Akshaya Dash

Romance Action Inspirational

4  

Akshaya Dash

Romance Action Inspirational

ସୁନୁଗାଡ଼ି

ସୁନୁଗାଡ଼ି

4 mins
17


ଦୀନବନ୍ଧୁଙ୍କର ସାନଭାଇ ସୀତନାଥ । ସୀତାନାଥର ପିତା ଚିନ୍ତାମଣି। ଚିନ୍ତାମଣୀଙ୍କ ବଡ ଭାଇ କାଶୀନାଥ ସାନଭାଇର ପୁଅ ସୀତାନାଥର ପାଇଁ ସୁନୁଗାଡି କିଣି ଘରକୁ ଆଣିଲା। ସୁନୁଗାଡି କହିଲେ ସାଇକେଲ। ସାଇକେଲ କୁ ଆମ ମାତୃଭାଷା ସୁନୁଗାଡ଼ି କହୁ।ଦୁଇଟି ଚକକୁ ଲୁହା ସଂଯୋଗ ତାହାକୁ ଇଂରାଜିରେ ଫ୍ରେମ କୁହନ୍ତି ।ଉପରେ ବସିବାକୁ ସିଟ । ପେଡଲ ମାରି ଚଳାଇଲେ ସୁନୁଗାଡି ଚାଲିବ ।ଆଜକୁ ପ୍ରାୟ ଶହେ ବର୍ଷତଳେ ସୁନୁଗାଡି ମାତ୍ର ପଚିଶ ଟଙ୍କାରେ କିଣା ହୋଇଥିଲା। ସେତେବେଳେ ଗୋରା ମାନେ ଦେଶକୁ ଶାସନ କରୁଥିଲେ ।ଏହି ଟିକୁ ଇଂରାଜି ରେ ସାଇକେଲ ବୋଲି କୁହାଯାଉଥିଲା ।ଗାଁର ଲୋକମାନେ ସାଇକେଲ ନକହି ସୁନୁଗାଡି କହୁଥିଲେ । ଯେଉଁମାନେ ସ୍କୁଲ ରେ ପାଠପଢୁଥିଲେ ସେଇମାନେ ସାଇକେଲ କହୁଥିଲେ । ଗାଁରେ  ଗୋଟିଏ ସାଇକେଲ ଦେଖିବାକୁ ମିଳୁନଥିଲା । ଦୀନବନ୍ଧୁ କାଳେ ପଡ଼ିଯିବେ ଡରରେ ସାଇକେଲ  ଶିଖି ପାରିଲେ ନାହିଁ। ସୀତାନାଥ କିନ୍ତୁ ଶିଖିଗଲେ।ସାଇକେଲ ଧରି ବଜାର ବଂଧୁ ଘର ଓ ନିଜକାର୍ଯ୍ୟକ୍ଷେତ୍ରରେ ଯୋଗଦିନ୍ତି। ବହୁଲୋକ ସାଇକେଲ ଦେଖି ପଚାରନ୍ତି କେତେ ମୂଲ୍ୟ ଓ ଭଲ ମନ୍ଦ। ସୁନୁଗାଡି ଲୋକଡାକିବାର କାରଣ ପେଡଲ ମାରି ଜଲଦି ପହଂଚି ବାରେ ସାହାଯ୍ୟ କରେ।ଅନ୍ୟ କଥାବି ବିନା ଇନ୍ଧନ ରେ ଗାଡି ଚାଲେ। ଜାହେଉ ସୁନୁଗାଡି ର ଅର୍ଥ ଅବୁଝା ନୁହେଁ କିନ୍ତୁ ଇଂରାଜୀରେ ସାଇକେଲ ଅର୍ଥ ବୁଝି ପାରିବା ସହଜନୁହେଁ ।