Madhusmita Nayak

Others

4.0  

Madhusmita Nayak

Others

ମେରୁନ ରଙ୍ଗର ଶାଢ଼ୀ

ମେରୁନ ରଙ୍ଗର ଶାଢ଼ୀ

8 mins
166


ଆରେ ଶ୍ରାବଣୀ ଶୀଘ୍ର ଆସେ ମାଆ ତୋ ଫୋନ ରିଙ୍ଗ ହେଉଛି କଥା ହୋଇଯାଆ,କିଏ କରିଥିବ କଲ କଟି ଯିବ।ଆସୁଛି ମାଆ ତୁ ବେସ୍ତ ହଅନି....

-ଆରେ କଲ କଟି ଗଲା,ଦେଖେ କିଏ କରିଥିଲେ....?ଏତ ସମୀରଙ୍କ କଲ ଏତେ ଦିନ ପରେ ମନେପଡ଼ିଲା ତାଙ୍କର ମୋ କଥା....?ବିଲକୁଲ କଥା ହେବିନି call back କରିବିନି।କେମିତିକା ପିଲା କେଜାଣି ଏତେଦିନ କଣ କିଏ ରୁହେ ବିନା କଥାରେ....?ଟିକେ ଚିନ୍ତା ନାହିଁ ଏ ଶ୍ରାବଣୀ କେମିତି ବଞ୍ଚୁଛି କି ମଲାଣି ବାବୁଙ୍କର କଣ ଯାଏ ଆସେ.....?କେବଳ କାମ ଭଲ ତ ବାବୁ ଭଲ।ଆଜି ହଠାତ ଶ୍ରାବଣୀ ମନେ କାଇଁ ପଡିଗଲା ଯେ.....? ଫୋନ କଲେ କରନ୍ତୁ ମୋର ତ କଥା ହେବାର ନାହିଁ ସେ ଯାହା କରନ୍ତୁ.....

ଏମିତି ଭାବନାରେ ହଜୁ ହଜୁ ପୁଣି ଥରେ ଫୋନ ବାଜି ଉଠେ....ଶ୍ରାବଣୀ ଗୋଟେ ପଲକରେ ଫୋନ ରିସିଭ କରିଦେଲା,ଆରେ ଭାବୁଥିଲି କଥା ହେବିନି ପୁଣି କଥାହେବାକୁ ଫୋନ ଉଠେଇ ଦେଲି....

ସେପଟୁ ସମୀର କୁହନ୍ତି ଯେ ହେଲୋ ଶ୍ରାବଣୀ ଡାର୍ଲିଂଗ କଣ ମ ଫୋନଟା ଧରିବାକୁ ଏତେ ଲେଟ,କାହା ଭାବନାରେ ହଜିଥିଲ କି....?


-ରାଗ ତମ ତମ ହୋଇ ମୁଁ କାଇଁ ହଜିବି ମ କାହା ଭାବନାରେ ମୋର କାହାକୁ ମନେ ପକେଇବାର ନାହିଁ....

-ଆଛା ଶ୍ରାବଣୀ ମିସ୍ କରିନ ସତରେ ମୋତେ....?

-ନା କରିନି ହେଲା...

-ମୁଁ କିନ୍ତୁ ମିସ୍ କରିଛି ବହୁତ...

-ସେ ମିଛ କଥା ଗୁଡ଼ା ଆଉ କୁହନି...

-ହଁ ଶ୍ରାବଣୀ ସତ ବହୁତ ମିସ୍ କରିଛି କିନ୍ତୁ କଥା ହୋଇପାରିନି ତା ମାନେ ନୁହଁ ଯେ ମିସ୍ କରିନି,ପ୍ରତି ରାତିରେ ସ୍ୱପ୍ନରେ ତମେ ହିଁ ତମେ ଶ୍ରାବଣୀ କେବଳ ତମେ....

ତମ ଦେହରେ ସେ ମେରୁନ ରଙ୍ଗର ଶାଢୀ ଓଠରେ ମେରୁନ ରଙ୍ଗର ଲିପିଷ୍ଟିକ,ପାଦରେ ଘୁଙ୍ଗୁର ଲଗା ପାଉଞ୍ଜି,ହାତରେ ମୋ ନାଁର ନାଲି ନାଲି ଚୁଡ଼ି,ଆଉ ମଥାରେ ସେ ସିନ୍ଦୂର ଟୋପା ଯାହା ମୁଁ ଦେଇ ଥିଲି, ମାଆଙ୍କ ପାଖରେ ପୂଜିକି ଆମ ପ୍ରେମର ପ୍ରଥମ ଭେଟି ସିନ୍ଦୂର ଶଙ୍ଖା ଆଉ ମାଆଙ୍କ ମୂର୍ତ୍ତି ସେସବୁ ମୋ ନିଦ ହଜେଇ ଦେଲାଣି।ମୋ ମନ ଚୋରଣୀ ତମେ, ଚୋରେଇ ନେଇ ବହୁତ ହଇରାଣ କରୁଛ।

-ଆଉ କଣ ନା ମୁଁ କାଇଁ ତମ ମନ ଚୋରି କରିବି ମ...?

