Sunanda Mohanty

Abstract Tragedy Thriller

4  

Sunanda Mohanty

Abstract Tragedy Thriller

ସଞ୍ଜରେ ସଞ୍ଜୁର ସଞ୍ଜବତୀ

ସଞ୍ଜରେ ସଞ୍ଜୁର ସଞ୍ଜବତୀ

3 mins
7



ଘର ଘରର ଝିଅ,ବୋହୁ, ଓ ମାଆମାନେ ସଞ୍ଜବତୀ ଗଡ଼ିଯିବା ପୂର୍ବରୁ ସ୍ୱାମୀ, ପୁଅ, ଝିଅ, ବୋହୁ,ନାତି ନାତୁଣୀଙ୍କ ମଙ୍ଗଳ ମନାସୀ ଯାହାର ଯିଏ ସବୁ ଅଛନ୍ତି ତାଙ୍କ ସୁଖ ସୌଭାଗ୍ୟ ସମୃଦ୍ଧି ମନାସୀ ସଞ୍ଜ ଗଡି ଯିବା ପୂର୍ବରୁ ସଞ୍ଜବତୀ ଦେବା ପାଇଁ ଘର ଭିତରେ ଠାକୁର ଘରେ ଓ ଚଉରା ମୂଳେ ସଞ୍ଜ ସଳିତା ପ୍ରସ୍ତୁତ କଲାବେଳେ ସଞ୍ଜୁ ଚାଲିଥିଲା ଗାଁ ଦାଣ୍ଡରେ. କୋଉଠି ରହିଲା ଏଯାଏଁ ଘରମଣୀ ଛେଳିଟା,ସଞ୍ଜ ହେଲାଣି ଫେରିଲାନି. ପୁଅକୁ କହିବାରୁ କହିଲା ପରୀକ୍ଷା କାଲି ପାଠ ପଢୁଛି. ଗୋଟେ ବୋଲି କଲମ ଯେ ଯଦି କୌଣସି କାରଣରୁ ନଚାଲିଲା ତ ଆଉ ଗୋଟେ କଲମ କିଣି ଦେଉନୁ.ମୁଁ ଯାଇ ପାରିବିନି ତୋ ଛେଳି ଖୋଜି ଯା ତୁ. ମୋର ବହୁତ ପଢିବାକୁ ଅଛି. ଝିଅକୁ କହିବାକୁ ଯୁ ନାହିଁ ସଞ୍ଜୁର. ଗାଁର ବ୍ରାହ୍ମଣମାନଙ୍କ ଘରେ ଏଇ ଏଇ ପାଇଟି କରି ଫେରୁ ଫେରୁ ଝିଅ କହୁଥିଲା ମୋ ପାଇଁ ଡ୍ରେସ ନଆଣିଲେ ଆଉ କାଲିଠୁ ରୋଷେଇ କରିପାରିବିନି ବୋଉ. ଆଲୋ ସିଲେଇ କରିଥିଲି ପରା ଏବେ.ପୁଣି କଣ ହେଲା? କଣ ହେବ ଆଉ ବସୁ ବସୁ ଫାଟିଯାଉଛି. ସାନଭାଇଟା ଆଗେ ଚିରା ଫ୍ରକ ପିନ୍ଧି କେମିତି ରୋଷେଇ କରିବି?ସଞ୍ଜୁର ମନେ ପଡୁଥିଲା ଗାଁ ମିଶ୍ର ବାବୁ ଘର, ରଥ ଭାଇନା ଘର ଓ ଆଉ ଆଉ ଅନେକଙ୍କ ଘର ସ୍ତ୍ରୀ ଲୋକମାନେ ଆଉ ଶାଢ଼ୀ ପିନ୍ଧୁ ନାହାଁନ୍ତି ତ ଢେର ପୁରୁଣା ଶାଢ଼ୀ ତାକୁ ଦିଅନ୍ତି. ସେଇଥିରୁ ଗୋଟେ ପିନ୍ଧିଦେବାକୁ ରାଜି ନୁହଁ ଷୋଳ ବୟସୀ ଝିଅ ତାର ସୁଲତା.ବାବୁ ଘରମାନଙ୍କରେ ପୋଛିବାକୁ ଅଳ୍ପ ଅଳ୍ପ ପୁରୁଣା ମ୍ୟାକ୍ସି ସବୁକୁ ପାଣିରେ ବୁଡେଇ ଥରକୁ ଥର ଘର ପୋଛିଲା ବେଳେ ମନେପଡେ ଝିଅ କଥା ହେଲେ ମାଗି ପାରେନା ସଞ୍ଜୁ. ସହଜେ ମିଶ୍ର ଘର ମାଆ କହିବେ କୋଡିଏ ସରିକି ଛେଳି ରଖିଛୁ ତୁତ କେତେ ଲୋକ ରଖିବୁ ଲୋ. ରଥ ବାବୁ ଘର ଭାଇନା କହୁଥିବେ ଏତେ ଛେଳି ରଖିଛୁ, ବିକୁଥିବୁ ମାଉଁସ ଖାଉଥିବୁ , ଆମ ପାଟିରେ ଟିକେ ବାଜୁନି? ମ୍ୟାକ୍ସିଟା ଭଲ ଅଛି ଘର କାହିଁକି ପୋଛିବି ନେଇଯାଉଛି ମୋ ଝିଅ ପିନ୍ଧିବ ଆହୁରି ଢେର ଦିନ ଯାଏଁ ବୋଲି କହିପାରେନା ସଞ୍ଜୁ. ପୁଅ ଝିଅଙ୍କ ଗାଲୁଆମିର କାରଣ ତ ସେ ନିଜେ. କାହାକୁ କହିବ!ବାପ ତ ପେଟେ ପିଇ ଗଡୁଥିବ କୋଉଠି. ଯାଏଲୋ ମାଆ ଘରମଣୀକୁ ଖୋଜି ଆଣେ.।