ବୋଧେ ସାଇକେଲ ନାମକ କେହିଜଣେ ବ୍ୟକ୍ତିକଂ ନାମ ଅନୁସାରେ ହୋଇପାରେ । ଯାହେଉ ସେତେବେଳେ ଅମଦେଶରେ ସାଇକେଲ ତିଆରି କାରଖାନା ନଥିଲା ।ତେଣୁ ଗୋରା ମାନେ ଭାରତକୁ ଆଣି ବିକୁଥିଲେ । ଗୋରା କମ୍ପାନୀ ଭାରତରେ ବିକି ଲାଭ କରୁ ଥିଲେ। ସୀତାନାଥର ଭାଇ ବାଇଧର ବି ସାଇକେଲ ନେଇ ଚାକିରୀକୁ ଯାଆନ୍ତି । ସାଇକେଲଟି ଭଲ ଗଡେ । ପେଡଲ ମାରିଦେଲେ ପବନରେ ଉଡିଲା ପରି ଲାଗେ।ବାଇଧର ବିବାହ କରି ସାଇକେଲ ଟିଏ ଯୌତୁକ ପାଇଲେ।ତାର ଦୁଇବର୍ଷ ପରେ ସିତନାଥର ବଡ଼ପୁଅ ଜିତେନ୍ଦ୍ର ମଧ୍ୟ ବିବାହ କରି ସାଇକେଲ ଯୌତୁକ ଆଣିଲେ ।ଏବେ ଘରେ ତିନୋଟି ସାଇକେଲ। ଏହି ଯେଉଁ ନୂଆ ଦୁଇ ସାଇକେଲ ଆସିଲା ତାର କମ୍ପାନୀ ନାମ ରାଲେ ଓ ହରକ୍ଳେଶଥିଲା ।କହିରଖେ ସେତେବେଳେ ସାଇକେଲର ଏତେ ଚାହିଦା ଆସିଗଲା ଗୋରା ଲୋକ ଭାରତରେ ସାଇକେଲ କମ୍ପାନୀ ଖୋଲିଲେ। କିନ୍ତୁ ପୁରୁଣା ସାଇକେଲ ନାମ ୱାସିଙ୍ଗ ଟନ ମେଡ ଇଁନ ଲଣ୍ଡନ ଫ୍ରେମରେ ଲେଖାହୋଇଥିଲା। ସୀତାନାଥର ସାଇକେଲ ଦେଖି କେତେକସାଇକେଲ ମିସ୍ତ୍ରୀ କୁହନ୍ତି ଫ୍ରେମଟି ଗୋଟିଏ ଲୁହାରେ ତିଆରି ।କେଉଁଠି ଝଳେଇ ନାହିଁ । ସାଇକେଲରେ ମଝିରେ ମଝିରେ ପମ୍ପ ଦେବାକୁ ପଡେ ।ଭାରତରେ ସାଇକେଲ ତିଆରି ହେଲାପରେ ପ୍ରତିଗାଁରେ ଦଶପନ୍ଦର ଖଣ୍ଡ ସାଇକେଲ ଲୋକ ଚଢିଲେ ।ସିତନାଥକଂ ମଝିଆ ପୁଅ କୁନିଆ ସେଇସାଇକେଲକୁ ଶହେ ଟଙ୍କାରେ ବିକ୍ରୀ କରି ଦେଲେ ।ମଣିଷ ତାର ଯାତାୟତ ପାଇଁ ମଟର ଯାନ ଓ ବାଇକ ସ୍କୁଟି ଆଦି କିଣି ସେଥିରେ ପେଟ୍ରୋଲ ବା ଡିଜେଲ ପକାଇ ଚଲାଇ ଥାଏ । କିନ୍ତୁ ସାଇକେଲରେରେ ଇନ୍ଧନ ଦରକାର ପଡେନାହିଁ । ମଣିଷ ଇନ୍ଧନ ବ୍ୟବହୃତ ଗାଡି ଚଲାଇ ପରିବେଶ ପ୍ରଦୂଷଣ କରେ । ସୁନୁଗାଡିରେ ତାହା ହୁଏନାହିଁ । ଅଙ୍ଗ ଚଳନ ଦ୍ୱାରା ଶରୀର ସୁସ୍ଥ ରୁହେ ।

