jyotsna mayee panda

Tragedy

4  

jyotsna mayee panda

Tragedy

ପଥର ଫୁଲ

ପଥର ଫୁଲ

5 mins
396


ହୃଦୟ ର ଚଟାଣ ଉପରେ ଯେମିତି ସ୍ମୃତି ର ଫୁଲ ସବୁ ବିଛେଇ ହୋଇ ପଡିଛି ହୃଦୟ ମୋହନ ବାବୁଙ୍କର l ଏକ ପୁରୁଣା କୋଠା ଯାହା କୋଉ କାଳରୁ ଚୂନ ମରା ଯାଇନି l କାନ୍ଥରେ ଲାଗିଛି ଅନେକ ପୂର୍ବଜଙ୍କ ଫୋଟୋ l ତାରି ଭିତରେ ରହିଛି ବୀଣା ଦେବୀଙ୍କ ଫୋଟୋ l ଖୁବ ହସ ହସ ଚେହେରା l ସବୁଜ ଶାଢୀରେ ନାଲି ବଡ଼ର ଟା ଖୁବ ମାନୁଛି ସେ ଗୋରା ଚେହେରା କୁ l ମୁଣ୍ଡରେ ଓଢଣା ଟା ଆହୁରି ସୁନ୍ଦର କରି ଦେଇଛି ସେ ଚେହେରାକୁ l ଫୋଟୋ ତଳେ କିଛି ମଲ୍ଲୀ ଫୁଲ ଦେଇ ନିରବ ରେ ଖାଲି ଚାହିଁଛନ୍ତି ତାକୁ l ଏମିତି କେତେଦିନ ବିତିଗଲାଣି l

କିନ୍ତୁ ମନ ରୁ ଭୁଲି ପାରୁ ନାହାନ୍ତି ତାଙ୍କୁ l କେମିତି ଭୁଲିବେ ଜନ୍ମ ରୁ ଖୁବ ଗେହ୍ଲl ଥିଲେ ବାବୁ l ବାପା ମା ଙ୍କ ଗୋଟେ ବୋଲି ପୁଅ l ଖୁବ ଯତ୍ନରେ ବଢ଼ାଇ ଥିଲେ ତାଙ୍କୁ l ସେମାନେ ଯିବା ଆଗରୁ ଏଇ ବୀଣା ହାତରେ ଦେଇ ଗଲେ ତାଙ୍କୁ l ତାଙ୍କ ସେବା ଯତ୍ନରେ ଟିକେ ବି ହେଲା କରନ୍ତିନି ବୀଣା ଦେବୀ l ଦି ଦି ଟା ପୁଅଙ୍କୁ ଦେଖି ତାଙ୍କର ସବୁ କାମ କରନ୍ତି ସେ l