Sunanda Mohanty

Crime Thriller Others

4  

Sunanda Mohanty

Crime Thriller Others

ପଦ୍ମକୁମାରୀ

ପଦ୍ମକୁମାରୀ

2 mins
333


ସହର ସାରା ଚମକ ଖେଳେଇ ଦେଇଥିଲା ସେହି ରୋଚକପୂର୍ଣ୍ଣ ସମ୍ବାଦ. ପଦ୍ମକୁମାରୀ ଗିରଫ ହେବା ଭୟରେ ଆତ୍ମଗୋପନ କରିଥିବା ଖବର କେହି ବିଶ୍ୱାସ କରୁନଥିଲେ. ସହର ଠାରୁ ଅଳ୍ପ ଦୂରରେ ଗଢିଉଠିଥିଲା ତାଙ୍କ ବିରାଟ ଆଶ୍ରମ. ପ୍ରତିଦିନ ହଜାର ହଜାର ମାଇଲ ଅତିକ୍ରମ କରି ସାଇକେଲ, ବାଇକ ଓ କାରରେ ଛୁଟି ଆସୁଥିଲେ ଭକ୍ତ ମଣ୍ଡଳୀ. ସମସ୍ତ ଭକ୍ତ ନେଇଆସୁଥିଲେ ପଦ୍ମଫୁଲ. ନିଜକୁ ପଦ୍ମରୁ ଯାତ କହୁଥିବା ପଦ୍ମକୁମାରୀଙ୍କୁ ସମସ୍ତେ ଧୂପ ଦୀପ ନୈବେଦ୍ୟ ସହିତ, ଶହ ଶହ ସଂଖ୍ୟାରେ ପଦ୍ମ ଫୁଲ ଭେଟି ଦେଉଥିଲେ. ଆଶ୍ରମରେ ନିୟୋଜିତ କର୍ମଚାରୀମାନେ, ସେହି ପଦ୍ମଫୁଲସବୁରେ ହାର କରି ପିନ୍ଧାଇ ଦେଉଥିଲେ ପଦ୍ମକୁମାରୀଙ୍କୁ. ଦର୍ଶନ ଓ ପ୍ରବଚନ ତଥା ପ୍ରସାଦ ସେବନ ପରେ ପଦ୍ମ କୁମାରୀ ନିଜେ ତାଙ୍କ ଶ୍ରେଷ୍ଠ ଭକ୍ତମାନଙ୍କୁ ଆଶୀର୍ବାଦ ସ୍ୱରୂପ ପଦ୍ମମାଳ ସବୁ ଦାନ କରି ଦେଉଥିଲେ.

   ଏସବୁ ଦୂରରୁ ଦେଖି ଶୁଣି ଲୋକମାନେ ପଦ୍ମକୁମାରୀଙ୍କୁ ବହୁତ ଭକ୍ତି କରି ମାନସିକ ରଖୁଥିଲେ. ମାନସିକ ପୁରଣ ହେଲେ ଶହେଆଠ ପଦ୍ମ ଯୋଗାଡ଼ କରି ପଦ୍ମକୁମାରୀଙ୍କ ଚରଣରେ ସମର୍ପଣ ଅର୍ଘ୍ୟ ରୂପେ ଦେଇ ଧନ୍ୟ ହେଉଥିଲେ. ଆହା ବିଚାରୀ ମଣିଷ ରୂପଧାରୀ କନ୍ୟା ହୋଇ ଦେବୀଙ୍କର ଆବିର୍ଭାବ ହୋଇଛି ବୋଲି ଚର୍ଚ୍ଚା ଓ ଗୁଞ୍ଜରଣ ଖେଳିଯାଇଥିଲା ଚାରିଆଡେ. ଆଶ୍ରମରେ ଥିବା ବିଦେଶୀ ଭକ୍ତ ଓ କର୍ମଚାରୀବୃନ୍ଦ, ସହର ସାରା ବିଚରଣ କରୁଥିଲେ ବି କେହି ଶ୍ରଦ୍ଧା ଓ ସମ୍ମାନରେ ଆଶ୍ରମ ବିଷୟରେ କିଛି ପଚାରିବାକୁ ଭରସି ସାହାସ କରୁନଥିଲେ.ଭାଷାର ତାରତମ୍ୟ ଯୋଗୁଁ ଲୋକମାନେ ସହଜ ଭାବେ ସେମାନଙ୍କ ସହ କଥା ବାର୍ତ୍ତା ନକରିବା ଦ୍ୱାରା, ଆଶ୍ରମ ଭିତର କଥା ଆଶ୍ରମ ଭିତରେ ସୀମାବଦ୍ଧ ଥିଲା, ବାହାରକୁ କେବଳ ଭକ୍ତିର ପରିପୋଷାକ ତତ୍ତ୍ୱ କମଳ ହୋଇ ଫୁଟୁଥିଲା.

