Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarshini Mishra

Abstract Others

3  

Priyadarshini Mishra

Abstract Others

ଘର

ଘର

2 mins
324



    ଘରୁ ମାଆ ବାପାଙ୍କ ଆଶୀର୍ବାଦ ନେଇ ବାହାରି ପଡିଲା ସିପ୍ରା । ଆଜି ତା'ର ଚାକିରିର ପ୍ରଥମ ଦିନ । ଠିକ ସମୟରେ ଅଫିସ ପହଁଚିବା ପାଇଁ ଘରୁ ଜଲଦି ବାହାରିଥିଲା । ତେଣୁ ଠିକ ସମୟରେ ଅଫିସରେ ପହଞ୍ଚି ଜଏନିଙ୍ଗ ରିପୋର୍ଟ ଦେଇଥିଲା । ଏହାପରେ ଅଫିସର ବଡ଼ ବାବୁଙ୍କ ଠାରୁ ନିଜ କାମ ବିଷୟରେ ବୁଝିନେଲା । ଅଫିସ ପିଅନ ତାକୁ ତା' ଟେବୁଲ ଦେଖାଇଦେଇଥିଲା । ସବୁ ପୁରୁଷ ସହକର୍ମୀ ମଧ୍ୟରେ ସେ ଜଣେ ମହିଳା ହୋଇଥିବାରୁ ଟିକେ ଅସହଜ ମନେ କଲେ ମଧ୍ୟ ନିଜ କାମରେ ମନ ଦେଲା । କାମ ନଥାଇ ତା' ଟେବୁଲ ପାଖକୁ ଆସିବା,ଅଯଥା କଥା ଗପିବା,ତା'ର ସବୁଠାରୁ ବଡ଼ ଶୁଭଚିନ୍ତକ ଭଳି କଥା କହିବା ଆଦି ଭାବରୁ ସେ ସମସ୍ତଙ୍କ ମନୋଭାବ ଠିକ ବୁଝିପାରିଥିଲା । ତେବେ ସେସବୁ ପ୍ରତି ସେ ବିଶେଷ ଧ୍ୟାନ ନଦେଇ ନିଜ କାମ କରିଚାଲିଥିଲା । ତା'ପରିବାର ବିଷୟରେ କେହି ପଚାରିଲେ ସେ ସ୍ମିତହାସ୍ୟ ଦେଇ ସେ ପ୍ରସଙ୍ଗ ଏଡାଇ ଯାଉଥିଲା । ସବୁ ସୁରୁଖୁରୁରେ ଚାଲିଥିଲା । ଛ'ମାସ ପରେ ଅଫିସରେ ନୂଆ ବସ ଭାବେ ଯୋଗ ଦେଇଥିଲେ ପ୍ରକାଶ ଚୌଧୁରୀ । ଯୁବକ, କାର୍ଯ୍ୟଦକ୍ଷ ପ୍ରକାଶ ଅଫିସର ରୂପରେଖ ବଦଳାଇ ଦେଇଥିଲେ । କୌଣସି ବ୍ୟକ୍ତି କାର୍ଯ୍ୟରେ ଅବହେଳା କରିବା କଥା ଭାବି ପାରୁନଥିଲେ । ସବୁ କାର୍ଯ୍ୟ ଠିକ ସମୟରେ ସମ୍ପାଦିତ ହେବାକୁ ଲାଗିଲା ।


