Sunanda Mohanty

Romance Tragedy Others

4  

Sunanda Mohanty

Romance Tragedy Others

ସମୟ ବାଘ

ସମୟ ବାଘ

5 mins
6


କୁମାରପୂର୍ଣ୍ଣମୀ ନାମକରଣ ପୂର୍ଣ୍ଣମୀରେ କୁମାରମାନେ ନପାଳି କୁମାରୀମାନେ କାହିଁକି ପାଳନ୍ତି ବୁଝିବାକୁ ନିକିତାକୁ ମାଟ୍ରିକ ପରୀକ୍ଷା ପରେ କଲେଜ ଯିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା .ସେ ବର୍ଷ କଲେଜର ପ୍ରଥମ ବର୍ଷ. କୁମାର ପୂର୍ଣ୍ଣମୀ ଜହ୍ନ ଭିତରେ ଜହ୍ନ ଆଲୋକ ବଦଳରେ ଉପରଶ୍ରେଣୀ ଆଲୋକ ହିଁ ଦେଖାଯାଉଥିଲା ନିକିତାକୁ . କେହି ନା କେହି କୁମାରଙ୍କୁ ମନରେ ରଖି ଚାନ୍ଦ ପୂଜା କରିବାକୁ କୁମାରୀମାନଙ୍କ ଭିତରେ ଏ ଯେଉଁ ପ୍ରତିଯୋଗିତା!ପ୍ରତିଯୋଗିତା ନୁହେଁ ତ ଆଉ କଣ? ନୂଆ ନୂଆ ଶାଢ଼ୀ ପିନ୍ଧିବାର ଅନୁଭୂତି ସହ ଦାମ କଷାକଷି , ଚୁଡ଼ି କେତେ ମାନୁଛି କାହା ହାତକୁ ଭାବିଲା ବେଳେ ମନେ ପଡି ଯାଉଛି ସେଇ ଗୀତ. ନଯାରେ ନଯା ଗୋରୀ ବାଲିଯାତରା ଦେଖି.. ତୋ ଗୋରା ଦେହେ ଯିବ କାଳେ ନଜର ଲାଖି, ହେଲେ ସେତ କାଳୀ ଯଦିଓ ବୋଉ ଭାଷାରେ ଉଚ୍ଚ ଶାବେନି ଝିଅ ଖୁବ ସୁନ୍ଦର କହି ନିଜ ମନ ସହ ବୁଝେଇଦେଇଥାଏ ଝିଅର ମନ. ଆଉ ପାଉଁଜି,ସେତ କୁଆଁରୀ ଆଖିର ଆଖିଏ ସ୍ୱପ୍ନରେ ତିଆରି ରୁଣୁଝୁଣୁ ଘଣ୍ଟି. ପାଉଁଜି ପିନ୍ଧା ଗୋଡ଼ ଖାଲି ସୁନ୍ଦର ନୁହେଁ ବରଂ ଶାଳୀନତା ବନ୍ଧା ଚାନ୍ଦ ରଙ୍ଗର ଶୃଙ୍ଖଳ ଶିକୁଳି, ମନ ବାନ୍ଧିରଖିବାକୁ. ଆଉ ଟିକିଲି, ପାଉଡର, ଅଳତା ବୋଳା ପାଦ ସାଙ୍ଗକୁ ନଖର ନେଲପଲିସ, ମୁଣ୍ଡର ଘନ କଳା ଘୁମର ବେଣୀର ଜୁଡ଼ା ଓ ରଜନୀଗନ୍ଧା ମାଳ. ଏସବୁ କୁଆଁରୀ ସିନା ପିନ୍ଧେ ହେଲେ କେବଳ କୁମାରଙ୍କ ପାଇଁ. ନହେଲେ ଏ ଆଲୋକ ସମନ୍ତରାଏ ତା ମନକୁ ଉଛର୍ନ୍ନ କରୁ କରୁ ଚାନ୍ଦ ଭିତରେ ଦିଶୁ ଥାଆନ୍ତା କେମିତି?

