Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Inspirational

3  

Samar Ballav Bhoi

Inspirational

ଇଏ ବି ଯୋଦ୍ଧା

ଇଏ ବି ଯୋଦ୍ଧା

2 mins
196



ଆମ ରାଜ୍ୟ କୁହନ୍ତୁ କି ଦେଶ, ସବୁଆଡେ ଭିକ୍ଷା ବୃତ୍ତି କରି ଚଳୁଥିବା ମଣିଷଙ୍କ ଉଦାହରଣ କିଛି କମ ନାହିଁ। ପ୍ରତିଦିନ ପରି ସକାଳୁ ସକାଳୁ ଭିକ୍ଷା ମାଗିବାକୁ ବାହାରି ପଡିଲେ ବୁଢ଼ା ମଉସା, ବୁଢ଼ା ମଉସା ଙ୍କ ଭିକ୍ଷା ମାଗିବା ଦେଖି ସମସ୍ତେ ନାକ ଟେକିବା ଆରମ୍ଭ କରିଦେଇଥିଲେ। ମନରେ ସମସ୍ତେ ବିରକ୍ତି ପ୍ରକାଶ କରୁଥାନ୍ତି, କିଏ କାହାକୁ ଏମିତି ସବୁବେଳେ ଭିକ୍ଷା ଦେଉଥିବ। ଦିନେ ଅଧେ ହେଲେ ଚଳନ୍ତା, ଏ ମହାମାରୀ ସମୟରେ ତ କେହି କାହାକୁ ଚାହୁଁ ନାହାନ୍ତି, ଏ ବୁଢ଼ା ମଉସା ସବୁବେଳେ ଏ ବ୍ଲକ୍ ହତା ଭିତରକୁ ରାତି ନ ପାହୁଣୁ ଆସି ପହଞ୍ଚି ଯାଉଛି, ପାଖରେ ନରି ଭାଇନା ର ଚା ଦୋକାନ, ବହୁତ ବଢିଆ ଅଦା ପକା ଚା ନହେଲେ ମସଲା ବାଲା ଚା ପିଇବାକୁ ମିଳେ, ଏହି ସମୟରେ ବୁଢ଼ା ମଉସା କାହାକୁ ଚା ପିଇବ, ଟିଫିନ୍ ଖାଇବ ବୋଲି କହି ସବୁବେଳେ ମାଗୁଛି। ଏମିତି ଝାଡି ଖିଙ୍କାରି ପଡ଼ି ପିଅନ ଜଣକ କିଛି କହିବା ପୂର୍ବରୁ, ବୁଢ଼ା ମଉସା ପଚାରିଲା, ଆରେ ବାବୁ , ତହସିଲଦାର ସାର୍ କେତେବେଳେ ଆସିବେ? ପିଅନ ଜଣକ କହିଲେ...., ସାର କେତେ ବେଳେ ଆସିବେ ଠିକ୍ ନାହିଁ... , ଏ ମହାମାରୀ ସମୟରେ ସାରଙ୍କର ଅନେକ କାମ, ତୋତେ କ'ଣ ଭିକ୍ଷା ଦେବେ ବୋଲି ସକାଳୁ ଆସି ଅଫିସରେ ବସି ରହିବେ ନା କ'ଣ? ପିଅନର ବିରକ୍ତି ମନୋଭାବ ଦେଖି ବୁଢା ମଉସା ଟିକିଏ ନିରବ ରହିଗଲା। ବୁଢ଼ା ମଉସା ସେମିତି ତହସିଲଦାରଙ୍କ ଅଫିସ ସାମ୍ନାରେ ଧାରଣା ଦେଲା ପରି କାନ୍ଥକୁ ଆଉଜି ବସିଥାଏ। ତହସିଲଦାର ସାର୍ ଆସିଲେ ସିନା ଟିକିଏ ଦେଖା କରିବି, ସାର ଆସିଲା