ମୁଁ କହିଥିଲି ମୋତେ ଭଲ ପାଅ....?

କଣ କହିଲ ସମୀର ମେରୁନ ରଙ୍ଗ ଶାଢ଼ୀ ସ୍ୱପ୍ନରେ ଦେଖିଛ....!

-ହଁ ମୋ ମନ ଚୋରଣୀ ତମେ,ତମେ ହିଁ କହିଥିଲ ଭଲ ପାଅ ବହୁତ ଭଲ ପାଅ ମୋ ବିନା ବଞ୍ଚି ପାରିବନି ଗୋଟେ ରାତି ଗୋଲ ଗୋଲ ବୁଲେଇଛ କହିବାକୁ ଏଇ ପଦେ କଥା ତମ ଭଲ ପାଇବା ଆଗରେ ମୁଁ ହାରି ଯାଇଥିଲି ନିଜକୁ ଅଟକେଇ ନପାରି ଆତ୍ମାରୁ ତମକୁ ଗ୍ରହଣ କରିଥିଲି।ଆଉ ରହିଲା ଏ ସ୍ୱପ୍ନ ମେରୁନ ରଙ୍ଗର ଶାଢୀ କଥା,ହଁ ତ ମୁଁ ସବୁଦିନ ତମକୁ ମୋ ବଧୂ ରୂପରେ ଦେଖୁଛି।ସଜେଇ ହୋଇଛ ଠିକ ଲାଲଟୁକଟୁକ ସାଧଵ ବୋହୂଟେ ପରି।ଏ ଶ୍ରାବଣୀ ତମେ ନା ବହୁତ ସୁନ୍ଦର ତମ ଆଖି ତମ ଓଠ ଯିଏ ବି ଦେଖିବ ଦିୱାନା ହୋଇଯିବ,ଏ ଶୁଣ ଶ୍ରାବଣୀ ତମେ କେବଳ ମୋର କେବଳ ମୋର.....ତମ ବିନା ମୁଁ ଅଧୁରା ବହୁତ ଝୁରୁଛି ତୁମକୁ କେବେ ସମ୍ପୂର୍ଣ୍ଣ ରୂପେ ମୋର ହେବ କହିଲ...? ବଞ୍ଚିବା କଷ୍ଟ ହେଲାଣି....।

-ସମୀର ତମ ସ୍ୱପ୍ନର ସେ ମେରୁନ ରଙ୍ଗର ଶାଢୀ ନା ସତରେ ମୋ ପାଖରେ ଅଛି।ମୋତେ ଗିଫ୍ଟ କରିଛନ୍ତି ମୋ ପିଉସୀ ତମ ପସନ୍ଦର ରଙ୍ଗ ମେରୁନ....ମୁଁ ନାଁ ସାଇତି ରଖିଛି ସେ ଶାଢ଼ୀ କେବଳ ତମ ପାଇଁ ପିନ୍ଧିବି ବୋଲି....ଆଉ କେହିବି ସେ ରଙ୍ଗରେ ଦେଖିବେନି ମୋତେ କେବଳ ତମ ପାଇଁ ପିନ୍ଧିବି ସେ ଶାଢ଼ୀ।ସମୀର ସେଦିନ ସେ ମାଆଙ୍କ ସିନ୍ଦୂର ଶଙ୍ଖା ପିନ୍ଧେଇ ତ ତମ ଭାଗ୍ୟ ସହ ମୋ ଭାଗ୍ୟ ଯୋଡି ଦେଇଛ,କିନ୍ତୁ କେବେ ଅଭାଗିନୀକୁ ତମ ଅର୍ଦ୍ଧାଙ୍ଗିନୀ କରିନେବ....?କେବେ ତମ ଅର୍ଦ୍ଧାଅଙ୍ଗର ସେବିକା ହେବି କୁହ ସମୀର ଏଜନ୍ମରେ କଣ ଆମ ମିଳନ ନାହିଁ କି....?ମୋତେ କାହିଁ ଡର ଲାଗୁଛି ମୋ ଆୟୁଷ ବାଧକ ସାଜିବନି ତ ମିଳନ ଲଗ୍ନରେ.....ଗୋଟେ କଥା କହିବି ସମୀର ଯଦି ତମର ନହେଲି ନା ମୋତେ ଆଉ କାହାର ହେବାକୁ ଦେବନି ତମକୁ ମୋ ରାଣ।ଯଦି ଆୟୁଷ ବାଧକ ସାଜି ଛଡେଇ ନିଏ ମୋତେ ତୁମଠୁ ବାସ ମୋ ବିଦାୟ ବେଳାରେ ଟୋପେ ସିନ୍ଦୂର ଅର୍ପିବ ମୋ ମଥାରେ ମୋ ଦେହରେ ସେଇ ମୋ ସାଇତା ତମ ପସନ୍ଦ ରଙ୍ଗ ପିନ୍ଧେଇ ଦେଵ ମେରୁନ ଶାଢ଼ୀଟି। ସଜେଇ ଦେଵ ତମ ବଧୂ ରୂପେ ପାରିବତ ଏତିକି କରି ....?କୁହନା ସମୀର କୁହ.....

