ବାଘ
ବାଘ
ନରେନ୍ଦ୍ର ଓ ସାଗର ଦୁହେଁ ସବୁବେଳେ ଜଙ୍ଗଲ ପାଖାପାଖି ବାଟ ଦେଇ ଯାଏ ଆସ କରନ୍ତି । ଭାରି ଭୟ ଲାଗେ । ସେହି ସମୟରେ ଗ୍ରୀଷ୍ମର ପ୍ରବାହ ବହୁତ ବଢିଯାଇଥାଏ । ବାଟରେ ଯିବା ସମୟରେ ଦେଖିବାକୁ ପାଇଲେ ଯେ ଜଙ୍ଗଲରେ ଯୋର ସୋର ନିଆଁ ଲାଗି ଜଳି ଚାଲିଛି। ନିଆଁର ଧାପ ପାଖାପାଖି ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ବ୍ୟାପିଥାଏ । ହୁ ହୁ ହୋଇ ନିଆଁ ସାରା ଜଙ୍ଗଲ ମାଡି ଚାଲିଥାଏ । ବୁଝିଲୁ ନରେନ୍ଦ୍ର ଜଙ୍ଗଲରେ ନିଆଁ ଲାଗିବା ଆମ ପରିବେଶ ପାଇଁ ବହୁତ କ୍ଷତିକାରକ । ଚାରି ପାଞ୍ଚ ଦିନ ହେବ ଜଙ୍ଗଲରେ ନିଆଁ ଲାଗିଲାଣି, ସରକାର ନା ଜନ ସାଧାରଣ କାହାରିକୁ ଟିକିଏ ବି ନିଘା ନାହିଁ । ଏକରେ ତାଙ୍କ ବାସସ୍ଥାନକୁ ଆମେ ମାନେ ଅନେକ କ୍ଷତାକ୍ତ ଓ ନଷ୍ଟ କରି ସାରିଲେଣି । ଆମେ ମଣିଷ ସବୁ ଆମ କଥା ବୁଝିବାରେ ବ୍ୟସ୍ତ। ହଁ ସତକଥା କହିଲୁ ସାଗର! ଆମେ ଖାଲି ଆମ ସ୍ବାର୍ଥରେ ଅସ୍ତବ୍ୟସ୍ତ । ଆମ ମାନଙ୍କ ଏ ବେପରୁଆ ମନୋଭାବ ଯୋଗୁଁ ବାଘ, ହାତୀ, ସିଂହଙ୍କ ସବୁ ଜଙ୍ଗଲୀ ପଶୁ ପକ୍ଷୀ ମାନଙ୍କ ବାସସ୍ଥାନ ଲୀନ ହେବାରେ ଲାଗିଛି। ସତରେ ଏମିତି ଅବସ୍ଥା, କେବେ ସୁଧୁରିବ ଜଣାନାହିଁ। ଦେଖୁନୁ ଏ ବର୍ଷ ଚାରି ଆଡ ଜଙ୍ଗଲରେ ନିଆଁ ଲାଗି କେତେ କ୍ଷୟକ୍ଷତି ହେଲା । ପଶୁ ପକ୍ଷୀ ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ଚାଲି ଆସିଲେ। ବୁଝିଲୁ ନରେନ୍ଦ୍ର ! ଏମିତି ସମୟ ଆସିବ ବାଘ କିମ୍ବା ଜଙ୍ଗଲୀ ପଶୁ ସବୁ ଜନବସତିରେ ଜୀବନଯାପନ କରିବେ, କାହିଁକି ନା ଆମ ଜୀବନ ଶୈଳୀର ଢାଞ୍ଚା ବଦଳି ଚାଲିଛି । ସମସ୍ତେ ଗାଁ ଛାଡି ସହର ମୁଁହା । ଯିଏ ଗାଁ ଛାଡ଼ିଛି ସିଏ ନିଶ୍ଚିତ ଭାବରେ ସହରରେ ଯାଗା ଖଣ୍ଡେ କିଣି ଘର କରି ରହୁଛି, ଯାହା ଫଳରେ ସହର ପାଖଆଖ ଜଙ୍ଗଲ ସବୁ କାଟି ବାସ ଉପଯୋଗୀ କରିଦିଆ ଯାଉଛି । ଆସନ୍ତା କାଲି ନିର୍ଜନ ଦ୍ଵୀପ ପରି ଲାଗୁଥିବା ଜଙ୍ଗଲ ଭିତରୁ ବାଘ ବାହାରି ଆସି ଜନବସତିରେ ଅଧିକାର ମାଗିବ । ସେତେବେଳେ ଆମକୁ ବାଘ ସହ ସମ୍ପର୍କ ଗଢିବାକୁ ପଡ଼ିବ । ନରେନ୍ଦ୍ର କହିଲା, ଆରେ ସାଗର କ'ଣ ପଦେ ନ କହିଲୁ ମୋ ମନକୁ ଭାରି ପସନ୍ଦ ଲାଗିଲା । ସତରେ ବାଘ ଓ ଜଙ୍ଗଲୀ ପଶୁ ନିଶ୍ଚିତ ଭାବରେ ତାଙ୍କର ଅଧିକାର ସାବ୍ୟସ୍ତ କରିବେ। ହାତୀଙ୍କ ସମସ୍ୟା ତ ଆଜି ବହୁତ ଜଟିଳ ଅବସ୍ଥାରେ । ସବୁବେଳେ ତ ହାତୀ ମଣିଷଙ୍କ ଲଢେଇ ଚାଲିଛି , ଏ ଲଢେ଼ଇରେ ଅନେକ ହାତୀଙ୍କ ଜୀବନ ଗଲାଣି ଆଉ କିଛି ଦିନ ପରେ ବାଘ ବି ଜନବସତି ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ନିଜର ଖାଦ୍ୟ ଅନ୍ୱେଷଣ କରିବ। ହାତୀ ସିନା ସମ୍ବେଦନଶୀଳ ପ୍ରାଣୀ , ଜୀବନ ବଂଚିବା ପାଇଁ ସେ ମଣିଷ ସହିତ ଲଢ଼ି ନିଜ ଜୀବନକୁ ବାଜି ଲଗାଇ ଦେଉଛି ହେଲେ ତା ସ୍ଥାନରେ ଯଦି ବାଘ ମାନେ ସହର ଭିତରେ ଆତଙ୍କ ଖେଳେଇବେ ତେବେ ଆସନ୍ତା କାଲିର ଭବିଷ୍ୟତ କ'ଣ ହେବ ! ନରେନ୍ଦ୍ର କହିଲା ଏ ସମସ୍ୟାର ସମାଧାନ କେବଳ ତାଙ୍କ ପାଇଁ ତାଙ୍କ ବାସସ୍ଥାନ ଫେରେଇ ବାକୁ ପଡ଼ିବ । ନୂଆ ଜଙ୍ଗଲର ସୃଷ୍ଟି କରିବାକୁ ପଡ଼ିବ, ପରିବେଶକୁ ଜୀବନ୍ତ କରିବାକୁ ପଡ଼ିବ ନଚେତ୍ ପରିସ୍ଥିତି ସଙ୍ଗୀନ ହୋଇ ଯିବ। ସାଗର କହିଲା ଭାଇ ଶୀଘ୍ର ଶୀଘ୍ର ଚାଲ ଘରେ ପହଞ୍ଚି ଯିବା ମୋତେ ଭାରି ଭୟ ଲାଗୁଛି।