     ତେବେ ପ୍ରକାଶଙ୍କ ବ୍ୟବହାର ତା'ପ୍ରତି ବଦଳିଯାଇଥିବା ଅନୁଭବ କରି ପାରୁଥିଲା ସିପ୍ରା । କଡା ସ୍ୱଭାବର ପ୍ରକାଶ ପୂର୍ବ ଭଳି ସିପ୍ରାର ଛୋଟ ଛୋଟ ଦୋଷଗୁଡିକ ଆଉ ଧରୁ ନଥିଲେ । ନିଜ ସ୍ତ୍ରୀ ସୁଲଭ ଷଷ୍ଠ ଇନ୍ଦ୍ରିୟ ଦ୍ୱାରା ସେ ପ୍ରକାଶଙ୍କର ତା' ପ୍ରତି ସୃଷ୍ଟି ହୋଇଥିବା ଦୁର୍ବଳତା ବିଷୟରେ ଜାଣି ପାରିଥିଲା । ଦିନେ ପ୍ରକାଶ ତାଙ୍କର ମନ କଥା ସିପ୍ରାକୁ ଜଣାଇ ଥିଲେ । ସିପ୍ରା ତାଙ୍କୁ କିଛି ଉତ୍ତର ନ ଦେଇ ତା'ଘରକୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ ଦେଇଥିଲା । ପ୍ରକାଶ ଯଥା ସମୟରେ ସିପ୍ରା ଘରେ ପହଞ୍ଚି ଥିଲେ । ଘରର ପରିପାଟୀ ସମ୍ପର୍ଣ୍ଣ ସାଜସଜ୍ଜା ତାଙ୍କୁ ଭାରି ଭଲ ଲାଗୁଥିଲା । ସିପ୍ରା ତାଙ୍କୁ ବସିବାକୁ କହି ତାଙ୍କ ପାଇଁ କଫି କପଟିଏ ନେଇ ଆସିଲା । ପ୍ରକାଶ ଆତୁରତାର ସହ ସିପ୍ରାର ଉତ୍ତର ଜାଣିବାକୁ ଚାହିଁଲେ । ସିପ୍ରା ଘର ଭିତରୁ ନିଜ ବାପା ମାଙ୍କୁ ଆଣି ପରିଚୟ କରାଇଦେଲା । ତାପରେ ଷ୍ଟଡ଼ି ରୁମକୁ ଯାଇ ନିଜ ପାଞ୍ଚ ବର୍ଷର ଝିଅକୁ ଆଣି ପ୍ରକାଶଙ୍କ ସହ ପରିଚିତ କରାଇଦେଲା । ସେ ଯାହାଙ୍କୁ ତା'ର ବାପା ମାଆ କହିଥିଲା ସେମାନେ ତା'ର ଶ୍ୱଶୁର ଓ ଶାଶୁ ବୋଲି କହିଥିଲା । ତା' ସ୍ବାମୀଙ୍କ ମୃତ୍ୟୁ ପରେ ସବୁ ଦାୟିତ୍ୱ ତା'ରି ଉପରେ । ଏସବୁ ଜାଣିବା ପରେ ସିପ୍ରା ଭଳି ପ୍ରକାଶ କଣ ସବୁ ଦାୟିତ୍ୱ ନେଇପାରିବେ ? ସିପ୍ରାର ଏହି ପ୍ରଶ୍ନ ଶୁଣି ପ୍ରକାଶ ସିପ୍ରା ଘରୁ ବାହାରି ଗଲେ । ସିପ୍ରାର ବାପା ମାଆ ନିଜକୁ ଦୋଷି ଭାବୁଥିଲେ । ଘରେ ନୀରବତା ଖେଳିଗଲା । ସିପ୍ରା ଝିଅର ପଢା ଦେଖିବାକୁ ଷ୍ଟଡ଼ି ରୁମକୁ ଚାଲିଗଲା । ତା'ର ବାପା ମାଆ କଥା ହେଉଥିଲେ ଆମର ଦାୟିତ୍ୱ ଥିବାରୁ ସିପ୍ରାର ଜୀବନ କଣ ନଷ୍ଟ ହୋଇଯିବ ? ଘରର କଲିଂ ବେଲ ଶୁଣି ସିପ୍ରା କବାଟ ଖୋଲିଲା । ସାମ୍ନାରେ ପ୍ରକାଶଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ପ୍ରକାଶ କହୁଥିଲେ ସିପ୍ରା ତୁମ ପ୍ରଶ୍ନର ଉତ୍ତର ଶୁଣିବା ପାଇଁ ମୋତେ ଘରକୁ ଡାକିବ ନାହିଁ ।


       ସିପ୍ରା ହଡ଼ବଡେଇ ଯାଇ ତାଙ୍କୁ ଭିତରକୁ ଡାକିଲା । ପ୍ରକାଶ ଦୁଇଟି ମୁଦି ବାହାର କରି କହିଲେ,"ମୁଁ ଜଣେ ଅନାଥ । ଯଦି ତୁମେ ମୋତେ ଯୋଗ୍ୟ ଭାବୁଥାଅ ତେବେ ତୁମ ଘର ଓ ମୋ ଘରକୁ ଆମେ ଆମ ଘରରେ ପରିଣତ କରିପାରିବା । "ପ୍ରକାଶଙ୍କ କଥା ଶୁଣି ସିପ୍ରା ର ବାପା ମାଆଙ୍କ ଆଖିରୁ ଆନନ୍ଦରେ ଅଶ୍ରୁ ବୋହିଗଲା ।



Rate this content
Log in

Similar oriya story from Abstract