ଏକଜୁଟ ମନ
ଏକଜୁଟ ମନ
ସକାଳର ଖବର ପଢ଼ିବାକୁ ସୁରେଶ ଭାରି ବ୍ୟଗ୍ରତା ର ସହିତ ଅପେକ୍ଷା କରି ବସିଥାନ୍ତି, କେତେବେଳେ ଖବରକାଗଜ ବାଲା ଖବରକାଗଜ ଦେବ। ଘର ଭିତରକୁ ଯାଉଥାନ୍ତି ପୁଣି ବାହାର ବାଲକୋନୀକୁ ଆସି ଚାହୁଁଥାନ୍ତି, ମନେ ମନେ ସୁରେଶ ରାଗି ଯାଉଥାନ୍ତି, ଖବରକାଗଜ ଟିକିଏ ପଢ଼ିବା ପାଇଁ କେତେ ଅପେକ୍ଷା କରିବୁ। ଠିକ୍ ଏହି ସମୟ ଖବରକାଗଜ ବିକାଳୀ ଆସି ଖବରକାଗଜ ଖଣ୍ଡେ ଦେଇଗଲା, ସୁରେଶ ପାଟିକରି କହିଲେ, ଏ ଭାଇନା ! ଖବରକାଗଜ ଆଉ ଟିକିଏ ଶିଘ୍ର ଆଣି ଦେବ। ଏତେ ଡେରି କଲେ କ'ଣ ଭଲ? ଖବରକାଗଜ ବାଲା କହିଲା, ଆଜ୍ଞା ଚେଷ୍ଟା କରିବି, ଟିକିଏ ଆଗରୁ ଆଣି ପହଞ୍ଚାଇବାକୁ। ସୁରେଶ ବାବୁ ଯଥା ଶୀଘ୍ର ପେପର ଟିକୁ ତନ ତନ କରି ଫର୍ଦ୍ଦ ଫର୍ଦ୍ଦ ପୃଷ୍ଠାଟି ଲେଉଟାଇ ଚାଲିଥାନ୍ତି। ମନେ ମନେ, ଆଜିର ତାଜା ଖବର କ'ଣ? ଗୋଟିଏ ଜାଗାରେ ଲେଖା ଟିଏ ପଢିଲେ ଯେ , ମୁଖ୍ୟ ଧାଡ଼ି ରେ ଲେଖା ହୋଇଥାଏ " ଗ୍ରାମବାସୀଙ୍କ ଉଦ୍ୟମ ଓ ଏକଜୁଟ କାରଣରୁ ଏହା ଆଜି ସମ୍ଭବ ହୋଇଛି" । ଆଖିକୁ ନିରେଖି ପଢି ଚାଲିଲେ। ସ୍ବାଧୀନତା ପ୍ରାପ୍ତି ର ଅନେକ ବର୍ଷ ପରେ ଏମିତି ଅନେକ ଗାଁ ଅଛି ଯେଉଁଠି ସରକାର ଙ୍କର ହାତ ପାଇନାହିଁ ବା ସ୍ପର୍ଶ କରିନାହିଁ। ଯାହାକି ଆଜି ପର୍ଯ୍ୟନ୍ତ ଅପହଞ୍ଚ ହୋଇ ସେ ଗ୍ରାମବାସୀ ମାନେ ନିଜର ଜୀବନ ଜୀବିକା ସବୁ କଷ୍ଟରେ କାଟୁଛନ୍ତି। ଗାଁ ଟି ସିଧାସଳଖ ବିଚ୍ଛିନ୍ନାଞ୍ଚଳ କହିଲେ ଚଳିବ। ସବୁକିଛି ସୁବିଧା ସୁଯୋଗ ରୁ ଦୂରରେ। ଦୀର୍ଘ ବର୍ଷ ଧରି ରାସ୍ତା ଟିଏ ନାହିଁ, ଗାଁ ରେ ଗୋଟେ ବି ନଳକୂପ ର ଦର୍ଶନ ନାହିଁ, ସମସ୍ତେ ନଦୀ ରୁ ପାଣି ଆଣି ପିଅନ୍ତି, ଅନେକ କିଛି ନାହିଁ ନାହିଁ ରେ ଏ ଗାଁ। ପିଢ଼ି ପରେ ପିଢ଼ି ଲୋକ ମାନେ ଏ କଷ୍ଟ ଦେଖି ଆସୁଛନ୍ତି। ହେଲେ ଏ ଗାଁ ପ୍ରତି କାହାର ବି ନଜର ନାହିଁ। ନୂତନ ପିଢ଼ିର ଯୁବକ ମାନେ ଏକଜୁଟ ହୋଇ ନିଜ ଖର୍ଚ୍ଚରେ ଗାଁ ପାଇଁ ଗୋଟିଏ ରାସ୍ତା ତିଆରି କଲେ। ଏ ଖବର ଯେତେବେଳେ ଚାରିଆଡ଼େ ପ୍ରସାରିତ ହେଲା ସେତେବେଳେ ନେତା ମନ୍ତ୍ରୀଙ୍କ ଚେତା ପଶିଲା। ଏହା ହିଁ ସେହି ନୂତନ ଯୁବପିଢି ଙ୍କ ଆକ୍ଳାନ୍ତ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଲା। କଥାରେ ଅଛି ଈଛା ଥିଲେ ଉପାୟ ପାଖରେ ପହଞ୍ଚି ଯାଏ। ସବୁ ଯୁବପିଢି ଯେତେବେଳେ ଏକଜୁଟ ହେଲେ ତେବେ ଯାଇ ଏ କାମରେ ସଫଳତା ମିଳେ। ସୁରେଶ ବାବୁ ଟିକିଏ ଦୀର୍ଘ ନିଶ୍ଵାସ ଛାଡି କହିଲେ- ସତରେ ଏପରି ଅଞ୍ଚଳ ଆଜି ବି ଅଛି? ଯାହା ହେଉ ନୂତନ ଯୁବକ ମାନଙ୍କ ପ୍ରଚେଷ୍ଟା ଓ ଏକଜୁଟ ହିଁ ତାଙ୍କ ଗାଁ କୁ ପରିଚୟ ମିଳିଲା। ଧନ୍ୟବାଦ ଯୁବକ ଗୋଷ୍ଠୀ।