ପୁଲକ
ପୁଲକ
କୁଟୀର ପ୍ରାଙ୍ଗଣରେ ଏକ ଆମ୍ବବୃକ୍ଷ।ତାର ଶାଖାରେ ଦୁଇଟି ମର୍କଟ। ଜଣେ ମାଈ ଓ ଅନ୍ୟଟି ପୁରୁଷ।ପୁରୁଷ ମର୍କଟଟି ଆଗେଇ ଆସିଲା।ବୋଧହୁଏ ମାଈ ଟି ବୁଝିପାରିଲା ପୁରୁଷର କାମନା।ତେଣୁ ସହଯୋଗ କଲା ଦୁହେଁ କ୍ରୀଡ଼ାରତ।ସେଇ ଦୃଶ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ସାଧୁ। କହିଲେ ଦେଖିପାରୁଛ, ନାରୀ ମାର୍କଟର ସ୍ତନକିପରି ଉନ୍ମୁକ୍ତ।ମୁଖମଣ୍ଡଳ ଓ ନାସିକା କିପରି ସଂବେଦନଶୀଳ। ଲୋହିତ ନିତମ୍ବ।ପୁରୁଷ ମର୍କଟ ପାଇଁ ଏହି ନାରୀ ମର୍କଟ ଅତୀବ ସୁନ୍ଦରୀ।ଏବଂ ତାର ରକ୍ଷାପାଇ ସେ ପ୍ରାଣବଳି ଦେବାପାଇଁ ପ୍ରସ୍ତୁତ।ପୁଣି ସାଧୁ ପ୍ରଶଂକଲେ, ଦେଖିପାରୁଛ ବଂଧୁ। ଯୁବକ ଜଣକ ଲଜ୍ଜିତ ହେଲେ, କହିଲେ ମୁଁ ମୋର ପ୍ରେମିକା କୁ ନପାଇଲେ ଆତ୍ମ ବିସର୍ଜନ କରିବାକୁ ପଛେଇବି ନାହିଁ।ସାଧୁ ପଚାରିଲେ, ତାଙ୍କର ନାମ। ଯୁବକ କହିଲେ କଲ୍ୟାଣି। ସାଧୁ କହିଲେ କଲ୍ୟାଣି ସଦୃଶ୍ୟ ବହୁ ରୂପବତୀ ଓ ଗୁଣବତ୍ତା ନାରୀ ଅଛନ୍ତି। ତୁମେ ଅବଶ୍ୟ ଦେଖିଥିବ।ଯୁବକ କହିଲେ , ଏହା ସତ୍ୟ ଯେ ଅନେକ ରୂପବତୀ ନାରୀ ଅଛନ୍ତି।କିନ୍ତୁ ମୋ ଜୀବନରେ କଲ୍ୟାଣୀ ହିଁ ମୋପାଇଁ ଏକମାତ୍ର ରୂପସୀ।ଯାହାପାଇଁ ମୋର ମନ ଓ ହୃଦୟ ବ୍ୟାକୁଳ ହେଉଛି। ଗୋଟିଏ ଗୋଲାପ ଫୁଲ ସଦୃଶ୍ୟ ନାରୀ। କିଛି କ୍ଷଣ ପରେ ଫୁଲ ଯେପରି ମଉଳି ଯାଏ।ନାରୀର ସୋନ୍ଦର୍ଯ୍ୟ ବି ଠିକ ସେଇପରି। ସାଧୁ କହିଲେ, ବଂଧୁ ଆକାଶର ଇନ୍ଦ୍ରଧନୁ ଦେଖ।କିଛିସମୟ ରହି ଉଭେଇଯାଏ।ଠିକସେଇପରି ନାରୀର ରୂପ ଲାବଣ୍ୟ କିଛିଦିନ ପରେ ଉଭେଇଯିବ।ସାଧୁ, ଦୂରରୁ ଆସୁଥିବା ଜଣେ ବୃଦ୍ଧା ଲୋକଙ୍କୁ ଦେଖାଇଲେ। ବୃଦ୍ଧା ଜଣକ ହସ୍ତରେ ବାଉଁଶ ର ଭରାଦେଇ ଧୀରେ ଧୀରେ ପଦାଚରଣ କରି ସାଧୁଙ୍କ ନିକଟକୁ ଆସୁଥିଲେ।ସାଧୁ କହିଲେ, ଦେଖ ,ଏହି ବୃଦ୍ଧା ନିଶ୍ଚିନ୍ତ ରୂପେ ଏକଦା ଜଣେ ରୂପସୀ ଥିଲେ।କୁଆଡେ ଗଲା ଆଜି ତାଙ୍କର ରୂପ ଲାବଣ୍ୟ।ଠିକ ସେଇପରି କାଳର କରାଳ ଗତିରେ କଲ୍ୟାଣୀର ରୂପ ମଧ୍ୟ ବିସ୍ତୁତି ଗର୍ଭରେ ଲୀନ ହୋଇଯିବ।କିନ୍ତୁ କ୍ଷଣିକ ମୋହରେ ନପଡ଼ି ଯଦିତୁମେ ଏହି ଆଶକ୍ତିରୁ ଓହରିଆସିବ ଦେବେ ପରବର୍ତୀ ଜୀବନ ତୁମପାଇଁ ସୁଖମୟ ହେବ। ଯୁବକ ନିଜର ଭ୍ରମ ଉପଲବ୍ଧି କଲେ। ଯୁବକ କହିଲେ, ଆଜିଠାରୁ ମୋର ମନ ଓ ହୃଦୟ ରୁ କଲ୍ୟାଣୀକୁ ପୋଛିଦେବି। ସାଧୁ ହସିଲେ, ସ୍ନେହରେ ଯୁବକଙ୍କ ହାତକୁ ଧରି ଚାପି କହିଲେ,ବଂଧୁ ଗୋଟିଏ କଥ ମଲେରଖିବା, ପ୍ରକୃତ ଆନନ୍ଦର ବିନାଶ ନାହିଁ।ପ୍ରେମ , ଶାଶ୍ୱର ଆନନ୍ଦ, ସେଇ ଆନନ୍ଦ ପଥରେ ଅଗ୍ରସର ହୁଅ। ଆମେ ଯଦି ଫୁଲକୁ ଭଲପାଇବା ତେବେ ତା ମୂଳରେ ଜଳ ଢାଳିବା, ଯଦି ଫୁଲକୁ ପସନ୍ଦ କରିବା , ତେବେ ତାକୁ ତୋଳି ନେବା। ବିଚାର କଲେ ପ୍ରେମ ଶାଶ୍ୱତ ।