Puja Pradhan

Comedy Fantasy Inspirational

4  

Puja Pradhan

Comedy Fantasy Inspirational

ମଦନା

ମଦନା

12 mins
4


      


ମଦନା ହେଉଛି ଖଗେଇ ସାହୁ ଓ ସୁଲୋଚନା ଙ୍କ ଏକମାତ୍ର କୂଳ ପ୍ରତିମା l ହୁଣ୍ଡା,ମୂର୍ଖ,ଯାହା ବୁଝିବ କହିବ ବାଛ ବିଚାର ନାହିଁ l

ଖଗେଇ ବାବୁ ଭାରି ବ୍ୟସ୍ତ ହୁଅନ୍ତି କେବେ କେବେ ବିବ୍ରତ ହୋଇ ଖଟରେ ମୁହଁ ମାଡି ଶୋଇଯାଆନ୍ତି l କରିବେ ଵା କଣ ମଦନା କୁ

ଅଧିକ କିଛି କହିଲେ ସୁଲୋଚନା କିଛି ବାକି ରଖିବେ ନାହିଁ

ତାଙ୍କ ଶରୀରରେ ମାଁ କାଳି ବିରାଜିତ ହେବେ ଓ ବାଣୀରେ ତାଙ୍କ ସହଚର ମାନେ ପ୍ରବେଶ କରି ଘରକୁ ଯାତ୍ରୀ ଙ୍କ ବିଶ୍ରାମସ୍ଥଳୀ କରିବାକୁ ପଛେଇ ବେ ନାହିଁ l ଏସବୁ ଅସୁବିଧା ର ସମୁଖୀନ ବୋହୁତ ଥର ଖଗେଇ ବାବୁ ହୋଇଛନ୍ତି l ତେଣୁ ସେ କଣ କରିବେ ମଦନା କୁ କହିଲେ ସୁଲୋଚନା ଙ୍କ ରୁଦ୍ର ତାପର ତେଜରେ ଖଗେଇ ବାବୁ ଙ୍କ ପାଟି ଆପେଆପେ ବନ୍ଦ ହୋଇଯାଏ l 

ସେ କହିବା କଥା ମଦନା କଣ କରୁଛି, କହୁଛି, କୌଣସି କଥାର ବାଗ ନାହିଁ l ଯାହାବି ଶିଖାଇବା ପାଇଁ ଚେଷ୍ଟା କଲେ ସୁଲୋଚନା କୁହେ ମୋ ଧନକୁ ସବୁ ଆସୁଛି ତାକୁ କେହି କିଛି କୁହନି

ସେ ସବୁ ଠିକ କରୁଛି l ଖଗେଇ ବାବୁଙ୍କ ଗୋଟିଏ କନ୍ୟା ସୋନାଲି ସେ କିନ୍ତୁ ବୋହୁତ ସଜାଗ ପାଠ ପଢ଼ାରେ ଘର କାମ ବୋହୁତ ସୁନ୍ଦର ଭାବରେ କରେ ଦେଖିବା ପାଇଁ ସୁନ୍ଦର ଅଟେ

କେମିତି ହାତକୁ ଦି ହାତ କରିବେ ସେଥିପାଇଁ ଖଗେଇ ଙ୍କ ଚିନ୍ତା l 

ତାଙ୍କର ଜଣେ ବନ୍ଧୁ ଅତି ଉତ୍ତମ ପାତ୍ରଟିଏ ଖୋଜି ପହଁଚିଲେ 

ଖଗେଇ ବାବୁଙ୍କ ପାଖରେ l ବନ୍ଧୁଙ୍କ ନାମ କୁଜଙ୍ଗ ଖଗେଇ ଖୁସିରେ ଡାକନ୍ତି କୁଜି ବୋଲି ଗଭୀର ବନ୍ଧୁତା ଦୁହିଁଙ୍କ ଭିତରେ ଖଗେଇ କହିଥିଲେ ଝିଅର ପାଠ ପଢ଼ା ସରିଲା ଯେତିକି ପାରିଲି ଝିଅ କୁ ପଢ଼େଇଲି ଏବେ ଝିଅ ବାହାଘର ପାଇଁ ଜ୍ୱାଇଁ ଖୋଜା ଚାଲିଛି ସେହି ଦାୟିତ୍ୱ କୁଜଙ୍ଗ ନେଇଥିଲେ l ବାଜପୁର ଗ୍ରାମରେ ସୁରେଇ ସାହୁଙ୍କ ପୁଅ ପାଠପଢ଼ା ସାରି ବାପାଙ୍କ କହିବା ଅନୁସାରେ ସୁନା ଦୋକାନ ଟିଏ ସହର ରେ କରିଛି ଦୋକାନ ଦାୟିତ୍ୱ ସେ ନିଜେ ନେଇଛି l ସୁରେଇ ସାହୁଙ୍କ ଚିନ୍ତା ଭଲ ଝିଅ ଟିଏ ଦେଖି ପୁଅ ବାହାଘର ଶେଷ କରିବେ ବୋହୂ ଘରକୁ ଆସିଲେ ସେ ଓ ତାଙ୍କ ସହଧର୍ମିଣୀ ଚାରିଧାମ ପାଇଁ ବାହାରି ଯିବେ l ଏମିତି ଗୋଟିଏ ପ୍ରସ୍ତାବ ଖଗେଇ ସାହୁ ଖୋଜୁଥିଲେ କୁଜଙ୍ଗ ଙ୍କ କାନରେ ଯେମିତି ସୁରେଇସାହୁ ଙ୍କ ପୁଅ ବାହାଘର କଥା ପଡିଛି ତୁରନ୍ତ ସମୟ ନଷ୍ଟ ନ କରି ଖଗେଇ ଙ୍କ ବିଷୟରେ ସମସ୍ତ କଥା କହିଛନ୍ତି ସୁରେଇ ବାବୁ ଝିଅ ଦେଖି ଯିବାପାଇଁ ଦିନ ଠିକ କରି କହିଲେ ଯେମିତି କୁଜଙ୍ଗ ଏକଥା ଶୁଣିଛନ୍ତି ଚାଲିଲେ ମନରେ ଅମାପ ଖୁସି

