ଜେଜେଙ୍କ ଆଶା ବାଡି
ଜେଜେଙ୍କ ଆଶା ବାଡି
(ପ୍ରତ୍ୟେକ ମଣିଷର ଜୀବନ ର ଅପରାହ୍ନ ଟା ଅତ୍ୟନ୍ତ କଷ୍ଟକର ହୋଇଥାଏ, କେବଳ ଟିକେ ବଞ୍ଚି ରହିବାକୁ, ବୟସର ବୃକ୍ଷ ଯେତେ ବଢୁଥାଏ ସେହି ପରିମାଣରେ ଅସହଯୋଗ ର ଡାଳପତ୍ର ମଧ୍ୟ ବଢିବାରେ ଲାଗିଥାଏ , ବୟସର ଭାରାକ୍ରାନ୍ତ ରେ ଆଶାବାଡି ଖଣ୍ଡକୁ ଭରସା କରି ଜୀବନ ର ରାସ୍ତା ଅତିକ୍ରମ କରିବାକୁ ପଡ଼େ, ସେହି ଆଶା ବାଡି ବୟସର ବୋଝ କୁ କିଛି ମାତ୍ରାରେ ସମ୍ବାଳି ନେଇଥାଏ। ସେହି ପରିପ୍ରେକ୍ଷୀରେ......)
ସୁଦାମ ପାତ୍ର ଘର ବଙ୍ଗଳା ରେ ବସି ରଡ଼ି ଛାଡୁଥାନ୍ତି, ଆରେ ସନା କୁଆଡେ଼ ଗଲୁ, ଘର ଭିତରେ ଅଛୁ ନା ବାହାରେ? ନା କୁଆଡେ଼ ଖେଳୁଛୁ କିରେ? ଏ ସନା! କୁଆଡେ଼ ବୁଲୁଛୁ? ଟିକେ ଶୁଣି ଯା! ସନା କୁଆଡେ଼ ବାଡ଼ି ଆଡେ ବୁଲୁଥାଏ, ଧାଇଁ ଧାଇଁ ଆସି କହିଲା, ଜେଜେ ତମେ ମୋତେ ଡାକୁଥିଲ କି? ତମ ଡାକିଲା ପରି ମୋତେ ଶୁଭିଲା। ହଁ ମୁଁ ପରା ଜୋର୍ କରି ଡାକୁଥିଲି? କ'ଣ ପାଇଁ ଡାକିଲେ କି? ଆଜି ମାସର ପହିଲା , ସରକାରୀ ଭତା ଆଣି ବାକୁ ଯାଇଥାନ୍ତି, ତୁ ମୋ ସାଙ୍ଗରେ ଯାଇଥାନ୍ତୁ। ଓଃ ଏହି କଥା, ହଁ ତମ ସାଙ୍ଗରେ ମୁଁ ଯିବି ଜେଜେ। ସହଳେ ସହଳେ ଚାଲିଯିବା ଆଉ ଯାଇ ଭତା ନେଇ ଆସିବା। ଆଗରୁ ତୋ ବାପା ଥିଲା ମୋତେ ତା ଗାଡିରେ ବସାଇ ନେଇ ଯାଉଥିଲା, ହେଲେ ଏବେ ଆଉ କାହା ସାଙ୍ଗରେ ଯିବି? ଦଇବ ତ ଦାଉ ସାଜିଲା। ଜେଜେ ଦଇବ କିଏ? ଦଇବ ହେଲେ ଈଶ୍ୱର। ଓଃ ଭଗବାନ ଈଶ୍ୱର! ଏ ବୟସରେ ମୋ ପାଇଁ କେହି ନାହିଁ, ଅଣ୍ଟା ତ ନଇଁ ଗଲାଣି, ଅଣ୍ଟା ସଳଖି କାମ ଦାମ କରିବାକୁ ସାହସ ପାଉନାହିଁ, ଜେଜେ ତୁମର ଆଶାବାଡି ଅଛିତ? ହଁ ରେ ସନା ଆଶାବାଡି ତ ଅଛି ହେଲେ ମୁଁ କ'ଣ ସବୁ କିଛି କରିପାରିବି? ତୋ ଜେଜେ ମା ର ଅବସ୍ଥା ତ ମୋ ପରି, ସତେ ଯେମିତି ବୟସ ଆମ ପାଇଁ ଆଗୁଆ ଭାରାକ୍ରାନ୍ତ ଲଦି ଦେଇଛି।
