Sunanda Mohanty

Crime Thriller Others

4.4  

Sunanda Mohanty

Crime Thriller Others

ପାଗଳ

ପାଗଳ

3 mins
375


ବସରୁ ଓଲ୍ହେଇ ଏଣେ ତେଣେ ଚାହିଁଲେ ବିନୋଦ ବାବୁ. ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଦେଖି ପଶିଗଲେ ଗୋଟେ ଦୋକାନ ଭିତରେ. ଚା ଦୋକାନୀ ଗରମ ଗରମ ବରା ଗୁଲୁଗୁଲା ଛାଣୁଥିଲା. କିଛି ସେଥିରୁ ଖାଇ ପାଣିମୁନ୍ଦେ ପିଇ ଚାହିଁଲେ ଆଗରେ ଲମ୍ବି ଯାଇଥିବା ପାଦଚଲା ରାସ୍ତାକୁ ଆଉ ପଚାରିଥିଲେ ଆଛା ଭାଇ କଲ୍ୟାଣପୁର ଯିବାକୁ ହେଲେ ଏଇ ବାଟ ଦେଇ ଯିବାକୁ ହେବ ତ? ଏତେବେଳଯାଏଁ ଚୁପ ଥିବା ବରା ଗୁଲୁଗୁଲା ଦୋକାନୀ ଆଶ୍ଚର୍ଯ୍ୟରେ ଚାହିଁଲା ବିନୋଦ ବାବୁଙ୍କୁ? କଲ୍ୟାଣପୁର କାହା ଘରକୁ ଯିବେ ଆଜ୍ଞା?, ଆପଣ କଣ ଏଇ ପ୍ରଥମ ଆସିଛନ୍ତି କଲ୍ୟାଣପୁର?

  ବିନୋଦ କିଛି କହିବା ପୂର୍ବରୁ ଲୋକଟି ପୁଣି କହୁଥିଲା, ଏଇ ବାଟ ଦେଇ ଅନେକ ଅଟୋ, ରିକ୍ସା ଯାଏ ହେଲେ ଆଜି ଦାସ ମ୍ୟାଡାମ ଆତ୍ମହତ୍ୟା କରିବା ଘଟଣା ଶୁଣା ପାଇବା ପରେ ପୋଲିସ ଗାଡି ଯିବା ଆସିବା ଲାଗିରହିଥିବାରୁ କୌଣସି ଗାଡି କି ରିକ୍ସା ଏପଟେ ଯାଉନି, ସହଜେ ମୌସୁମୀ ବର୍ଷା ଟା ଛାଡୁନି. ପୁଣି ପଚାରିଲା ଦୋକାନୀ, ହେଲେ ଆପଣ କୋଉଠିକୁ ଯିବେ କହନ୍ତୁ କିଛି ବ୍ୟବସ୍ଥା କରିବା. ବିନୋଦ ବାବୁ କହୁଥିଲଲେ ନାଇଁ କଲେଜରେ କାମ ଥିଲା. ଦୋକାନୀ ଆଶ୍ଚର୍ଯ୍ୟ ହୋଇ ଚାହିଁଲା. କହିଲା ଆପଣ କଣ ଖବର ଶୁଣି ନାହାଁନ୍ତି. ତେବେ କଲେଜଟା ସେପଟେ, ଏପଟେ ଦାସ ମ୍ୟାଡାମ ରହୁଥିଲେ.

   ଭିତରେ ଚମକି ପଡିଲେ ବିନୋଦ. କୋଉ ଦାସ ମ୍ୟାଡାମ ପଚାରି ପାରୁନଥିଲେ, ପୁଣି ଭାବୁଥିଲେ ବସରେ ତ ନିଜେ ସେ ଦାସ ମ୍ୟାଡାମଙ୍କ ସାଙ୍ଗରେ କଥା ହୋଇଛନ୍ତି. ତେବେ କୋଉ ଦାସ ମ୍ୟାଡାମ ଆତ୍ମହତ୍ୟା କରିଛନ୍ତି!ଦାସ ମ୍ୟାଡାମ ତ କହୁଥିଲେ ସେ କଲ୍ୟାଣପୁର କଲେଜରେ କାମ କରନ୍ତି. ଫେସବୁକରେ ଲାଇକ କମେଣ୍ଟ ଦିଆ ନିଆ ଭିତରେ ଚିହ୍ନା ପରିଚୟ.ମେସେଞ୍ଜରରେ ଚାର୍ଟ କରୁ କରୁ ବନ୍ଧୁତା. ଆଉ ସେଇ ବନ୍ଧୁତା ଖାତିରରେ ଆଜି ନିମନ୍ତ୍ରଣ ରକ୍ଷା କରିବାକୁ ଆସି ସେ ଫସି ଯାଉଛନ୍ତି ନିଜ ପାଖରେ. ପୁଣି ଦୋକାନୀ ଭାଇ ପଚାରୁଥିଲା, ଆଜି ତ ରବିବାର କଲେଜରେ କି କାମ ଆପଣଙ୍କର??