ନେଇ ଖଗେଇ ସାହୁଙ୍କ ପାଖକୁ l ଯେମିତି ରାସ୍ତାରେ ନିଜ ଗାଡିକୁ ଗଡ଼ାଇ ଚାଲିଛନ୍ତି ନିଜକୁ କଣ ଭାବନ୍ତି କେଜାଣି ସେ କଥା କେବଳ ସେ ଜାଣିଥିବେ କାହା କଥା କିଏ ଜାଣେ l ବାଟରେ ଅନ୍ୟ ଲୋକଙ୍କ ଗାଡି ଯାଉଛି ସେଥିପାଇଁ ଚିନ୍ତା ନାହିଁ l

କେମିତି ନିଜେ ପ୍ରଥମେ ପହଞ୍ଚିବେ ଜାଣନ୍ତି l ଖଗେଇ ଙ୍କ ଗାଁ ନିକଟ ହୋଇଛି ଦେଖିଲେ ମଦନା ଗୋଟିଏ ନଡ଼ିଆ ଗଛରେ ଚଢିବାପାଇଁ ଚେଷ୍ଟା କରୁଛି ହେଲେ କିଛି ପିଲା ତାକୁ ମନା କରିବାକୁ ଲାଗିଛନ୍ତି l କୁଜଙ୍ଗ ନିଜ ଗାଡିକୁ ରଖି ମଦନା କଥା ପଚାରିଲେ ମଦନା କହିଲା ହେଇଟି ବାପାଙ୍କ ସାଙ୍ଗ ମୋ ଦଦେଇ

ବାପା ଙ୍କୁ କିଛି କହିବନି ନ ହେଲେ ଏମିତି କହିବେ ଯେ ଗୋଟାଏ ସପ୍ତାହ ମୋତେ ଚୋରଙ୍କ ଭଳି ବାରିପଟେ ଯିବାକୁ ପଡିବ

କୁଜଙ୍ଗ କହିଲେ ଠିକଅଛି ଆସିଲୁ ସାଙ୍ଗ ହୋଇ ଘରକୁ ଯିବା ତୋ ନାନୀ କୁ ଦେଖିବା ପାଇଁ ତା ଶାଶୂଘର ଲୋକ ଆସିବେ କେତେ କାମ ଅଛି l ମଦନା କହିଲା ଦଦେଇ ନାନୀ କଣ ପଳେଇବ କି

ଆସିବ କେବେ କୁଜଙ୍ଗ କହିଲେ ଆରେ ସେ ଶାଶୂଘର ଯିବ

ମଦନା କହିଲା ତମେ କାହିଁକି ଏତେ ଖୁସି l ସେ ଯାଉନି ମୋପାଇଁ

ବି ଶାଶୂଘର ଖୋଜିବ ମୁଁ ଯିବି ନାନୀ ଗଲେ ମୋତେ ଭଲ ଲାଗିବନି ବାପା ରାଗୁଛନ୍ତି l ବୋଉ ପାଇଁ ଶାଶୂଘର ଦେଖିବ ସେ ଯିବ ମୋପାଇଁ ବି ଶାଶୂଘର ବୁଝିବ ମୁଁ ଯିବି ଘରେ ମଣିଷ ବିରକ୍ତିଆ ହୋଇଗଲାଣି ମଦନା କଥା ଶୁଣି କୁଜଙ୍ଗ ଗାଡିକୁ ରଖି

କହିଲେ ମଦନାରେ ସତରେ ତୁ ମଣିଷ ମୋତେ ଲାଗୁନାହିଁ l 

ମଦନା କହିଲା ଦଦେଇ ଚାଲ ଡାକ୍ତର ପାଖକୁ ଯିବା ଶୀଘ୍ର ଏବେ ଚାଲ ଡେରିହେଲେ ରୋଗ ମାଡ଼ିଯିବ ବନ୍ଧବାଡ଼ ମାନିବନାହିଁ l 

କୁଜଙ୍ଗ କହିଲେ କଣ ହୋଇଛି କାହାର କହିଲୁ ? ମଦନା କଟମଟ ଭାବରେ ଚାହିଁଲା କହିଲା ଦଦେଇ ଘର କୁ ଡେରିରେ ଗଲେ ଚଳିବ ଶୀଘ୍ର ଚାଲ l କୁଜଙ୍ଗ କହିଲେ ଆରେ ମୋର କାମ ଅଛି ଖଗେଇ କୁ କହିବାକୁ ହେବ କି ନାନୀ କୁ ଦେଖିବା ପାଇଁ ଜ୍ୱାଇଁ ଆସିବ l ମଦନା କହିଲା ମୋତେ ନେଇ ଚାଲ କୁଜଙ୍ଗ ମନରେ ଭାବିଲେ ମଦନା କୁ କହିଦେବି ଡାକ୍ତରଖାନା ଯିବା ବାଟ ମୋର ମନେ ନାହିଁ ସେ ଚୁପଚାପ ରହିବ ଯେମିତି କହିଲେ ମଦନା ବାଟ 

 ମୋର ମନେ ନାହିଁ l ମଦନା କହିଲା ଦଦେଇ ଗାଡିରଖ ତମେ ମୋତେ ଆଗକୁ ନିଅନାହିଁ ଗାଡି ରଖ କୁଜଙ୍ଗ କଣ କରିବେ ବାଧ୍ୟ୍ୟ ହୋଇ ଗାଡି ରଖିଲେ l ମଦନା ଗାଡ଼ିରୁ ଦୁମକି ଓହ୍ଲାଇ ପଡି କହିଲା ଦଦେଇ ମୋତେ ଗାଡି ଚାବି ଦେଲ l ମୁଁ ଡାକ୍ତରଖାନା ଦେଖିଛି ତମର ଚିନ୍ତା ନାହିଁ ତମେ ମୋ ପଛରେ ବସ l କୁଜଙ୍ଗ କହିଲେ ମୋର ବୋହୁତ କାମ ତୁ ନିଜେ ଯିବୁ ହେଲେ ମୋତେ ଯିବାପାଇଁ କହନା ମୁଁ ଖଗେଇ ପାଖରେ ପହଞ୍ଚିବା ଜରୁରୀ l 

 ମଦନା କି ବୁଝିବାଜନ୍ତୁ ନା ହେଇପାରିବ ନାହିଁ କହିଲା କୁଜଙ୍ଗ କହିଲେ ତେବେ ରହ ତୋ ବାପାକୁ କହିଦିଏ ଫୋନରେ l 