  ଛେଳିଟାକୁ ଅଡ଼େଇ ଅଡ଼େଇ ଗାଁ ଦାଣ୍ଡରେ ଚାଲିଥାଏ ସଞ୍ଜୁ. ମାଆ ମାଉସୀ, ଭାଉଜମାନେ ଭିତରେ ସଞ୍ଜବତୀ ବସାଇଲା ବେଳେ ମିଣିପି ଦଳ କିଏ ଗୁଡ଼ାଖୁ ଘସୁଛି ପିଣ୍ଢାରେ ତ କିଏ ଲୁଡୁ ଖେଳୁଛି ତ କିଏ କ୍ୟାରାମ. ଛେଳିଟା ସିଧା ସିଧା ଘରକୁ ଯିବ କଣ ସେଇ ସାଇ ମୁଣ୍ଡେ ଥିବା ବରଗଛ ଭିତରକୁ ଥରକୁ ଥର ପଶିଯିବାର କାରଣ କଣ? ମିଶ୍ର ବୁଢା କହୁଛି କଣ ଖାଉଛି କି ତୋ ଖାସିଟା ଭାରି ଛନଛନିଆ ହୋଇଛି. ରଥ ଭାଇନା ଲୁଡୁ ପାଲିରୁ ମୁହଁ ଉଠେଇ ଚାହିଁଦେଇ କହୁଛନ୍ତି ସେ କଣ ବେଶୀ ପଇସା ପାଇଲେ ବି ଆମକୁ ଦେବ!ସେ ବିକିବ କଂସେଇକୁ. ଆଲୋ ଏତେ ପାପ କରୁଛୁ କାହିଁକି? ବରଂ ବ୍ରାହ୍ମଣ ଭୋଜନ ଦେଇ ପାପ ଧୋଇ ପୁଣ୍ୟ ଟିକେ ଅର୍ଜ୍ଜନ କର. ଏସବୁ ଦେହସୁହା ଟାହି ଟାପରାକୁ ହଜମ କରି ବରଗଛ ସେପଟୁ ଛେଳିଟାକୁ ଅଡେଇବାକୁ ଯାଇ ଚମକି ପଡିଲା ସଞ୍ଜୁ.ତା ଝିଅ ବୟସର ଝିଅଟି ଦୁଇହାତକୁ ଛାତିରେ ଘୋଡେଇ ବସିଛି ଗଛ କୋରଡ଼କୁ ଲାଗି. ପିନ୍ଧିଥିବା ସାତସିଆଁ ଫ୍ରକ ଆହୁରି ସାଙ୍ଘାତିକ ଭାବେ ଚିରିଛି ଡ଼ାଳ ସବୁ ଭାଙ୍ଗିଲା ବେଳେ ତ ନା ଛେଳି ଦାଉରୁ ଡ଼ାଳ ସବୁକୁ ସଜାଡି ରଖିପାରୁଛି ନା ନିଜକୁ ବଞ୍ଚେଇ ପାରୁଛି. ଝିଅଟି ଚୁପି ଚୁପି କହୁଥିଲା ପାଟି କରନି ମାଉସୀ.ସଞ୍ଜବତୀ ଦେବା ବେଳ ଗଡିଗଲେ, ଭାଇ, ମଉସା, ଦାଦା, ପିଇସାଙ୍କ ବୟସର ପୁରୁଷ ଲୋକେ ଘରକୁ ବାହୁଡ଼ି ଗଲେ ଏମିତିରେ ଅନ୍ଧାରରେ ଚାଲିଯିବି ଘରକୁ.

