Aminilu Ray

Abstract

2  

Aminilu Ray

Abstract

ପରିବାର

ପରିବାର

1 min
493


ସତରେ ଏ ଦୁନିଆଟା ବଡ ବିଚିତ୍ର । ଖୁନ୍ କରୁଛି ଜଣେ, ଦଣ୍ଡ ଭୋଗୁଛି ଆଉ ଜଣେ । କୋର୍ଟରେ ଧର୍ମନିକିତି ସମ୍ମୁଖରେ ପବିତ୍ର ଗ୍ରନ୍ଥ ଗୀତା ଛୁଇଁ ଯେଉଁମାନେ ମୋ ବିରୁଦ୍ଧରେ ବୟାନ ଦେଲେ , ସେମାନେ କ’ଣ ସତ କହିଲେ ? ମୁଁ ମାରିଥିବାର ନିଜ ଆଖିରେ ସେମାନେ କ’ଣ ଦେଖିଥିଲେ ? ଏଠାରେ ଧର୍ମ ନାଁରେ ଚାଲିଛି ଖାଲି ଅନ୍ୟାୟ ଅତ୍ୟାଚାର । ଅଥଚ ଅପରାଧୀଜଣକ ଚାଲାଖରେ ଖସି ଯାଉଛି ଆଉ ନିରପରାଧୀକୁ ଜେଲ୍ ଦଣ୍ଡ ଭୋଗିବାକୁ ପଡୁଛି । ମୋ ପରିବାର ମୁହଁରେ ଗଣ୍ଡାଏ ଦାନା ଦେବାକୁ ମୁଁ ମଫସଲରୁ ଚାଲିଆସିଥିଲି ସହର । ହେଲେ ଏ ମିଛମାୟା ସହରରେ ମୁଁ କ’ଣ ପାଇଲି ? ଶେଷରେ ଗୋଟେ ଅପରାଧର ସାର୍ଟିଫିକେଟ୍ ଆଉ ଅପବାଦ । ଏ ଅପବାଦର କଳଙ୍କ ଟୀକାକୁ ମୁଣ୍ଡରେ ବୋହି ମୁଁ ଯେତେବେଳେ ୧୪ ବର୍ଷ ପରେ ଗାଁକୁ ଫେରିବି , ସେତେବେଳେ ଗାଁ ଲୋକେ ମୋତେ ଭିନ୍ନ ଦୃଷ୍ଟିରେ ଦେଖିବେ ନିଶ୍ଚୟ । ହେ ଭଗବାନ୍ , ତମେ ଯଦି ସତରେ ଥାଅ ,ତେବେ ମୋତେ ଏଇ ଜେଲ୍ ଭିତରେ ମୃତ୍ୟୁ ଦେଇଦିଅ ।

                                      


Rate this content
Log in

Similar oriya story from Abstract