Barsha rani Nanda

Others

3  

Barsha rani Nanda

Others

ରାକ୍ଷୀ ଉପହାର

ରାକ୍ଷୀ ଉପହାର

3 mins
145


ରାକ୍ଷୀ ଦିନଟା ଆମ ଭାଇ ଭଉଣୀଙ୍କର ମସ୍ତି। ରାକ୍ଷୀ ଦିନଟି ବହୁତ ମଜା ହୁଏ ଯେହେତୁ ମୁଁ ରାକ୍ଷୀ ବାନ୍ଧିବାକୁ ମାମୁଁ ଘରକୁ ଯାଏ ଆଉ ମାମୁଁଙ୍କ ପୁଅ ମାନେ ମୋର ସବୁ ଭାଇଙ୍କୁ ରାକ୍ଷୀ ବାନ୍ଧେ। ସେଥିପାଇଁ ବି ଖୁସି ଲାଗେ ଯାହା ହେଲେ ବି ମାମୁଁ ଘରକୁ ଯିବା ଖୁସି ଗୋଟିଏ ଅଲଗା ପ୍ରକାର..ଇଆଡେ ପୁଣି ରାକ୍ଷୀ।...

ଉପହାର ତ ଉପହାର ।ତାହା ଛୋଟ ହେଉ କି ବଡ଼ କିନ୍ତୁ ଆମକୁ କିଛି ଉପହାର ମିଳିଲେ ବହୁତ ଖୁସି ଲାଗେ। ଏମିତି ତ ଆମର ଜନ୍ମଦିନ, ବାହାଘର ହେଉ ବା ଯେଉଁ କାମ କାର୍ଯ୍ୟ ହେଉ ଏମିତି ତ ବହୁତ ଉପହାର ମିଳେ। କିନ୍ତୁ ରାକ୍ଷୀରେ ଭାଇ ଯେଉଁ ଉପହାରଟି ଆମକୁ ଦିଏ ସେତେବେଳେ ଯେଉଁ ଖୁସି ମିଳେ ନା ସେଇ ଖୁସିକୁ ବର୍ଣ୍ଣନା କରି ହେବନି।

ଆଉ ଗୋଟିଏ କଥା ଉପହାର ଆମକୁ କିଏ ଦିଏ ? ଯିଏ ଆମକୁ ଭଲପାଏ।ଆମେ ଦି ଭାଇ ଭଉଣୀ ଯେତେବେଳେ ଛୋଟ ଥିଲୁ .... ମୋ ଭାଇ ରାକ୍ଷୀର କେତେ ଦିନ ଆଗରୁ କ'ଣ ଗୋଟେ କିଣିବାର ବାହାନା କରିକି ମମିଙ୍କଠୁ ପଇସା ନେଇଯିବ।ପଇସାକୁ ସାଇତି କି ରଖିଥିବ ରାକ୍ଷୀ ଯାଏ।

ରାକ୍ଷୀ ଦିନ ମତେ ତରବର କରୁଥିବ ଶୀଘ୍ର ମତେ ରାକ୍ଷୀ ବାନ୍ଧିଦେ କହିକି।ସିଏ ପୂରା ରାକ୍ଷୀ ବାନ୍ଧିବାକୁ ରେଡି ହେଇକି ବସିଥିବ।ଯେତେବେଳେ ରାକ୍ଷୀ ବାନ୍ଧି ଦେବି ସାଙ୍ଗେ ସାଙ୍ଗେ ସେ ଯାହା ବି ପଇସା ରଖିଥାଉ ଦେଇଦେବ ମତେ।

ଦିଦି ମୋ ପାଖରେ ମାତ୍ର ଏତିକି ଥିଲା ମୁଁ ରୋଜଗାର କଲେ ତତେ ବହୁତ ପଇସା ଦେବି ଏତିକି ରଖିଥା କହିବ।

ଯେତେବେଳେ ମୋର କଲେଜ ଆରମ୍ଭ ହେଲା ସେତେବେଳେ ଭାଇର ନବମ ଶ୍ରେଣୀ ହେଲା। ସେଇ ବର୍ଷ ମୋ ପାଇଁ କ'ଣ ଉପହାର ଆଣିଥିଲା କହୁଛି।