  କଣ ଭାବିଲା ସଞ୍ଜୁ ଛେଳିକୁ ଛାଡ଼ି ଧାଇଁଲା ଦାଣ୍ଡକୁ କହିଲା ମୁଣ୍ଡ ଗୁଞ୍ଜିବାକୁ ଭଗବାନ ଘର ଦେଇଛନ୍ତି. ପଇସା ବଳରେ ରୁମରେ ସବୁ ଏସି ଲାଗିଛି ଏସବୁ ସତ୍ୱେ ଘର ଘରର ପୁରୁଷ ସବୁ ଦାଣ୍ଡକୁ ଓ ପିଣ୍ଢାକୁ ଘର କଲେ ଗରୀବ ଝିଅ ବୋହୁ ମାଇପେ ଯିବେ କୁଆଡେ?ସଞ୍ଜୁର ପାଟି ଶୁଣି ଘର ଭିତରୁ ବାହାରି ଆସିଥିଲେ ମିଶ୍ର, ମହାପାତ୍ର, ରଥ ଘରଣୀମାନେ. ସଞ୍ଜୁ ଦଉଡି ଯାଇ ମିଶ୍ର ବାବୁଙ୍କ ଛାତରେ ସକାଳେ ଘର ପୋଛି ଶୁଖେଇଥିବା ମ୍ୟାକ୍ସିଟାକୁ ତୋଳି ଆଣି ପିନ୍ଧେଇ ଦେଇଥିଲା ଝିଅଟିକୁ. ସବୁ ଜାଣିବା ପରେ ସବୁ ଘରର ଘରଣୀମାନେ ତାଙ୍କ ମରଦମାନଙ୍କୁ ଘର ଭିତରକୁ ଯିବାକୁ କହି ଝିଅଟି ଉପରକୁ କିଏ ଡ୍ରେସ, କିଏ ଶାଢ଼ୀ କିଏ ନୂଆ ମ୍ୟାକ୍ସି ତ କିଏ ପୁରୁଣା ପକାଇ ଚାଲିଥିଲା ବେଳେ ନିଜ ଝିଅ କଥା ଭୁଲି ଯାଇଥିଲା ସଞ୍ଜୁ. ଛେଳି ଅଡ଼େଇ ଘରେ ପହଁଚିଲା ବେଳକୁ ଝିଅ ତାର ଶାଢ଼ୀ ଗୁଡେଇ ହୋଇ ଚୁଲି ଜାଳି ଭାତ ରାନ୍ଧୁଛି. ସଞ୍ଜୁକୁ ଜଳ ଜଳ କରି ଦିଶୁଥିଲା ମ୍ୟାକ୍ସି ପିନ୍ଧିଥିବା ସେହି ଝିଅଟିର ରୂପ. ମ୍ୟାକ୍ସି ପିନ୍ଧି ଦେହ ଢାଙ୍କିପାରିଥିବା ଜରି ଗୋଟାଳି ଝିଅଟି ପେଟରେ ଦାନା ଥିବକି ନାହିଁ?ଆଖିରୁ ଗଡିଯାଉଥିବା ଦୁଇଧାର ଲୁହକୁ ଦେଖି ସ୍ୱାମୀ କହୁଥିଲା ତୁମ ଦେହ ଛୁଉଁଛି ସଞ୍ଜୁ ଆଉ ମଦ ପିଇବି ନାହିଁ. ପୁଅ କହୁଥିଲା ମୋର ଅଧିକା କଲମ ଦରକାର ନାହିଁ ମାଆ,ମୋ ସାଙ୍ଗଠୁ ଆଣିଛି, ଝିଅ କହୁଥିଲା ତୁ ଦରମା ପାଇ ମୋ ଡ୍ରେସ କିଣିବା ପର୍ଯ୍ୟନ୍ତ ମୁଁ ଶାଢ଼ୀ ପିନ୍ଧି ଚଳେଇ ଦେବି ତୁ କାନ୍ଦୁଛୁ କାହିଁକି ମାଆ?ସଞ୍ଜୁ କିନ୍ତୁ କାନ୍ଦୁଥିଲା ତାକୁ ଓ ତା ସଂସାରକୁ ମାଆ ଦୁର୍ଗା ବହୁତ ଭଲରେ ରଖିଛନ୍ତି.ମାଆ ଲୋ ସମସ୍ତଙ୍କୁ ଭଲରେ ରଖ ମାଆ. ଝିଅଲୋ ଆଜି ସଞ୍ଜବତୀ ଚଉରା ମୂଳେ, ଠାକୁରଙ୍କ ପାଖେ ଦେଇଥିଲୁ ସୁଲତା ?ଝିଅ ଆସ୍ତି ସୂଚକ ମୁଣ୍ଡ ହଲାଉଥିଲା ତଥାପି ସଞ୍ଜୁ କାହିଁକି କାନ୍ଦୁଥିଲା ପରିବାର ଲୋକ ବୁଝୁନଥିଲେ.



Rate this content
Log in

Similar oriya story from Abstract