Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#52-Week Writing Challenge - 2024 (Edition 7)

PARTICIPATE

Share with friends

୨୦୨୩ର ପରିସମାପ୍ତି, ଏକ ନୂତନ ବର୍ଷର ଯାତ୍ରା ଆରମ୍ଭ ହେବ । ଆସୁଥିବା ନୂଆ ବର୍ଷର ଆରମ୍ଭ ହେଉଛି ଲକ୍ଷ୍ୟ ଏବଂ ସଂକଳ୍ପ ସ୍ଥିର କରିବାର ସମୟ । ଷ୍ଟୋରିମିରର୍ ଆପଣଙ୍କୁ ଏକ ସାପ୍ତାହିକ ଲେଖା ପ୍ରତିବଦ୍ଧତା ଗ୍ରହଣ କରିବାକୁ ଏବଂ ଲେଖା ପାଇଁ ଉତ୍ସର୍ଗୀକୃତ ସମାନ ଲେଖକମାନଙ୍କ ସମୁଦାୟରେ ଯୋଗଦେବାକୁ ଅନୁରୋଧ କରୁଛି ।

୫୨ ସପ୍ତାହ ଲିଖନ ଚ୍ୟାଲେଞ୍ଜ- ୨୦୨୪ (ସଂସ୍କରଣ-୭) ର ଷଷ୍ଠ ସିଜିନ ଆରମ୍ଭ ଘୋଷଣା କରି ଆମେ ଆନନ୍ଦିତ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆପଣ ଆପଣଙ୍କର ଲିଖନ ଦକ୍ଷତା ବୃଦ୍ଧି କରିପାରିବେ ଏବଂ ସାଥୀ ଲେଖକଙ୍କ ସମୁଦାୟର ସହଯୋଗରେ ଆପଣଙ୍କର ସୃଜନଶୀଳ ଦକ୍ଷତା ବୃଦ୍ଧି କରିପାରିବେ ।



ଏହି ସିଜିନରେ କ’ଣ ରହିଛି ନୂଆ?

ପ୍ରତ୍ୟେକ ମାସ ଏକ ନିର୍ଦ୍ଦିଷ୍ଟ ଥିମ୍ ପାଇଁ ଉତ୍ସର୍ଗୀକୃତ ହେବ, ଅଂଶଗ୍ରହଣକାରୀମାନେ ସେମାନଙ୍କ ଉପସ୍ଥାପନାକୁ ସେହି ଥିମ୍ ଉପରେ ପୁରା ମାସ ପାଇଁ ଧ୍ୟାନ ଦେବାକୁ ଉତ୍ସାହିତ କରିବେ ।

ଏହି ଚ୍ୟାଲେଞ୍ଜ ଆପଣଙ୍କ କଳ୍ପନାଶୀଳତକୁ ବୃଦ୍ଧି କରିବା ଏବଂ ଅଗଣିତ ବିଷୟ ଉପରେ ଲେଖିବା ପାଇଁ ପ୍ରେରଣା ଯୋଗାଇବା ପାଇଁ ପରିକଳ୍ପନା କରାଯାଇଛି ।

ଏହା ଧ୍ୟାନ ଦେବା ଜରୁରୀ ଯେ ଦିଆଯାଇଥିବା ଥିମଗୁଡିକ ବୈକଳ୍ପିକ ଅଟେ, ଏବଂ ଅଂଶଗ୍ରହଣକାରୀମାନେ ଚାହିଁଲେ ନିଜସ୍ୱ ଥିମ୍ ବାଛିବା ପାଇଁ ସ୍ୱତନ୍ତ୍ର ଅଟନ୍ତି


୧ . ଜାନୁଆରୀ - ଧାରା ଉତ୍ସବ :

ସମଗ୍ର ମାସ ପାଇଁ ଯେକୌଣସି ଧାରା (ଯଥା, ବିଜ୍ଞାନ କଳ୍ପନା, ରୋମାନ୍ସ,, ରହସ୍ୟ, ଭୟ, କଳ୍ପନା) ଚୟନ କରନ୍ତୁ ଏବଂ ସେହି ଧାରା ଅନୁଯାୟୀ ନିଜର ରଚନା ପ୍ରସ୍ତୁତ କରନ୍ତୁ । ନିଶ୍ଚିତ କରନ୍ତୁ ଯେ ପ୍ରତ୍ୟେକ ଦାଖଲ ଏହି ମାସରେ ଏକ ଭିନ୍ନ ଧାରା(ଷ୍ଟାଇଲ) ଅଟେ ।