ବୀଣା ଖୁବ ଭଲ ପାଆନ୍ତି ଏ ମଲ୍ଲୀ ଫୁଲ ଲଗଇବାକୁ l କେବେ କିଛି ମୁହଁ ଖୋଲି ମାଗନ୍ତି ନି ତାଙ୍କୁ l ଜୀବନ ର ସବୁ ପରିସ୍ଥିତି ରେ ତାଙ୍କର ଛାଇ ଭଳି ଲାଗି ରହିଥାନ୍ତି l ଜନ୍ମ ଦିନ ହେଉ କି ବିବାହ ବର୍ଷକି ଏ ମଲ୍ଲୀ ଫୁଲ ମାଳଟେ ଆଣିଦେଲେ ସେ କୋଟିନିଧି ପାଇବା ପରି ଖୁସି ହୋଇ ଯାଆନ୍ତି l ସାଙ୍ଗେ ସାଙ୍ଗେ ଗଭାରେ ମାରି କୁହନ୍ତି "ହେଇ ଦେଖ କେମିତି ଦିଶୁଛି ମୁଁ "ନିଜ ବାହୁ ବନ୍ଧନରେ ଆବଦ୍ଧ କରି ହୃଦୟ ମୋହନ ବାବୁ କୁହନ୍ତି ଠିକ ମୋ ଶକୁନ୍ତଳା ପରି ଦିଶୁଛ l ଲାଜେଇ ଯାଆନ୍ତି ବୀଣା ଦେବୀ l ଆଜି ସବୁ ସ୍ମୃତି ତାଙ୍କ ଆଖି ସାମ୍ନାରେ ଭାସି ଯାଉଛି l ସେଥିପାଇଁ ସେ ବାଡ଼ିରେ ବହୁତ ମଲ୍ଲୀ ଗଛ ଲଗେଇ ଥିଲେ l ଆଜିବି ସେ ମଲ୍ଲୀ ସେମିତି ବାସୁଛି ହେଲେ ବୀଣା ଦେବୀ ଆଜି ତାଙ୍କୁ ଛାଡି ଚାଲି ଯାଇଛନ୍ତି ସେ ଅଫେରା ରାଇଜକୁ l ସବୁବେଳେ ସେ କହୁଥିଲେ ମୋତେ ଚୁଡ଼ି, ସିନ୍ଦୁର, ଆଉ ଏ ମଲ୍ଲୀ ମାଳ ଖୁବ ଭଲ ଲାଗେ l ମୁଁ ଯେବେ ବି ମରିବି ତୁମେ ନିଜ ହାତରେ ମୋତେ ପିନ୍ଧେଇ ଦେବ l ସେଥିପାଇଁ ହୃଦୟ ମୋହନ ବାବୁ ସବୁ ଦିନ କିଛି ମଲ୍ଲୀ ଫୁଲ ଏଇ ଫଟୋ ତଳେ ଦେଇ ନିରବ ରେ ଚାହାଁନ୍ତି କିଛି ସମୟ ତାଙ୍କୁ l