 ମଦନା ମନକୁ କଣ ଭାବିଲା କହିଲା ଦଦେଇ ମୁଁ କହୁଛି ରୁହ କୁଜଙ୍ଗ ପକେଟରୁ ଫୋନ ବାହାର କରି ଦେଖିଲେ ତାଙ୍କ ଫୋନରେ ଚାର୍ଜ ନାହିଁ l କହିଲେ ମୋତେ ତୋ ବାପା ପାଖରେ ଛାଡ଼ିଦେଇ ଆସିବୁ ପଛରେ ଡାକ୍ତର ପାଖକୁ ଯିବୁ l ମଦନା କଟାକ୍ଷ୍ୟ ଦୃଷ୍ଟି ରେ ଚାହିଁଲା ଓ ସ୍ମିତ ହସି କହିଲା ଆମେ ଡାକ୍ତର ଖାନରେ ପହଞ୍ଚିବା ଜରୁରୀ '''ବାଧ୍ୟ୍ୟ ରେ କୁଜଙ୍ଗ କହିଲେ ଠିକ ଅଛି ତୋତେ କିଏ ବୁଝେଇବ ଶୀଘ୍ର କାମ ସାରିବୁ ଘରକୁ ଫେରିବା

 ମଦନା କହିଲା ଦଦେଇ ତମେ ପଛରେ ବସିଲ l

 ମୁଁ କେମିତି ଗାଡି ଚଲେଇବି ଦେଖ ଆଖି ପିଛୁଳାକେ ଗାଡି ଗଡୁଥାଏ l କୁଜଙ୍ଗ କହିଲେ ଆରେ ମଦନା ଏମିତି କଣ ଗାଡି ଚଲାଉଛୁ ଗାଁ ରାସ୍ତା ର ଯାହାବି ଅବସ୍ଥା ସେଥିରେ ଏମିତି ଗାଡିଚଲେଇବା କିଛି ଆବଶ୍ୟକ ନାହିଁ l ମଦନା କହିଲା ଦଦେଇ ତମେ ଆଖି ବନ୍ଦକରି ସାହସ ର ସହିତ ବସ ଆମେ  

 ଦୁଇ ମିନିଟ ରେ ଡାକ୍ତର ଙ୍କ ପାଖରେ ପହଞ୍ଚିବା l

 କୁଜଙ୍ଗ କହିଲେ ବୁଝିଲୁ ମୋତେ ଲାଗୁଛି ତୋ ନାନୀର ବାହାଘର ହେବ କି ନାହିଁ l ମୁଁ ଜାଣିପାରୁନି ହେଲେ ତୋ ସହିତ ଗାଡ଼ିରେ ମୋ ମରଣ ସୁନିଶ୍ଚିନ୍ତ ଏଥିରେ ସନ୍ଦେହ ନାହିଁ l  

 ମଦନା କିଛି ନ କହି ଯେମିତି ମୌନବ୍ରତ ଧାରଣ କରି ଗାଡିକୁ ପବନ ତାଳରେ ଆଗକୁ ଚଲାଉଥାଏ କୁଜଙ୍ଗ କହିଲେ ବୁଝିଲୁ ତୋ ଗାଡି ଚଲେଇବା ଦେଖି ମୁଁ ଭାବୁଛି ତୁ ମେଡିକାଲ ପାଖରେ ପହଞ୍ଚିବା ପୂର୍ବରୁ ମୁଁ କୁଆଡ଼କୁ ଉଡି ଚାଲିଯିବିରେ ତୋତେ ମୋ ରାଣ ମୁଁ ମାରିବାକୁ ଚାହେଁନି l କିଛି ଉତ୍ତର ନ ଦେଇ ମଦନା ଗାଡି ଆଗକୁ ନେଇ ଚାଲିଥାଏ ଏହି ସମୟରେ ଜଣେ ବ୍ୟକ୍ତି କିଛି

 ମଇଁଷି ନେଇ ରାସ୍ତାରେ ଚାଲିଛି କୁଜଙ୍ଗ କହିଲେ ଆରେ ଅଯୋଗ୍ୟ ଦେଖି ପାରୁନୁ ମଇଁଷି ଗୁଡାକ ରାସ୍ତାରେ ଅଛନ୍ତି l ମୁଁ କହୁଛି ଗାଡି ରଖ ତୋ ବୋପାକୁ ସବୁ କହିବି ଏମିତି ବିବେକ ହୀନ ହୋଇଯାଇଛୁ ମୋର କୌଣସି କଥାର ଉତ୍ତର ତୋ ପାଖରେ ନାହଁ l କୁଜଙ୍ଗ ବାଧ୍ୟ୍ୟ ରେ ଗାଡିକୁ ଅଟକେଇ ବାକୁ ଚେଷ୍ଟା କଲେ ହେଲେ ଗାଡି ବୋହୁତ ସ୍ପିଡ଼ ଅଛି ତେଣୁ ବାଧ୍ୟ୍ୟ ହୋଇ ବସି ରହିଲେ ମଝିରେ ମଝିରେ ଜୋରରେ ଚିତ୍କାର କଲେ କିଛି ସମୟରେ କାନ୍ଦିବା କୁ ଲାଗିଲେ ଛାନିଆରେ ଏପଟ ସେପଟ ଚାହିଁଲେ ଜୋରରେ ରାକ୍ଷାକର କହୁଥିଲେ l  

 

 କହିଲେ ଖଗୁରେ ତୋ ପୁଅ ମୋତେ ଆର ପାରିକୁ ପଠେଇବା ପାଇଁ ସମସ୍ତ ବ୍ୟବସ୍ତା କରି ରଖିଛି l ଯଦି ଆଜି ଦୁଇ ଚକିଆ ଜାନରୁ ଜୀବିତ ରହିଲି ତେବେ ଦେଖା ହେବ l ଏହି ସମୟରେ ଗୋଟିଏ ମଇଁଷି ମଦନା ଆଡ଼କୁ ଦୌଡି ଆସୁଥାଏ ମଦନା ଗାଡି କୁ ନିଜ ଆୟତରେ ରଖିପାରୁ ନଥାଏ l କୁଜଙ୍ଗ କହିଲେ ଆରେ କଣ