୨ . ଫେବୃଆରୀ - ଇତିହାସର ଚରିତ୍ର

ଏହି ମାସରେ ପ୍ରତି ସପ୍ତାହରେ ଏକ ନୂତନ ଚରିତ୍ରକୁ ପରିଚିତ କରାନ୍ତୁ । ସେମାନଙ୍କର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଅନୁସନ୍ଧାନ କରନ୍ତୁ ଯେହେତୁ ଏହିପରି ସୂଚନା କାହାଣୀର ଚରିତ୍ର ଏବଂ ଦୃଶ୍ୟକୁ ଜୀବନ୍ତ କରିଥାଏ ।

୩ . ମାର୍ଚ୍ଚ - ଲିଖନ ଇନ୍ଦ୍ରଧନୁ

ଏହି ମାସର ପ୍ରତ୍ୟେକ ସପ୍ତାହ ନିମନ୍ତେ ଏକ ରଙ୍ଗ ସ୍ଥିରୀକୃତ କରନ୍ତୁ, ଏବଂ ଏହାକୁ ଆପଣଙ୍କର ସୃଷ୍ଟିରେ ପୂର୍ଣ୍ଣ କରନ୍ତୁ। ପ୍ରତ୍ୟେକ ରଙ୍ଗ ସହିତ ଜଡ଼ିତ ଭାବନା ଏବଂ କଳ୍ପନାକୁ ଶବ୍ଦର ରୂପରେ ରଙ୍ଗାୟିତ କରାନ୍ତୁ ।

୪ . ଏପ୍ରିଲ୍ - ପ୍ରତିଦିନ ଆନନ୍ଦର ଦିନ

ଏହି ମାସର ପ୍ରତିଯୋଗିତା ପାଇଁ ଜୀବନର ଛୋଟ ଏବଂ ସରଳ ଆନନ୍ଦ ବିଷୟରେ ଲେଖନ୍ତୁ । ଦୈନନ୍ଦିନ ଅନୁଭୂତିରେ ଆନନ୍ଦ, କୃତଜ୍ଞତା ଏବଂ ସନ୍ତୁଷ୍ଟିର ମୂହୁର୍ତ୍ତଗୁଡ଼ିକ ଅନ୍ତର୍ଭୁକ୍ତ କରନ୍ତୁ ।

୫ . ମେ - ନିଜ ଗାଁରୁ କାହାଣୀ ...

ଆପଣଙ୍କର ଆଖପାଖରେ ଗାଁ, ସହର, ଅଞ୍ଚଳର କିମ୍ବା ସହରରୁ କାହାଣୀ ସଂଗ୍ରହ କରନ୍ତୁ ଓ ଏହାକୁ କାଗାଜ କିଆରିରେ ଉତ୍ତାରନ୍ତୁ । ଗାଁ ମୋତେ ଡାକୁଛି, ଗାଁର ମୋହ, ଏଇ ମୋର ଗାଁ ଭଳି ଗାଁ ଭୂଇଁର ନିଚ୍ଛକ ଏବଂ ସ୍ୱତନ୍ତ୍ରତା ବିଷୟରେ ଉଲ୍ଲେଖ କରନ୍ତୁ ।

୬ . ଜୁନ୍ - ରଙ୍ଗପାତ୍ରରୁ ରଙ୍ଗର ଇତିବୃତ୍ତ

ପ୍ରତି ସପ୍ତାହରେ ଏକ ରଙ୍ଗ ବାଛନ୍ତୁ ଏବଂ ଏହାକୁ ଆପଣଙ୍କ କାହାଣୀରେ ଅନ୍ତର୍ଭୁକ୍ତ କରନ୍ତୁ । ପ୍ରତ୍ୟେକ ରଙ୍ଗ ସହିତ ଜଡ଼ିତ ଭାବନା, ଏବଂ ସଂଲଗ୍ନ ବିଷୟରେ ଉଲ୍ଲେଖ କରନ୍ତୁ ।

୭ . ଜୁଲାଇ - ସ୍ୱପ୍ନର ଡାଏରୀ

ନିଜ କିମ୍ବା ଅନ୍ୟମାନଙ୍କ ସ୍ୱପ୍ନ ଦ୍ୱାରା ଅନୁପ୍ରାଣିତ ରଚନା ଲେଖନ୍ତୁ । ସ୍ୱପ୍ନରେ ଘଟୁଥିବା ସରପ୍ରାଇଜ୍ ଏବଂ କଳ୍ପନା ଦୁନିଆରେ ନିମଗ୍ନ ହୋଇ, ସେସବୁ ନେଇ ଲିଖନୀ ଚାଳନା କରନ୍ତୁ ।