ମୁଁ ଆଉ ପାରୁନି ତମଠୁ ଦୂରତାର ଏ ଯନ୍ତ୍ରଣା,ମୋତେ ଲାଗୁଚି ଏମିତି ଦୂରତା ରହିଲେ ମୋ ଆୟୁଷ ଆଉ ରହି ନପାରେ ମୋ ଆୟୁରେ.....

-ମୋ ଶ୍ରାବଣୀ,ଏମିତି କଣ ପାଗେଳିଙ୍କ ପରି କହି ଯାଉଛଯେ....?ଏଥର ଗାଁ ଙ୍କୁ ଗଲେ ତମକୁ ଦେଖା କରି ଆସିବି ଅସ୍ଥିର ହୁଅନି ଖୁବ ଶୀଘ୍ର ମୋର କରିନେବି।ତମେ କଣ ଭାବୁଛ ମୋତେ କଷ୍ଟ ହେଉନି ମୁଁ କଣ ଖୁସିରେ ଅଛି ବଞ୍ଚିଛି ସତ କିନ୍ତୁ ମୋ ଆତ୍ମା ତୁମ ପାଖରେ।ମୁଁ ସବୁଦିନ ତମକୁ ମୋ ସହିତ ରଖିଥିବି ତମେ କେବଳ କିଛି ସମୟ ଅପେକ୍ଷା କର।ମୁଁ ଫେରିବି ପୁଣି ସେଇ ସିନ୍ଦୂର ଶଙ୍ଖା ସହ ମାଆଙ୍କ ଆର୍ଶୀବାଦ ନେଇ ତମକୁ ନିଜର କରିନେବାକୁ।ଜାଣିଛ ଶ୍ରାବଣୀ ମୁଁ ନା ଏ ଉଚ୍ଚ ଅଟ୍ଟାଳିକାର ଖୋଲା ଛାତରେ ଯେତେବେଳେ ଜହ୍ନ ଆଲୁଅରେ ସୋଇବାକୁ ଯାଏ,କେବିବି ସୋଇପାରିନି ଇଚ୍ଛା ହୁଏ ତମେ ଥାନ୍ତ କି ମୋ ପାଖରେ ବାସ ଏଇ ଜହ୍ନ ଆଲୁଅରେ ତୁମ ପିଠିକୁ ମୋ ପିଠି ଲଗେଇ କେତେ କଥା ହୁଏନ୍ତେ ଏ ଜହ୍ନ ଈର୍ଷା କରନ୍ତା ମୋ ଜହ୍ନକୁ ଦେଖି।ଶ୍ରାବଣୀ ରାତି ନିଅଁଣ୍ଟ ପଡ଼ନ୍ତା କଥା ଶେଷ ହୁନ୍ତାନି ଏମିତି ଅନେକ କିଛି।ବହୁତ କଲବଲ ହେଲାଣି ଏ ବକ୍ଷ ମୋର,କେବେ ତମେ ମୁଣ୍ଡ ରଖି ସୋଇଯିବ ଏଇ ଉନ୍ମୁକ୍ତ ଛାତିରେ ମୋର ସବୁ କ୍ଲାନ୍ତି ଦୂରେଇ ଯିବ ତୁମ ସ୍ନେହ ପ୍ରେମ ରାଗ ଅଭିମାନ ଭରା କଥାରେ।ସତରେ ଶ୍ରାବଣୀ ମେରୁନ ରଙ୍ଗରେ ନା ତମେ ଏତେ ସୁନ୍ଦର ଦିସୁଛ ସ୍ୱପ୍ନରେ ମୋର, ମୁଁ ଚାହୁଁଚି ଏ ସ୍ୱପ୍ନ କେବେ ନଭାଙ୍ଗୁ ଏ ରାତି କେବେ ନପାହାନ୍ତା କି....?ପୁଣି ଭାବେ ନାଁ ନାଁ ସ୍ୱପ୍ନ ଭାଙ୍ଗିଲେ ହିଁ ଶ୍ରାବଣୀ ସତରେ ଆସିବ ମେରୁନ ରଙ୍ଗରେ ମୋର ହୋଇ।ଏସନ ତ ମୁଁ ନିଶ୍ଚୟ ଯିବି ତମେ ମୋତେ ଭେଟିବ ତ ଆମର ସେଇ ଗାଁ ମନ୍ଦିରରେ ମାଆଙ୍କ ଚରଣରେ...?ଭାବୁଛି ସ୍ୱୀକୃତି ନେବି ତୁମକୁ ବଧୂ କରି ନେବାର ତୁମ ପରିବାର ଠୁ,ଜାଣିନୀ ତମ ଘରେ କଣ କହିବେ ତଥାପି ମାଗିବି ତ ତୁମକୁ ମୋ ପାଇଁ।

