ରାକ୍ଷୀ ରହିଗଲା ବାକି
ରାକ୍ଷୀ ରହିଗଲା ବାକି
ଅବିନାଶ ଉଚ୍ଚଶିକ୍ଷା ପାଇଁ ବିଦେଶରେ ରହୁଥାନ୍ତି,ବାପା ସମରେନ୍ଦ୍ର ବାବୁ ରିଟା ର୍ଡ ପରେ ନିଜ ମାତୃଭୂମିର ମୋହରେ ଆଉ ଅବଶିଷ୍ଟ ଜୀବନକୁ ନିଜ ସାତପୁରୁଷର ଭିଟାମାଟିରେ ରହି କଟାଇ ଦେବାକୁ ଚାହାନ୍ତି, ସେଥିପାଇଁ ସେ ଭୁବନେଶ୍ୱର ଥିବା ଘରକୁ ଭଡା ଦେଇ ଗାଁ ରେ ରହୁଥାନ୍ତି, ଗାଁ ରେ ସହଧର୍ମିଣୀ ସୁନିତା ଆଉ ଝିଅ ଆୟୁଷି ବେଶ ଖୁସିରେ ଦିନ ବିତିଯାଉଥାଏ ସମରେନ୍ଦ୍ର ବାବୁଙ୍କର l
ଅବିନାଶ ମେଡିକାଲ ସାଇନ୍ସ ରେ ଟପ୍ପର ହେବା ପରେ ପିଜି କରିବା ପାଇଁ ଆମେରିକାର ୱାସିଂଟନ ର ଆମେରିକା ମେଡିକାଲ ସାଇନ୍ସ ୟୁନିଭେର୍ସିଟି ରେ ପାଠ ପଢୁଥିଲେ,ଫରେନ କଣ୍ଟ୍ରି ର ସମସ୍ତ ପିଲାଙ୍କ ଠାରୁ ମେଧାବି, ସୁନ୍ଦର ଶରୀର, ମାର୍ଜିତ ବ୍ୟବହାର ଏବଂ ତୀକ୍ଷ୍ଣ ଧୀମତା ସମ୍ପର୍ଣ୍ଣ ଛାତ୍ର ହିସାବରେ ସେଠାରେ ସେ ବେଶ ଚର୍ଛିତ l
ଗାଁ ରେ ସମରେନ୍ଦ୍ର ବାବୁଙ୍କର ବହୁତ ପ୍ରତିଷ୍ଠା ଏକ ସମ୍ଭ୍ରାନ୍ତ ଜମିଦାର ପାରିବାରର ଜଣେ ନିଆରା ମଣିଷ ଟିଏ ଅଟନ୍ତି, ଅଚଳାଚଳ ସମ୍ପତ୍ତି, କୋଠିଆ ଚାକର ପୂଜାରୀ, ମାଛ ପୋଖରୀ, ଆମ୍ବ ନଡ଼ିଆ ଗୁଆ କଦଳୀ ଋତୁ ମାନଙ୍କରେ ବିଭିନ୍ନ କିସମର ବିଭିନ୍ନ ପ୍ରକାରର ଫୁଲ ଫଳରେ ତାଙ୍କ ବାଡ଼ିବଗିଚା ମଥା ପିଟନ୍ତି l ତାଙ୍କ ଗ୍ରାମ କାହିଁକି ପଚାସ ଖଣ୍ଡି ଗ୍ରାମର ଲୋକେ ତାଙ୍କୁ ଖୁବ ଭଲ ପାଆନ୍ତି ତାଙ୍କ ଉତ୍ତମ ବ୍ୟବହାର ପାଇଁ l
