Bibhu Samanta

Inspirational

3.5  

Bibhu Samanta

Inspirational

ଶ୍ରାଦ୍ଧ

ଶ୍ରାଦ୍ଧ

2 mins
184



ଆଜି କୁ ବର୍ଷେ ପୁରିଗଲା, ଇନ୍ଦୁ ଯିବାର। ସକାଳୁ ଉଠି କାମ ସାରିଦେଲା ତନ୍ମୟ । ଏଇ ବର୍ଷେ ଭିତରେ କେବେ ବି ସେ ଇନ୍ଦୁର ଅନୁପସ୍ଥିତିକୁ ଅନୁଭବ କରିପାରିନି।ତାକୁ ଲାଗେ ଯେମିତି ଆଜି ବି ଇନ୍ଦୁ ତା ପାଇଁ ଉଁଇ ଆସେ ସଞ୍ଜ ବେଳାରେ। ଜ୍ୟୋତ୍ସ୍ନାରେ ଭିଜେଇ ପୋଛିଦିଏ ଶୁଖିଲା ମୁହଁକୁ ତା ଲୁଗା କାନିରେ। ଆଉଁସି ଦିଏ ମଥାକୁ କେତେ ସୋହାଗରେ । ସ୍ମୃତି ତ ମରୁଭୂମି, ଖାଲି ଜଳାଏ, ବାଟ ଭୁଲାଏ।


ଆଜି କେମିତି ଅନ୍ୟମନସ୍କ ହେଇ ପଡିଛି ସେ। ଅଙ୍ଗାର କୁ ଉଙ୍ଖାରି ଯାହା ନିଜେ ଜଳୁଛି। ଇନ୍ଦୁ ଯିବା ପରଠୁ ଅଫିସ ଯାଇନି ଆଉ ସେ। ବାବୁନା ଟା ପାଇଁ। ବାବୁନାକୁ ଏବେ ୨ବର୍ଷ ପୁରିଲା। ଘରେ କେବେ ଠୁ କହିସାରିଛି ଶ୍ରାଦ୍ଧ ପାଇଁ। ହେଲେ କାହାର ଯେମିତି ଆନ୍ତରିକତା ନାହିଁ। କେଜାଣି ମଲା ଲୋକଟା ସାଙ୍ଗେ କି ବାଦ ଯେ। ମନରେ ଏତେ ରାଗ ଯେ ଶ୍ରାଦ୍ଧ ଟିକେ ବି ଦେଇ ହେବନି। ତନ୍ମୟ ମାଆ କୁ କହିଲା । ମାଆ କହିଲା ସ୍ତ୍ରୀ ପାଇଁ ଶ୍ରାଦ୍ଧ ଦିଆ ଯାଏନି। ଖାଲି ସଂଚା ଦିଆଯାଏ। ହଁ, ହେଇଥିବ, ଏଟା ବି ଠିକ, ବ୍ରାହ୍ମଣଙ୍କୁ ଡାକି ଦେଇଦେଲେ ଭଲ।


କିନ୍ତୁ ସେଦିନ ସକାଳୁ ବାପା କୁଆଡ଼େ ଗଲେ। ଆଉ ବାକି ସବୁ କାମ ବନ୍ଦ। ମାଆ କହିଲା ତାଙ୍କ ଜରୁରୀ କାମରେ ଗଲେ ସେ। ମନ୍ଦିରରେ ଦେଇ ଆସେ ସଂଚା । ରାଗରେ ଫାଟିପଡ଼ିଲା ତନ୍ମୟ , କହିଲା ବାପା କ'ଣ ଜାଣିନାହାନ୍ତି ଇନ୍ଦୁ କଥା? ମାଆ କହିଲା ହଁ ଜାଣନ୍ତି ;ସେ ତ ଗଲା , ଆମକୁ ଏକା କରି, ତା ପାଇଁ ଏତେ ଗୋଟେ ଆୟୋଜନ କ'ଣ?ସେ କ'ଣ ଆଉ ଫେରି ଆସିବ? ଜିଇଁ ଥିଲାବେଳେ ତ କେବେ ଆମକୁ ପଚାରିନି, ତା ପାଇଁ ଏତେ ଦୁଃଖ କ'ଣ ଗୋଟେ? କ'ଣ ଏମିତି ଦେଇ ପକେଇଚି ଯେ? ଆରେ ତୁ ବି ଭୁଲିଯା ତାକୁ, ସେଟା ସ୍ୱାର୍ଥପରଟା। ଆଗକୁ ଦେଖ ଜୀବନରେ ଆହୁରି ବହୁତ କିଛି ଅଛି। ମୋ ଗୋଟେ ସାଙ୍ଗର ଝିଅ ପାଇଁ କେବେଠୁ କହିଲାଣି । ଏଇ ଶ୍ରାଦ୍ଧଟା ପାଇଁ ମୁଁ ଚୁପ ଥିଲି। ମୋ କଥା ମାନ କେତେଦିନ ଆଉ ଏମିତି ରହିବୁ?