-ସମୀର ମୁଁ ପ୍ରତିଜ୍ଞା କରି ନେଇଛି ମେରୁନ ରଙ୍ଗ ପିନ୍ଧିବି ତ କେବଳ ତୁମ ପାଇଁ ସେ ତେଣିକି ଜୀବିତ ବା ମୃତ।ରହିଲା ତମ ଭାବନା ସ୍ୱପ୍ନ କଥା ସେମିତି ସ୍ୱପ୍ନ ମୁଁ ବି ଦେଖୁଛି ସମୀର ଦେହର ଛାଇ ତୁମ ନକରିବ ଯଦି କେବେ,ପାଦର ପାଣ୍ଡୋଇ କରିବ ଥରେ।ତୁମରି ପାଦର ସ୍ପର୍ଷରେ ଲଭି ଯିବି ପ୍ରିୟ ମୁକ୍ତି ଏ ମାୟା ବନ୍ଧନୁ ଭଲେ....ଏ ସମୀର ତମେ ମୋ ସାଥି ପ୍ରିତୀ ମତି ତୁମ ବିନା ନାହିଁ ମୋର ଗତି।ହଁ ତମେ ମୋ ବନ୍ଧୁ ମୋ ସଖା ମୋ ମିତ ଆମ ଏ ବନ୍ଧନ ଯୁଗ ଯୁଗର।ତୁମକୁ ନପାଇ ପାରେ କିନ୍ତୁ ହରେଇବି ପାରିବିନି କାରଣ ମୁଁ ତୁମକୁ ଭଲ ପାଏ ଆତ୍ମାରୁ ଦୈହିକ କାମନା ବାସନା ଆମ ତୁଚ୍ଛ ଆମ ଆତ୍ମାର ମିଳନ ଆଗରେ।ସମୀର ଦେଖା ହେବ କି ଥରୁଟିଏ ତମ ପାଦ ଛୁଇଁବି ସେଇ ଛୁଆଁରେ ମୁଁ ତମକୁ ପାଇଯିବି ଆଜୀବନ।ଏ ସମୀର ଆୟୁଷ ଥାଉ ଥାଉ ଆସିବତ ତମ ଶ୍ରାବଣୀ ପାଖକୁ ଫେରି.....?