   କମନରୁମରେ ବସିଥିଲା ବେଳେ ଆଲୋକ ସେଦିନ ତାକୁ ଡକେଇ ପଠେଇଥିଲା. ଏଇ ସେଇ ଯୋଉ ଝିଅଟା କମନ ରୁମର ମଝି ବେଞ୍ଚର ପ୍ରଥମ ସିଟ ଦଖଲ କରି ବସିଛି ତାକୁ ଟିକେ ଡାକ ତ . ସାଙ୍ଗମାନେ ପଚାରୁଥାଆନ୍ତି ଆରେ କୋଉ ଝିଅ?ସେଇ ମ ରଙ୍ଗ ଟିକେ ଊଣା ସିନା କେତେ ଗୋରା ଝିଅଙ୍କୁ ପଛରେ ପକାଇ ଟଣା ଟଣା ଆଖିବାଲା ଝିଅଟା,କଣ ତ ତା ନାମଟା?ହଁ ନିକିତା. ଆରେ ତାକୁ ତୁ କେମିତି ଜାଣୁ?ସେ ପରା ସ୍କୁଲରେ ମୋ କ୍ଲାସମେଟ ଥିଲା.ତୋ ତଳ ବ୍ୟାଚରେ ପଢୁଛି ଯେ!ଭଲ ନା.ମୋ ସଫଳତାରେ ତାର ଆଉ ଇର୍ଷା କରିବାର ନାହିଁ ଯେ. ନହେଲେ ତାର ମୋର ଫାଷ୍ଟ ସେକେଣ୍ଡ ହୋଇ ଗୋଡ଼ିଆଗୋଡି ହୋଇ ଉପର କ୍ଲାସ ଉଠୁ ଉଠୁ ଝିଅକୁ ଝିଅ ପୁଣି ଝିଅର ବାପାକୁ ବାପା କି ଇର୍ଷା,କି ପ୍ରତିଦ୍ବନ୍ଦିତା!ନିକିତା ଆସିଥିଲା କିଏ ଡାକୁଛନ୍ତି ଶୁଣି କିନ୍ତୁ ଆଲୋକ ନିଜର କମର୍ସରେ ଫାଷ୍ଟ କ୍ଲାସ ଡିଷ୍ଟିଙ୍ଗସନ ରଖିଥିବା କଥାଟା ଶୁଣି ନଶୁଣିଲା ପରି ପୁଣି କମନରୁମ ଭିତରକୁ ଚାଲିଗଲା . ସାଙ୍ଗମାନେ ଥଟ୍ଟା ପରିହାସ କରୁଥିଲେ ଆଲୋକକୁ ଅକାରଣରେ ନହେଲେ ମଧ୍ୟ ନିଜ ଅଭଦ୍ରାମୀ ପଣିଆରୁ ପ୍ରେମ ହୋଇଗଲା ନିକିତାକୁ. ବସିଲେ ଉଠିଲେ ଖାଲି ଆଲୋକ ଦିଶିଲା. ବିଚରାଟା କେତେ ଖୁସିରେ ନିଜ ସଫଳତା କଥା କହିବାକୁ ଆସିଥିଲା ଆଉ ସାମାନ୍ୟ ଧନ୍ୟବାଦ ବା ବଧେଇ ଜଣେଇବାରେ କଣ ଅସୁବିଧା ଥିଲା ନିକିତାର? ପରେ କେବେ ଦେଖା ହେଲେ ଭୁଲ ମାଗିନେବ ବୋଲି ଭାବୁଥିଲେ ବି ଆଲୋକ ଦେଖାହେଇନଥିଲା କିନ୍ତୁ ନିକିତାର ଆଖିରେ ନାଚୁଥିଲା ତା ଛାୟା ଚିତ୍ରପଟ. କିନ୍ତୁ କାହିଁକି? ସେ ଶୁଣିଥିଲା ଯୌବନରୁ ଅପରାଧ.. ଅପରାଧରୁ କ୍ଷମା... କ୍ଷମାରୁ ଜାତ ହୁଅଇ ଲାଜ.. ଲାଜରୁ ଜାତ ପ୍ରେମ.. ପ୍ରେମ.. ପ୍ରେମ.. ଏହି ଗୀତଟି କଣ ତା ପାଖେ ଅଟକିଗଲା ନା କଣ?

