Rashmita Nayak

Others

3.6  

Rashmita Nayak

Others

ରୋଗୀଣା ବରଗଛ

ରୋଗୀଣା ବରଗଛ

2 mins
12


 ପରିଣତ ବୟସର ବ୍ରୁଦ୍ଧଜଣକ କାଶିକାଶି ଅଣନିଶ୍ୱାସୀ ହେବା ସମୟରେ କେହି ଜଣେ ତାଙ୍କ ପିଠି ଆଉଁସି ଦେଲେ। ଟିକେ ଆଶ୍ବସ୍ତ ହୋଇ ବିସ୍ମୟ ନୟନରେ ଚାହିଁ କିଛି କହିବା ପୂର୍ବରୁ ଆଉଁସି ଦେଉଥିବା ଲୋକଟି ବୋତଲର ଠିପି ଖୋଲି ବଢାଇ ଦେଇ କାହିଲେ "ନିଅ ପାଣି ଟିକେ ପିଇ ଦିଅ " ମୁଁ ଏଠିକାର ଇନର୍ଚାଜ୍....l 

 ମଉସା ଆଜି ଆସିଲେ ?

 ଘରେ ତୁମର କେହି ନାହାଁନ୍ତି ବୋଧେ? 

 ପିଅନ କହିଲା ଏକା ଆସିଛନ୍ତି ବୋଲି, ସେଥିପାଇଁ ପଚାରିଲି!! 

 କୋଟରାଗ୍ରତ ନୟନରୁ ଦୁଇ ବୁନ୍ଦା ଲୁହ ଆପଣାଛାଏଁ ବହିଗଲା। 

 ସେ କହିଲେ........ 

 ଚଉଦ ମାଣ ଜାଗା ପୃଥିବୀ ପୃଷ୍ଠରୁ ଆବୋରି ବିଶାଳ ବରଗଛ ଟିଏ। ଚାରି ପାଖେ ତାର ଆତ୍ମିୟ ମାନଙ୍କର ଓହଳ ଭୂମିକୁ ଛୁଇଁ ଯାଇଛି। ଶାଖା ପ୍ରଶାଖା ରୁପି ପୁଅ ଝିଅ ପତ୍ର ଫଳ ରୁପି ନାତିନାତୁଣୀଙ୍କର ସମାହାରରେ ଗଛଟି ହସୁଥିଲା। 

      ତାଳୁକା ଚେର ସ୍ବରୁପା ଧର୍ମ ପତ୍ନୀ ଯାହାକୁ ମୋ, ବାପା ଛପନ ବର୍ଷ ତଳେ ମୋ ହାତରେ ତା ହାତକୁ ଛନ୍ଦି ଦେଇଥିଲେ। ମୋ ଜୀବନର ଦ୍ବିତୀୟ ସୋପାନ ତାରା ଆମ ଘରକୁ ଆସିବା ଦିନରୁ ପରିବାରର ସମସ୍ତ ଲୋକଙ୍କୁ ସେ ଆଦରି ନେଲା। ମୁଁହ ଉପରେ କେବେ କାହାକୁ ଜବାବ ଦିଏନି ଏମିତିକି ପିଲାମାନଙ୍କୁ ମଧ୍ଯ କେବେ ଆକଟ କରେନି। ମନଜାଣି

ସମୟ ପୁର୍ବରୁ ସବୁ କରିଦିଏ। ବନ୍ଧୁ ବାନ୍ଧବ ମୋ ଘର ଛାଡନ୍ତିନି,ମରିବା ଯାଏ ଖଟିଚି ବସୁବସୁ ଟଳି ପଡିଲା। 

    ସେ ଗଲାପେର ଚା କପେ ବୋହୁଙ୍କୁ ମାଗିନି କବେ ମିଳେ ତ କେବେ ମୁହଁ ଛଟା ମିଳେ। ସେ ଦୁଇ ବର୍ଷ ହେଲା ତାରା ତାରାମାନଙ୍କ ଗହଣରେ। 