୮ . ଅଗଷ୍ଟ - ପୋଷା ଜୀବଙ୍କ କାହାଣୀ

ଗୃହପାଳିତ ପଶୁମାନଙ୍କ ଦ୍ୱାରା ଅନୁପ୍ରାଣିତ ସୃଷ୍ଟିଗୁଡ଼ିକ ଲେଖନ୍ତୁ । ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କକୁ ବର୍ଣ୍ଣନା କରନ୍ତୁ କିମ୍ବା ପ୍ରିୟ ଗୃହପାଳିତ ପଶୁମାନଙ୍କୁ ନେଇ କାଳ୍ପନିକ ରଚନା ଲେଖନ୍ତୁ ।

୯ . ସେପ୍ଟେମ୍ବର ମାସ - ପ୍ରକୃତିର କାହାଣୀ,

ନିଜର କାହାଣୀକୁ ବାହ୍ୟ ପରିବେଶରେ ସେଟ କରି ପ୍ରକୃତି ସହିତ ସଂଯୋଗ କରନ୍ତୁ । ପ୍ରାକୃତିକର ମନୋରମ ଦୃଶ୍ୟ , ଜଙ୍ଗଲର ଯାଦୁ କିମ୍ବା ନଦୀ, ଝରଣା, ସମୁଦ୍ର ଆଦିର ଅପରୂପତାକୁ ଶବ୍ଦରେ ସଜାନ୍ତୁ ।

୧୦ . ଅକ୍ଟୋବର ମାସ - ପୁସ୍ତକ ପ୍ରେମ

ନିଜର ରଚନାକୁ ପୁସ୍ତକର ଚତୁଃପାର୍ଶ୍ୱରେ କେନ୍ଦ୍ରୀଭୂତ କରନ୍ତୁ ଏବଂ ସେଥିରେ ଲେଖାଯାଇଥିବା କାହାଣୀ କିମ୍ବା ଚରିତ୍ରଗୁଡ଼ିକୁ ଏକ ନୂତନ ଢଙ୍ଗରେ ଉପସ୍ଥାପନ କରନ୍ତୁ । ଏକ ପୁସ୍ତକ ପୃଷ୍ଠାରେ ମିଳୁଥିବା ଆକର୍ଷଣୀୟ ଏବଂ କଳ୍ପନାକୁ ଆବିଷ୍କାର କରି ସାହିତ୍ୟ ଜଗତରେ ନିଜକୁ ସମର୍ପି ଦିଅନ୍ତୁ ।

୧୧ . ନଭେମ୍ବର ମାସ - ଆବିଷ୍କାରର କାହାଣୀ

ହଜିଯାଇଥିବା ଏବଂ ମିଳୁଥିବା ଥିମ୍ ଉପରେ ତୁମର କାହାଣୀକୁ ଧ୍ୟାନ ଦିଅ । କିଛି ମୂଲ୍ୟବାନ ଆବିଷ୍କାର ସହିତ ଜଡ଼ିତ ଭାବନା ଏବଂ ଆନନ୍ଦ ବିଷୟରେ ଉଲ୍ଲେଖ କରନ୍ତୁ ।

୧୨ . ଡିସେମ୍ବର - ଉତ୍ସବର ଇତିହାସ

ସମଗ୍ର ବିଶ୍ୱରେ ପାଳନ କରାଯାଉଥିବା ବିଭିନ୍ନ ପର୍ବ ଦ୍ୱାରା ଅନୁପ୍ରାଣିତ ହୋଇ ସେହି ଘଟଣାଗୁଡ଼ିକ ସହ ଜଡ଼ିତ ପରମ୍ପରା ଓ ଭାବନାକୁ ନେଇ ଲେଖନ୍ତୁ


 ନିୟମ:

୧ . ଅଂଶଗ୍ରହଣକାରୀମାନଙ୍କୁ ୫୨ ସପ୍ତାହ ପାଇଁ ୫୨ଟି କାହାଣୀ କିମ୍ବା ୫୨କବିତା କ୍ରମାଗତ ଭାବରେ ଦାଖଲ କରିବାକୁ ପଡ଼ିବ, ଯଥା, ପ୍ରତ୍ୟେକ ସପ୍ତାହରେ ସମ୍ପୃକ୍ତ ବିଭାଗ (କାହାଣୀ / କବିତା) ଅନ୍ତର୍ଗତ ଗୋଟିଏ ରଚନା ।