 ସେଦିନ ବାସର ରାତିରେ ସ୍ୱାମୀଙ୍କ ଅନୁରୋଧରେ ଦୀପକୁ ସାକ୍ଷୀ ରଖି ନିକିତା କହିଚାଲିଥିଲା. ସ୍ବାମୀ ଅନିମେଷ କହୁଥିଲେ ତା ପରେ? ନିକିତା କହିଥିଲା ତା ପରେ ଆଲୋକ ସହ ଅଚାନକ ଦେଖାହେଲା. ହାତରେ ଥିଲା କଲେଜ ଇଲେକ୍ସନ ନୋମିନେସନ ଫର୍ମ. ଆଉ ଦେଖୁ ଦେଖୁ ନିକିତାକୁ କହିଥିଲା ଗ୍ୟାରେଣ୍ଟର ପଡିବାକୁ. କି ଅବୋଧ ବାଳିକା ଥିଲା ସେ କେଜାଣି ତଡିତ ବେଗରେ ପୁଣି କମନରୁମରେ ପଶିଗଲା. ସେଇ ପ୍ରଥମ ଥର ପରି ପାପବୋଧ ହେଲା ତ ବାହାରକୁ ଆସି ଦେଖିଲା ବେଳକୁ ଆଲୋକ ନଥିଲା କରିଡରରେ. କିନ୍ତୁ ଡ୍ରାମାଟିକ ସେକ୍ରେଟାରୀ ରୂପେ ପାର୍ଥୀ ପତ୍ର ଦାଖଲ କରି ଗାଉଥିଲା ଗୀତ. ନିକିତା ଏବେ କେବଳ ଆଲୋକ ନୁହେଁ ବରଂ ତା କଣ୍ଠର ପ୍ରେମିକା ହୋଇଗଲା. ସେଦିନ କଲେଜରୁ ବାହାରି ସାଙ୍ଗମାନଙ୍କ ସଙ୍ଗେ ଯାଉ ଯାଉ ଆଲୋକ ଆଗେଇ ଆସି ତା ସେଣ୍ଟ ପକା କାର୍ଡ ବାଣ୍ଟୁଥିଲା ସମସ୍ତଙ୍କୁ. ତା ହାତ ଆଗକୁ ବଢିବା ସହ ପୁଣି ଫେରିଥିଲା ପଛକୁ କାରଣ ଆଲୋକ ତାକୁ କାର୍ଡ ନଦେଇ ଫେରିପଡୁଥିଲା. ବୋଧହୁଏ ତା ହାତରୁ କାର୍ଡ ନେବନାହିଁ ନିକିତା ବୋଲି ସେ ବୁଝିସାରିଥିଲା. ପରେ ଆଲୋକ ଡ୍ରାମାଟିକ ସେକ୍ରେଟାରୀ ହୋଇ ବସ ଭଡା କରି ସମସ୍ତଙ୍କୁ ଫିଲ୍ମ ଦେଖେଇ ନେଇଥିଲା ବେଳେ ତାକୁ ଡାକି ହିଁ ନଥିଲା ।

