कार्त्तिक सेठी

Others

2  

कार्त्तिक सेठी

Others

ସଂପର୍କର ଭଙ୍ଗା ସେତୁ ସାହାଣୀ ବୁଢା

ସଂପର୍କର ଭଙ୍ଗା ସେତୁ ସାହାଣୀ ବୁଢା

1 min
546


ସାହାଣୀ ବୁଢ଼ା ମନ୍ଦିର ଚଟାଣ ରେ ବସି ନିଜ ଅତୀତ କୁ ଭାବି ଚାଲିଥିଲା । ଆଦର ର ଭାରିଜା ,ଲଳିତା କୁ ଗୋଟିଏ ଚାପୁଡ଼ା ରେ ମାରି ଦେଇଥିବା ଅପରାଧବୋଧ ତାକୁ କେବେ କ୍ଷମା କରିପାରୁ ନଥିଲା । ଆଜି ବି କେହି ଯଦି ରାସ୍ତା ଛକ, ଦୋକାନ, କ୍ଲବ୍ ଘରେ ତାସ୍ ଖେଳନ୍ତି, ତା'ଆଡ଼େ ନଜର ଦିଏନି ସେ।ତାସ୍ ଖେଳ ନିଶା ଦିନେ ବଡ଼ ଅଘଟଣ ଘଟାଇ ଦେଇଥିଲା । ଆଜି ସେ ସମସ୍ତ ପ୍ରିୟ ପରିଜନଙ୍କ ଠୁ ବହୁ ଦୂରରେ । ମନ୍ଦିର ର ହତା ଭିତରେ ଗୋଟିଏ କୋଣ ରେ ବସି ଭିକ ମାଗି ବଞ୍ଚୁଛି । ଲଳିତା ଚାଲିଗଲା ପରର ବର୍ଷେ ନ ପୂରୁଣୁ ସଡ଼କ ଦୁର୍ଘଟଣା ରେ ଏକମାତ୍ର ପୁଅ ଓ ବୋହୂ କୁ ବି ହରାଇଲା ।

ସବୁ ଛାଡ଼ି ଚାଲିଗଲେ ବି କାହିଁକି କେଜାଣି ଲଳିତା ର ସ୍ନେହ ଓ ଭଲପାଇବା କୁ ସେ ଆଜି ବି ଭୁଲି ପାରିନି । ନିଶା ର ଶଇତାନି ଶକ୍ତି, ଯେମିତି କ୍ରୋଧ ରୂପରେ ତା'ର ସର୍ବସ୍ବ ହରାଇ ନେଇଛି । ଆଜି ମନ୍ଦିର ବେଢ଼ା ରେ ଗୋଟିଏ ଦୃଶ୍ୟ ଦେଖି ସେ ଭିକ କଥା ବି ଭୁଲି ଯାଇଥିଲା । ବୁଢ଼ୀ ଟିଏ ବୁଢ଼ା କୁ କିଛି ଖୁଆଇ ଦେଉଥିବାର ଦୃଶ୍ୟ । ଅନେକ ଦିନ ରୁ ଶୁଖିଯାଇଥିବା ଅଶ୍ରୁ ଆଜି ଅନବରତ ବହି ଚାଲିଥିଲା ଭରା ସରଜୁ ନଦୀ ଟିଏ ହେବାକୁ ।ସଂପର୍କର ଭଙ୍ଗା ସେତୁ ଟିଏ ପାଲଟି ଯାଇଥିଲା ସିଏ ।ଏମିତି ଯେ କେହି ବି ସେହି ସେତୁ ଉପରକୁ ଆସୁ ନଥିଲେ .... -ସେଠୀ କାର୍ତ୍ତିକ ଚନ୍ଦ୍ର, ଚଉମୁଖ ,ବାଲେଶ୍ଵର ଦୂରଭାଷ: ୬୨୮୧୬୯୫୮୯୨


Rate this content
Log in