Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Inspirational

4.3  

Samar Ballav Bhoi

Inspirational

ପ୍ରଥମ ଦେଖାରେ

ପ୍ରଥମ ଦେଖାରେ

3 mins
240



ଅନେକ ଦିନ ପରେ ମୁଁ ଭୁବନେଶ୍ୱର ଯାଇଥାଏ, ଏବଂ ଭୁବନେଶ୍ୱର ଯିବା ମୋର ପ୍ରଥମ ଥିଲା, ଗାଆଁ ମାଟିର ମାୟା ବନ୍ଧନରେ ଆଉ କେଉଁଠି ଏତେ ଭଲ ଲାଗେ ନାହିଁ । ଯାହା ହେଲେ ବି ଗାଆଁର ପରିବେଶ, ଶୁଦ୍ଧ ପାଣି ପବନ, ବିଷମୁକ୍ତ ଖାଦ୍ୟ ପଦାର୍ଥ ,ସତେ ଯେମିତି ନିଆରା ନିଆରା ଲାଗେ । ପ୍ରଥମ କରି ବାତାନୁକୁଳ ବସ ଚଢି ଗାଆଁରୁ ଭୁବନେଶ୍ୱର ଆସିଥାଏ, ମୋତେ ବେଶୀ କିଛି ଜଣାନଥାଏ, ବାପା ମୋତେ ଗୋଟିଏ ଠିକଣା ଦେଇଥିଲେ, ସେ ଠିକଣାଟା ସି.ଆର.ପି ଛକ ନିକଟରେ, ଗାଆଁ ବସ ତ କଣ୍ଡକ୍ଟର ଭାଇଙ୍କୁ ପଚାରିଲି ଭାଇ ମୋତେ ସି.ଆର.ପିରେ ଓହ୍ଲାଇ ଦେବ, କାହିଁକି ନା ମୁଁ ଆଗରୁ କେବେ ହେଲେ ଆସି ନାହିଁ, ମୋର ଆସିବା ପ୍ରଥମ ଥର, ମୋର ଅନୁମାନ ରାଜଧାନୀ ସହରଟା ନିଶ୍ଚିତ ଭାବରେ ଚାକଚକ୍ୟ ହୋଇଥିବ । କଣ୍ଡକ୍ଟର ଭାଇ ସି.ଆର.ପି ପାଖରେ ମୋତେ ଓହ୍ଲାଇ ଦେଲେ, କଣ୍ଡକ୍ଟର ଭାଇଙ୍କୁ ଧନ୍ୟବାଦ ଜଣାଇଲି, ତାପରେ ମୁଁ ତ ପୁରା ନୁଆ, ବସରୁ ଉହ୍ଲାଇ ସେ ଠିକଣାଟା ବିଷୟରେ ଏକ ଚା ଦୋକାନକୁ ଯାଇ ପଚାରିଲି? ସେ ମୋତେ ସିଧାସଳଖ ନ କହି ବୁଲେଇ ବଙ୍କେଇ କହିଲେ, ମୁଁ କିଛି ବୁଝି ପାରିଲି ନାହିଁ, ବାପା ମୋତେ ସମ୍ୟକ୍ ଭାବରେ ଠିକଣାଟା କହିଥିଲେ, ସମ୍ପୂର୍ଣ୍ଣ କିଛି କହି ନଥିଲେ, ଖାଲି କହିଥିଲେ, ରାଜ କିଶୋର ମହାନ୍ତି ନାଁ କହିଲେ ସେମାନେ ଠିକ୍ ଠିକଣାରେ ପହଞ୍ଚେଇ ଦେବେ । ସେଠାରେ ସମସ୍ତଙ୍କୁ ପଚାରିଲି କେହି କିଛି କହିପାରିଲେ ନାହିଁ, ବରଂ ସେମାନେ ମୋତେ ଅଟ୍ଟହାସ୍ୟ କରୁଥାନ୍ତି, ଖାଲି କହୁଥାନ୍ତି, ତମେ ଯାହାକୁ ଖୋଜିବାକୁ ଆସିଛ ତାଙ୍କ ମୋବାଇଲ ନମ୍ବର ନାହିଁ କି? ମୁଁ ମୋର ଦୋଷ ଦୂର୍ବଳତାକୁ ଜଣାଇବାକୁ ଚାହୁଁ ନଥିଲି, ପ୍ରକୃତରେ କହିବାକୁ ଗଲେ ମୁଁ ମୋବାଇଲ ଫୋନ ବ୍ୟବହାର କରି ନଥିଲି, ତଥାପି ଗୋଟିଏ ବିଶ୍ୱାସରେ ଆଗକୁ ପାଦେ ମାଡ଼ି ଆସିଲି, କ'ଣ କରିବି କିଛି ବୁଦ୍ଧି ବାଟ ଦିଶୁ ନଥାଏ, ସେତେବେଳକୁ ସମୟ ପ୍ରାୟ ଦିନ ବାରଟା ବାଜିଲାଣି, ଭୋକ ବି ଲାଗୁଥାଏ, ଏହି ସମୟରେ ଜଣେ ଅଜଣା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଗଲି, ମୋ ବ୍ୟସ୍ତତାକୁ ପରଖି ସେ ଭାଇ ଜଣକ ମୋତେ ବାରମ୍ବାର ପଚାରି ଚାଲିଥାନ୍ତି, ସେ ବ୍ୟକ୍ତି ଜଣକ କହିଲେ, ଆରେ ଭାଇ ଆପଣ ଏଠି ଏପଟସେପଟ ହେଉଛନ୍ତି, କାରଣ କ'ଣ? କ'ଣ କାହାକୁ ଖୋଜୁଛକି? ମନରେ ଭୟ ଥାଏ, ମୁଁ ଶୁଣିଥିଲି କି ସହର ଲୋକମାନେ ଭାରି ସ୍ୱାର୍ଥପର,ଅବିବେକୀ, ଭଣ୍ଡ ଠକ, ତେଣୁ ମୁଁ ଜାଣି ଜାଣି ସେ ଲୋକଠୁଁ ଦୁରେଇ ରହିବାକୁ ଚେଷ୍ଟା କରୁଥାଏ, କିନ୍ତୁ ସେ ଭଦ୍ର ବ୍ୟକ୍ତି ଜଣକ ମୋତେ ଇଙ୍ଗିତ କରି କହିଲେ, ଭାଇନା ଆପଣ ଯାହା କିଛି ମୋ ବିଷୟରେ ଭାବୁଛନ୍ତି ସେ ସବୁ ଭୁଲ । ଆପଣଙ୍କ ର ସମସ୍ୟା କୁହନ୍ତୁ ମୁଁ ସହଜରେ ସମାଧାନ କରିପାରିବି, ବିନା ଦ୍ୱିଧାରେ, ବିନା ସଙ୍କୋଚରେ କୁହନ୍ତୁ, ମୁଁ ରାଜୀବ ଦାସ, ଏ ଅଂଚଳରେ ସମସ୍ତେ ମୋତେ ଚିହ୍ନନ୍ତି, ମୁଁ ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟ କରିଆସିଛି, ବିପଦ ଆପଦେ ମୁଁ ସାହାଯ୍ୟ କରିଥାଏ, କ'ଣ କାହାକୁ ଯଦି ଖୋଜୁଛନ୍ତି କୁହନ୍ତୁ ମୁଁ ସେ ଜାଗାରେ ନେଇ ପହଞ୍ଚାଇ ଦେବି, ମୋର ବିଶ୍ୱାସ ହେଲା କି ଯଦି ଏ ଏତେ କଥା କହୁଛି ତାହା ହେଲେ ମୁଁ ଏତେ ଭୟଭୀତ କାହିଁକି? ରାଜୀବ ବାବୁ କହିଲେ ଆପଣ ତାଙ୍କ ନାଁ କୁହନ୍ତୁ ମୁଁ ଆପଣଙ୍କୁ ସେ ଯାଗାରେ ପହଞ୍ଚାଇ ଦେବି, ରାଜୀବ ବାବୁଙ୍କ ସହିତ ମୋର ପ୍ରଥମ ଦେଖା , ଆଗରୁ କେବେ ଚିହ୍ନା ନାହିଁ କି ଜଣାଶୁଣା ନାହଁ, ତଥାପି ମୋ ପାଖରେ ଆଉ କିଛି ଉପାୟ ନଥିଲା ରାଜ କୀଶୋର ବାବୁଙ୍କୁ ଖୋଜିବାକୁ, ସତକୁ ସତ ମୋତେ ରାଜୀବ ବାବୁ ନେଇ ତାଙ୍କ ଘରେ ପହଞ୍ଚାଇ ଦେଲେ, ରାଜୀବ କହିଲା ଆପଣଙ୍କ ଫୋନ୍ ଅଛି? ମୁଁ କହିଲି ନା, ତାହେଲେ ମୋ ନମ୍ବରଟା ଲେଖିରଖ, ନମ୍ବରଟି ଲେଖି ରଖିଲି, ଭାଇ ମୁଁ ଆସିଲି, ଯଦି କେବେ ଦରକାର ଆସେ ମୋତେ ଫୋନ୍ କରିବ , ମୁଁ ପହଞ୍ଚି ଯିବି, ପ୍ରଥମେ ଅବିଶ୍ୱାସ କରିବ ନାହିଁ, ସିଏ ନିଜର ହୁଅନ୍ତୁ କି ନ ହୁଅନ୍ତୁ କିମ୍ବା ପ୍ରଥମ ଦେଖା ମଣିଷଟିଏ ହୋଇଥାଆନ୍ତୁ । ଭଲ କଥାଟିଏ କ‌ହିଲେ, ପ୍ରଥମ ଦେଖାରେ କିଏ ଅତି ଆପଣାର ହୋଇଯାଏ ତ କିଏ ପ୍ରେମରେ ବାନ୍ଧି ହୋଇଯାଏ । 

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କୁ ନିଶ୍ଚିତ ଭାବରେ ମନେ ରଖିବି।



Rate this content
Log in

Similar oriya story from Inspirational