ସମରେନ୍ଦ୍ର ବାବୁଙ୍କ ସହଧର୍ମିଣୀ ସୁନିତା ଚୌଧୁରୀ ବି କିଛି କମ ନୁହନ୍ତି ଶିକ୍ଷା ଦୀକ୍ଷା ଘରକରଣା ସାଙ୍ଗକୁ ଜଣେ ମେଳାପି ମହିଳା ହିସାବରେ ସେ ନିଜ ଗୁଣରେ ନିଜେ ଗରି୍ୟାନ, ସୃଜନ ପୁର ଜମିଦାର ଙ୍କ ଅଲିଅଳି ନାତୁଣୀ ଯେମିତି ସୁନ୍ଦରୀ ସେମିତି ସୁଶୀଳା ଆଉ ଧୀମତା ସମ୍ପନ୍ନା ଆଉ ଉଚ୍ଚଶିକ୍ଷିତା ମଧ୍ୟ, ତାଙ୍କର ସୁନ୍ଦର ଅମାୟିକ ବ୍ୟବହାର ପାଇଁ ତାଙ୍କୁ ଚୌଧୁରୀ ଶ୍ୟାମଘନ ବାବୁ ବୋହୁ କରି ଆଣିଥିଲେ, ସାହି ପଡିଶା ରେ ସେ ଜଣେ ଧର୍ମପ୍ରାଣା ଆଉ ଲଷ୍ମୀବନ୍ତ ନାରୀଟିଏ ବୋଲି ସମସ୍ତେ ତାଙ୍କୁ ଆଦର କରନ୍ତି ଆଉ ଯିଏ ତେତେବେଳେ ଅସୁବିଧା ରେ ପଡି ତାଙ୍କ ଦାଣ୍ଡ ଦୁଆରକୁ ଯାଏ କେବେ ଖାଲିହାତରେ ଫେରିବା କେହିକେବେ ଦେଖିନାହାନ୍ତି l
ଆୟୁଷି କଥା କହିଲେ ନ ସରେ ପିଲା ଦିନରୁ ଅସରନ୍ତି ସେନେହଁ ପସରାର ଫୁଲ ଚାଙ୍ଗୁଡ଼ି ସେ ସମସ୍ତେ ତାଙ୍କୁ ଆଦରରେ ଜେମା ବୋଲି ଡାକନ୍ତି କିନ୍ତୁ ସେଥିପାଇଁ ସେ ସମସ୍ତଙ୍କୁ ବିଗୁଡୁଥାଏ, ଏମିତି ଫୁଲେଇ କହିଲେ ନ ସରେ ଦେଖିବାକୁତ ସହଜେ କେଉଁ ସରଗ ରାଇଜର ପରି ଟିଏ ପରି ଆଉ ଗୁଣ କଥା ଆଉ କଣ କହିବା ନିଜ ବଂଶ ବାପା ମାଆ ଭାଇ ଜେଜେ ସମସ୍ତ ପାଇଁ ସେଜେ ଉଦାହରଣ ନୁହଁନ୍ତି ସମଗ୍ର ରାଜ୍ୟରେ ଜଣେ ପ୍ରତିଭାଦୀପ୍ତ ଜ୍ୱଳନ୍ତ ଅଗ୍ନିଶିଖା ସେ, ନିଜର ସଂସ୍କାର ଶିକ୍ଷା ଦୀକ୍ଷା ଆଉ ମାର୍ଜିତ ବ୍ୟବହାର ପାଇଁ ସେ ସବୁଠି ପ୍ରିୟ, ଜଣେ ମେଧାବି ଛାତ୍ରୀ ହିସାବରେ ସେ ବହୁଚର୍ଚ୍ଚିତ ତା ଛଡା ସଂଗୀତ ଏବଂ ଶାସ୍ତ୍ରୀୟ ନୃତ୍ୟ ପରିବେଶଣରେ ସେ ଅଗଣିତ ଦର୍ଶକ ମାନଙ୍କ ମନ ଜିଣୁଥିବା ଏକ ଅମ୍ଲାନ ପ୍ରତିଭାଧାରିଣୀ l
