Kailash Chandra Behera

Classics

2  

Kailash Chandra Behera

Classics

ଶ୍ରୀମଦ୍ ଭଗବଦ୍ ଗୀତା

ଶ୍ରୀମଦ୍ ଭଗବଦ୍ ଗୀତା

1 min
65



ଦଶମ ଅଧ୍ୟାୟ , ବିଭୂତି ଯୋଗଃ

ଶ୍ଳୋକ - ୧୫ 

ସ୍ବୟମେବାତ୍ମନାତ୍ମାନ  

ବେତ୍ ଥ ତ୍ବ° ପୁରୁଷୋତ୍ତମ,

ଭୂତଦ୍ଭାବନ ଭୂତେଶ 

ଦେବ ଦେବ ଜଗତ୍ ପତେ ।

ଅର୍ଥ : - 

   ହେ ପୁରୁଷୋତ୍ତମ! ହେ ଭୂତ ଦ୍ଭାବନ!, ହେ ପ୍ରଭୁ! ହେ ଦେବତାମାନଙ୍କ ଇଷ୍ଟ !, ହେ ଜଗତର ନାଥ !, ତୁମ୍ଭେ ନିଜକୁ ନିଜେ ଆତ୍ମଜ୍ଞାନ ଦ୍ବାରା ଜାଣୁଅଛ । 

ବ୍ୟାଖ୍ୟା : - 

    ଅର୍ଜୁନ ଭାବୁଛନ୍ତି -" ମୋ ଭିତରେ କେତେ ଜ୍ଞାନ ଅଛି ଜାଣି ପାରୁନି । ମୋ ଭିତରେ ଥିବା ଆତ୍ମାକୁ ମୁଁ ଚିହ୍ନି ପାରୁନାହିଁ । ମୁଁ ଦୁନିଆକୁ କ'ଣ କରିବା ପାଇଁ ଆସିଛି ତା' ମଧ୍ୟ ମୁଁ ଜାଣେ ନାହିଁ । ଅଥଚ ମୋ ପରି ରକ୍ତ ମାଂସ ଦ୍ବାରା ଗଠିତ ଶ୍ରୀକୃଷ୍ଣ କିପରି ନିଜ କଥା ନିଜର ପରିଚୟ ଓ ନିଜର ଶକ୍ତି କେତେ ଜାଣି ପାରୁଛନ୍ତି ? ସେ ନିଶ୍ଚୟ ଭଗବାନ ଏଥିରେ କୌଣସି ସନ୍ଦେହ ନାହିଁ । ଏକଥା ମନେ ମନେ ଭାବି ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି - "ହେ ଭଗବାନ! ହେ ପ୍ରଭୁ! ହେ ଜଗତପତି ! , ହେ ଦେବତାମାନଙ୍କର ଇଷ୍ଟ ! ତୁମ୍ଭଙ୍କୁ ମୁଁ କ'ଣ ଚିହ୍ନିବି ? ତୁମ୍ଭର ସ୍ବରୂପକୁ ଦେବତାମାନେ ଯେଉଁଠି ଜାଣି ପାରୁ ନାହାନ୍ତି ମୁଁ କ'ଣ ଜାଣିବି ? ତୁମ୍ଭର ଶକ୍ତି କେତେ ତୁମ୍ଭର ବୁଦ୍ଧି କେତେ ତୁମ୍ଭର ଜ୍ଞାନ କେତେ ତାହା କୌଣସି ମନୁଷ୍ୟ ବା ଦେବତାମାନେ ଜାଣନ୍ତି ନାହିଁ । କେବଳ ଆପଣଙ୍କ ପରିଚୟ ଆପଣ ହିଁ ଜାଣନ୍ତି । "



Rate this content
Log in

Similar oriya story from Classics