Samar Ballav Bhoi

Action Inspirational Children

4.0  

Samar Ballav Bhoi

Action Inspirational Children

ଉପହାର ବଦଳରେ

ଉପହାର ବଦଳରେ

2 mins
126



ଜନ୍ମରୁ ବୁଲୁ ଭାରି ଚଗଲା। ଜେଜେମା ଜେଜେଙ୍କ ଭାରି ଗେହ୍ଲା ନାତି। ବୁଲୁ କୁ ବାପା ମାଆ କିଛି ଯଦି କହିଲେ ଜେଜେ ଜେଜେମା ଏକାସାଙ୍ଗରେ ଗାଳି ଆରମ୍ଭ କରନ୍ତି। ସବୁବେଳେ ବେଳେ ସେ ଛୋଟ ପିଲା କୁ ଗାଳିଗୁଲଜ। ଏ ବୟସରେ ସେ ସ୍ନେହ ଆଦର ପ୍ରେମ ରେ ବଢିବ ନା ସବୁ ବେଳେ ଗାଳି ଦେବ। ବାପା ମା ଦୁହେଁ ଆଉ ବେଶୀ କହନ୍ତି ନାହିଁ। ବୁଲୁ ସବୁ ବେଳେ ରାତି ହେଲେ ଜେଜେ ଜେଜେମା ଙ୍କ ପାଖରେ ଯାଇ ଶୋଇ ପଡେ। ବୁଲୁ ପାଠପଢ଼ା ପାଇଁ ଜଣେ ଶିକ୍ଷକ ତାଙ୍କ ଘରକୁ ଆସନ୍ତି। ବୁଲ୍କ ବହୁତ ଚଗଲା। ସାର ବି ଆସନ୍ତି ପାଠପଢ଼ା ସାରି କିଛି ଅଭ୍ୟାସ କରିବା ପାଇଁ ପାଠ ଦେଇ ଚାଲିଯାଆନ୍ତି। ବୁଲୁ କିନ୍ତୁ କିଛି କରେ କିଛି କରେ ନାହିଁ। ଶିକ୍ଷକ ଯଦି କିଛି କହନ୍ତି , କାହିଁକି ଏ ପାଠପଢ଼ା ସବୁ କରୁନୁ ବୋଲି? ଜେଜେମା ଜେଜେ ଏପଟସେପଟ କଥା କହି ସାର ଙ୍କୁ ଭୁଲାଇ ଦିଅନ୍ତି। ଜେଜେମା ଏହି ସମୟରେ ବୋହୁ ହାତ ତିଆରି ଚା କପ ଆଣି ସାରଙ୍କୁ ପିଇବାକୁ ଦେଇ ଦିଅନ୍ତି। ଗରମ ମୁଣ୍ଡ ଟିକିଏ ଥଣ୍ଡା ହୋଇ ଯାଏ ସାରଙ୍କ ର। ଏମିତି ଅନେକ ଦିନ କଟିଯାଏ, ବୁଲୁ କିନ୍ତୁ ଭଲ ପାଠ ପଡୁ ନଥିଲା, ଏମିତି ସବୁ ଶ୍ରେଣୀ ପାସ୍ କରିଚାଲିଲା। ନବମ ଶ୍ରେଣୀ ରେ ବି ସେମିତି ଫଳାଫଳ ହେଲା, ବାପା ମାଆ ତାକୁ ଡାକି କହିଲେ, ଆରେ ବୁଲୁ ତୁ ଏମିତି ବଦମାସୀ , ଚଗଲା ହୋଇ ପାଠପଢା କଲେ ତୋର ଭବିଷ୍ୟତ କ'ଣ ହେବ? ବୁଲୁ ହଠାତ୍ ଉତ୍ତର ଦେଲା, ମୋର ପାଠ୍ୟପୁସ୍ତକ ଦେଖିବାକୁ ଭଲ ଲାଗେନାହିଁ। ଖାଲି ଗୋଟେ ବାଧ୍ୟ ବାଧକ ରେ ପଢୁଛି ନା, ସତରେ ନୁହେଁ। ମୁଁ ବଡ଼ ହେଲେ ନେତାଙ୍କ ପରି ନେତା ଗିରି କରିବି। ମୋତେ ଖଣ୍ଡେ ବାଇକ୍ କିଣି ଦିଅ ମୁଁ ଚଢି ବୁଲିବି। ମୋ ସାଥୀ ମାନେ ସମସ୍ତେ ଗାଡ଼ି ଚଲା ଶିଖି ସାରିଲେଣି। ତମେ ମତେ କିଛି ଦେଉନାହଁ। ଖାଲି ଗୋଟେ ଗାଳିଗୁଲଜ କରୁଛ। ମାଆ ବାପାଙ୍କ ମନରେ ଚିନ୍ତା ବଢ଼ିବାରେ ଲାଗିଲା। କ'ଣ କରାଯାଇପାରେ ଏ ବୁଲୁ କୁ। ମାଆ କହିଲା ବୁଲୁ ଶୁଣ! ବାଇକ୍ ଉପହାର ଦିଆଯିବ ଯଦି ତୁ ପାଠପଢ଼ା ରେ ମନ ଦେବୁ। ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ପାସ୍ କରିବୁ। ମୋ ଦ୍ବାରା ଭଲ ପାଠ ହେବନି ମାଆ! ମୁଁ ଖାଲି କଷ୍ଟେମଷ୍ଟେ ଦଶମ ପାସ୍ କରିଯାଏ ତା ପରେ ଦେଖିବୁ ତୋ ବୁଲୁକୁ। ଆରେ ବାବୁ ଏତେ ସ୍ବପ୍ନ ଦେଖିଛୁ ଯଦି ଭଲ ପାଠପଢିବାକୁ ପଡ଼ିବ। ତୁ ଯଦି ଆମ କଥା ମାନିବୁ ତୋତେ ବାଇକ୍ ଉପହାର ବଦଳରେ ଆହୁରି ଅନେକ କିଛି ଉପହାର ଦେବି। ସତରେ ମାଆ, ତମେ ସତ କହୁଚ? ତାହେଲେ ମୁଁ ନିଶ୍ଚିତ ଚେଷ୍ଟା କରିବି। ବୁଲୁ ର ମନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଲା। ଏବଂ ଦିନ ରାତି ଏକ କରି ଦଶମ ଶ୍ରେଣୀ ପାଇଁ ଚେଷ୍ଟା ଜାରି ରଖିଲା। ଶେଷରେ ଦଶମ ଶ୍ରେଣୀ ପରୀକ୍ଷା ରେ ଭଲ ନମ୍ବର ରଖି ପାସ୍ କଲା। ମନର ଚେଷ୍ଟା ହିଁ ସଫଳତାର ମୂଳମନ୍ତ୍ର। ଚେଷ୍ଟା କଲେ କଷ୍ଟ ସବୁ ସହଜ ହୋଇଥାଏ। ମନର ବିଶ୍ବାସ ବଳବାନ ହେଲେ ସଫଳତା ସବୁ ବେଳେ ନିଜ ଚାରିପଟେ ଘୁରି ବୁଲୁଥାଏ। 



Rate this content
Log in

Similar oriya story from Action