subrat kumar jena

Tragedy Thriller

3  

subrat kumar jena

Tragedy Thriller

ଶେଷ ଠିକଣା

ଶେଷ ଠିକଣା

2 mins
215


ଭାଗ-୧

କିଏ କଣ କେବେ ଜୀବନରେ ଖରାପ ସମୟକୁ ଜାଣି ଜାଣି ଆମନ୍ତ୍ରିତ କରିଥାଏ ।ଠିକ ନାଁ ଆପଣ ମାନେ ମୋ ସହ ନିଶ୍ଚିତ ସହମତ ହେବେ ।ହଁ ଏ କଥା ବି ଠିକ ଯେ ବେଳେ ବେଳେ ବିଧାତା ଯଦି ବୈରି ସାଜେ ତେବେ ଏ ଛାର ମଣିଷ ଅବା କଣ କରିପାରିବ ।ସମସ୍ତଙ୍କର ସ୍ବପ୍ନ ଥାଏ ଧନୀ ହେବାକୁ ,ସୁଖ ସ୍ୱଚ୍ଛନ୍ଦରେ ଜୀବନ ଅତିବାହିତ କରିବାକୁ ।ଆଉ ଯଦି ଜୀବନ ଯୌବନ ଅବସ୍ଥାରେ ଥାଏ ,ତାହେଲେ କଥା ସରିଲା ।ମନଟାକୁ ନିୟନ୍ତ୍ରଣ କରିବା ବଡ଼ କଠିନ ପାଠ ହୋଇଯାଏ ।ସର୍ବଦା ଘୁରିବୁଲେ ମଉଜ କରିବାକୁ ସୁନ୍ଦରୀ ଲାଳନା ମାନଙ୍କ ସହ ହୋଟେଲରେ,ନାମୀ ଦାମୀ ବ୍ରାଣ୍ଡର ମଦସହ ଏମିତି ଆହୁରି କେତେ କଣ ।ଠିକ ଏମିତି ଅବସ୍ଥା ଘଟିଥାଏ ଉଭୟ ଯୁବକ ଓ ଯୁବତୀଙ୍କ କ୍ଷେତ୍ରରେ ।ଯାହାର ପରିଣାମର ଏକ ଜ୍ୱଳନ୍ତ ଉଦାହରଣ ଦେଖିବା ଆଗାମୀ ଲେଖାରେ ।

ସୁବ୍ରତ ...ନାଁ ଟା ବଡ଼ ନହେଲେବି ଅପରଚିତ ନୁହେଁ ଆଜିର ଓଡ଼ିଆ ମଡେଲ ସାମ୍ରାଜ୍ୟର ।ଆକର୍ଷଣୀୟ ଚେହେରା ସାଙ୍ଗକୁ ଆଧୁନିକତାର ପରପାଟିରେ ବେଶ ତେଜିଆନ ଦେଖାଯାଏ ।ଖାସ ଏତିକି ନୁହେଁ ବହୁତ ଭଲରେ ସେ ନିଜ କଥାକୁ ଲୋକଙ୍କ ସାମ୍ନାରେ ରଖିପାରୁଥିବାରୁ ଏକାଧିକ ସୁନ୍ଦରୀଙ୍କ ସେ ପସନ୍ଦ ।ତଥାପି ସେ ବେଳେ ବେଳେ ଉଦାସ ହୋଇଯାଏ ପଛ କଥାଗୁଡାକୁ ଭାବି ଭାବି ।ହେଲେ ପରେ ନିଜକୁ ସମ୍ଭାଳି ନେଇ ଚେଷ୍ଟା କରେ ଭୁଲିବାକୁ ପୁରୁଣା କଥାଗୁଡାକୁ ।ଆରେ ଯାହାତ ହୋଇଯାଇଛି ହୋଇଯାଇଛି ।ତାକୁ ମନେ ପକାଇ ଆଉ ଲାଭବା କଣ ।

