦେବି । ଏବେ କୁହ ଦେବୀ , ମାଆ ଙ୍କ ର ଆଉ କଣ ଆଦେଶ !!


 ଦେବୀ ଦେବକୀ ପ୍ରସନ୍ନ ଚିତ୍ତରେ କହିଲେ ଗୁରୁଦେବ , ମୁଁ ମୋ ପୁତ୍ର ପାଇଁ ଗୋଟିଏ ପରିଧାନ ତିଆରି କରିଛି ଯଦି ରୋହିଣୀ ଦିଦି ଙ୍କ ଆଜ୍ଞା ହେବ ତେବେ ତାକୁ ଉପହାର ବାକ୍ସରେ ମୋର ଏଇ ବସ୍ତ୍ର ପିନ୍ଧାଇ ଦେବେ ସଂସ୍କାର ସମୟରେ । ଆପଣ ତ ଦିବ୍ୟ ଦୃଷ୍ଟି ପାଇଛନ୍ତି ଆପଣ ନିଜେ କୁହନ୍ତୁ କେଉଁ ବସ୍ତ ମୋ ସନ୍ତାନ କୁ ଠିକ୍ ହେବ । ଏହା ଶୁଣିବା ପରେ ମହାମୁନି ଗର୍ଗ କହିଛନ୍ତି ଯେ। , ମାତେ " ମାଆ ତାର ଆତ୍ମାର ଦୃଷ୍ଟିରେ ତାର ସନ୍ତାନକୁ ଦର୍ଶନ କରେ । 



Rate this content
Log in