ସମ୍ମୋହନ ବ୍ୟକ୍ତିତ୍ଵ
ସମ୍ମୋହନ ବ୍ୟକ୍ତିତ୍ଵ
ଖଡ଼ଗପୁର ହାଉଡା ଷ୍ଟେସନରୁ ରାଞ୍ଚି ଅଭିମୁଖେ ଟ୍ରେନଟି ଛାଡି ସାରିଥାଏ। ଟ୍ରେନର ପାଞ୍ଚ ନମ୍ବର ଡବାରେ ବସିଥାନ୍ତି ତିନି ଜଣ ଯୁବକ ତଥା ଉତ୍ତମ, ବୀର ଓ ସୁକାନ୍ତ। ଏକ ସାକ୍ଷାତକାର ପରୀକ୍ଷା ପାଇଁ ଯାଉଥାନ୍ତି। ତିନି ଜଣ ଯୁବକ ନିଜ ନିଜ ଭିତରେ ଅନେକ ମଜା ମଜା ଗପସପ କରି ଟ୍ରେନର ଦୃତଗତି ସହ ତାଳ ଦେଇ ହସ ଖୁସିରେ ମସଗୁଲ ଥାନ୍ତି। ସୁକାନ୍ତ ଓ ବିର ଦୁଇ ଜଣ ଭାରି ମଜାଳିଆ ମଣିଷ। ସୁକାନ୍ତ ମଝିରେ ମଝିରେ ଏତେ ମଜା ମଜା କାହାଣୀ କହି ଚାଲି ଥାନ୍ତି, ହସି ହସି ସେ ଦୁହେଁ ବେଦମ୍। ଟ୍ରେନର ବଗିରେ ବସିଥିବା ସମସ୍ତ ଯାତ୍ରୀ ଏମାନଙ୍କୁ ମଝିରେ ମଝିରେ ଅନାଇ ହସୁଥାନ୍ତି।
ଜଣେ ବନ୍ଧୁ ପାଖକୁ ଆସିଲେ। ପଚାରିଲେ ଆପଣମାନେ କୁଆଡେ଼ ଯିବେ କି? ହଠାତ୍ ସେମାନେ ହସଖୁସିରୁ ନିବୃତ ହୋଇ , କହିଲେ ଆଜ୍ଞା!! କ'ଣ କିଛି ପଚାରିଲେ କି? ହଁ ପଚାରିଲି ଯେ ଆପଣମାନେ କୁଆଡେ଼ ଯିବେ। ଆଛା ଆଛା!! ଟ୍ରେନର ବେଗ ଓ ଶବ୍ଦରେ ଟିକିଏ ହାଲକା ଶୁଭୁଥିଲା, ଶୁଣି ପାରିଲୁ ନାହିଁ ତ ସେଥିପାଇଁ କ୍ଷମା କରିବେ। ଆମେ ରାଞ୍ଚି ଯିବୁ। ଆସନ୍ତାକାଲି ଆମର ସାକ୍ଷାତକାର ପରୀକ୍ଷା ଅଛି। ସତରେ ଆପଣ ମାନେ ନିଜର ଟ୍ରେନ ଯାତ୍ରାକୁ ଆନନ୍ଦର ସହିତ ଉପଭୋଗ କରୁଛନ୍ତି। ସବୁବେଳେ ହସଖୁସିରେ ଜୀବନର ସମୟକୁ ଅତିବାହିତ କରିବା ଉଚିତ। ସେ ବ୍ୟକ୍ତି ଜଣକ ସୁକାନ୍ତ ଆଡ଼କୁ ଇଙ୍ଗିତ କରି କହିଲେ, ଆଜ୍ଞା ଆପଣ କ'ଣ କରନ୍ତି? ମୁଁ ଜଣେ ଅଧ୍ୟାପକ। ଆମେ ସମସ୍ତେ ଜଣେ ଜଣେ ଅଧ୍ୟାପକ। ଯାହା ହେଉ ମୁଁ ଭାବୁଛି ଆପଣ ମାନଙ୍କ ପାଠପଢା ଶୈଳୀରେ ପିଲାମାନଙ୍କୁ ବହୁତ କିଛି ଉପଲବ୍ଧି ହେଉଥିବ। ବୀର ଭାରି ମିଳାପି ମଣିଷ। ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ନିଜର ପରି କରି ନିଅନ୍ତି, ସେହି ସମୟ ଭିତରେ ସବୁକିଛି ଠିକଣା, ଫୋନ ନମ୍ବର ଇତ୍ୟାଦି ସଂଗ୍ରହ କରି ନେଇଥାଏ। ବୀରର ମନ ଭାବନା ଭାରି ପରିଷ୍କାର। ଶହ ଶହ ଲୋକଙ୍କ ସହ ସମ୍ପର୍କ ତିଆରି ଏକ ସ୍ବତନ୍ତ୍ର ପରିଚୟ। ମନ ଓ ମୁଖ ମଣ୍ଡଳ ରେ କି ଯାଦୁ ଥାଏ କେଜାଣି ନିମିଷକ ମଧ୍ୟରେ ଅଜଣା ଅପରିଚିତ ଲୋକର ସବୁ କୁଣ୍ଡଳୀ ନେଇ ନିଅନ୍ତି। ଲୋକ ସମ୍ପର୍କ ବହୁତ ଭଲ। ପାଖରେ ବସିଥିବା ଉତ୍ତମ ଓ ସୁକାନ୍ତ ଦୁହେଁ ବଲବଲ କରି ଚାହିଁ ଥାଆନ୍ତି। ସୁକାନ୍ତ କହିଲା, ଆଛା ବୀର ! ତମେ ଏମିତି ସମ୍ମୋହନ ବିଦ୍ୟା ଧାରଣ କରିଛ ଯେ ବିଷଧର ସାପଙ୍କୁ ବି ନିଜର ଆୟତ୍ତକୁ ନେଇ ଯାଇ ପାରୁଛି। ସତରେ ବୀର! ତମେ ଏକ ବିଚିତ୍ର ଓ ଆଶ୍ଚର୍ଯ୍ୟଜନକ ବ୍ୟକ୍ତିତ୍ଵ। ମୁଁ ଦେଖୁଛି , ତମେ ଯେଉଁଠି କି ଯାଉଛ ସେଠାରେ ନିହାତି ଆବଶ୍ୟକ ଅନୁସାରେ ବନ୍ଧୁତା୍ ସମ୍ପର୍କ ତିଆରି କରିପାରୁଛ। ଆମ ଦ୍ବାରା ଏ ସବୁ ହେବନି। ପ୍ରକୃତରେ ଯେଉଁମାନେ ଲୋକ ସମ୍ପୂର୍ଣ୍ଣ ସମ୍ମୋହନ ତିଆରି କରିପାରନ୍ତି ସେମାନେ ଭବିଷ୍ୟତରେ ଭଲରେ ରୁହନ୍ତି। ସମ୍ମୋହନ ବ୍ୟକ୍ତିତ୍ଵ ଉପରେ ଗୁରୁତ୍ବ ଦେବା ଦରକାର। ଯେଉଁ ମାନେ ସମାଜରେ ସମ୍ମୋହନ ତିଆରି କରି ପାରନ୍ତି, ସେମାନେ ସଦାସର୍ବଦା ଖୁସିରେ କାଳାତିପାତ କରନ୍ତି। ଏମିତି ଅନେକ ସମ୍ପର୍କ ତିଆରି କରି ଟ୍ରେନର ଯାତ୍ରା ସରିଗଲା, ଆମେ ସମସ୍ତେ ଆମ ଲକ୍ଷ ସ୍ଥଳରେ ପହଞ୍ଚି ଗଲୁ। ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ବାହାରି ପଡ଼ିଲୁ। ସେଦିନ ଦିନସାରା ଗଲା, ରାତିରେ ପୁଣି ଟ୍ରେନ୍ ଧରି ଫେରି ଆସିଲୁ ଆମ ନିଜ ନିଜର ଘରକୁ। ସମସ୍ତେ ଆମ ଷ୍ଟେସନରେ ଉହ୍ଲାଇ ଘରମୁହାଁ ହେଲୁ।