ପ୍ରଶାନ୍ତ କୁମାର ବେହେରା

Tragedy Inspirational Others

3  

ପ୍ରଶାନ୍ତ କୁମାର ବେହେରା

Tragedy Inspirational Others

ଓଡ଼ିଶା ଜନସାଧାରଣ ଓ ଏକମୋ ଚିକିତ୍ସା

ଓଡ଼ିଶା ଜନସାଧାରଣ ଓ ଏକମୋ ଚିକିତ୍ସା

3 mins
246


କରୋନା ରୋଗୀଙ୍କ ପାଇଁ କାଳ ସାଜିଛି ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ମେସିନ୍ । ଇସିଏମଓ ମେସିନ୍ ଅଭାବରୁ ଗୁରୁତର କରୋନା ରୋଗୀମାନେ ରାଜ୍ୟ ବାହାରକୁ ଏୟାରଲିଫ୍ଟରେ ଯିବାକୁ ବାଧ୍ୟ ହେଉଛନ୍ତି । ବ୍ରହ୍ମପୁରର ଅମ୍ରିତ ପ୍ରଧାନ ନାମକ ଜଣେ ୨୪ ବର୍ଷର ଯୁବକଙ୍କ ଭଉଣୀ ଓ ଭିଣେଇ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଲୋକଙ୍କୁ ଅପିଲ୍ କରି ମୋଟା ଅଙ୍କର ଟଙ୍କା ଯୋଗାଡ଼ କରି ଏୟାରଲିଫ୍ଟରେ ଚେନ୍ନାଇ ନେଇଛନ୍ତି । ସେଠାରେ ଏବେ ଅମ୍ରିତ ପ୍ରଧାନଙ୍କ ଚିକିତ୍ସା ଚାଲିଛି l କୁହାଯାଉଛି ଯେ, ଏୟାରଲିଫ୍ଟରେ ୩୦ ଲକ୍ଷ ଏବଂ ପ୍ରାଇଭେଟ୍ ମେଡିକାଲରେ ପ୍ରଥମ ଦିନ ୪ ରୁ ୫ ଲକ୍ଷ ଆବଶ୍ୟକ ହେଉଥିବା ବେଳେ ପରବର୍ତ୍ତି ଦୈନିକ ୧ ଲକ୍ଷରୁ ୨ ଲକ୍ଷ ଯାଏ ଟଙ୍କା ଖର୍ଚ୍ଚ ହେବ l ପରେ ଯଦି ଲଙ୍ଗ୍ସ୍ ପ୍ରତ୍ୟାରୋପନ କରାଯିବା ଆବଶ୍ୟକ ପଡିବ ତାହେଲେ ପୁଣି ୪୦ ଲକ୍ଷ ଟଙ୍କା ଖର୍ଚ ହେବ l ପୂର୍ବରୁ ଭଞ୍ଜନଗରର ରମେଶ ସାହୁ ନାମକ ଜଣେ ଯୁବକ ଘରଦ୍ୱାର, ଜମିବାଡ଼ି ବିକ୍ରି କରି ୫୦ ଲକ୍ଷ ଟଙ୍କା ଯୋଗାଡ଼ କରି କଲିକତା ଯାଇଛନ୍ତି । ତାଙ୍କ ସ୍ତ୍ରୀ ସ୍ମିତା ନାୟାର ସ୍ୱାମୀଙ୍କ ଏକମୋ ଚିକିତ୍ସା ପାଇଁ ମଧ୍ୟ ସମାଜିକ ଗଣମାଧ୍ୟମରେ ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରିଛନ୍ତି lଏଇ କେଇଦିନ ତଳେ ଭିଜିଲାନ୍ସ ଡିଜି ଥିବା ଆଇପିଏସ୍ ଅଫିସର ଡ଼. ଦେବେଶିଷ ପାଣିଗ୍ରାହୀଙ୍କୁ ମଧ୍ୟ ଏୟାରଲିଫ୍ଟରେ ଏକମୋ ଚିକିତ୍ସା ପାଇଁ କଲିକତାର ଏକ ସୁପରସ୍ପେସିଆଲିଟି ହସ୍ପିଟଲ୍ ରେ ଭର୍ତ୍ତି କରାଯାଇଛି l