   ଏଥର ତୁମ ପାଳି ଅନିମେଷ. କୁହ ନା ତୁମ ପ୍ରେମ କାହାଣୀ କହି ନବବିବାହିତା ବୁଲି ଚାହିଁଲେ କିନ୍ତୁ ଅନିମେଷ ନଥିଲେ. ହାଲକା ଭାବେ ଗୀତ ସ୍ୱର ଶୁଭୁଥିଲା, ଏ ରଜନୀଗନ୍ଧାର ରାତି.... ସରି ଯାଉଛି.. କିଛି କୁହ... କିଛି କୁହ. ହେଲେ କହିବାକୁ ତ କେହି ନାହିଁ.ଅ୍ୱାସ ରୁମ ମଧ୍ୟ ଫାଙ୍କା. ରାତି ବି ସରି ଆସୁଛି ହେଲେ ଅନିମେଷ କୁଆଡେ ଗଲେ? ଫୋନ ଆସିଥିଲା ଅନିମେଷଙ୍କର. ନିକିତା ମୁଁ ମୋର ପ୍ରେମକୁ ଜୀବନ ସାଥି ରୂପେ ପାଇ ଜାଣିସାରିଛି ସେ ଆଉ କାହାକୁ ହୃଦୟରେ ବସାଇଛି, ତେଣୁ ଯାଉଛି ତାକୁ ଖୋଜି ମୋ ପ୍ରେମ ତା ହାତରେ ଦେଇ ପ୍ରେମର ଚିରସ୍ୱାକ୍ଷର ଲେଖିଯିବି ବ୍ୟସ୍ତ ହେବନି. ମୂର୍ଛା ଗଲେ ନିକିତା.ଆଖିଖୋଲିଲା ବେଳକୁ ନଣନ୍ଦ ହସୁଥିଲେ ଆଉ ଶାଶୁ କହୁଥିଲେ ମଣିଷର ଚାକିରି ଜୀବନ ପରା ଛାଡ଼ ପିତୃକାର୍ଯ୍ୟ କର ରାଜକାର୍ଯ୍ୟ ଉପରେ ପର୍ଯ୍ୟବେଷିତ ନିକିତା. ଧର୍ଯ୍ୟ ଧର. ଅନିମେଷ କିଛି ଜରୁରୀ କାର୍ଯ୍ୟରେ ଭୋର ଟ୍ରେନରେ ଚାଲିଗଲା. ଦୁଇ ଚାରିଦିନ ପରେ ଫେରିବ କହିଯାଇଛି. ନଣନ୍ଦମାନେ ଖିଲଖିଲ ହସି କହୁଥିଲେ ଆମ ମାଛ ବିକା ପଇସା ଭାଇ ଆସିଲେ ଦେବ. ଏବେ ତୁମ ପଇସା କାଢ଼ ଭାଉଜ. ହସିଲା ନିକିତା. ତାରି ସାଙ୍ଗରେ ଏମିତି ଅଧା ଅଧୁରା କାହିଁକି ସବୁ ହୁଏ ସେ ବୁଝିପାରୁନଥିଲା. ଅନିମେଷଙ୍କ ତକିଆ ତଳେ ଚିଠିଟିଏ ତା ନାମରେ ଦେଖି ଖୋଲି ପଢିଲା ବେଳକୁ କେବଳ ଦୁଇ ଧାଡି. ବାଜିର ଗୋଟି ମୁଁ ହାରିଯାଇଛି ନିକିତା. ତୁମକୁ କିନ୍ତୁ ଜିତାଇବାର ପ୍ରତିଶ୍ରୁତି ଦେଇ ଯାଉଛି. ଶୀଘ୍ର ଫେରିବି ।