ସୀତାନାଥ ଆରପାରିକୁ ଗଲେଣି। ବାଇଧର ଜୀତେନ୍ଦ୍ର ଏବେ ବୟସର ଅପରାହ୍ଣନ ରେ ସାଇକେଲ ନଚଢ଼ି ମୋଟରଜାନରେ ଯାତାୟତ କରନ୍ତି । ସାଇକେଲବା ସୁନୁଗାଡି ମନେ ପକେଇଦିଏ ଅତୀତକୁ। ମଣିଷ ଯେତେ ଆଧୁନିକ ଆଡକୁ ଗତି କରୁଛି ତାର ପ୍ରଭାବ ପଡୁଛି ପ୍ରକୃତି ଉପରେ । ଆମ ପରିବେଶରେ ଆଜି କରୋନା ଭୂତାଣୁର ସଂକ୍ରମଣ ପାଇଁ ମୋଟର ଯାନ କେତେକ ପରିମାଣରେ ଦାୟୀ । ସାଇକେଲ ଚଢିଲେ ମଣିଷ ସୁସ୍ଥ ରହିପରିବେଶର

କୌଣସି କ୍ଷତି ହେବ ନାହିଁ।

ସୀତାନାଥ ସାଇକେଲରେ ଧାନ ବୋହି ପେଡେଇବା ପାଇଁ ଧାନ କଳକୁ ଯାଆନ୍ତି। ଧାନ କଳ ସେତେବେଳେ ଘର ଠାରୁ ବହୁ ଦୂରରେ ଥିଲା। ବଂଧୁ ଘର, ହାଟ, ବଜାର ଓ ଡାକ୍ତର ଖାନାରେ ପହଞ୍ଚନ୍ତି। ସାଇକେଲରେ ପ୍ରତିଦିନ ପ୍ରାୟ ସହେ କିଲୋ ମିଟର ରାସ୍ତା ଅତିକ୍ରମ କରନ୍ତି। ସୀତାନାଥ ଜଣେ ଆୟୋର୍ବେଦିକ ଚିକିତ୍ସାକ। ସେ ଚିକିତ୍ସା ଶାସ୍ତ୍ରରେ ସୁନାମ ଅର୍ଜନ କରିଛନ୍ତି। ଆଜକୁ ଅସି ବର୍ଷ ତଳେ ସେତେବେଳେ ଡାକ୍ତରୀ ଶାସ୍ତ୍ରର ସେତେ ପ୍ରଚଳନ ନଥିଲା। କହିବା ଅର୍ଥ ଏଲୋପାଥି ଡାକ୍ତର ଆମ ଦେଶରେ ନଗଣ୍ୟ। ଆମ ଦେଶୀୟ ପଦ୍ଧତିରେ ଡାକ୍ତରୀ ଶିକ୍ଷା ଲାଭ ହେଉଥିଲା। ଦେଶୀୟ ପଦ୍ଧତି କହିଲେ ଜଡ଼ି ବଟି, ଚେର ମୂଳି। ଓଡ଼ିଶାର ପୁରୀ ଠାରେ ସଦାଶିବ ଟୋଲରେ ଶିକ୍ଷା ଦିଆଯାଉଥିଲା। ଶାସ୍ତ୍ରୀ, ଆଚାର୍ଯ୍ୟ ଉପାଧୀ ଥିଲା। ପରେ ଏବେ ତାହା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ନାମରେ ଅଛି। ସଦାଶିବ ଟୋଲ ଏବେ ସେଣ୍ଟ୍ରାଲ ଇଁନଭରସିଟି ଅଫ ସଂସ୍କୃତ ହୋଇଯାଇଛି। ସେଠାରେ ସମସ୍ତ ପ୍ରାଚୀନ ସଂସ୍କୃତ ଓ ଆଧୁନିକ ଭାଷା ପଢ଼ାଯାଉଛି କିନ୍ତୁ ଆୟୋର୍ବେଦ ବିଷୟ ନାହିଁ। ଆମ ପ୍ରାଚୀନ ଆୟୋବେଦ ପଦ୍ଧତିରେ ରୋଗ ଚିକିତ୍ସାର ଓ ଗବେଷଣା ନବୀକରଣ ହେବା ଉଚିତ୍।

