MOUSUMI SAHOO

Others

3  

MOUSUMI SAHOO

Others

ସମୀର ପାଇଁ ପଦେ ?

ସମୀର ପାଇଁ ପଦେ ?

2 mins
175


ଦେଖାହୋଇଥିଲା କେଉଁ ଏକ ଅଜଣା ଗ୍ରୀଷ୍ମର ମଧ୍ୟାହ୍ନରେ।ପ୍ରଥମ ଦେଖାରେ ସବୁ ନିଜର ଲାଗିଥିଲା।ବହୁ ଦିନର ସଂପର୍କ ଯେମିତି ଗଢି ଉଠିଥିଲା।ହୁଏତ ଭଗବାନ ମଧ୍ୟ ଚାହୁଁ ଥିଲେ ଦୁହିଁଙ୍କ ମିଳନ, ସେଥିପାଇଁ ଦିନେବି ଭଗବାନଙ୍କ ନିକଟକୁ ଯାଉ ନଥିବା ପାଦ ଭକ୍ତିରେ ଟାଣି ହୋଇ ଯାଇଥିଲା ଈଶ୍ବରଙ୍କ ଉଦ୍ଦେଶ୍ୟ ରେ।କେଉଁ ଏକ ନୀରବ ମୁହୂର୍ତ୍ତ ରୁ ଆରମ୍ଭ ହୋଇ ଥିବା ଏ କଥାବାର୍ତ୍ତା ଏ ଭାବ ଦିଆନିଆ ଏହା ଈଶ୍ୱରକୃତ ପ୍ରେମ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି।

     ହଁ, ହଁ ଆଉ ନାହିଁ, ନାହିଁ ର ଦୋଛକିରେ ସେଦିନ ପାଦ ଟାଣି ହୋଇ ଯାଇଥିଲା ତାଙ୍କ ସହ ଆଉ ଫେରିବାର ଇଛା ବି ହେଉନଥିଲା।ହୃଦୟରେ ଅନୁଭବ ହେଲା ଏକ ଅଜଣା ଆନନ୍ଦ, ଅଜିବ ଥିଲା ସେ ଖୁସିର ସ୍ପର୍ଶ ଜାଣି ନଥିଲି ତାକୁ ପ୍ରେମ କୁହାଯାଏ, କାରଣ ଏ ଥିଲା ପ୍ରେମର ପ୍ରଥମ ଅନୁଭବ ଆଉ ପ୍ରଥମ ଅନୁଭୂତି।

         ତାଙ୍କ ପାଖରୁ ଫେରିଲା ବେଳେ ଅଜଣା ଦୁଃଖରେ ହୃଦୟ ଭାଙ୍ଗି ପଡୁଥିଲା । ହୁଏତ ପ୍ରେମର ପ୍ରଥମ ସ୍ପର୍ଶ ପରେ ଦୂରତା ଅସହ୍ୟ ଆଉ ଯନ୍ତ୍ରଣାଦାୟକ । ଏଠି ସରି ନଥିଲା କାହାଣୀ ଦୂରରେ ରହିବି ଚାଲି ଥିଲା ବାର୍ତ୍ତାଳାପ। ଦୁହେଁ ଦୁହିଁଙ୍କ ମଧ୍ୟରେ ହଜି ଯାଇଥିଲୁ ପାଣିରେ ଲୁଣ ଆଉ ଚିନି ପରି। ସମ୍ପର୍କର ବୀଜ ଧୀରେ ଧୀରେ ଅଙ୍କୁରିତ ହେଉ ଥିଲା। ଭବିଷ୍ୟତ କୁ ସ୍ୱପ୍ନରେ ସଜେଇବାକୁ ଆରମ୍ଭ କରିଥିଲୁ ଦୁଇଜଣ ।

             କିନ୍ତୁ ଜାଣି ନଥିଲା ଏମିତି ସୁଖର ସମ୍ପର୍କରେ କାହାର ନଜର ଲାଗିଯିବ। ଯୋଉ ଆଖି ତାଙ୍କ ହୃଦୟର ପରଶ ରେ ହସି ଉଠି ଥିଲା ସେ ଲୁହରେ ଭିଜି ଯିବ। ଏତେ ବିଶ୍ୱାସ ର ମଞ୍ଜି ବୁଣି ବଢ଼ି ଚାଲିଥିବା ଗଛ ଟି ଦିନେ ହଠାତ୍ ଝାଉଁଳି ପଡ଼ିବ ଆଉ ତାକୁ ପାଣି ବି ମିଳିବନି । ଆଜି ମୋର ଅବସ୍ଥା ଠିକ୍ ସେହି ଗଛ ପରି। ସ୍ୱପ୍ନରେ ବି ଆଉ କାହାକୁ ନିଜର କରି ନଥିବା ଏ ହୃଦୟ ଆଜି ସନ୍ଦେହ ଘେରରେ, ଆଉ ସବୁଠାରୁ ଦୁଃଖର କଥା ଏହି କି ଯେ ସେ ସନ୍ଦେହ ଜନ୍ମ ଲାଭ କରିଛି, ସିଏ ଯାହାକୁ ନିଜ ଠୁ ବି ଅଧିକ ଭଲପାଏ ଆଉ ବିଶ୍ୱାସ କରେ । 

          ଯିଏ ଦିନେ କେହିକାହାକୁ ଛାଡ଼ିବେନି ବୋଲି କଥା ଦେଇଥିଲେ , ଆଜି ସେ ଦୁହେଁ ଦୁହିଁକୁ ଛାଡ଼ିବା କଥା କହୁଛନ୍ତି। ତାଙ୍କ ବିନା ବଞ୍ଚିବା ମୋ ପକ୍ଷେ ସମ୍ଭବପର ନୁହେଁ। ବୁଝେଇ ଦେଇଛି ବହୁ କଷ୍ଟରେ ତାଙ୍କୁ। କିନ୍ତୁ ଯୋଉଠି ଥରେ ସନ୍ଦେହ ଦେଖା ଦେଇଛି, ଯୋଉଠି ଥରେ ବିଶ୍ୱାସ ଭାଙ୍ଗିଛି , ସେଠି କଣ ପୂର୍ବ ପରି ସଂପର୍କ ସମ୍ଭବ ?? !!

         ଆଜି ବହୁତ୍ କଷ୍ଟ ହେଉଛି ୟେ ହୃଦୟକୁ, ମତେ କିଏ ଆକ୍ଷେପ କରିଛି ସେଥି ପାଇଁ ନୁହେଁ। କାରଣ ଯାହାକୁ ସବୁଠାରୁ ନିଜର ଭାବିଥିଲି, ଯାହାକୁ ହୃଦୟ ଦେଇ ଥିଲି ଏତେ ଦିନ ମତେ ଚିହ୍ନିଲା ପରେ ତାଙ୍କ ମନକୁ ଏମିତି କଥା ଆସିପାରେ ମୁଁ ସ୍ୱପ୍ନରେ ବି ଭାବି ନଥିଲି। ଏବେବି ମତେ ଅବିଶ୍ବାସ ଲାଗୁଛି ମୋ ପାଇଁ ତାଙ୍କ ମନରେ ଏମିତି ଭାବନା ଆସିପାରେ । ମୃତ୍ୟୁ ଏକା ନିଜର ଆଉ ଶ୍ରେୟଷ୍କର ମନେହେଉଛି।


Rate this content
Log in