    ତାରା ଯିବା ପରଠୁ ମୁଁ ଯେପରି ଏକ ଅଲୋଡା ଦରବ ହୋଇ ଗଲି

ମୋ ପରିବାର ପାଇଁ। 

ମୋର ବନ୍ଧୁ ବାନ୍ଧବ ମୋ ଘରକୁ ଆସିଲେ ଚର୍ଚ୍ଚା କରିବାକୁ ଖର୍ଚ୍ଚ ବଢିଲା ବୋଲି ବଡ ବୋହୁ ମୁହେଁ ମୁହେଁ ଝାଡି ଦେଲା। 

          ମୋର ଏଇ କାଶ ବରଷେ ହେଲାଣି ଲାଗି ରହିଚି ଯେ ଯାହା କମୁନି। ସରକାରୀ ଡାକ୍ତର ଖାନା ନେବାକୁ ପୁଅମାନଙ୍କୁ ସମୟ ହେଉନି। ଡ୍ରଇଂ ରୁମରେ ଶୋଇ ଲେ ଟିଭି ଦେଖିବାକୁ ଅସୁବିଧା ହେଉଛି ମୋପିଲା ମାନଙ୍କ ନିଦ ମୋକାଶ ପାଇଁ ଭାଙ୍ଗି ଯାଏ ପିଲାମାନେ ଦିଚାରି କଥା କୁହନ୍ତି ତେଣୁ ଦାଣ୍ତ ବାରଣ୍ଡା ମୋର ଶୋଇବା ଘର। 

ଗତକାଲି ବଡପୁଅର ଶଡୁ ଆସିବ ବୋଲି ବଡ ବୋହୁ ଅର୍ଡର ଦେଲା ସେହି ଅନୁସାରେ ସବୁ କାମ ଚାଲିଲା ସମସ୍ତେ ବଡ ଆନନ୍ଦ ରେ ଖାଇସାରି ବିଶ୍ରାମ ମାରିବାକୁ ଗଲେ। ସାନବୋହୁ ଗେଟ୍ ବନ୍ଦ କରି ବାକୁଯାଇ ମୋତେ ଦେଖି କହିଲା ତମେ ଖାଇବନିକି? 

ତା ମୁଁହରୁ ଏକଥା ଶୁଣି ନିଗିଡି ଆସୁଥିବା ଲୁହକୁ ଚାପିଦେଇ ଛାତି ଭିତରେ ଉତପ୍ତ ଲାର୍ଭାପରି କୋହ ଉପରେ ବରଫ ଖଣ୍ଡ ରଖି ଅତି ସନ୍ତର୍ପଣରେ କହିଲି ଆଜି ମୋର କଣ କିଛି ଓଷା? 

ମୋରଏହିକଥାରେ ଦୁର୍ଗା ଦେବୀ ବୋହୁର କାନ ଦେଇ ମୁଣ୍ଡ ରେ ଅବସ୍ଥା ନ କଲେ, ପୁଅ ମୋର ମହିଷାମର୍ଦ୍ଦିନୀ ରୂପ ଦେଖି ଡରିଡରି ପଚାରିଲା କଣ ହେଲାକି?

      ଉତ୍ତର ରେ ବୋହୂ ଗର୍ଜନ କରି କହୁଛି.. ତୁମ ବାପା ଆଉ ରଖେଇ ଦେବେନି l ଖାଇବାକୁ ଡାକିବା ମୋର କଣ ଅପରାଧ। ଆଉ ଏସବୁ ସହି ହେଉନି। ବୁଢ଼ା ପାଇଁ କିଛି ଗୋଟିଏ ବ୍ଯବସ୍ଥା କର ନହେଲେ ମୁଁ ବାପ ଘରକୁ ଯାଉଛି। ସେ ସମୟରେ ସମୁଦୀ ବିଛଣା ଛାଡି ମୁହଁ ପୋଛି ପୋଛି ଚା ପିଇବା ପାଇଁ ଡ୍ରଇଂ ରୁମକୁ ଆସିଲେ। ସେମାନେ ଆଉ କିଛି କହିବା ପୂର୍ବରୁ ମୁଁ ଜରାଶ୍ରମ ଚାଲି ଆସିଛି ll


    


Rate this content
Log in

More oriya story from Rashmita Nayak