  ଆଗ ସାମ୍ନା ଚଲା ରାସ୍ତାରେ ଝିପି ଝିପି ବର୍ଷାରେ ଝିଅଟିଏ ଛତା ଧରି ଚାଲୁଥିବା ଦେଖି ବିନୋଦ ବାବୁ ଉତ୍ତର ନଦେଇ, ଲୋକଟିକୁ ପଇସା ବଢ଼େଇ ଚାଲିଲେ ଆଗକୁ. ପଛରୁ ଜଳଖିଆ ଦୋକାନୀ କହୁଥିବାର ଶୁଣିଲେ ପାଗଳ କିନ୍ତୁ ସେସବୁକୁ ଖାତିର ନକରି ବଡ଼ ବଡ଼ ପାହୁଣ୍ଡ ପକାଇ ଝିଅଟି ପାଖାପାଖି ପହଞ୍ଚି ଯାଇ ପଚାରିଲେ ଝିଅଟିକୁ, କଲ୍ୟାଣପୁର ଯିବା ରାସ୍ତା ଏଇଟା ତ?ଆଜ୍ଞା. ଆପଣ କାହା ଘରକୁ ଯିବେ ଆଜ୍ଞା. ମୁଁ କଲେଜରେ କାମ କରୁଥିବା ମିସେସ ଦାସଙ୍କ ଘରକୁ ଯିବି. କୋଉ ମିସେସ ଦାସ ଆଜ୍ଞା?? ଦୁଇଜଣ ମିସେସ ଦାସଙ୍କ ଭିତରୁ ଜଣେ ଆଜି ଆତ୍ମହତ୍ୟା କରିଛନ୍ତି, ଆଉ ଜଣେ ମୋ ମାଆ, ଆଜି ତାଙ୍କ ଜନ୍ମଦିନ ବୋଲି କିଛିଟା ଜିନିଷ ଆଣିବାକୁ ଆସିଥିଲି. ଆପଣ ତେବେ ମିସେସ ଦାସ ମ୍ୟାଡାମଙ୍କର ସମ୍ପର୍କୀୟ. କାହିଁକି ସେ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଲେ କେଜାଣି ? ହଉ ଛତା ଭିତରକୁ ଆସନ୍ତୁ, ଓଦା ହୋଇ ଯାଉଛନ୍ତି ଯେ ।

   ଝିଅଟିର କଥା ଶୁଣିବାର ଧର୍ଯ୍ୟ ନଥିଲା ବିନୋଦଙ୍କର. ସେ ଭାବୁଥିଲେ, ଦାସ ମ୍ୟାଡାମଙ୍କର ଏତେବଡ଼ ଝିଅ ଅଛି ବୋଲି କାହିଁ କେବେ କହିନାଁହାନ୍ତି ସେ. ସ୍ୱାମୀଙ୍କ ସହ ମାନ ମନାନ୍ତର ହୋଇ ଏକେଲା ରହୁଛନ୍ତି. ଜନ୍ମଦିନ ଆଜି ବୋଲି ଆସିବାକୁ ଅନୁରୋଧ କରିଛନ୍ତି ବୋଲି ରବିବାରର ଅନେକ ଉଷୁମ ମଜ୍ଜା ଭୁଲି ଏତେବାଟ ଆସି ଏ ସବୁ କଣ ଦେଖୁଛନ୍ତି ଓ ଶୁଣୁଛନ୍ତି ସେ!ଏଥର ଝିଅଟିକୁ ଛତା ତଳକୁ ଯିବା ଦରକାର 8917524581@yblଅସ୍ପଷ୍ଟ ଭାବେ କହୁଥିଲା ପାଗଳ ।

   ଘରେ ପହଁଚିଲା ପରେ, ଦାସ ମ୍ୟାଡାମ ଫୋନ କରି କହୁଥିଲେ, ଆସୁଛନ୍ତି ବୋଲି ମତେ ମିଛ କହି ଆସିଲେନି ଆପଣ.ଆସିଥିଲେ ମୋ ମିଷ୍ଟର ଓ ଝିଅକୁ ଭେଟିଥାଆନ୍ତେ. ସରର୍ପ୍ରାଇଜ ଭେଟଘାଟ ତ ହୋଇପାରିଲାନି ପୁଣି ଏକ ଦୁଃଖ ଖବର ହେଲା କଲେଜର ମୋ ସହକର୍ମୀ ସ୍ମିତା ଦାସ ଆଜି ଆତ୍ମହତ୍ୟା କରିଥିବାରୁ ପୁଲିସ ଛାନଭିନ କରୁଛି.ଭଲ ହୋଇଛି, ଭଗବାନ ଆପଣଙ୍କୁ ରକ୍ଷା କରିଛନ୍ତି , ନଚେତ ସନ୍ଦେହ ଘେରରେ ପଡିଥାଆନ୍ତେ, . ଜଣେ କେହି ସନ୍ଦିଗ୍ଧ ବ୍ୟକ୍ତି ବରା ଦୋକାନରେ ତାଙ୍କ ଠିକଣା ପଚାରୁଥିଲା ବୋଲି ପୋଲିସ ତାକୁ ଖୋଜୁଛି. ଆମ ଝିଅ ବି ସେ ଲୋକକୁ ଭେଟିଛି କହୁଥିଲା. ଏସବୁ ଆଉ କାହାକୁ ନକହିବାକୁ, ଝିଅକୁ କହିଦେଇଛି ମୁଁ. ଫୋନରେ ଆଉ କଣ କହୁଥିଲେ ଦାସ ମ୍ୟାଡାମ, ବିନୋଦବାବୁଙ୍କ ମୁଣ୍ଡ ଗୋଳମାଳ ହୋଇଗଲା ପରି ଲାଗୁଥିଲା ତାଙ୍କୁ. ନିଜକୁ ନିଜେ ସେ କହୁଥିଲେ ପାଗଳ. ଫୋନ ସେତେବେଳକୁ କଟିସାରିଥିଲା କି ନାହିଁ ନିଘା ନଥିଲା ତାଙ୍କର ।



Rate this content
Log in

Similar oriya story from Crime