     ଫେରିଲେ ଅନିମେଷ. ସମସ୍ତଙ୍କ ଅଲକ୍ଷରେ ନିକିତାଙ୍କ ଗୋଡ଼ ପାଞ୍ଚ ହାତରେ ପଡୁଥିଲା. ନଣନ୍ଦ ଗାଉଥିଲେ ଶନିବାର ଦିନ ମୋ ଭାଉଜଙ୍କ ମନ..ଗୀତଟିକୁ ଦୋହରାଇ. ପ୍ରକୃତରେ ସେଦିନ ଶନିବାର ହିଁ ଥିଲା. ଅନିମେଷ ନିକିତା ରୁମକୁ ଆସିଲେ. ସାଙ୍ଗରେ ତାଙ୍କ ବନ୍ଧୁ. ଦେଖ ନିକିତା କାହାକୁ ସାଙ୍ଗରେ ଧରି ଆସିଛି.ଭିତରେ ଥିବା ରାଗକୁ ଲୁଚେଇ ମୁହଁରେ ହସ ଫୁଟାଇ ନିକିତା ହାତ ଯୋଡି ନମସ୍କାର ଜଣାଇ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ତାଙ୍କର. ଏ ତ ଆଲୋକ!ଆଲୋକ ସାମାନ୍ତରାଏ. ହଁ ନିକିତା ଆଲୋକ ହିଁ ମୋ କଲେଜମେଟ କହୁଥିଲେ ଅନିମେଷ . ପୁଣି କହିଚାଲିଥିଲେ ଅନିମେଷ ତୁମ ଦୁହିଁଙ୍କ ପ୍ରେମର ଖଳନାୟକ ମୁଁ. ସେଦିନ ମୁଁ ହିଁ ତୁମକୁ ଡାକିଥିଲି କମନରୁମକୁ ଯାଇ. ପ୍ରଥମ ଦେଖାରୁ ମୋର ତୁମ ପ୍ରତି ଦୁର୍ବଳତା ଆସିଥିଲା. ତୁମ ସହ ଆଲୋକର ଦେଖା କରିବାକୁ ତୁମେ କାମନରୁମରୁ ଆସିଥିଲ ସତ ହେଲେ ଆଲୋକ ତୁମକୁ ତାର ସଫଳତା କଥା କହିବା ଭିତରେ ତୁମେ ତାକୁ ବଧେଇ ନଜଣେଇ ଫରରିଯିବା ମୋ ମନରେ ତୁମ ପ୍ରତି କାହିଁକି ଯେ ପ୍ରେମ ସୃଷ୍ଟି ହେଲା, ଆଜି ଭାବୁଛି କୋଉଠି କିଛି ଭୁଲ ରହିଗଲା. ପ୍ରଥମ ରାତିରେ ତୁମେ ମାନିସାରିଛ ଆଲୋକର ସଫଳତାରେ ଉପରକୁ ସ୍ୱାଗତ ଜଣେଇନପାରି ତୁମେ ତା ପ୍ରେମରେ ପଡ଼ିଥିଲ . ଦ୍ୱିତୀୟ ଥର କଲେଜ ଭୋଟରେ ଆଲୋକର ଡ୍ରାମାଟ୍ରିକ ସେକ୍ରେଟାରୀ ପଦବୀ ପତ୍ରରେ ଦସ୍ତଖତ ନକରି ଆତ୍ମଗ୍ଳାନିରେ ଜର୍ଜ୍ଜରିତ ହୋଇ, ଆଲୋକ ପ୍ରତି ତୁମ ପ୍ରେମକୁ ମଜଭୂତ କରିଥିଲ କିନ୍ତୁ ମୁଁ ସେତେବେଳେ ଆଲୋକର ନାମାଙ୍କନ ପତ୍ରରେ ଦସ୍ତଖତ କରି ତୁମ ପ୍ରତି ଥିବା ଭଲପାଇବାକୁ ମଜଭୂତ କରିଥିଲି ତୁମ ଅଲକ୍ଷରେ. ତୁମକୁ ପାଇବା ପାଇଁ ବ୍ୟାକୁଳ ହେଉଥିଲା ବେଳେ ପ୍ରତିଟି କୁମାରପୂର୍ଣ୍ଣମୀ ଜହ୍ନରେ ତୁମେ ଆଲୋକର ମୁହଁ ଦେଖୁଥିଲ ବୋଲି ନିଜେ ସ୍ୱୀକାର କରିଛ. ତୁମକୁ ଆଲୋକ ନିଜ ଡ୍ରାମାଟିକ କାର୍ଡ ନଦେବା ପଛରେ ମୁଁ. କଲେଜ ଭୋଟରେ ବିଜୟ ପ୍ରାପ୍ତ ଆଲୋକ ସେଦିନ ତୁମକୁ ସମସ୍ତଙ୍କ ସହ ଫିଲ୍ମ ଦେଖିଯିବାକୁ ନିମନ୍ତ୍ରଣ ନକରିବା ପଛରେ ମୁଁ ନିକିତା. ଏବେ ମୁଁ ମୋ ଅଫିସର ବସ ଆଲୋକକୁ ଧରି ଆଣିଛି. ତୁମେ ତା ସହ ଚାଲିଯାଅ କହି ଅନିମେଷ ଆଗେଇ ଆସି ନିକିତା ବେକରୁ ମଙ୍ଗଳସୂତ୍ର କାଢିବାକୁ ଉଦ୍ୟତ ହେଉଥିବା ବେଳେ ନିକିତା ବେହୋସ ହୋଇଗଲେ. ନିକିତାଙ୍କର ଶେଷ କେଇପଦ ଥିଲା ମୁଁ ଯାହା ସବୁ କହିଛି ଖାଲି ମିଛ ଅନିମେଷ. କେବଳ ମୋର ପ୍ରେମିକ କେହି ନଥିବା କଥାଟିକୁ ନିଜେ ଗ୍ରହଣ କରିନପାରି ଆଲୋକପ୍ରତି ଟିକେ ସମ୍ବେଦନଶୀଳତାକୁ ନେଇ ତାହା ମୋ ମନଗଢା କାହାଣୀ ଥିଲା ମାତ୍ର ।