 କରୁଛୁ ଏମିତି ବିରକ୍ତି ଭରା ଉତ୍ତର ଶୁଣି ମଦନା କହିଲା ଦଦେଇ ତମେ ଗାଡିକୁ ରୋକିଦିଅ ମୋତେ ଡର ଲାଗୁଛି

 କୁଜଙ୍ଗ କହିଲେ ସତରେ ମୂର୍ଖାମୀ କରିବାକୁ କିଏ କହିଥିଲା

 ବାଟରେ ଯାଉଥିବା କିଳାକୁ ଡାକି ଆଣି ମୁଣ୍ଡେଇଛୁ ଏବେ କହିଲେ ଲାଭ କଣ l ମଦନା ଗାଡିକୁ ନିଜ ଆୟତରେ ରଖି ନପାରି ରାସ୍ତାରେ କଚାଡି ହୋଇ ପଡିଗଲା କୁଜଙ୍ଗ ଗୋଟିଏ ଫୁଟବଲ ଭଳି ଗଡିଗଡି ପାଖରେ ଥିବା କେନାଲରେ ପଡିଗଲେ ସେ ଏତେ ତୀବ୍ର ଗତିରେ ଗଡୁଥାନ୍ତି l ଯେ ବାଟରେ ଯିବା ଲୋକେ ମଜା ନେଇନେଇ ଦେଖୁଥାନ୍ତି କୁଜଙ୍ଗ କେନାଲ ପାଣିରେ ପଡି ଚିତ୍କାର କରିବାକୁ ଲାଗିଲେ l କିଛିଲୋକ ପାଣିରେ ଡେଇଁ କୁଜଙ୍ଗ କୁ କୂଳକୁ ଆଣିଲେ ଦେହରେ କେତେ ସ୍ଥାନ ରୁ ରକ୍ତ ବୋହି ଚାଲିଲା

 ସେ ବେହୋସ ହୋଇଗଲେ l ମଦନା ର ଅଳ୍ପ ମାଡ଼ ହୋଇଥାଏ ଦୁଇଜଣ କୁ ଲୋକେ ମେଡିକାଲ ନେଇ ଗଲେ l କିଛି ଘଣ୍ଟା ପରେ

 ଖଗେଇ ଆସି ପହଞ୍ଚିଗଲେ ମଦନା ହୋସରେ ଥାଏ l ଖଗେଇ କିଛି ପଚାରିଲେ ହେଲେ ମଦନା ନିରବରେ ଚାହିଁଲା l

 କୁଜଙ୍ଗ କୁ ଦେଖି ସେ ଧକେଇ ଧକେଇ କାନ୍ଦିଲେ ଏମିତି ଏ ବୟସରେ ଗାଡିକୁ କିଏ ଚଲେଇବ କହିଲୁ ଅମାନିଆ ହୋଇଗଲୁ

 କି ଅବସ୍ଥା ହେଲା ଜୀଏବି ତୋତେ ଏମିତି କରିଛି ତାକୁ ମୁଁ ଛାଡ଼ିବି ନାହିଁ l କୁଜଙ୍ଗ କିଛି ଘଣ୍ଟା ବ୍ୟବଧାନ ରେ ଆଖି ଖୋଲିଲେ

 ତାଙ୍କ ସହଧର୍ମିଣୀ ଆସିଲେ ସ୍ୱାମୀ ଙ୍କ ଅବସ୍ତାରେ ସେ ଖୁବ ମର୍ମାହତ ଥିଲେ l କହିଲେ ତମେ ମୋତେ ନ କହି କେମିତି ଆସିଲ ଘରେ ବସିଥିଲ କଣ ମୁଣ୍ଡ ରେ କଲବଲିଆ ଭୂତ ପଶିଲା କେଜାଣି ଡାକ୍ତରଖାନାକୁ ଆସିଗଲ l କେବେ ଠାରୁ କହୁଥିଲି ମୋ ଦେହ କାହିଁକି କେଜାଣି ଭଲ ଲାଗୁନି ଟିକେ ଡାକ୍ତର ପାଖକୁ ମୋତେ ନେଇ ଦେଖେଇ ଆଣ l ଚୁପଚାପ ହୋଇ ମୌନବ୍ରତ ଧାରଣ କରି ବସିଯାଅ ସେତିକି ରେ ନ ହେଲେ କାମ ଅଛି କାଲିକାଲି କହି ରହିଯାଅ l ବେସିକିଛି କହିଲେ କହିବ ତମେ ଶାଢ଼ୀ ପିନ୍ଧ ମୁଁ ଆସୁଛି ପାଖ ଦୋକାନରୁ l  


 ହେଇ ଆସୁଛି କହି ହାଟ ଆଡେ ଚାଲିଯାଅ

 ଦେଖିଲ ଅନ୍ୟକୁ ଠକିବାର ପରିଣାମ କେମିତି ମିଳିଥାଏ l

 କୁଜଙ୍ଗ କଣ କହିବେ ବାଳିଆ ମାଛ ପାଣିରୁ ବାହାରି ଛଟପଟ ହେବା ଭଳି ହେଉଥାନ୍ତି ଓ ମିଟିମିଟି ଚାହିଁ ରହିଥାନ୍ତି l  

 ଖଗେଇ ବାବୁ କହିଲେ ଭାଉଜ ଏବେ କଣ ତମେ ଏସବୁ କହୁଛ

 ଦେଖ କୁଜି କେମିତି ବଞ୍ଚି ଯାଇଛି l କିଞ୍ଚିତ ଦୁଃଖ ରେ ମର୍ମାହତ ହୋଇ କୁଜଙ୍ଗ ଙ୍କ ସହଧର୍ମିଣୀ କହିଲେ ଠିକ.....ଭଲ ବୁଝିଲେ ଆପଣ .... ଘରର ସବୁ କାମ ବୁଝିବାପାଇଁ ଘରେ ବିନା ଦରମାରେ ଚାକରାଣୀ ଅଛି କାହିଁକି ଏଭଳିଆ ହୀନ କପାଳିଆ କାଙ୍ଗାଳିଆ କୁ ମୋ ବାପା ବାହାଘର କରିଥିଲେ କେଜାଣି ମୋ ପୋକଡା ଭାଗ୍ୟ l ଠିକ ସମୟରେ ଖଗେଇ ବାବୁଙ୍କ ଝିଅ ସୋନାଲି, ମା ଙ୍କ ସହିତ ଆସି ପହଞ୍ଚିଲା l