ବାରମାସେ ତେରେ ପର୍ବ ପାଳନ କରିବା ଏବଂ ନିଜ ପରିବାର ସମେତ ନିଜ ଆଖପାଖ ଲୋକମାନଙ୍କର ଶୁଭମନାସୀ ବ୍ରତ୍ତ ପୂଜା ପାଳନ କରିବା ଉଭୟ ପତ୍ତି ପତ୍ନୀ କର ଏକ ମହତ ଉଦ୍ଧେଶ୍ୟ ସମସ୍ତେ ସୁଖରେ ରହିଲେ ବହୁତ ଖୁସି ଲାଗେ ସମରେନ୍ଦ୍ର ବାବୁ ଆଉ ସୁନିତା ମାଆ ଙ୍କୁ, ଯୋଗୀ ଭିକାରୀ ଠୁ ଆରମ୍ଭ କରି ସମାଜର ସବୁ ବର୍ଗର ଲୋକେ ତାଙ୍କୁ ବେଶ ଭଲ ପାଆନ୍ତି ଖାଲି ଭଲ ପାଆନ୍ତି ନୁହେଁ ତାଙ୍କର ଶୁଭମନାସି କଲ୍ୟାଣ କରନ୍ତି l
ସବୁ ବର୍ଷ ଭଳି ଗତ ବର୍ଷ ମଧ୍ୟ ବଡ଼ ଧୁମ ଧାମରେ ଚୌଧୁରୀ ଘରର ଇଷ୍ଟ ଦେବତା ରାଇ ଦାମୋଦରଙ୍କ ଗମ୍ହା ପୁର୍ଣ୍ଣିମା ପାଇଁ ଗମ୍ହା ଜୁଲଣ ବେଶ ଯାକଜମକରେ ପାଳନ ଆରମ୍ଭ ହୋଇଯାଇଥାଏ ଆଉ ବେଶୀ ଖୁସିର କଥା ସାନ ସାଆନ୍ତେ ଅବିନାଶ ଚୌଧୁରୀ ବିଦେଶ ଶିକ୍ଷା ରେ ସର୍ବୋତ୍ତମ ନମ୍ବର ରଖି ଉତ୍ତୀର୍ଣ ହୋଇ ବିଦେଶ ମାଟିରୁ ଜନ୍ମ ମାଟିକୁ ଆସୁଥିବାର ଅଫୁରନ୍ତ ଖୁସି ଆଉ ଖୁସି l
ଗୋଡ଼ ତଳେ ଲାଗୁ ନ ଥାଏ କାହାର ଉଆସ ରଙ୍ଗ ହେବାଠୁ ଆରମ୍ଭ କରି ଫୁଲ ଗଛ ଦିଅ ଦେବତା ଭିତର ଅଗଣା ଦାଣ୍ଡ ଅଗଣା ସବୁ ଯେମିତି ଜୀବନ୍ତ ନୂଆ ରୂପ ରେଖରେ ହସୁଥାନ୍ତି ଆଉ ସବୁଠୁ ଖୁସିର କଥା ଦୀର୍ଘ ପାଞ୍ଚ ବର୍ଷ ପରେ ଆୟୁଷି ଆଜି ତା ଭାଇ ହାତରେ ରାକ୍ଷୀ ବାନ୍ଧିବ, କେତେ ରକମର ପିଠା, ମିଠା, ଲୁଗାପଟା କହିଲେ ନ ସରେ ସତେ ଯେମିତି ସରଗର ଚାନ୍ଦ ମିଳିବ ଫୁଲେଇ ଗେଲ୍ହେଇ ଆୟୁଷିକୁ କମ କୁପୁରା ଖୁପୁରୀ ମାଡ଼ ପିଟି ଥଟ୍ଟା ମଜା ଦି ଭାଇ ଭଉଣୀଙ୍କର ବଡ଼ ଆଦରର ସେନେହଁ ପସରାର ଗଣ୍ଠି ଧନ ଏମାନେ ସମରେନ୍ଦ୍ର ବାବୁ ଆଉ ସୁନିତା ମାଙ୍କ ଶଙ୍ଖାଳି l