   ବହୁତ ଦିନ ହସ୍ପିଟାଲରେ ରହିଲା ପରେ ଘରକୁ ଫେରିଥିଲେ ନିକିତା. ଘରେ ସମସ୍ତେ ଏତେ ଗୁମସୁମ ରହିବାର କାରଣ ହୁଏତ ତାଙ୍କର ଆଲୋକ ପ୍ରତି ପ୍ରେମ ଥିଲା ବୋଲି ଅନିମେଷ ସମସ୍ତଙ୍କୁ କହିଦେଇଛନ୍ତି. ଅନିମେଷ ମୁଣ୍ଡ ଉପରେ ବସି କହୁଥିଲେ ତୁମେ ବାଜିର ଗୋଟି ଜିତି ବଡ଼ ବାଜିଗର ହୋଇଗଲ ନିକିତା କିନ୍ତୁ ମନେରଖ ତୁମକୁ ଛାଡ଼ି ମୁଁ ଘଡିଏ ବଞ୍ଚି ପାରିବିନି. ଚାରିଆଡକୁ ଚାହୁଁଥିଲେ ନିକିତା. କହୁଥିଲେ କ୍ଷମା କର ଅନିମେଷ. ପିଲାଦିନୁ କାଳୀ ଝିଅକୁ କେହି ପସନ୍ଦ ତ ପସନ୍ଦ ବିବାହ କରିବାକୁ ରାଜି ହେବେ ନାହିଁ କହି ପରିବାର, ସମାଜ, ସାଙ୍ଗସାଥୀ ମୋ ମୁଣ୍ଡରେ ଗୋଟେ ବୁଢିଆଣୀ ଜାଲ ତିଆରି କରିଦେଇଥିଲେ.ସେହି ଜାଲରେ ମୁଁ ନିଜେ ଛନ୍ଦି ହୋଇଯାଇଛି ମାତ୍ର. କାରଣ ମୋର କେହି ପ୍ରେମିକ ନାହାଁନ୍ତି କହିବାକୁ କୁଣ୍ଠା ପ୍ରକଶ କରି କୋଉଦିନର ଟିକେ ଦୁର୍ବଳତାକୁ ମୋର ଆଲୋକ ପ୍ରତି ପ୍ରେମ ହୋଇଥିଲା କହି ମୁଁ ହାରିଯାଇଛି ତୁମ ପାଖେ . ମତେ କ୍ଷମା କର ଅନିମେଷ. ସେକଥା ସବୁ ଆଲୋକ କହିସାରିଛି ନିକିତା.ଯୋଉ ଝିଅକୁ ରଫ ଖାତା ଚିରି ସ୍କୁଲରେ ଖଣ୍ଡକୁ ଖଣ୍ଡ ପ୍ରେମ ପତ୍ର ଲେଖି ଆଲୋକ ଅପଦସ୍ତ ହୋଇଛି, ଧରା ପଡିଛି, ସାର ଓ ନିକିତା ବାପାଙ୍କ ଆଗରେ ଦୋଷୀ ସାବ୍ୟସ୍ତ ହୋଇସାରିଛି ସେ ଝିଅ ପୁଣି ମତେ ଭଲପାଉଥିଲା ବୋଲି ତୁ ବିଶ୍ୱାସ କରୁଛୁ ଅନିମେଷ? କହି ଆଲୋକ ଚାଲିଗଲା ଶୁଣି ନିକିତା ଆଶ୍ୱସ୍ତ ହେଲେ ମଧ୍ୟ ଜାଣିନଥିଲା ବ୍ଲଡ଼ କ୍ୟାନ୍ସର ପୀଡିତା ନିକିତା ଆଉ କେଇଟା ଦିନର ଅତିଥି ଅନିମେଷଙ୍କ ଜୀବନ କାହାଣୀର ।



Rate this content
Log in

Similar oriya story from Romance