 ଆଖିରେ ଲୁହ ମନରେ ଅକୁହା କୋହକୁ ରୋକିନପାରି ସୋନାଲି ମଦନାକୁ ଚାହିଁ କାନ୍ଦିଲା କହିଲା ତୁ କଣ କହି ଘରୁ ଆସିଲୁ ନାନୀ

 ପଇଡ଼ ନେଇ ମୁଁ ଆସୁଛି ହେଲେ ଏତେ ବାଟ ଆସିବା ତୋର କଣ ଦରକାର ଥିଲା କହିବୁ ...... ସୁଲୋଚନା ମଦନାକୁ ଛାତିରେ ଭିଡ଼ିଧରି କାନ୍ଦିବାକୁ ଲାଗିଲେ ଖଗେଇ ଚୁପ ରହିବା ପାଇଁ କହିବାରୁ କ୍ରୋଧ ଚାହିଁଲେ ଓ କହିଲେ ମୋ ଧନର କିଛି ହେଲେ ତୁମେ ମୋତେ ଚିହ୍ନିବ l ଏହିଭଳି କଥା ଶୁଣି ଖଗେଇ ନିରବରେ ସୋନାଲିକୁ ଚାହିଁଲେ ଓ କହିଲେ ସୋନାଲି ତୋତେ କଣ କହିବି କହିଲୁ ବୋଉକୁ ଟିକେ ପଚାରିବୁ ସେ ଡାକ୍ତରଖାନରେ ଅଛି ନିଜ ରୁଦ୍ରରୁପକୁ ଟିକେ ବିଶ୍ରାମ ଦେବାପାଇଁ ମୋର ଅନୁରୋଧ ଯଦି ତୋ ବୋଉ ଚୁପ ନହେବ ତେବେ କିଛି ସମୟରେ ମୁଁ କୁଜଙ୍ଗ ପାଖରେ ଥିବା ଖଟିଆରେ ଶୋଇଥିବି l ସୋନାଲି କହିଲା ବାପା ତମେ ଜାଣିଛ ବୋଉ ମଦନା କୁ ଏମିତି ସ୍ନେହ କରେ କି ସେସବୁ କିଛି ଭୁଲିଯାଏ l 

 ତମେ ଏମିତି ହେଲେ ମୁଁ କାହାକୁ କଣ କହିବି ହେଲେ କୁଜଙ୍ଗ ଦଦେଇ ଓ ମଦନା କେମିତି ଏକାଠି ଦୁହିଁ ଙ୍କୁ ମାଡ଼ ହେଲା l

 ପଚାରିଲ ଦଦେଇ ଙ୍କୁ ?? ଝିଅ କଥା ଶୁଣି ଖଗେଇ କହିଲେ

 ଆରେ ସତେ ତ ମୋର ଜମା ମନେ ନଥିଲା ହେଲେ କୁଜି ର ଅବସ୍ତା ଯେମିତି ସେ ଉତ୍ତର ଦେଇ ପାରିବ ନାହିଁ l ବିଚରା ର ଦାନ୍ତ ଚାରୋଟି ଅସମୟରେ ଭାଙ୍ଗିଯିବାରୁ ସଠିକ ଉତ୍ତର ମୁଁ ଜାଣିପାରିବି ନାହିଁ ସେ ପ୍ରଥମେ ଭଲ ହୋଇଯାଉ l

 ସୋନାଲି କହିଲା ବାପା ମଦନା କୁ ପଚାରିବି... ମଦନା ବିଷୟରେ ଶୁଣି ଖଗେଇ କହିଲେ ନା କେବେବି ନୁହେଁ l

 ମୋ କୁଜି ପ୍ରଥମେ ଭଲ ହୋଇଯାଉ ସେ ମୋତେ ସବୁ କହିବ

 କିଛି ଘଣ୍ଟା ର ବ୍ୟବଧାନ ପରେ କୁଜଙ୍ଗ ବାବୁ ଟିକେ କୁନ୍ଥେଇ ହେବାର ଶବ୍ଦ ହେବାରୁ ତାଙ୍କ ସହଧର୍ମିଣୀ କହିଲେ ହେଇଟି ଦେଖିବ ଆସ ସେ ଚେତା ଫେରିଲେଣି l  

 ଖଗେଇ ଧାଇଁଲେ ବନ୍ଧୁର ଏ ଅବସ୍ତା ଦେଖି ଆଖି ଦୁଇଟି ଲୁହରେ ଭରି ଯାଇଥାଏ l କୁଜଙ୍ଗ....... ଖଗେଇ ବାବୁଙ୍କୁ କିଛି କହିବା ପାଇଁ ଚାହିଁଲେ..... ହେଲେ ଖଗେଇ ବୁଝି ପାରିନଥିଲେ l 

 

 ସୋନାଲି କହିଲା ବାପା ଦଦେଇ କିଛି କହିବା ପାଇଁ ଚାହୁଁଛନ୍ତି

 ଖଗେଇ କହିଲେ କୁଜିରେ କେମିତି ସମୟ ବୁଝିପାରୁନି ତୁ

 ବ୍ୟସ୍ତ କାହିଁକି ହେଉଛୁ l ଦେହ ଭଲ ହେଲେ ସବୁ କହିବୁ ମୁଁ ବୁଝିବି ଏବେ ବିଶ୍ରାମ କର କୁଜଙ୍ଗ ଶୁଖିଲା କାଠ ଭଳି ପଡି ରହିଲେ l ଦୁଇଦିନ ମେଡ଼ିକାଲରେ ବିତି ଯାଇଥିଲା ମଦନା