-ହଁ ଫେରିବି, ଫେରିବାକୁତ ପଡିବ ମୋତେ ନହେଲେ ମେରୁନ ରଙ୍ଗ ଶାଢ଼ୀଟି ଅଭିମାନ କରିବ ଯେ ମୋ ପାଇଁ ତମେ ତାକୁ ଏମିତି ଦଣ୍ଡ ଦେଲ ବୋଲି।ତମେ ମୋର ହେବ ଶ୍ରାବଣୀ କେବଳ ମୋର।"କଳ୍ପନା ମୂଳେ କାଳ"ଭଲ ଚିନ୍ତନ ରଖ ମୁଁ ନିଶ୍ଚୟ ତୁମର ହେବି ତାହାବି ଖୁବ ଶୀଘ୍ର।ସମୟ ପୂର୍ବରୁ କିଛି ହୁଏନି ମାଆ ଆମକୁ ଏକତ୍ର କରେଇଛନ୍ତିତ ସେହିଁ ଆମକୁ ପଥ ଦେଖାଇବେ।ଶୁଣ ମୁଁ ତ ଦୂର ବିଦେଶରେ ତମେ ଧର୍ଯ୍ୟଧରିବ ମୁଁ ଫେରିବି ତମ ପାଇଁ ଆଉସେ ସ୍ୱପ୍ନ ମେରୁନ ରଙ୍ଗର ଶାଢୀ ପାଇଁ।ମୋ ମନ ଚୋରଣୀ ମୋ ନାକ କାନ୍ଦୁରି ଏବେତ କାନ୍ଦ ବନ୍ଦ କର।ତମକୁ ତମ ସେ ମେରୁନ ଶାଢ଼ୀ ରାଣ...ହା ହା ଶାଢ଼ୀଟା ବିଚରା ମୋ ପାଇଁ ଭୋଗୁଛି କଷ୍ଟ ଆଲମୀରାରେ ବନ୍ଦ ହୋଇ।ହଉ ଶ୍ରାବଣୀ ଏଥର ରହିଲି DUTY କି ଯିବି ଫେରିଲେ ପୁଣି ତୁମ ସ୍ୱପ୍ନର ଇଲାକାରେ ହିଁ ହଜିବି।ମୁଁ ତୁମର ତୁମେ ମୋର କେବଳ ହେଲା।ମୋଟି ଏଥର ଟିକେ ହସିକି ଫୋନ ରଖିବ।ତମ ହସ ମୋର ବଞ୍ଚିବାର ଖୋରାଗ।ପରେ କଥା ହେବା...

-ହଉ ହଉ ଯାଅ ମ କେତେ କହୁଛ ହଁ ମୁଁ ତୁମର ତୁମର....ଏଥର ଆସିଲେ ତମେ ସମ୍ପୂର୍ଣ୍ଣ ତୁମର କରିଦେବ।


ସମୀର କଲଟି କାଟି କାମରେ ଯାଆନ୍ତି ଆଉ ଶ୍ରାବଣୀ ନିରବରେ ପୁଣି ନିରବି ଯାଇ ସ୍ୱପ୍ନଠୁ ବାସ୍ତବର ଦୂରତା ଅପେକ୍ଷାର ମାପ କାଠିରେ ମାପିଚାଲେ.....


 ଏମିତି କିଛି ଦିନର ସମୟର ବ୍ୟବଧାନ ପରେ ପୁଣି ସମୀରଙ୍କ କଲ ଆସେ.....

-ହେଲୋ ଶ୍ରାବଣୀ ତମ ଅପେକ୍ଷାର ଅନ୍ତ ଏଇ ନିକଟରେ ମୁଁ ଫେରୁଛି ଶ୍ରାବଣୀ ଫେରୁଛି,ସାତରଙ୍ଗରେ ସଜେଇ ଦେବି ତୁମକୁ। ଫଗୁଣ ଫେରେଇ ଆଣିବି ତମ ଜୀବନକୁ ସିମନ୍ତରେ ଭରି ନାଲି ସିନ୍ଦୂର ହାତରେ ନାଲି ଶଙ୍ଖା କନକ ବେଦିରେ ବସେଇ ବୋହୂରାଣୀ କରି ଫୁଲ ସବାରିରେ ବସେଇ ଆଣିବି ମୋ ଅଗଣା କୁ।ହଁ ଶ୍ରାବଣୀ ମୁଁ ଫେରୁଛି ଆମ ସ୍ୱପ୍ନକୁ ସାକାର କରି ତୁମକୁ ସେଇ ମେରୁନ ରଙ୍ଗ ଶାଢୀରେ ଦେଖିବାକୁ ସାରାଜୀବନ ପାଇଁ।କୁହ ଶ୍ରାବଣୀ କଣ ଉପହାର ନେବି ତୁମ ପାଇଁ ଯାହା କହିବ ତମ ଇଚ୍ଛା ତାହା ନେବି....ଜାଣିଛି ତମ ଘରେ ରାଜି ହେବା କଷ୍ଟ ହୋଇପାରେ କିନ୍ତୁ ମୋର ବିଶ୍ୱାସ ମୁଁ ରାଜି କରେଇଦେବି ବାସ ତୁମ ସାଥ ଆଉ ମାଆଙ୍କ ଆର୍ଶୀବାଦ ଥାଉ।ହଁ ଶ୍ରାବଣୀ ଆଉ ଗୋଟେ କଥା ମୋ ଫେରିବା ଦିନ ମୁଁ ପ୍ରଥମେ ତୁମକୁ ଦେଖିବାକୁ ଚାହେଁ.....ତୁମେ ଆସିବତ ଷ୍ଟେସନ.....?

