Pt.Abhaya Kumar Tripathy Sharma

Inspirational

4  

Pt.Abhaya Kumar Tripathy Sharma

Inspirational

ପ୍ରେରଣା

ପ୍ରେରଣା

2 mins
214



ବିଶ୍ୱନାଥ ମୋ ପଢା ସାଙ୍ଗ l ପିଲାଟି ବେଳୁ ବାପା ମା'ଙ୍କୁ ହରାଇ ମାମୁଁଘରେ ରହୁଥିଲା l ମାମୁଁ ମାଇଁଙ୍କର ମଧ୍ୟ ସନ୍ତାନ ନଥିଲେ l ବିଶ୍ୱ ବଡ଼ ହେଲା l ବିଶ୍ୱବିଦ୍ୟାଳୟରେ ପଢିବା ବେଳେ ପାର୍ବତୀ ସହ ତା'ର ପ୍ରେମସମ୍ପର୍କ ଗଢିଉଠିଲା l ଏହାକୁ ମାମୁଁ ମାଇଁ ସ୍ୱୀକୃତି ଦେଲେ l ବିବାହର ସାତ ବର୍ଷ ପରେ ବହୁ ଚେଷ୍ଟାରେ ପୁଅ ଟିଏ ଜନ୍ମନେଲା l ଶ୍ରଦ୍ଧାରେ ଉଭୟଙ୍କ ନାମକୁ ମିଶାଇ ନାମଦେଲେ ପବିତ୍ର l ପବିତ୍ର ଚନ୍ଦ୍ରକଳା ପରି ବଢିବାକୁ ଲାଗିଲା l ମାତ୍ର ମାନସିକ ବିକୃତି କାରଣରୁ କିଛିବି ଜାଣିପାରୁନଥିଲା l ଦିନେ ସନ୍ଧ୍ୟାରେ ମୁଁ ଯାଇଥାଏ ତାଙ୍କ ଘରକୁ l ସେତେବେଳକୁ ବିଶ୍ୱର ମାମୁଁ ମାଇଁ ମଧ୍ୟ ଡକାହକା ହୋଇ ଆରପାରିକୁ ଯାଇସାରିଥିଲେ, ଯେତେବେଳେ ପବିତ୍ରକୁ ମାତ୍ର ଏକ ବର୍ଷ ବୟସ l ଏଣୁ ପିଲାଟିର ଯତ୍ନ ନେବାକୁ ସେମାନେ ଅନନ୍ୟୋପାୟ ହୋଇ ଧାଈଟିଏ ରଖିଲେ ପବିତ୍ରର ଯତ୍ନପାଇଁ l

ଧାଈଟି ଘରର ସମସ୍ତ କର୍ମକରି ଠିକଭାବେ ପବିତ୍ରର ଯତ୍ନନେଇପାରୁନଥାଏ l ଯଦ୍ଦ୍ଵାରା ପବିତ୍ରର କୌଣସିବି ପରିବର୍ତ୍ତନ ହେଉ ନଥାଏ l ସେତେବେଳକୁ ସେମାନେ ବହୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଜାରୀରଖିଥାନ୍ତି l ପବିତ୍ର ପାଞ୍ଚ ବର୍ଷର ହେଲାଣି l କଥା କହିଲାଣି l ମାତ୍ର କିଛି ଜାଣିବା ଓ ବୁଝିବା ତା'ପାଇଁ ଅସମ୍ଭବ l ଏସବୁ ଦେଖି ମୁଁ ତାକୁ ପରାମର୍ଶ ଦେଲି, "ବିଶ୍ୱ, ତୁମ ଦୁହିଁଙ୍କ ମଧ୍ୟରୁ ଜଣେ କେହି ଚାକିରୀ ଛାଡି ପିଲାସହ ରୁହ l ଦେଖିବ ଖୁବ ଅଳ୍ପ ଦିନରେ ତା'ମଧ୍ୟରେ ନିଶ୍ଚୟ ପରିବର୍ତ୍ତନ ଆସିବ l ଚାକିରୀ ଦ୍ୱାରା ଗୁଡ଼ାଏ ଟଙ୍କା ସିନା ରୋଜଗାର କରିବ ପିଲାଟିର ଭବିଷ୍ୟତ ନଷ୍ଟ ହେବ l" କଥାଟି କହି ମୁଁ ଘରକୁ ଫେରିଲି l ସେଦିନ ରାତିରେ ପତିପତ୍ନୀ ବିଚାର ବିମର୍ଶ ପରେ ସ୍ଥିରନିଷ୍ପତ୍ତି ନେଲେ ଯେ ପାର୍ବତୀ ହିଁ ଚାକିରୀ ଛାଡିବ l

   ଠିକ ଚାରିଦିନ ପରେ ମୁଁ ପୁନଃ ବିଶ୍ୱ ଘରକୁ ଯାଇ ଦେଖେତ ପାର୍ବତୀ ଓ ପବିତ୍ର ଉଭୟେ ଡ୍ରଇଂରୁମରେ ବସି ଅନେକ ଗୁଡିଏ ଖେଳନା ସହ ଖେଳୁଛନ୍ତି l ପଚାରିଲି "ବିଶ୍ୱ ଆସିନି କି "? " ନମସ୍କାର,.....ନା....., ଆପଣ ଆସନ୍ତୁ, ବସନ୍ତୁ, ସେ ଏବେ ଆସିଯିବେ l ମୁଁ ଟିକେ ଚା କରିଆଣେ l"କହି ପାର୍ବତୀ ଭିତରକୁ ଚାଲିଗଲା l ମୁଁ ଲକ୍ଷକଲି ବିଶ୍ୱମଧ୍ୟରେ ପରିବର୍ତ୍ତନ l ମାତ୍ର ଚାରିଦିନ ମଧ୍ୟରେ ପୂର୍ବଠାରୁ ଢେର ପରିବର୍ତ୍ତନ ତା ଠାରେ l ଏପରି ଦିନ ଗୁଡିକ ପାଣିପରି ଗଡ଼ିଗଲା ବର୍ଷେ l ବର୍ଷକ ମଧ୍ୟରେ ବିଶ୍ୱ ଘରେ ରହି ପ୍ରାୟ ପ୍ରଥମ ଶ୍ରେଣୀ ପାଠ ପୁରା ସାରି ଦେଇଛି l ଏ ସବୁ ସମ୍ଭବ ତା ମା'ର "ପ୍ରେରଣା" ଯୋଗୁ l ତା 'ର ନାମଲେଖା ହେବ l ଏଣୁ ତାର ବିଦ୍ୟାରମ୍ଭ ନିମନ୍ତେ ବିଶ୍ୱ ମୋ ଘରକୁ ଆସିଲା ନିମନ୍ତ୍ରଣ ଦେବାକୁ l ମତେ ବହୁତ ଆନନ୍ଦ ଲାଗିଲା l ଯାହାହେଉ ଭଗବାନ ମୋ ଡାକଶୁଣିଛନ୍ତି l ବିଶ୍ୱର ପୁଅ ପବିତ୍ର ଆଜି ତାଙ୍କରି କୃପାରୁ ସମ୍ପୂର୍ଣ୍ଣ ସୁସ୍ଥ l



Rate this content
Log in

Similar oriya story from Inspirational