 ର ମୂର୍ଖାମୀ ଦେଖି ଡାକ୍ତର ଖଗେଇ ଙ୍କୁ କହିଲେ ଆପଣ ଏ ବାଜ୍ୟା ଟୋକାକୁ ଘର କୁ ନେଇଯାଅ ଯଦି ଏ ଟୋକା କିଛିଦିନ ଏଠି ରହିଲା ତେବେ ମୋତେ ପାଗଳ ହେବାକୁ ବେଶିଦିନ ଲାଗିବନାହିଁ ଖଗେଇ କହିଲେ କଣ କରିବି କୁହନ୍ତୁ l ଏମିତି ବୋଝ ଗୋଟାଏ ମୋ ଜୀବନରେ ଅଛି ଯାହାକୁ ଛାଡି ପାରୁନି କି ସାଥିରେ ରଖିବା ପାଇଁ ମୋର କୌଣସି ଇଛା ନାହିଁ l ହେଲେ ଯଦି କେଉଁଠି ଛାଡିଦିଏ ତେବେ ମୋର ନିସ୍ତାର ନାହିଁ l ମଦନାକୁ କହିଲେ ଏ ଟୋକା ଚାଲ ଘରେ ଛାଡି ଆସିବି ll ମଦନା ହଁ କହିଲା

 ଖଗେଇ ...କୁଜି ପାଖକୁ ଯାଇ କହିଲେ କୁଜିରେ ମୁଁ ଘର କୁ ଯାଉଛି ମଦନାକୁ ଛାଡି ଆସିବି l ଡାକ୍ତର କିଛି ମେଡ଼ିସିନ ଲେଖିଛନ୍ତି ଆସିଲା ବେଳକୁ ଆଣିବି l କୁଜଙ୍ଗ ଚାହିଁଲେ

 ଖଗେଇ କୁ ଦେଖି ଯେମିତି ବାଧ୍ୟ୍ୟରେ ଠାରିକି ନ ଯିବାପାଇଁ କହିଲେ ଖଗେଇ ବୁଝିଲେ କୁଜି ମୋତେ କିଛି କହୁଛି

 ହେଲେ ବିଚରାର ଦାନ୍ତ ଅସମୟରେ ଭାଙ୍ଗି ଯିବାରୁ କହିପାରୁନାହିଁ

   ତେଣୁ ସମୟ ନଷ୍ଟ ନ କରି ସୋନାଲି କୁ ଫୋନ କରି କହିଲେ ଝିଅ କିଛି ଖାଇବାକୁ ଆଣି ବୋଉ ସହିତ ମେଡିକାଲ ଆସିବୁ ଏ ଉତୁପାତିଆ ଟୋକାକୁ ଏଠି ରହିବାପାଇଁ

 ଡାକ୍ତର ମନା କରୁଛନ୍ତି l ତୋ ଦଦେଇ କିଛି କହିବାପାଇଁ ଚାହୁଁଛି

 ସୋନାଲି କହିଲା ବାପା ଦଦେଇ ଲେଖି ପାରିବେ ତମେ କାଗଜ କଲମ ଦେଇଦିଅ ସେ ଲେଖି ଦେବେ ତମେ ପଢି ଜାଣିପାରିବ l

 ଖଗେଇ ଖୁସି ହୋଇଗଲେ କହିଲେ ମୋ ଝିଅ ର କେତେ ବୁଦ୍ଧି ଠିକ ଅଛି ବୋଉକୁ ସାଥିରେ ନେଇ ଆସ l କୁଜଙ୍ଗ ବାବୁଙ୍କୁ ଚାହିଁ କହିଲେ କୁଜିରେ ନେ କାଗଜ ଓ ପେନ ଧର ଯାହା କହିବାପାଇଁ ଚାହୁଁଛୁ ଲେଖିଦେ ମୁଁ ପଢ଼ିବି l ମଦନା କୁ ଦେଖୁଛି କହି ସେଠାରୁ ସେ ଆସିଗଲେ ହେଲେ ମଦନା ସେଠି ନଥିଲା ପ୍ରଥମେ ସେ ମଦନାକୁ ଖୋଜିଲେ ହେଲେ କେଉଁଠି ପାଇଲେ ନାହିଁ l  

 ବିଚରା ସୁଲୋଚନା ଙ୍କ ଭୟରେ ଥରିବାକୁ ଲାଗିଲେ ଓ ଚେତା ବୁଡାଇ ପଡିଗଲେ କିଛି ଲୋକ ତାଙ୍କ ମୁହଁରେ ପାଣି ଛାଟି ଚେତା କରେଇଲେ ସେ କାନ୍ଦିବାକୁ ଲାଗିଲେ କହିଲେ କୁଜିରେ ମୁଁ କଣ କରିବି କହ ମଦନା କୁଆଡେ ଚାଲିଯାଇଛି l ସୁଲୋଚନା ପଚାରିଲେ କଣ କହିବି ମୋତେ ଡର ଲାଗିଲାଣି l କୁଜି ଯାହା ଲେଖିଥିଲେ ସେ କାଗଜ କୁ ଖଗେଇ କୁ ଦେଲେ ଖଗେଇ ଚୁପ ହୋଇ ପଢିବାକୁ ଲାଗିଲେ ଓ କହିଲେ କୁଜି ମୁଁ ମୋ ପୁଅ ପାଇଁ ତୋତେ କ୍ଷମା ମାଗୁଛି l ସେଥିପାଇଁ ମୋତେ ଯିବାପାଇଁ ମନା କରୁଥିଲୁ ମୁଁ ମୂର୍ଖ ଜାଣିପାରିଲିନାହିଁ l ବୋହୁତ ଭଲ ହୋଇଛିରେ

 ମୋ ଜୀବନ ଥିବା ପର୍ଯ୍ୟନ୍ତ ତା ସହିତ ଗାଡ଼ିରେ କଣ ଚାଲିକି ବି କୁଆଡେ ଯିବିନି ଯଦିବି ଗଲି ତେବେ ଜୀବନରେ ଆଉ ରହିବି ନାହିଁ l ଏବେ ତୋ ଦେହ ଭଲ ହୋଇଯାଉ ସୋନାଲି ବାହାଘର ଧୂମଧାମରେ କରିବା ପୁଅ ଘର ଲୋକଙ୍କୁ କହିଦେ କିଛିଦିନ ପରେ ଝିଅ ଦେଖିବାପାଇଁ ଆସିବେ l କୁଜଙ୍ଗ ଲେଖିକି ଜଣାଇଲେ ପନ୍ଦର ତାରିଖରେ ସେମାନେ ଝିଅ ଦେଖିବାପାଇଁ ଆସିବେ ଦୟାକରି ମଦନାକୁ ଜଗିରଖି ଚଳିବାକୁ ହେବ ନ ହେଲେ ସବୁ ସରିଯିବରେ