ସେଇ ବର୍ଷ ବି ସେମିତି ମତେ ତରବର କରୁଥାଏ ମତେ ଶୀଘ୍ର ରାକ୍ଷୀ ବାନ୍ଧେ କହିକି। ଦିଦି ଆ ଶୀଘ୍ର ରାକ୍ଷୀ ବାନ୍ଧେ ମୁଁ ଟ୍ୟୁସନ୍ ଯିବାର ଅଛି କହି କି ତରବର କରୁଥାଏ। ମୋ ଭାଇର ଦୀର୍ଘାୟୁ କାମନା କରି ଠାକୁରଙ୍କ ପାଖେ ରାକ୍ଷୀ ପୂଜା କରିକି ଆଣିଲି ତାକୁ ବାନ୍ଧି ଦେଲି ।

ସେ ଗୋଟିଏ ସୁନ୍ଦର ବ୍ରେସଲେଟଟେ ଆଣିଥିଲା ମୋ ପାଇଁ ....

ବହୁତ ସୁନ୍ଦର ଦିଶୁଥିଲା ...ନୀଳ ଆଉ ଧଳା ମିଶା ଷ୍ଟୋନ୍ ସବୁ ଲାଗିଥାଏ।ସେଇ ବ୍ରେସଲେଟଟି ଏବେ ବି ମୋ ପାଖରେ ଅଛି।ଏବେବି ସେମିତି ଅଛି। ବହୁତ ଭଲରେ ମୁଁ ତାକୁ ସାଇତି ରଖିଛି।

ବ୍ରେସଲେଟ ମତେ ଦେଲା ଆଉ ମୁଁ ବହୁତ ଖୁସି ହୋଇଗଲି ।ସେ ଯେଉଁ ଦୋକାନରୁ ଆଣିଥିଲା ବ୍ରେସଲେଟ କିଛି ଦିନ ପରେ ସେ ଦୋକାନକୁ ଯାଇଥିଲି ମୋର କିଛି ଜିନିଷ ଆଣିବା ପାଇଁ । ସେଇ ଫେନ୍ସି ଦୋକାନ ଟା ଆମ ଘର ପାଖରେ ସେଥିପାଇଁ ଯାହା ଆଣିଥିଲେ ବି ପଛେ ପଇସା ଦେଲେ ସେ ହଁ କୁହେ।

ମୋ ଭାଇ ମୋ କାନରେ ଆସିକି କହୁଛି ଦିଦି ତତେ ଦେବା ପାଇଁ ବ୍ରେସଲେଟ ନେଇଥିଲି ଆଉ ଅଧା ପଇସା ବାକି ଅଛି ଦେଇଦେବୁ। ମୁଁ ସେଇ ପଇସା ଦେଇଦେଲି .….ଆଉ ଘରକୁ ଆସିଲା ପରେ ପଚାରିଲି ତୋ ପାଖରେ ପଇସା ନାହିଁ.. ଯଦି କ'ଣ ପାଇଁ ଆଣିଲୁ ? 

ସେ କହିଲା ମମିଠୁ ପଇସା ନେଇଥିଲି ପଢା ଜିନିଷ କ'ଣ କିଣିବା ପାଇଁ ... କିନ୍ତୁ ମୋ ପାଖରେ ଆଉ କୋଡ଼ିଏ ଟଙ୍କା ମାତ୍ର ବଳିଥିଲା।ତା ଦୋକାନରେ ଏଇ ବ୍ରେସଲେଟ ଦେଖିଲି .....

ମତେ ଭଲ ଲାଗିଲା ଆଉ ସିଏ କହିଲା ନେବୁ ଯଦି ନେ.... ପଛରେ ପଇସା ଦେଇଦେବୁ ।

କୋଡ଼ିଏ ଟଙ୍କା ଦେଇଦେଲି ଆଉ ଆଣିଲି।

ମୁଁ ଜାଣିଥିଲି ଯେ ତୁ କିଣି ଆସିବୁ ଆଉ ଏଇ ପଇସା ଦେଇ ଦେବୁ ବୋଲି ସେଥିପାଇଁ ନେଲି। ......

ମୁଁ କହିଲି ହଁ ଥାଉ ଥାଉ .....