ସେହିପରି ଭଦ୍ରକ ବସୁଦେବପୁରର ଅଭିଷେକ ମହାପାତ୍ର, ଯାହାଙ୍କ ବାହାଘର ମାତ୍ର ୩୩ ଦିନ ତଳେ ହେଇଥିଲା । ବାହାଘରର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ବରରେ ଗୋଟେ ପ୍ରାଇଭେଟ୍ ହସ୍ପିଟଲ୍ ରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କର ଏକମୋ ଚିକିତ୍ସା ନିହାତି ଭାବେ ଆବଶ୍ୟକ ପଡିଲା । କୋଲକାତା ନେଇ ଚିକିତ୍ସା କରିବାକୁ ହେଲେ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକ ଥିବାରୁ ତାଙ୍କ ପତ୍ନୀ ମୌସୁମି ମହାନ୍ତିଙ୍କ ସୋସିଅଲ୍ ମିଡ଼ିଆରେ ଆକୁଳ ନିବେଦନରେ ୨୪ ଘଣ୍ଟା ମଧ୍ୟରେ ୪୦ ଲକ୍ଷ ଟଙ୍କା ଯୋଗାଡ଼ ହେବାରୁ ଅଭିଷେକଙ୍କୁ ଏୟାରଲିଫ୍ଟରେ କଲିକତା ନିଆଯାଇ ଚିକିତ୍ସା କରାଯାଉଛି l ଏହିପରି ଦିବ୍ୟରଞ୍ଜନ ବେହେରା ନାମକ ଜଣେ ଯୁବକ ଏବେ ମଧ୍ୟ ଓଡ଼ିଶାର ଏକ ପ୍ରାଇଭେଟ୍ ହସ୍ପିଟଲ୍ ରେ ଏକମୋ ଚିକିତ୍ସା ହେଉଛନ୍ତି ଏବଂ ତାଙ୍କପାଇଁ ମଧ୍ୟ ସୋସିଆଲ୍ ମିଡ଼ିଆ ସହିତ ମିଲଆପ୍ ମାଧ୍ୟମରେ ଟଙ୍କା ଯୋଗାଡ଼ କରାଯାଉଛି lତେବେ ଏସବୁ ବିଷୟକୁ ଲକ୍ଷ୍ୟକଲେ ଜଣାଯାଏ ଯେ, ଏହି ଏକମୋ ଚିକିତ୍ସା ଖୁବ୍ ବ୍ୟୟ ବହୁଳ ଆଉ ଏଥିପାଇଁ ସର୍ବନିମ୍ନ ଆବଶ୍ୟକତା ହେଇଛି ଦେଢକୋଟିରୁ ଉର୍ଦ୍ଧ୍ବ ଟଙ୍କା l କରୋନାରେ ପଡୁଥିବା କିଛି ରୋଗୀଙ୍କୁ ଏହି ଚିକିତ୍ସା ନିହାତି ଆବଶ୍ୟକ ନଚେତ୍ ମୃତ୍ଯୁ ସୁନିଶ୍ଚିତ l ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଏଇ କିଛି ଦିନ ପୂର୍ବରୁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁତ୍ରଙ୍କର ମୃତ୍ୟୁ ଘଟଣା । ମାତ୍ର ୩୮ ବର୍ଷିୟ ପୁଅର ଜୀବନ ବଞ୍ଚାଇବା ପାଇଁ ନବୀନ ବାବୁ ଆକୁଳ ନିବେଦନ କରିଥିଲେ ମଧ୍ୟ ଏହି ଏକମୋ ମେସିନ୍ ଅଭାବରୁ ତାଙ୍କ ପୁଅ କଟକର ଏକ ପ୍ରାଇଭେଟ୍ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ । କେବଳ ନବୀନ ନନ୍ଦଙ୍କ ପୁଅ କଥା କହିଁକି, ଏମିତିରେ ଏହି ବ୍ୟୟ ବହୁଳ ଏକମୋ ଚିକିତ୍ସା ଅଭାବରୁ ବହୁ ଲୋକ ମୃତ୍ଯୁ ବରଣ କରୁଛନ୍ତି l ଗରିବ ଗୁରୁବାଙ୍କ ଠାରୁ ଆରମ୍ଭକରି ନିମ୍ନ ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀରେ ଆସୁଥିବା କୌଣସି ଲୋକ ଏହି ବ୍ୟୟ ବହୁଳ ଏକମୋ ଚିକିତ୍ସିା ପାଇବାକୁ କସ୍ମିନ୍କାଳେ ଆଶା କରିପାରିବେ ନାହିଁ । ତେଣୁ ବାଧ୍ୟ ହୋଇ କିଛି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପରିବାର ପରିଜନ ଏହି ସାମାଜିକ ଗଣମାଧ୍ୟମ ଓ ମିଲଆପ୍ ଜରିଆରେ ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରୁଛନ୍ତି ଏବଂ କିଛି କେସ୍ ରେ ଏହି ନିବେଦନ ମଧ୍ୟ ସଫଳ ହେଉଛି l କିନ୍ତୁ ବହୁତ ଗରିବ ଗୁରୁବାଙ୍କ ପରିବାର ବା ନିକଟସମ୍ପର୍କୀୟ ଏଭଳି ସାମାଜିକ ମିଡିଆର ସାହାଯ୍ୟ ନେଇ ପାରୁନାହାନ୍ତି ବା ବହୁଳ ପ୍ରଚାର ପ୍ରସାର ନ ହେବା କାରଣରୁ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ଯୁମୁଖରେ ପଡୁଛନ୍ତି l ଏବେ ତ ପରିସ୍ଥିତି ଏପରି ହେଲାଣି, କିଛି ଲୋକ ଯେଉଁମାନେ କିଛି ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ୍ ବା କେଇ ଲକ୍ଷ ଟଙ୍କାର ମେଡିକାଲ୍ ହେଲ୍ଥ ଇନ୍ସୁରାନ୍ସ୍ ନେଇ ଭାବୁଥିଲେ ରୋଗ ହେଲେ ସେମାନଙ୍କର କିଛି ଅସୁବିଧା ନାହିଁ , ସେଭଳି ଦୃଢ଼ ମାନସିକତା ଏବେ ପୁରା ଦୋହଲି ଯାଇଛି ଏଇ କରୋନା ମହାମାରୀର ଆତଙ୍କ ଏବଂ ଏଥିରେ ଆବଶ୍ୟକ ହେଉଥିବା ଖର୍ଚ୍ଚ ର ପରିମାଣ ଦେଖିବାପରେ କହିବାକୁ ଗଲେ ଓଡ଼ିଶାର ସୁମୁଦାୟ ପାଞ୍ଚ ପ୍ରତିଶତ ଲୋକ ହୁଏତ ତାଙ୍କ ପଇସାର ତାକତ୍ ରେ ଏହି ଏକମୋ ଟ୍ରିଟମେଣ୍ଟ୍ କରିବାକୁ ସକ୍ଷମ ହୋଇପାରନ୍ତି l ବାକି ୯୫ ପ୍ରତିଶତ ଲୋକ ଏପରି ଅର୍ଥବହୁଳ ଚିକିତ୍ସିାର ସ୍ୱପ୍ନ ଦେଖିବା ମଧ୍ୟ ଅସମ୍ଭବ ବ୍ୟାପାର।


Rate this content
Log in

Similar oriya story from Tragedy