ସୀତାନାଥ ଚିକିତ୍ସା କରୁଥିଲେ। ଔଷଧ ମଧ୍ୟ ପ୍ରସ୍ତୁତ କରନ୍ତି। ଚେବନପ୍ରାସ୍, ଅସ୍ଵଗନ୍ଧା ମୋଦକ୍, ସାଲସା, ମେଥି ମୋଦକ, ହଜମ ଗୁଳି, ଏପରିକି ଛାଗଲାଦିଘୃତ ପ୍ରସ୍ତୁତ କରନ୍ତି। ବହୁ ରୋଗୀ ତାଙ୍କ ଔଷଧ ଖାଇ ଜଟିଳ ରୋଗରୁ ଆରୋଗ୍ୟ ଲାଭ କରିବାର ଦୃଷ୍ଟାନ୍ତ ଏବେ ଲୋକମୁଖରୁ ଶୁଣିବାକୁ ମିଳେ। ଚିକିତ୍ସା ସହିତ ସାହିତ୍ୟକୁ ଆଦର କରୁଥିଲେ। ତାଙ୍କ ଚେଷ୍ଟାରେ ସେଇ ଅଞ୍ଚଳର ପ୍ରଥମ ଛପା ପତ୍ରିକା କମନୀୟ ସମ୍ପାଦନା କରୁଥିଲେ। ତାଙ୍କ ରଚନାରେ ଦୁଇ ତିନୋଟି ପୁସ୍ତକ ପ୍ରକାଶ ପାଇଛି। ଖିରବ୍ବିତନୟା କାବ୍ୟ ତାଙ୍କର ରଚନାରୁ ପ୍ରକାଶ। ଗ୍ରାମରେ ବିଦ୍ୟାଳୟ ଓ ମଠ ବାଡ଼ିର ତାଦରଖ କରିବା, ସାଂସ୍କୃତିକ କାର୍ଯ୍ୟ, ସାହିତ୍ୟ ସଭାରେ ଯୋଗ ଦେଇ ନିଜର ଦକ୍ଷତାକୁ ସମାଜ ମଙ୍ଗଳ କାର୍ଯ୍ୟରେ ଲଗାଉଥିଲେ।

ଯାଜପୁର ଜିଲ୍ଲା ନିକଟ ନନ୍ଦିପୂର୍ ଗ୍ରାମରେ ଥିବା ସରକାରୀ ଡାକ୍ତର ଖାନା ରେ ସରକାରୀ ଚିକିତ୍ସକ ଥିଲେ। ପରେ ମେଲେରିଆ ଇନ୍ସପେକ୍ଟର ଓ କାଏମା ଲାଲ ବାହାଦୁର ମାଧ୍ୟମିକ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ରୂପେ କାର୍ଯ୍ୟ କରୁଥିଲେ। ଜୀବନର ଶେଷ ବୟସରେ ସେ ସାହିତ୍ୟ ଆଚାର୍ଯ୍ୟ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ପାସ କରିଥିଲେ।