ହୃଦୟମୋହନ ବାବୁ ଏକ ସ୍କୁଲ ଶିକ୍ଷକ l ଦୁଇ ପୁଅ ତାଙ୍କର l ଜଣେ ଆମେରିକାରେ ରହେ l ଆଉ ଜଣେ ଦିଲ୍ଲୀରେ l ଖୁବ ଭଲ ପାଆନ୍ତି ବୀଣା ଦେବୀ ଦୁଇ ପୁଅ ମଙ୍କୁ l ବାପାଙ୍କ ଖୁବ ଇଚ୍ଛା ଆମେରିକା ଥରେ ଯିବାକୁ l ହେଲେ କେବେ ପୁଅର ଇଚ୍ଛା ନାହିଁ ତାଙ୍କୁ ନେବାକୁ l ସେ ଭାବେ ସେମାନେ ସେଠି ଚଲିପାରିବେ ନାହିଁ l କାରଣ ସେମାନେ ତା ଭଳି ଉଚ୍ଚ ଶିକ୍ଷିତ ନୁହନ୍ତି l ଶାଶୁ ଶଶୁରଙ୍କ ପାଇଁ ଭିସା କରେ ନିଜ ସାଙ୍ଗରେ ନେଇ ଯାଏ l ସେଥିପାଇଁ ହୃଦୟ ମୋହନ ବାବୁ ଖୁବ ଦୁଃଖ କରନ୍ତି l ହେଲେ ବୀଣା ଦେବୀ ସବୁବେଳେ ବୁଝlନ୍ତି ଛାଡ଼ ମ ସେ ଦେଶ ଆମ ଦେଶ ଆମ ପାଇଁ ଭଲ ଏଇଠି ଜନ୍ମ ହୋଇଛୁ ଏଇଠି ମରିବା ଆଉ କାହିଁ ଯିବାର ନାହିଁ l ସାନ ପୁଅ ଦିଲ୍ଲୀରେ ରହେ l ସ୍ଵାମୀ ସ୍ତ୍ରୀ ଦୁହେଁ ଚାକିରିଆ l ସେଥିପାଇଁ ତା ପାଖକୁ ପ୍ରାୟ ଯାଆନ୍ତି l ଦୁଇ ନାତି ନାତୁଣୀଙ୍କୁ ଛୋଟରୁ ବଡ଼ କରିଛନ୍ତି l ବହୁତ ଭଲ ପାଆନ୍ତି ବୀଣାଦେବୀ l ରୋଷେଇ ଠୁ ଆରମ୍ଭ କରି ସବୁ କାମ କରନ୍ତି ବୀଣାଦେବୀ l ବାବୁ ଯେତେ ମନା କଲେ ବି ନିଜ ସ୍ୱାସ୍ଥ୍ୟ ପ୍ରତି କେବେ ଧ୍ୟାନ ଦିଅନ୍ତି ନି l ସେଥିପାଇଁ ଖୁବ ଚିଡ଼ନ୍ତି ବାବୁ l ବେଳେ ବେଳେ ଗାଁ କୁ ଏକା ଚାଲି ଆସନ୍ତି l ହେଲେ ବୀଣା ଦେବୀ କେବେ କିଛି କୁହନ୍ତି ନି l ଏମିତି ଅନେକ ଦିନ ବିତିଗଲା l ବୀଣାଦେବୀ ଙ୍କ ଆଣ୍ଠୁ ବହୁତ ଦରଜ ହେଲା l ଡାକ୍ତର ଦେଖାଇବା ପରେ ଜଣା ଗଲା ତାଙ୍କୁ ବୋନ କେନ୍ସର ହୋଇଯାଇଛି l ଏହା ପୁଣି ଶେଷ ଷ୍ଟେଜରେ ଆଉ ଭଲ ହେବନି l ତା ପରେ କେମୋ ଥେରାପି ଚାଲିଲା l ସେ ଆଉ ଚାଲି ପାରିଲେ ନି l ଖୁବ ଦୁର୍ବଳ ହୋଇ ପଡିଲେ l ଦିନେ ପୁଅ ବୋହୂ କଥା ହେବାର ଶୁଣିଲେ "ବୋହୂ କହୁଥିଲା ଦେଖ ବାପା ମା ଙ୍କ କିଛି ବ୍ୟବସ୍ଥା କର ସେମିତି ବି ଛୁଆଙ୍କ ପଢ଼ା ଅସୁବିଧା ହେଉଛି l ସେ ସବୁବେଳେ ଶୋଇ ରହୁଛନ୍ତି l ସେମିତି ବି ବାଥ୍ ରୁମ ମଇଳା ହେଉଛି ଛୁଆଙ୍କୁ ଇନଫେକ୍ସନ ହେବ l ଆଉ କେତେ ଦିନର ଅତିଥି ସେ ମୁଁ କଣ କହୁଥିଲି କି ଦୁହେଁ ଗାଁ କୁ ଗଲେ ଆମେ ପଇସା ଦେଇ ଗୋଟେ କେୟାର ଟେକର ରଖିଦେବା l