-ସମୀର ତମେତ ଜାଣିଛ ବାପାଙ୍କ କଥା ତଥାପି ତମ ପାଇଁ ଗୋଡ଼ କାଢି ଆସିବି ସବୁ ବାଧାବନ୍ଧନ ଡେଇଁ।ହଁ ଶୁଣ ମୋ ପାଇଁ ଆଣିବାର ଅଛିତ ପୁଣି ଥରେ ସେଇ ମାଆଙ୍କ ପୂଜା ଶଙ୍ଖା ସିନ୍ଦୂର ଆଣିଦେବ ମୋର ସେଇଥିରେ ଖୁସି।ଏଥର ଫୋନ ରଖ ଶୀଘ୍ର ପ୍ୟାକିଙ୍ଗ କରି ବାହାର ଆସିବାକୁ।ମୁଁ ଠିକ timeରେ ପହଞ୍ଚିଯିବି।ଏଥର ଖୁସିତ.....?

-ହଉ ବାବା ଖୁସି ହେବି ଦେଖିଲା ପରେ,ଏଥର ଯାହା ବାକି ରହିଲା କଥା ଦେଖାଅ ହେଲେ ହେବା....ଫେରୁଛି ଶ୍ରାବଣୀ ତୁମ ସମୀର ପବନର ବେଗପରି ତୀବ୍ର.....


  ଅପେକ୍ଷାର ଅନ୍ତ ଆଜି ଦୁଇ ପ୍ରେମୀ ଯୁଗଳ ଖୁବ ବିରହ କ୍ଷଣ ସହିଲୁ ଏଥର ଆଉ ନୁହେଁ ଆସନ୍ତୁ ସମୀର ସମୟ ଠାରୁ ଚୋରେଇ ଆଣିବି ତାଙ୍କୁ ମୋ ଆଖି ପଲକରେ ଲୁଚେଇ ରଖିଦେବି।ଏମିତି ଭାବି ଭାବି ଖୁବ ସଜେଇ ହେଉ ଥାଏ ଶ୍ରାବଣୀ ହେବନି ବା କେମିତି ତା ମନର ମଣିଷ ଆସୁଛନ୍ତି ତାକୁ ଦେଖିବାକୁ।ସଜ ହେଉ ହେଉ ମନେ ପଡିଗଲା ଆରେ କଣ ଏତେ ସଜେଇ ହେଉଛି ଯେ ସେପଟେ ସମୀର ଆସିଯିବେ ତାଙ୍କ ଆସିବା ପୂର୍ବରୁ ମୋତେ ପହଁଚିବାକୁ ପଡିବ।ଘର ପାଖରୁ ଷ୍ଟେସନ ଘଣ୍ଟେର ରାସ୍ତା ଅଟୋ ଯିବା ଆସିବା କରେ ଗୋଟେ ଅଟୋ ଅଟକେଇ ଶ୍ରାବଣୀ ବସି ଚାଲିଲା ସମୀରଙ୍କ ପାଖକୁ।


 ସେପଟେ ସମୀର ପହଞ୍ଚି ସାରିଛନ୍ତି ଅପେକ୍ଷା କେବଳ ଶ୍ରାବଣୀର ଆସିବା ବାଟକୁ।ବହୁତ କିଛି ଭାବୁ ଥାନ୍ତି ସମୀର,ଏ ଶ୍ରାବଣୀ କେମିତିକା ଝିଅ କେଜାଣି ଉପହାର ମାଗିଲାତ ସେଇ ମାଆଙ୍କ ପୂଜା ଶଙ୍ଖାସିନ୍ଦୂର ଆଉ କିଛିତ ମାଗି ପାରିଥାନ୍ତା ହଉ ପାଗେଳି ମୋଟି ଶ୍ରାବଣୀ ପାଖକୁ ଆସିଲେ ନା ଜମା ଯିବାକୁ ଦେବିନି ମନ ଭରି କଥା ହେବି ତାପରେ ଯାଇ ଘରକୁ ଛାଡ଼ିବି।ସେ ସିନା କିଛି ଉପହାର ଭିନ୍ନ ମାଗିଲାନି କିନ୍ତୁ ମୁଁ ତ ଆଣିଛି ତା ପାଇଁ ତା ପ୍ରିୟ କାଜଲ ଆଉ ଲିପିଷ୍ଟିକ ବିନା ମେକପରେ ଏମିତି ବି ମୋ ଶ୍ରାବଣୀ ଖୁବ ସୁନ୍ଦର କିନ୍ତୁ ତା ସେ ନୀରିହ କଥା କୁହା ଆଖିକି କଜଳ ଗାର ଖୁବ ମାନେ ତାପରେ ତାର ସେ ଲାଜ ଜୁଡୁବୁଡୁ ଗୋଲାପି ଓଠକୁ ମେରୁନ ରଙ୍ଗ ଲିପିଷ୍ଟିକ ଆଃ ସତରେ ଯେମିତି ଅପ୍ସରୀ ଟିଏ।ହଁ ରହିଲା ମେରୁନ ଶାଢ଼ୀ ସେଇଟା ସେ ମୋର ସମ୍ପୂର୍ଣ୍ଣ ହେଲା ଦିନ ପିନ୍ଧିବ।ସେଇ ରୂପ ଲାବଣ୍ୟରେ ନିଜକୁ ହଜେଇ ଦେବି।ହଉ ଭାବନାରେ ଲଗାମ ଦିଏ ଦେଖେ ମାଡ଼ମ ଆସିଲେନି କାହିଁ।