  କାହାରି କାହାରି ମନରେ ପ୍ରଶ୍ନ ଉଠୁଥିଲା, ଆଶ୍ରମର ପରିଚାଳନା ପାଇଁ ଏତେ ଅର୍ଥ କେଉଁଠୁ ଆସୁଛି?? ଭକ୍ତଙ୍କ ଠାରୁ ଗୋଟେ ପଇସା ନେଉନଥିବା ଆଶ୍ରମ ଚଳୁଛି କିପରି ଭାବି କିଏ ଭାବେ ବୋଧହୁଏ, ବିଦେଶରୁ ଆସୁଛି, ବୋଧହୁଏ ୱାର୍ଲଡ ବ୍ୟାଙ୍କ ଦେଉଛି, ବା ପଦ୍ମକୁମାରୀଙ୍କ ପୈତୃକ ସମ୍ପତ୍ତିଅଚଳଚଳ ହୋଇଥିବ ନିଶ୍ଚୟ . ନଚେତ ଆଶ୍ରମ ଭିତରେ ହସ୍ପିଟାଲ, ଆଶ୍ରମ ଅଧିବାସୀଙ୍କ ପାଇଁ ସେହି ଭିତରେ ସ୍କୁଲ କଲେଜ ଇତ୍ୟାଦି ଚାଲୁଛି କେମିତି???ସବୁ ସେଇ ପଦ୍ମକୁମାରୀଙ୍କ କୃତିତ୍ୱ ଓ ପ୍ରଭୂତ୍ବ ତଥା ଆଶୀର୍ବାଦ ମନେ କରନ୍ତି ସହରବାସୀ.

   ସବୁ ପ୍ରଶ୍ନର ଉତ୍ତର ନଥିବା ପରି ଆଶ୍ରମ ଆଜି ରେଡ ହେଉଛି. ପଦ୍ମ ଫୁଲ ମାଧ୍ୟମରେ ନିଶା କାରବାର ଚଳାଇଥିବା ପଦ୍ମକୁମାରୀ ଆଜି ଉଭାନ. ପୋଲିସ ଖୋଜୁଛି ତାଙ୍କୁ. ସହରବାସୀ ସ୍ତବ୍ଧ ଓ ଚକିତ ତଥା ରୋମାଞ୍ଚିତ.ସବୁଆଡେ ଏ ଖବର ସମ୍ପ୍ରସାରିତ. ଯେଉଁ ଲୋକ ଭକ୍ତିରେ ଆସିନଥିଲା ଆଜି ସେହି ଲୋକସବୁ କୌତୁହଳ ବଶତଃ, ଧାଇଆସୁଛି ତ ସହରଟି ଲୋକାରଣ୍ୟ. ସମସ୍ତେ ଅପେକ୍ଷା କରିଛନ୍ତି ପଦ୍ମକୁମାରୀଙ୍କୁ ସ୍ୱଚକ୍ଷୁରେ ଟିକେ ଦେଖିବାକୁ. ହେଲେ ଆଶ୍ରମ ସିଜ ହୋଇସାରିଛି ଓ ଆତ୍ମଘୋଷିତ ପଦ୍ମକୁମାରୀ ଫେରାରଥିବାରୁ ପୋଲିସ ଖୋଜୁଛିର ରୋଚକ ଖବର ଗୁଞ୍ଜରିତ ହେଉଛି ସହର ସାରା କଣ ରାଇଜ ସାରା.ବିଜ୍ଞ ଲୋକମାନେ କୁହା କୁହି ହେଉଥିଲେ ଅତୀତର କେତେ କେତେ ଠୋକର ପରେ ମଧ୍ୟ ମଣିଷର ଅନ୍ଧବିଶ୍ୱାସ ପାଇଁ ଆଜିର ଏ ମୁଖ୍ୟ ଖବର ଶୁଣିବାକୁ ଓ ଦେଖିବାକୁ ମିଳୁଛି.



Rate this content
Log in

Similar oriya story from Crime