ଯେ ସବୁକିଛି କରି ଦେବ ଆଉ ସେ ଭଲ ବି ହେବେ ନି l କେତେ ଦିନ ଏଠି ପଡି ରହିବେ ବୋଝ ହୋଇ l"ପୁଅ ସବୁ କଥାରେ ରାଜି ହେଲା l ଏ କଥା ଶୁଣି ବୀଣା ଦେବୀ ଙ୍କ ପାଦ ତଳୁ ମାଟି ଖସିଗଲା l ସେ କାହାକୁ କିଛି ନ କହି ସ୍ଵାମୀଙ୍କୁ କହିଲେ ଏ ସବୁ କଥା l ହୃଦୟ ମୋହନ ବାବୁ ପୁଅକୁ ଡ଼ାକି ସାଙ୍ଗେ ସାଙ୍ଗେ ଟିକିଟି କରି ତାଙ୍କୁ ଦୁହିଁଙ୍କୁ ଗାଁ ରେ ଛାଡି ଆସିବା ପାଇଁ କହିଲେ l ପୁଅ କୁ ଏହା ସୁବିଧା ହେଲା l ସେ ଦୁହିଁଙ୍କୁ ନେଇ ଗାଁ ରେ ଛାଡି ଆସିଲା l ସେ ଦିନରୁ ରଘୁ ବାବୁଙ୍କ ସବୁ ବୁଝନ୍ତି ତା ସ୍ତ୍ରୀ ମା ଙ୍କ କଥା ବୁଝେ l ଏମିତି ଅନେକ ଦିନ ଏମିତି ବିତିଗଲା l ପୁଅ ମାନଙ୍କୁ କେବେ ଫୋନ କରନ୍ତି ନି ହୃଦୟ ମୋହନ ବାବୁ l ବୀଣା ଦେବୀଙ୍କ ଖୁବ ଯତ୍ନ ନିଅନ୍ତି ସେ l ଠିକ ସମୟରେ ଔଷଧ ଦିଅନ୍ତି l ବେଳେ ବେଳେ ବୀଣା ଦେବୀ ଭାବ ବିହ୍ଵଳ ହୋଇ କହନ୍ତି ଯେଉଁ ସେବା ମୁଁ କରିବା କଥା ଆଜି ତୁମେ କରୁଛ l କେଡେ ଅଲକ୍ଷଣୀ ମୁଁ l ହୃଦୟ ମୋହନ ବାବୁ କୁହନ୍ତି "ସେଥିପାଇଁ ଚିନ୍ତା କରନ୍ତି ଉପରକୁ ଗଲେ ସୁଧ ମୂଳ ସହିତ ଆଦାୟ କରିବି "ହସି ଦିଅନ୍ତି ବୀଣା ଦେବୀ l କୁହନ୍ତି ସତରେ ଦୁନିଆରେ ଜୀବନ ସାଥି ଟା ବୋଧହୁଏ ଜୀବନ ର ଅବିଭାଜ୍ୟ ଅଙ୍ଗ l ଯାହା ବିନା ମଣିଷ ବଂଚିବା ଅସମ୍ଭବ ହୋଇପଡେ l ହେଲେ ମୁଁ ସବୁବେଳେ ଚିନ୍ତା କରେ ମୁଁ ଗଲା ପରେ ତୁମର କଣ ହେବ ? କିଏ ତୁମ ପାଖରେ ରହିବ ? ଏମିତି ଅନେକ କିଛି କୁହନ୍ତି ବୀଣା ଦେବୀ l ଏମିତି କିଛି ଦିନ ସୁଖ ଦୁଃଖରେ କଟିଗଲା l ଦିନେ ରାତିରେ ବୀଣା ଦେବୀ ଖୁବ ଅସୁସ୍ଥ ହୋଇ ପଡିଲେ l ରଘୁ ଗାଡି ଡ଼ାକି ଆଣିଲା l ହସ୍ପିଟାଲ ନେଲେ ହେଲେ କିଛି ଲାଭ ହେଲାନି l ଶେଷରେ ବୀଣା ଦେବୀ ବାବୁଙ୍କ ହାତ ରଘୁ ହାତରେ ଦେଇ କଣ କହିବାକୁ ଚାହୁଁଥିଲେ ହେଲେ କହିବା ଆଗରୁ ପ୍ରାଣ ବାୟୁ ଉଡ଼ିଗଲା l ଆଖି ରୁ ତାଙ୍କର ଝରି ପଡିଲା ଦି ଟୋପା ଗରମ ଲୁହ l ସବୁ ଯେମିତି ଶେଷ ହୋଇଗଲା l ହୃଦୟ ମୋହନ ବାବୁ କାହାକୁ କିଛି କହିଲେ ନି l ସ୍ତ୍ରୀ କୁ ନିଜ ହାତରେ ଅଳତା, ସିନ୍ଦୁର ଲଗେଇ ଦେଲେ l ହାତରେ ନାଲି ଚୁଡ଼ି ପିନ୍ଧେଇ ଦେଲେ l ବାଡ଼ି ରୁ ସଜ ମଲ୍ଲୀ ପୁଲ ଗଜରା ଲଗେଇ ମଶାଣି କୁ ନେଇ ଗଲେ l ତାଙ୍କର ଶେଷ ଇଚ୍ଛା ପୁରାଣ କରି ନିଜେ ମୁଖାଗ୍ନି ଦେଲେ l ସେଇ ଦିନ ଠୁ ବାବୁ ଭଲରେ ଖାଉ ନାହାନ୍ତି କି ଶୋଉ ନାହାନ୍ତି l