 ଆରେ ବାହାରେ କଣ ଏତେ ଗହଳି....?କଣ ହୋଇଛି କି ସେଠି.....?ଆରେ ଭାଇ ଟିକେ ଶୁଣିଲ ସେଠି କଣ ପାଇଁ ଏତେ ଗହଳି....?ଆରେ ଆରେ ଘୁଞ୍ଚିଲ ଟିକେ ଦେଖେ କଣ ଏତେ ହୋହାଲ୍ଲା....ଆରେ ଆରେ ଝିଅଟି କଣ ଏମିତି ରକ୍ତ ଜୁଡୁବୁଡୁ ହୋଇପଡିଛି ମୁଁହଁ ଟି ଦେଖାଅ ଯାଉନି ତ ଏ କିଏ କୋଉଠିକାର ପିଲା କେମିତି ହେଲା ଏ ଦୁର୍ଘଟଣା....?ଅନେକ ପ୍ରଶ୍ନ କରୁ କରୁ ହଠାତ କଡ଼ ଲେଉଟାଇ ଦେଖେତ ଚମିକି ପଡିଲା ସମୀର....କ୍ଷଣକ ପାଇଁ ବାକ ଶୂନ୍ୟ ହୋଇଗଲା। ଚିତ୍କାର କରିଠିଲା ଶ୍ରାବଣୀ ଶ୍ରାବଣୀ ଶ୍ରାବଣୀ ଏକଣ ହେଲା ତୁମର ଉଠ ଶ୍ରାବଣୀ ଆଖି ଖୋଲା ଦେଖ ତମ ସମୀର ଆସିଛି ଦେଖ.....ରୁଦ୍ଧ କଣ୍ଠରେ ଶ୍ରାବଣୀ-

-ସମୀର ତମେ ଫେରିଛ....?ସମୀର ଏଇ ବୋଧେ ଆମ ଶେଷ ଦେଖା ସମୀର....ମୁଁ ଆଉ ତମ ଅର୍ଦ୍ଧାଅଙ୍ଗ ଦାସୀ ହୋଇପାରିଲିନି ସମୀର ....ଏ ସମୀର ଶୁଣ ମୋତେ ଟୋପେ ସିନ୍ଦୂର ଅର୍ପି ଦିଅ ଶୀଘ୍ର ମୋ ହାତରେ ଶଙ୍ଖା ଦିଅ ବଧୂ ବେଶରେ ସଜେଇ ଦିଅ ସମୟ ବହୁତ କମ ସମୀର....

-ଶ୍ରାବଣୀ ଚୁପ ସେମିତି କିଛି ହେବନି ତୁମର ତୁମକୁ ଵଂଚିବାକୁ ପଡିବ ମୋ ପାଇଁ ଆରେ କିଏ ଆମ୍ବୁଲାନ୍ସ ଡାକରେ ଦୟାକରି .......ଶ୍ରାବଣୀ କିଛି ହେବନି ଧର୍ଯ୍ୟଧର....

-ସମୀର ସିନ୍ଦୂର ଦିଅ ମୋତେ ସମୟ ନାହିଁ ଆଉ ...

-ଏ ମୋଟି ପାଗେଳି ଶ୍ରାବଣୀ ଏବେ ମେଡ଼ିକାଲ ଯିବା ତମେ ଠିକ ହୋଇଯିବ....ମୁଁ ତମକୁ ହରେଇ ପାରିବିନି...

-ସମୀର ମୋ ପରେ ତୁମେ ବିବାହ କରିନେବ ମୋ ସେ ମେରୁନ ରଙ୍ଗ ଶାଢ଼ୀ ମୋତେ ପିନ୍ଧେଇ ଶେଷ ବିଦାୟ ଦେଵ .....ଆମ ସ୍ୱପ୍ନକୁ ଶେଷ ସ୍ପର୍ଷ ଦିଅ ସମୀର ଦିଅ ....