ମାନେ ଚେଲାଚାମୁଡା ସବୁ ଶାଗୁଣା ଭଳି ଘେରି ଯିବେ, ମୋ ପ୍ରତି କଣ ସାରଙ୍କ ନଜର ପଡ଼ିବ? କେଉଁ ବିଶେଷ ମଣିଷ କି ମୁଁ? ମୁଁ ତ ଭିକାରି ମଣିଷ, କେହି କେହି ମୋତେ ତଡି ଦେବାକୁ ଉଦ୍ୟମ କରୁଥାନ୍ତି, ମୁଁ କିନ୍ତୁ ସେମାନଙ୍କ ଉତ୍ୟକ୍ତ ମନୋଭାବ ଜାଣି ଟିକିଏ ପଛାଇ ଆସିଲି । ଆଉ କିଛି ସମୟ ବସି ରହିଲା, ସମୟ ସୁଯୋଗ ନେଇ ଭିତରକୁ ଯିବାକୁ ଚାହିଁଲା, ଏହି ସମୟରେ ବୁଢ଼ା ମଉସା ଭିତରକୁ ପଶିଯାଇ ଧରିଥିବା ଚିରା ବ୍ୟାଗ ଭିତରୁ ମୁଣିଟିଏ କାଢି ଅଫିସରଙ୍କ ଟେବୁଲ୍ ଉପରେ ଥୋଇଦେଲା। କହିଲା, ବାବୁ ମୁଁ ଭିକ୍ଷା କରି ଯେଉଁ ପାଞ୍ଚ ଛଅ ହଜାର ସଞ୍ଚୟ କରି ରଖିଛି, ସେସବୁକୁ ଗରିବ ଗୁ୍ରୁବାଙ୍କୁ ଖାଇବାକୁ ଦେଇଦେବେ? କେତେ ଲୋକ ଏମିତି ଭୋକ ଉପାସରେ ଖାଇବାକୁ ନପାଇ କଲବଲ ହେଉଛନ୍ତି। ମୋ ପାଇଁ ଏହି ବ୍ଲକ୍ ବାରଣ୍ଡା ଭଲ ତ ମୁଁ ଭଲ, ମୋ ପାଇଁ ତ ଏ ଜାଗା ହିଁ ସର୍ବସ୍ୱ। ଏମିତି ବି ଏହି ବ୍ଲକ୍ ଭିତରକୁ ଯେଉଁ ବାବୁ ମାନେ ଆସନ୍ତି, ସେମାନଙ୍କ ପାଖରୁ ଖାଇବାକୁ କିଛି ମିଳିଯାଏ, ସେହି ସବୁରେ ମୋର ପେଟ ବି ପୁରିଲା ପୁରିଲା ଲାଗେ। ମୋର ଏ ଟଙ୍କା ତକ କ'ଣ ହେବ? ତାପରେ ମୁଁ ଶୁଣୁଛି ଏବଂ ଦେଖୁଛି ମଧ୍ୟ, ମୋ ଭଳି ଏମିତି କେତେ ନିରାଶ୍ରୟ ଲୋକଙ୍କୁ ତ ସହାୟତା ହେବ, ମୁଁ ଖରାତରାରେ ମାଗି ଜାଚି ଯାହା କିଛି ପାଉଛି ସେହିରେ ଚଳିଯାଉଛି। ବରଂ ଯେଉଁମାନେ ଖାଇବାକୁ ନପାଇ ଡହଳବିକଳ ହେଉଛନ୍ତି ସେମାନଙ୍କୁ ଦେଲେ ସେମାନେ ଉପକୃତ ହେବେ। ତହସିଲଦାର ବାବୁ ବୁଢ଼ା ମଉସାକୁ ଥରେ ଆଉ ଟେବୁଲ୍ ଉପରେ ରଖିଥିବା ସେ ଟଙ୍କା ମୁଣିକୁ ଅନାଇ ଭାବୁଥାନ୍ତି, ଏ ମହାମାରୀର ଘମାଘୋଟ ଲଢେଇ ଭିତରେ ବୁଢ଼ା ମଉସା ବି ଜଣେ କମ ବଡ଼ ଯୋଦ୍ଧା ନୁହେଁ।



Rate this content
Log in

Similar oriya story from Inspirational