ମା ଙ୍କ ଫଟୋକୁ ଅନେଇ ଅନେକ ସମୟରେ ବସି ରହୁଛନ୍ତି l

କେତେବେଳେ କେତେ କଣ ଲେଖିଦିଅନ୍ତି ତାଙ୍କ ଡାଏରୀରେ l ସେଦିନ ରଘୁ କୁ ଆସିବାରେ ଟିକେ ଡେରି ହୋଇଗଲା l ସେ ତର ତର ହୋଇ ଆସି ବାବୁଙ୍କ ଚା ଟେବୁଲ ଉପରେ ରଖିଦେଲା l ବାଡ଼ିରୁ କିଛି ମଲ୍ଲିଫୁଲ ଗୋଟେ ଶାଗୁଆନ ପତ୍ର ରେ ନେଇ ଥୋଇ ଦେଲା l ପରେଆସିବି କହି ଚାଲିଗଲା l କିଛି ସମୟ ପରେ ରୋଷେଇ ପାଇଁ ସେ ଆସିଲା କିନ୍ତୁ ସେ ଏ କଣ ଦେଖୁଛି l ବାବୁ ସେମିତି ଆରାମ ଚୌକିରେ ବସିଛନ୍ତି l ଟେବୁଲ ଉପରେ ସେମିତି ଚା କପ ଟା ଥୁଆ ହୋଇଛି l ସେ ଆଣିଥିବା ମଲ୍ଲୀ ତାଙ୍କ ହାତରୁ ଖସି ବିଛେଇ ହୋଇ ପଡିଛି l ସେ ଜୋରରେ ଡାକିଲା ବାବୁ ବାବୁ କିଛି ଉତ୍ତର ଦେଲେ ନି ସେ l ଖୁବ କାନ୍ଦିଲା ରଘୁ l ଗୋଡ଼ ହାତ ପାଣି ହୋଇ ସାରିଥିଲା l ମୃତ୍ୟୁର ଶୀତଳ ଛାୟାରେ ଶୋଇ ଯାଇଥିଲେ ସେ ଚିର ନିଦ୍ରା ରେ ଏହା ବୁଝିବା ଆଉ ବାକି ନ ଥିଲା ରଘୁ lକୋକେଇ ତିଆରି କରି ବାବୁ ଙ୍କୁ ଆଣିଲା ବେଳେ ତାଙ୍କ ତକିଆ ତଳେ ଗୋଟେ ୱେଲନାମା ଥିଲା ସେଥିରେ ସେ ସବୁ ସମ୍ପତି ରଘୁ ନା ରେ କରିଥିଲେ l ଗୋଟେ ଛୋଟିଆ ଚିଠି ମଧ୍ୟ ଥିଲା l ସେଥିରେ ଲେଖା ଥିଲା ଆଜି ଠୁ ତୁ ଏ ଘର ର ମାଲିକ l ମୋ ଶବ ସଂସ୍କାର ତୁ ହିଁ କରିବୁ l ମୋ ମୁହଁରେ ନିଆଁ ତୁ ହିଁ ଦେବୁ l କାରଣ ତୁ ହିଁ ମୋର ଏକମାତ୍ର ପୁଅ l ଦୁନିଆରେ ଆଉ ମୋର କେହି ନାହାନ୍ତି ଚିଠି ପଢି ଭୋ ଭୋ ହୋଇ କାନ୍ଦିଲା ରଘୁ l



Rate this content
Log in

Similar oriya story from Tragedy