 ଖଗେଇ କହିଲେ କୁଜି ତୋତେ ଧନ୍ୟବାଦ ନ କରି ରହିହେଉନି

 କୁଜି ହସିଲେ ଲେଖିକି ଜଣାଇଲେ ସେମିତି କହିବୁନି ସୋନାଲି କଣ କେବଳ ତୋ ଝିଅ ମୋର କେହିନୁହେଁ l ଦୁଇ ବନ୍ଧୁ ହସିବାକୁ ଲାଗିଲେ କିଛି ସମୟପରେ ଖଗେଇ ବାବୁଙ୍କ ଫୋନ ବାଜି ଉଠିଲା

 ସୋନାଲି ଫୋନ କରିଥିଲା l ଝିଅ ଫୋନ ଦେଖି ଖଗେଇ କହିଲେ ମା ସୋନାଲି କଣ କହୁଛୁ ଫୋନରେ ଏମିତି କିଛି ହୁଏତ ସେ ଶୁଣିଲେ ଫୋନଟି ତାଙ୍କ ହାତରୁ ତଳେ ପଡିଗଲା l କୁଜି ଚାହିଁଲେ ଖଗେଇ କହିଲେ ଆଜି ମୋ ମରଣ ସୁନିଶ୍ଚିନ୍ତ କୁଳାଙ୍ଗାର ଏଠୁ ଯାଇ ବାଟରେ ତା ବୋଉ ପାଖରେ ହାବୁଡ଼ିଛି କଣ କହିବି

 ହେ ପ୍ରଭୁ କାହିଁକି ଏମିତି ଗୋଟାଏ ଜନ୍ତୁକୁ ମୋତେ ଦେଇଛ

 କଣ କରିବି ଜାଣିପାରୁନି ହେଉ ଯାହା ପ୍ରଭୁଙ୍କ ଇଚ୍ଛା l

 ସେ ଚୁପଚାପ ବସିଲେ ଲାଗୁଥିଲା ଯେମିତି ଆସୁଥିବା ଝଡ଼କୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଗଲେ l ଚାରିଆଡ ନିରବ ସୁଲୋଚନା ଧୀର ଚିତ୍କାର କରି ଆସିଗଲେ ତାଙ୍କ ଆଖିକୁ ଚାହିଁଲା ବେଳକୁ ଖଗେଇ ହାତ ଯୋଡି କହିଲେ ପାଟିକରନି ସାନ୍ତ ମନରେ କୁଜଙ୍ଗ ତୁମ ଏକୋଇର ବୋଳା ବିସିକେଶନ ବିଷୟରେ କଣ ଲେଖିଛି ପଢ଼ ସୁଲୋଚନା କହିଲେ କାହିଁକି କୁଜଙ୍ଗ ନିଜେ କୁହନ୍ତୁ l ଖଗେଇ କହିଲେ କଥା ହେବାକୁ ପାଟିରେ ଦାନ୍ତ ଠିକ ନାହିଁ ତୁମ କୁଳାଙ୍ଗାର ଲାଗି ବିଚରା ତାର ଆଗ ଦାନ୍ତ ଚାରୋଟି କୁ ଅସମୟରେ ବଳି ଦେଇଛି l 

 ଏତିକି ଶୁଣି ସୁଲୋଚନା ଚୁପ ହୋଇ କୁଜଙ୍ଗ ଙ୍କୁ ଚାହିଁଲେ

 ଖଗେଇ ଙ୍କ ହାତରୁ କାଗଜ ଖଣ୍ଡିକ ନେଇ ପଢିବାକୁ ବସିଲେ

 ସୋନାଲି ବି ପଢିଲା l ସବୁ ଜାଣିସାରି ରାଗରେ ସୁଲୋଚନା ମଦନା କୁ ଗୋଟାଏ ଚାପୁଡ଼ା ମାରିଲେ ଓ କହିଲେ ହଇରେ ସତରେ ତୁ କେତେବେଳେ ମୋତେ ମାରିଦେବୁ କେମିତି ପିଲା ତୁ ତୋ ଜିଦ ପାଇଁ ଦଦେଇ ମେଡ଼ିକାଲରେ କୁଜଙ୍ଗ ସୋନାଲି କୁ ପାଖକୁ ଡାକିଲେ ଓ ନିରବ ରହିବା ପାଇଁ ହାତରେ ଠାରି କହିଲେ l  

 ମଦନା କହିଲା ବୋଉ ଯାହାବି କହ ଦଦେଇ ଙ୍କୁ କହିବୁ ମୋପାଇଁ ଶାଶୂଘର ଖୋଜିବେ ନ ଖୋଜିଲେ ମୁଁ ଶାଶୂଘର ଚାଲିଯିବି ମୋର ଦୋଷ କଣ ସେ କହିଲେ ତୁ ମଣିଷ ଭଳି ଲାଗୁନୁ ସେଥିପାଇଁ ମୁଁ ଦଦେଇ କୁ କହିଲି ଚାଲ ତମକୁ ଡାକ୍ତର ପାଖକୁ ନେଇ ଯିବି l 

 ସମସ୍ତେ ହସିଲେ ସୁଲୋଚନା ମଦନା ର କାର୍ଯ୍ୟ ଲାଗି କୁଜଙ୍ଗ ଓ ତାଙ୍କ ସହଧର୍ମିଣୀ ଙ୍କୁ ହୃଦୟ ର ସହିତ କ୍ଷମା ମାଗିଲେ l

 ଅଳ୍ପ ଦିନପରେ ସବୁକିଛି ଠିକ ହୋଇଗଲା ସୋନାଲି କୁ ଦେଖିବାପାଇଁ ପୁଅ ଘର ଲୋକେ ଆସିଲେ ଝିଅ ସମସ୍ତ ଙ୍କ ପସନ୍ଦ ହୋଇଛି l ଖଗେଇ ଓ ସୁଲୋଚନା ଦୁହେଁ ବରପାତ୍ର କୁ ଦେଖି ଖୁସିହେଲେ l ନାହାକ ଦୁଇ ଜଣଙ୍କ ଜାତକ ଦେଖି ବିବାହ ର ଦିନକୁ ଠିକ କରିଦେଲେ ଆସନ୍ତା ଜ୍ୟେଷ୍ଠ ମାସକୁ ବୋହୁତ ଶୁଭ ବେଳା ଅଛି ଦୁହିଁଙ୍କ ପାଇଁ ବୋହୁତ ଭଲ ସମୟ l  

 କଥା ସମସ୍ତ ଙ୍କ ମନକୁ ପାଇଲା ହେଲେ ମଦନା ଚୁପଚାପ ବସି ରହିଲା..... ସୋନାଲି ଙ୍କ ଶଶୁର ସୁରେଇ ବାବୁ ଙ୍କ ମନରେ ଭାବନା ଆସିଲା କି କାହିଁକି ମଦନା ଏମିତି ବସିଛି ?