ତନ୍ମୟ ସବୁ ଶୁଣିଲା ହତବାକ ହେଇ। ମାଆ ମନରେ ଏତେ କଥା ଥିଲା। ହସିବ ନା କାନ୍ଦିବ ଜାଣିପାରୁନି। ହସ ଲାଗୁଥିଲା ଗୋଟେ ପୀଢ଼ି ଆଉ ଗୋଟେ ପୀଢ଼ିକୁ ଶିକ୍ଷା ଦେଉଥିବା ଦେଖି। କହିଲା ମା' ଇନ୍ଦୁ ମୁହଁଖୋର ଥିଲା, ଅହଙ୍କାରୀ ଥିଲା , ବଦରାଗୀ ଥିଲା ,ହେଲେ ବି ତ ଏ ଘରର ଜଣେ ନା? ତା ପାଇଁ କ'ଣ ଆମ କିଛି କର୍ତ୍ତବ୍ୟ ନାହିଁ? ଜେଜେମାଙ୍କ ପାଇଁ କ'ଣ ଏମିତି କରନ୍ତି ବାପା? କିଏ କେତେବେଳେ ଯିବ କ'ଣ ଜାଣିଥାଏ।ଇନ୍ଦୁ କ'ଣ ଜାଣିଥିଲା କି? ହଁ , ତୁ ଠିକ କହିଛୁ ଶ୍ରାଦ୍ଧ ସବୁ ମିଛ। ବୃଥା ପ୍ରହସନ, ଅଯଥା ଖର୍ଚ୍ଚ।


କିଏ କେଜାଣି କହିଥିଲା , ଶ୍ରାଦ୍ଧ ମାନେ ଶ୍ରଦ୍ଧା, ଯାହା ଆମେ ବାଢ଼ିଦେଉ, ନିଜ ଲୋକଟି ପାଇଁ ଯେ ପାଖରେ ଥାଇ ବି ସାଙ୍ଗରେ ନଥାଏ। ନ ତାକୁ କେବେ ଭୁଲିହୁଏ, ନା ଦୁରେଇ ହୁଏ। ସେ ପାଖରେ ଥାଇ ଖୁସି ହୁଏ। ମାଆ ,ରାବଣ ଏତେ ଅତ୍ୟାଚାରୀ ହେଲେ ବି ବର୍ଷରେ ଗୋଟେ ଦିନ ତାକୁ ମନେ ପକାନ୍ତି; ଦଶହରା ଦିନ। ଇନ୍ଦୁ କ'ଣ ତା' ଠୁ ବେଶୀ। ହଁ , ସେ ସ୍ୱାର୍ଥପର ଟା ଏତେ ଯେ ଯାଉଯାଉ ଏ ବଂଶକୁ ଉତ୍ତରାଧିକାରୀ ଟେ ଦେଇଯାଇଛି। ଜଣଙ୍କ ଜାଗା ଆଉ କେହି ନେଇ ପାରେନି। ଏତେ ସିରିଏଲ ଦେଖୁଚୁ ,କ'ଣ କିଛି ବୁଝୁନୁ। ଏତିକି କହି ସେ ଘରୁ ବାହାରିଗଲା ବାବୁନା ହାତ ଧରି।


Rate this content
Log in

Similar oriya story from Inspirational