ପଚାଶ ବର୍ଷ ତଳର ଶ୍ରୁତି ଆଜି ବିଶୃତିର ଗର୍ଭରେ। ସୀତା ନାଥଙ୍କ ଜୀବନ କାହାଣୀରୁ ଖିଏ। ମିଷ୍ଟ ଭାଷୀ, କର୍ମଠ,ସଦାଚାର, ସଚ୍ଚୋଟ, ସହୃଦୟ, ସାହିତ୍ୟିକ, ସିଷ୍ଟ, ଚିକିତ୍ସକ,ଓ ଶିକ୍ଷକ ସୀତାନାଥଙ୍କ ପରି ବ୍ୟକ୍ତିତ୍ଵ ଆଜି ବିରଳ।  ପରିବାରର ପରବର୍ତ୍ତୀ ପିଢ଼ି ତାଙ୍କର ଛଅ ପୁତ୍ର ଦୁଇ ଝିଅ ଓ ନାତି ନାତୁଣୀ ଆଜି ସମାଜରେ ପ୍ରତିଷ୍ଠିତ। ନାତୁଣୀ ବନ୍ଦନା ମିଶ୍ର ତୀର ତରଙ୍ଗ ପତ୍ରିକା ସମ୍ପାଦନା ସହିତ ଡିଜିଟାଲ ପ୍ରେସ ସଂଚାଳକ। ପୁତ୍ର ଜିତେନ୍ଦ୍ର ଇଂଜିନିୟର, ପ୍ରଦୀପ୍ତ ଶିକ୍ଷକ ଥିଲେ ଓ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାପ୍ତ କୃଷି ବିଶାରଦ ପୁରସ୍କାର। ଦସ ମାଣ ଜମି ବାଡିରେ ଦୁଇଶହ ନଡ଼ିଆ ଗଛ ଓ ଔଷଧୀୟ ବୃକ୍ଷ ରୋପଣ କରି ବାଡିକୁ ନନ୍ଦନକାନନ ପରି ଉଜାଗର ରଖିଛନ୍ତି। ବିଜୟ, ତୃତୀୟ ପୁତ୍ର ଜେକି ନବୋଦୟ ସରଙ୍ଗରେ ଅଧ୍ୟକ୍ଷ ଥିଲେ ଓ ବୁଲ ବୁଲ ନାମକ ଶିଶୁ ପତ୍ରିକାର ସମ୍ପାଦକ। ଚତୁର୍ଥ ପୁତ୍ର ଅକ୍ଷୟ ଶିକ୍ଷକ ଓ ପନ୍ଦରଟି ପୁସ୍ତକ ନିଜର ପ୍ରକାଶ କରିଛନ୍ତି।

ପଞ୍ଚମ ପୁତ୍ର ରବୀନ୍ଦ୍ର ଡାକ୍ତର ଓ ବାରିପଦାରେ ରାଧାକାନ୍ତ ଆୟୋର୍ବେଦିକ ଫାର୍ମାସୀ ପ୍ରତିଷ୍ଠାନର ସଂଚାଳକ। ଶେଷ ପୁତ୍ର ନରେନ୍ଦ୍ର, ଯେକି ବିଶ୍ଵଭାରତୀ ସାନ୍ତିନିକେତନରେ ପ୍ରଫେସର ଥିଲେ, ତାଙ୍କର ପତ୍ନୀ ଲଳିତା ଏବେ ସଂସ୍କୃତ ବିଭାଗର ପ୍ରିନ୍ସପାଲ ଅଛନ୍ତି। ନାତି ନାତୁଣୀ ମାନେ ପ୍ରତିଷ୍ଠିତ।

ସୀତାନାଥଙ୍କ ବ୍ୟକ୍ତିତ୍ୱର ପ୍ରଭାବ ପରିବାର ଉପରେ ଆଦର୍ଶ ନମୁନା। ଜୀବନକୁ ସରସ ସୁନ୍ଦର କରିବାକୁ ଗଲେ ସମାଜ ମଙ୍ଗଳ, କର୍ମଠ,ଓ ଈଶ୍ୱର ବିଶ୍ୱାସ ଆବଶ୍ୟକ।  ସୀତା ନାଥଙ୍କ ପରି ଚରିତ୍ର ସମାଜକୁ ଆଲୋକିତ କରିବାକୁ ଆଗେଇ ଆସୁ।

ସୁନୁଗାଡ଼ି ପରି ଜୀବନ ଧାରା ଚଳଚଞ୍ଚଳ। ସମୟର ଚକ ଘର୍ଣ।ୟ ମାନ। କାଲିର ସୁନୁଗାଡ଼ି ଉପରେ ବୋହିନେଉଥିବା ପରିବାରର ଭାର ଆଜି ମୁଣ୍ଡ ଟେକିଛି ମୋଟର ଯାନ।

କିନ୍ତୁ ସେଇ ସୁନୁଗାଡ଼ିର ମର୍ଯ୍ୟାଦା ଆଜିର ମଟର ଗାଡ଼ିରେ ନାହିଁ।

           


Rate this content
Log in

Similar oriya story from Romance