 ସେ ମଦନା ପାଖକୁ ଯାଇ କହିଲେ ଆରେ ପୁଅ ତୋ ନାନୀ ଶାଶୂଘର ଯିବ ତୁ କେତେ ଖୁସି ମଦନା ଚାହିଁଲା ଓ କହିଲା ମୁଁ ଜାଣିଗଲି ମୋ ନାନୀର ବାହାଘର ହେବ l 

 କିନ୍ତୁ ମୋ ଶାଶୂଘର କେବେ ଠିକ ହେବ ମୋ ବର କେମିତି ହୋଇଥିବ ସେ ଘର କେମିତି ଥିବ ମୋ ଖାଇବା ବୁଲିବା ସବୁକିଛି କେମିତି ହେବ ଭାବୁଥିଲି......... ମଦନା ର କଥା ଶୁଣି ସୁରେଇସାହୁ ହସିବାକୁ ଲାଗିଲେ ଖଗେଇ କଣ କହିବେ ବୁଝି ପାରିଲେ ନାହିଁ l ସୁଲୋଚନା କହିଲେ ସମୁଦୀ ମୋ ପୁଅର କଥା ରେ କିଛି ଭାବନ୍ତୁନି ସେ ଟିକେ ହୁଣ୍ଡା ମୋ ଭଲପାଇବା ଓ

 ସ୍ନେହ ତାକୁ ଏମିତି କରିଦେଇଛି ଝିଅ ବାହାଘର ବେଳକୁ ମୋ ମଦନା କେତେ ହୁସିଆର ହୋଇଯିବ l ସୁଲୋଚନା ଙ୍କ କଥା ଶୁଣି ଖଗେଇବାବୁ ଓ କୁଜଙ୍ଗ,ଦୁହେଁ ପରସ୍ପର କୁ ଚାହିଁଲେ l  

 ସୁରେଇ ସାହୁ ଓ ତାଙ୍କ ପରିବାର ଲୋକେ ବିଦାୟ ନେଇଗଲେ

 ବାହାଘର ପାଇଁ ଏବେ ଠାରୁ ପ୍ରସ୍ତୁତ ହେବାକୁ କହିଲେ l  

 ସେମାନେ ବିଦାୟ ନେଇଯିବା ପରେ ସୁଲୋଚନା ଖଗେଇ ବାବୁ ଙ୍କ ପାଖକୁ ଆସି କହିଲେ ମୋତେ କ୍ଷମା କରିଦେବ ମୋରି ପାଇଁ

 ମଦନା ଏମିତି ହୋଇଯାଇଛି ତମେ ସବୁଦିନ ତାକୁ ଭଲ କଥା ଶିଖାଇବା ବେଳେ ମୁଁ ଭାବୁଥିଲି ମୋ ପୁଅକୁ ତୁମେ ପାଟିକରୁଛ

 ହେଲେ ଏବେ ଜାଣିଲି ତମେ ଠିକ କହୁଥିଲ......

 ମୁଁ ନିଜେ ମଦନାକୁ ସବୁ କଥା କହିବି ମୋରି ସ୍ନେହ ତାକୁ ବିଗାଡିଛି ଏବେ ମୁଁ ନିଜେ ତାକୁ ସଜାଡି ବି l  

 ଖଗେଇ ଖୁସି ହୋଇଗଲେ ଓ କହିଲେ ସୁଲୋଚନା ରାଗିବ ନାହିଁ

 ଯଦି ଗୋଟେ କଥା କହିବି ମଦନା କଥା ପଛରେ ଅଛି ବୋହୁତ ବର୍ଷ ପରେ ତମେ ସଜାଡି ହୋଇଯାଇଛ ପୁଅକୁ ସଜାଡି ବା ସମୟରେ ତମେ ନିଜେ ଅସଜଡ଼ା ହେବନି ନ ହେଲେ ମୋ ଘର

 ଓ ବାକି ଜୀବନ ଅସଜଡ଼ା ହୋଇ ରହିଯିବ l କୁଜଙ୍ଗ ହସିଲେ କହିଲେ ଯାହା ହେଉ ଭାଉଜ ତମେ ଜାଣିପାରିଲ ତେବେ ଏବେ ଠାରୁ ମଦନା ପାଇଁ ନୂଆଁ ମାଷ୍ଟ୍ରାଣୀ ଠିକ ହୋଇଗଲା

 ମୋ ବନ୍ଧୁ ଏବେ ଟିକେ ଶାନ୍ତିରେ ବସିବ ସୁଲୋଚନା ହସିଲେ

  ମା ର ସ୍ନେହ ଓ ଶାସନ ସନ୍ତାନ ପାଇଁ କେତେ ଯେ ଜରୁରୀ ନିଜେ କହିଲେ l ଭଲ ଶିକ୍ଷା ତାକୁ ସୁନ୍ଦର ମଣିଷ କରି ଛିଡା କରେ କିନ୍ତୁ ଅତ୍ୟଧିକ ସ୍ନେହ ଶ୍ରଦ୍ଧା ତାକୁ ବିଗାଡି ଦିଏ ଅମଣିଷ ହୁଣ୍ଡା କରିଦିଏ ବୋଲି ନିଜେ କହିଲେ l ଖଗେଇ କହିଲେ ଏଥର ମୋର ମଦନା ପାଇଁ ଚିନ୍ତା ଗଲା କାହିଁକିନା ଠିକ ଲୋକ ସେ ଦାୟିତ୍ୱ ନେଇଛନ୍ତି...... ବାସ ମୋର ଏଥର ଚିନ୍ତା ଗଲା l

  

 

 

 

 

 



Rate this content
Log in

Similar oriya story from Comedy