ଆଉ କହନି ବାକିଟା ମୁଁ ଦେଲି। ବ୍ରେସଲେଟର ଦାମ ଥିଲା ପଚାଶ ଟଙ୍କା କିନ୍ତୁ ତା ପାଖରେ ଯେତିକି ଥିଲା ଦେଇଦେଲା ବାକିଟା ମୁଁ ଦେଲି ଆଉ।

ହଉ ଠିକ୍ ଅଛି ମୁଁ ଦେଇ ଦେଲି କିଛି କଥା ନାହିଁ କିନ୍ତୁ ଆଉ ଏମିତି ଆଣିବୁନି ହେଲା । ମୋର ଏବେ ଉପହାର ଦରକାର ନାହିଁ। ମୁଁ ଅପେକ୍ଷା କରିଚି ମୋ ଭାଇ କେବେ ବଡ଼ ହେବ ଚାକିରୀ କରିବ।ଆଉ ତୁ ଯେବେ ଚାକିରୀ କରିବୁ ଦୋକାନରେ ତତେ ଠିଆ କରିଦେବି ମୁଁ ବହୁତ ଜିନିଷ କିଣିବି ଆଉ ପେମେଣ୍ଟଟା ତୁ ଦେବୁ। ସେତେବେଳେ ପର୍ସରୁ ପଇସା କାଢିଲା ବେଳେ କହିବୁନି ଯେ କାହିଁକି ଏତେ ଜିନିଷ କିଣିଚୁ... ମୁଁ ଏତେ ପଇସା ଦେଇ ପାରିବିନି ବୋଲି।

ଏଇ ଦି ବର୍ଷ ତଳେ ସେ ମୋ ପାଇଁ ବହୁତ ସୁନ୍ଦର ରାକ୍ଷୀ ଉପହାର ଆଣିଥିଲା । ରାକ୍ଷୀ ପରେ ହୁଏତ ମୋ ପାଖରେ ଉପହାର ପହଞ୍ଚି ଥିଲା କିନ୍ତୁ ମନଲାଖି ଉପହାର ଥିଲା। ଉପହାରଟା ହେଲା ମୋବାଇଲ୍।

ମୁଁ ଜିନିଷ କିଣିବି ଆଉ ପଇସା ତୁ ଦେବୁ ବୋଲି ତାକୁ କହୁଥିଲି .... ଯେତେବେଳେ ସେ ଛୋଟ ଥିଲା ।

ଏବେ ତ ଏମିତି ହିଁ ହୁଏ।ଆମେ ଦିଜଣ ଯାଉ ଡାଇମଣ୍ଡ୍ କମ୍ପ୍ଲେକ୍ସ୍ କୁ.... ସିଏ ଠିଆ ହେଇଥାଏ ମୁଁ ଯାହା କିଣିଲେ ଏଇଟା ଭଲ ଦିଶୁଛି ଏଇଟା ନେ ସେଇଟା ନେ ଏମିତି ଲାଗିଥାଏ।ଆଉ ସହଜେ ଝିଅମାନଙ୍କ ଜିନିଷ କିଣାକୁ କେହି ପାରିବେନି। ମୁଁ ସେଥିରୁ ଗୋଟାଏ।

ମୁଁ ଗଦାଏ ଜିନିଷ ବାଛେ।ଭାଇ ପଇସା ଦେବ ନା ହାତଛଡ଼ା କରିବା ଭଲ ନୁହେଁ ।

ଆଉ ଶେଷରେ ସେ ପେମେଣ୍ଟ୍ କରେ ବହୁତ ଖୁସିରେ। କେଜାଣି କାହିଁକି କିଛି କୁହେନି। କେବେ ବି ମତେ କୁହେନି ଏତେ ଜିନିଷ କ'ଣ କରିବୁ ,ଏତେ ପଇସା ଦେବିନି ମୁଁ ....ଏମିତି କିଛି ବି କୁହେନି।

ମୁଁ ଯାହା କିଣେ ଯାହା କରେ ମୋ ପ୍ରତି କିଛି ଅଭିଯୋଗ ନଥାଏ ତା'ର। କିନ୍ତୁ ସବୁ ବର୍ଷ ଠୁ ଏବର୍ଷ ରାକ୍ଷୀରେ ଟିକେ ମୋର ମନଦୁଃଖ ସିଏ ଆସିବନି ଏବର୍ଷ ।

ପରୀକ୍ଷା ଅଛି ପାଞ୍ଚ ଦିନ ଛୁଟି ନେଇ ଯିବ ସେ ପରୀକ୍ଷା ଦେବା ପାଇଁ ।ତା ଠୁ ଅଧିକା ଛୁଟି ତାକୁ ମିଳିବନି। ରାକ୍ଷୀ ଦିନ ଭାଇର ଅନୁପସ୍ଥିତି ଭଉଣୀକୁ ତ ଦୁଃଖ ଦିଏ।ସେ କହିଛି ଆର ବର୍ଷକୁ ନିଶ୍ଚୟ ଆସିବ ରାକ୍ଷୀ ବାନ୍ଧିବା ପାଇଁ।



Rate this content
Log in