-ଶ୍ରାବଣୀ ମୁଁ ତମ ବିନା ବଞ୍ଚି ପାରିବିନି ନିଃଶେଷ କରିଦେବି ନିଜକୁ....

-ଚୁପ ମେଣ୍ଟାଲ, ମୁଁ ସବୁ ଜନ୍ମରେ ତୁମର ବାସ ଏଜନ୍ମ ପାଇଁ ଏତିକି ଥିଲା ସାଥ ଆମର....ସମୀର ଡେରି ହେଉଛି ଦିଅ ସିନ୍ଦୂର....

-ନିଅ ଶ୍ରାବଣୀ ମୋ ରକ୍ତକୁ ସିନ୍ଦୂର କରି ପିନ୍ଧେଇ ଦେଉଛି ତମ ମଥାରେ,ତୁମେ ନା ବହୁତ ସୁନ୍ଦର ଦିସୁଛ ଆଜି ବଧୂ ବେସରେ....ଏ ଶ୍ରାବଣୀ ମୋତେ ଏକା କରି ଯାଅନି ମୋତେ ନେଇ ଯାଅ ତୁମ ସାଥିରେ ତୁମେ ଯେଉଁଠି ମୁଁ ସେଇଠି ହିଁ ରହିବି.......


 ଏମିତି କଥା ହେଉ ହେଉ ହଠାତ ଦୁହିଁଙ୍କ ପାଟି ବନ୍ଦ....ସମୀରଙ୍କ କୋଳରେ ଶ୍ରାବଣୀ ଆଖି ବୁଜି ଦେଇଛି ଆଉ ସମୀର ....ସେଇଠି ଶ୍ରାବଣୀ ମଥାରେ ମଥା ରଖି ଟଳି ପଡିଛି..... ଦୁଇ ପ୍ରେମୀ ଯୁଗଳ ଆଜି ନବ ବରବଧୂ ସାଜି ଶେଷରେ ଶେଷ ସ୍ପର୍ଷ ଦେଇ ଗଲେ ପ୍ରେମର....ଏଇତ ପବିତ୍ର ନିଃସ୍ୱାର୍ଥ ପ୍ରେମ ଯାହା ଆଜି ନିଃଶ୍ୱାସ ତ୍ୟାଗୀ ଦେଲା ଏକତ୍ରଭାବେ.....


କିନ୍ତୁ ସେ ମେରୁନ ରଙ୍ଗ ଶାଢୀ ଆଉ ସେ ସ୍ୱପ୍ନ ଶେଷ ସ୍ପର୍ଷ ବିନା ହିଁ ରହିଗଲେ ....


ଠିକ ଏମିତି ସମୟରେ ହଠାତ ଝଲକାଏ ପବନ ଦେଲା, ସତେ ଯେମିତି ସ୍ୱୀକୃତି ଦେଲା ପ୍ରକୃତି ପ୍ରେମୀ ଯୁଗଳଙ୍କ ଶେଷ ପଥକୁ....ସେଇ ଝଲକାଏ ପବନରେ ମେରୁନ ରଙ୍ଗର ଓଢଣିଟିଏ ଉଡ଼ିଆସି ଦୁଇ ଯୁଗଳ ମୂର୍ତ୍ତି ପ୍ରମିଙ୍କ ଦେହରେ ଘୋଡେଇ ହୋଇପଡିଲା..... ବେଦୀ ନାହିଁ ବ୍ରହ୍ମାଣ ନାହିଁ ଲଗ୍ନ ନାହିଁ କିନ୍ତୁ ମିଳନ ଲଗ୍ନ ହୋଇଗଲା ଏମିତି ଦୁଇ ପ୍ରେମୀ ନବ ବରବଧୂ ସାଜି ଚାଲିଗଲେ ସଂସାର ଗଢିବାକୁ ଜହ୍ନ ରାଇଜକୁ....ଆଃ ଅପୂର୍ବ ମିଳନ ଯୁଗ ଯୁଗକୁ ପ୍ରେମ ଅମର.....

ମେରୁନ ରଙ୍ଗର ଶାଢ଼ୀ ସ୍ଵପ୍ନରେ ହିଁ ରହିଗଲା.....


।।ସମାପ୍ତ।।


ପ୍ରେମ ଶାଶ୍ୱତ ଆଜି ବି ଅଛି କେବଳ କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ୱାର୍ଥପର ହୋଇ ଚାଲିଛି......



Rate this content
Log in