ସମୟର ଗତି ବଡ଼ ବିଚିତ୍ର ସବୁ ସମୟ ମଣିଷର ସୁଖରେ ଯାଏନି l ଶ୍ରାବଣ ମାସର ପ୍ରତିପଦା, ଝିପ ଝିପ ବର୍ଷା କାଲୁଆ ପବନ ବି ପରିବେଶଟାକୁ ଟିକେ ଆକ୍ତାମାକ୍ତା କରିଦେଇଥାଏ । ଗାଁ ଟି ଯାକର ଆବାଳ ବୃଦ୍ଧ ବନିତା ଅପେକ୍ଷା ରତ ଅବିନାଶର ଫେରିବା ବାଟକୁ, ବନ୍ଧୁ ବାନ୍ଧବ ଠୁ ଆରମ୍ଭ କରି ସାଙ୍ଗ ସାଥି ସମସ୍ତଙ୍କ ଭିଡ଼ ଲାଗିଥାଏ ଉଆସରେ ।ସମରେନ୍ଦ୍ର ବାବୁ ଆଉ ଆୟୁଷି ଯାଇଥାନ୍ତି ଏଆରପୋର୍ଟ ଅବିନାଶଙ୍କୁ ଆଣିବା ପାଇଁ। ନିର୍ଦ୍ଦିଷ୍ଟ ସମୟ ପାଖେଇ ଆସୁଥାଏ ଖୁବ ଶୀଘ୍ର ଫ୍ଲାଇଟ ଲ୍ୟାଣ୍ଡିକରିବ ଓଡିଶା ଏସ ସି ବି ମହାବିଦ୍ୟାଳୟର ବରିଷ୍ଠ ପ୍ରଫେସରଙ୍କ ସମେତ ଅନେକ ଛାତ୍ର ଛାତ୍ରୀ ଓ ସରକାରୀ ଦପ୍ତରର ଅନେକ ଶୁଭେଛୁ ଅପେକ୍ଷା ରତ କିଛି ଗୋଟେ ବାଜିବା ପୂର୍ବରୁ ହଠାତ ଅବିନାଶ ଆସୁଥିବା ବୀମାନରେ ନିଆଁ ଲାଗିଗଲା ।କିଛି ସମୟ ପରେ ସବୁ ଯେମିତି ନିସ୍ତବ୍ଦ ନିଷ୍ପନ୍ଦ ଆକାଶରୁ ଶୁଭ ବାର୍ତ୍ତା ଆଉ ଅନେକ ଖୁସି ନେଇ ଆସୁଥିବା ବୀମାନରୁ ଖସୁଥାଏ ପୋଡା ଜଳା ବୀମାନର ଅଙ୍ଗ ପ୍ରତ୍ୟାଙ୍ଗ ସହ ଟୁକୁରା ଟୁକୁରା ପୋଡ଼ିଯାଇଥିବା ଯାତ୍ରୀ ମାନଙ୍କ ଶରୀର । ହାଏ ଏ କଣ ହେଇଗଲା ଏ କଣ ଘଟିଗଲା କେତେ କେତେ ବାପା ମା ଭାଇ ଭଉଣୀଙ୍କ ଆର୍ତ୍ତଚିତ୍କାର ଆର୍ତ୍ତ ନାଦରେ ଯେମିତି କମ୍ପି ଉଠୁଥିଲା ବୀମାନ ବନ୍ଦର ଆୟୁଷି ହାତରୁ ଖସି ପଡିଥିଲା ଶୁଭ ବନ୍ଦାପନା ଥାଳି ଚେତା ହରାଇ ପଡିଯାଇଥିଲା ସେ ଆଉ ପାଗଳ ପ୍ରାୟ ସମରେନ୍ଦ୍ର ବାବୁ । କ୍ଷତ ବିକ୍ଷତ ପୋଡା ମାଂସ ଟୁକୁରା ଭିତରୁ ଅଣ୍ଡାଳି ଚାଲିଥାନ୍ତି ନିଜର ଅନ୍ଧରଲଉଡ଼ିକୁ ଆଉ ବିଳପି ଉଠି ଆୟୁଷି କହୁଥାଏ ରାକ୍ଷୀ ରହିଗଲା ବାକି ।