ଏ ବୟସର ଅପରାହ୍ନରେ ସମସ୍ତେ କଷ୍ଟ ପାଇବାକୁ ପଡ଼ିଥାଏ। ଜେଜେ ମା କୁଆଡେ଼ ଥିଲେ ଧପେଇ ଧପେଇ ଆସି କହିଲେ, ହଇହୋ! ସେ ଛୋଟ ପିଲାକୁ କ'ଣ ଏମିତି ଭାଗବତ ପାଠ ପଢଉଛ? ସେ କ'ଣ ଏ ସବୁ ବିଷୟରେ ଜାଣିଛି? ତାକୁ କହି ଚାଲିଛ। ଜେଜେ ମା ତମେ ଏ କ'ଣ କହୁଛ! ବାପା ଚାଲିଗଲେ ବୋଲି କ'ଣ ତମେ ସବୁ ଭାଙ୍ଗି ପଡୁଛ! ମୁଁ ତୁମ ଦୁଇଙ୍କ ପାଇଁ ସବୁ କରିବି। ଜେଜେ ମା କହିଲେ, ଆରେ ସନା , ତୋର ଏ କଅଁଳ ମନ ଭିତରେ ଏକଥା , ମୁଁ ଭାବି ପାରୁନି! ସନା କହିଲା, ମୁଁ ଭଲ ପାଠ ପଢ଼ିବି, ଭଲ ମଣିଷଟିଏ ହେବି। ବଡ଼ ହେଲେ ମୁଁ ଶିକ୍ଷକ ହେବି। ଏହି ପାଖାପାଖି ସ୍କୁଲରେ ଶିକ୍ଷକ ହେବି, ତୁମ ସେବା କରିବାର ସୁଯୋଗ ପାଇବି। ଜେଜେ ! ଆମ ସାର୍ କହନ୍ତି , ଶିକ୍ଷକ ମାନେ ହିଁ ଦେଶର ଭବିଷ୍ୟତ ଗଢନ୍ତି, ଶିକ୍ଷକ ମାନେ ହିଁ ଦେଶର ସବୁଠାରୁ ମହାନ୍, ତେଣୁ ମୁଁ ବଡ଼ ହେଲେ ଶିକ୍ଷକ ହିଁ ହେବି, ଏହି ଗାଁ ରେ ରହିବି। ତମ ମାନଙ୍କ ସହ ସମୟ ଅତିବାହିତ କରିବି, ତମ ର ଏ ଆଶା ବାଡି ଭାଙ୍ଗି ଯାଇପାରେ, ହଜି ଯାଇ ପାରେ , ହେଲେ ତମ ଦୁଇ ଜଣଙ୍କ ପାଇଁ ମୁଁ ହେବି ଆଶାର ବାଡ଼ି। ତୁମର ଆଶାବାଡି ପରି ମୁଁ ତମ ସାଥେ ରହିବି, ଆରେ ସନା,ଏ ଛୋଟ ପିଲା ହୋଇ ଏପରି ଭାବନା , ମୋତେ କାହିଁକି କେମିତି କେମିତି ଲାଗୁଛି। ସତରେ କ'ଣ ଏ ସବୁ କରିପାରିବୁ? ଜେଜେ ମୋର ବିଶ୍ବାସ, ମୁଁ ଏସବୁ କରିପାରିବି, ତମେ ଜମା ଚିନ୍ତା କରନି। ହଉରେ ବାପା! ଆଗ ଭଲ ପାଠ ପଢି ବଡ଼ ମଣିଷ ଟେ ହଅ, ତାପରେ ତୁ ଏସବୁ କରିବୁ, ତୋ ବାପା ଚାଲିଗଲା ପରେ , ତୋ ମାଆ ବି ଏକୁଟିଆ, ତୋ ମାଆ ପାଇଁ ବି ଧ୍ୟାନ ଦେବୁ, ଜେଜେ ମା ଓ ଜେଜେ ବାପା ଦୁହେଁ ଆର୍ଶୀବାଦ କର ମୁଁ ଯେମିତି , ସେ ଆଶା ବାଡି ଠୁଁ ମୁଁ ତମ ଶକ୍ତ ଆଶା ବାଡି ହୋଇ ରହେ। ଜେଜେ କହିଲେ, ସନା ! ଆଜିଠାରୁ ମନ ଲଗାଇ ପାଠପଢ଼ା କର, ନିଶ୍ଚିତ ଦିନେ ତୋ ବିଶ୍ୱାସ ରେ ସଫଳତା ପାଇପାରିବୁ। ସମୟ ସ୍ରୋତରେ ସନା ଆଗକୁ ଆଗ ମାଡି ଚାଲିଥାଏ......!!