ଆଜି କଣ ନାହିଁ ତା ପାଖରେ ହେଲେ ଦିନେ ଏସବୁଥିଲା ତାଲାଗି ସାତ ସପନ ।ଅବଶ୍ୟ ଏଗୁଡ଼ାକ ତାକୁ ଏତେ ସହଜରେ ମିଳିଯାଇନି ମ !ଦିନ ପରେ ଦିନ ଖୁବ ପରିଶ୍ରମ କରିଛି ।ନିଜକୁ ସମୟର ପ୍ରତିଟି ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇଛି ।ଏହି ସାମାନ୍ୟ କେଇଟା ଟଙ୍କା ଲାଗି ତାକୁ କିଭଳି ଦିନ ସବୁର ସାମ୍ନା କରିବାକୁ ନପଡ଼ିଛି ଏକଥା ତା ଛଡା କିଏ ଜାଣେ ।ଏତେ ସବୁ ବାଧା ବିଘ୍ନ ପରେ ବି ସେ ହାର ମାନିନଥିଲା ।ସେ ଗଢିଥିଲା ନିଜର ଭବିଷ୍ୟତ ନିଜ ହାତରେ ।ତାର କଠିନ ପରିଶ୍ରମର ଫଳ ସେ ଆଜି ଏ ଗ୍ଲାମର ଦୁନିଆରେ ଗୋଟେ ଚର୍ଚ୍ଚିତ ନାମ "ସୁବ୍ରତ ରାଣେ"।ଆଜି ବିନା ନିମନ୍ତ୍ରଣରେ ତା ପାଖରେ ଭିଡ଼ ଜମେ ।କାମର ଅଭାବ ନାହିଁ ।ଆଉ ତାର ଭଲ କାମ ଲାଗି ବେଶ ଭଲ ପାରିଶ୍ରମିକ ବି ମିଳିଥାଏ ।ହେଲେ ଏଥିରେ ତାର ଗର୍ଵବୋଲି କିଛି ନଥାଏ ।

ବହୁ ବର୍ଷ ପରେ ହଠାତ ଭେଟ ହୋଇଗଲା ଶୋଭାନ ସହ ଦୁବାଇରେ ।ମୁହଁ ବୁଲାଇ ଚାଲି ଆସୁ ଆସୁ ଡାକ ପକାଇଲା ଶୋଭନା "ସୁବୁ"....।ବୁଲି ଚାହିଁଲା ସୁବ୍ରତ !କିଏ ...?

-ଆରେ କଣ ଚିହ୍ନିପାରୁନା ନାଁ ନଚିହ୍ନିବାର ଅଭିନୟ

-what do u mean ?

-ଆରେ ସତରେ ତମେ କଣ ଚିହ୍ନି ପାରୁନା ନାଁ ଜାଣି ଜାଣି

-କାହିଁ କଣ ହେଲା ,କିଛି କାମ ଥିଲା ?

-ହଁ ତୁମ ସହ କାମ ଅଛି ,କିଛି ସମୟ ମିଳିବ ?

-ସମୟ ତ ନାହିଁ ତଥାପି ଚେଷ୍ଟା କରିବି ok by

-କେବେ ଦେଖା ହେବା ?

-no ଦିଅ ,ସୁବିଧା ଦେଖି ଜଣାଇବି ok

ଏମିତି କହି ସେଦିନ ସେଠୁ ଚାଲି ଆସିଥିଲା ସୁବ୍ରତ ।ରାତିରେ ଠିକ ସେ ଶୋଇପାରିନଥିଲା ସେ ।ଯେତେ ମଦ ପିଇଲା ପରେ ବି ତାକୁ ଟିକେ ବି ନିଶା ହେଉନଥିଲା ।କେତେ ଆଉ କଡ଼ ଲେଉଟେଇ ଥାନ୍ତା ।ଆଖି ଆଗକୁ ଆସିଯାଉଥିଲା ଅନେକ ଘଟଣା ସବୁ......


Rate this content
Log in

Similar oriya story from Tragedy