୨ . ଉଦାହରଣ ସ୍ୱରୂପ, ଯଦି ଆପଣ ଜାନୁଆରୀ ୨୦୨୩ର ତୃତୀୟ ସପ୍ତାହରୁ ଆପଣଙ୍କର ଦାଖଲ ଆରମ୍ଭ କରୁଛନ୍ତି, ତେବେ ଆପଣ ଜାନୁଆରୀ ୨୦୨୪ର 3ୟ ସପ୍ତାହ ପର୍ଯ୍ୟନ୍ତ ଦାଖଲ କରିପାରିବେ ।

୩ . ଅଂଶଗ୍ରହଣକାରୀମାନେ ବିଭିନ୍ନ ବିଭାଗ (କାହାଣୀ / କବିତା) ପାଇଁ ପଞ୍ଜୀକୃତ କରିପାରିବେ । ତଥାପି, ୫୨ ଦାଖଲର ପ୍ରତ୍ୟେକ ସେଟ୍ ସମାନ ବର୍ଗର କାହାଣୀ କିମ୍ବା କବିତାର ଅଧୀନରେ ରହିବା ଆବଶ୍ୟକ |

୪ . ଥରେ ଲେଖକ ଏହି ପ୍ରତିଯୋଗିତା ଅଧୀନରେ ଦାଖଲ ଆରମ୍ଭ କଲେ, କୌଣସି ଫାଙ୍କ ବିନା ଦାଖଲ ନିରନ୍ତର ହେବା ଉଚିତ । ଯଦି ଏକ ବିରତି ରହିଛି, ତେବେ ସେମାନକୁ ଅନୁପଯୁକ୍ତ ହେବେ ।

୫ . ପାଠକଗଣ ଏବଂ ସେମାନଙ୍କର ଉପସ୍ଥାପନା ଏବଂ ସମ୍ପାଦକୀୟ ସ୍କୋର ପସନ୍ଦ ଅନୁଯାୟୀ ବିଜେତାମାନଙ୍କୁ ସ୍ଥିର କରାଯିବ । ସମସ୍ତ ୫୨ଟି ଦାଖଲ ପାଇଁ ଏହା ଏକତ୍ରିତ ସ୍କୋର ହେବ ।

୬ . ଷ୍ଟୋରିମିରରର ନିଷ୍ପତ୍ତି ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ ।

୭ . କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।


ପୁରସ୍କାର:

୧ . ପ୍ରତ୍ୟେକ ଭାଷାରୁ ୨ ଜଣ ବିଜେତା (୧ କାହାଣୀ + ୧ କବିତା) ଷ୍ଟୋରିମିରର୍ ମାଧ୍ୟମରେ ସେମାନଙ୍କର ପୁସ୍ତକ ପ୍ରକାଶ କରିବାର ସୁଯୋଗ ପାଇବେ ।

୨ . ୧୩ ସପ୍ତାହ ସମାପ୍ତ ହେବାପରେ: ଡିଜିଟାଲ୍ ପ୍ରମାଣପତ୍ର (ଯାତ୍ରାର 1/4 ଭାଗ)

୩. ୨୬ ସପ୍ତାହ ଅର୍ଥାତ ଲିଖନ ଯାତ୍ରାର ଅଧା ସମାପ୍ତ ହେବା ପରେ: ଆପଣ ୧୦୦ ଟଙ୍କାର ସପ୍ ଭାଉଚର ପ୍ରାପ୍ତ କରିବେ । ଷ୍ଟୋରିମିରର ପ୍ରକାଶନ ପ୍ୟାକେଜରେ ୧୦% ରିହାତି ପ୍ରାପ୍ତ କରିବେ ।

୪ . ୩୯ ସପ୍ତାହ ଯଥା ୩ /୪ ଯାତ୍ରା ସମାପ୍ତ ହେବା ପରେ: ଆପଣ ୨୦୦ଟଙ୍କାର ଷ୍ଟୋରିମିରର ସପ୍ ଭାଉଚର ପ୍ରାପ୍ତ କରିବେ। ଏବଂ ଷ୍ଟୋରିମିରର୍ ପ୍ରକାଶନ ପ୍ୟାକେଜ୍ ଉପରେ ୧୫% ରିହାତି ପ୍ରାପ୍ତ କରିବେ ।

୫. ୫୨ ସପ୍ତାହ ସମାପ୍ତ ହେବା ପରେ, ଷ୍ଟୋରିମିରର୍ ଆପଣଙ୍କର ଇବୁକ୍ + ପ୍ରମାଣପତ୍ର ଲଞ୍ଚ କରିବ ।

୬ . ସମସ୍ତ ଭାଷାରେ ଶ୍ରେଷ୍ଠ ୧୦ ଜଣ ଅଂଶଗ୍ରହଣକାରୀ ଯେଉଁମାନେ ସର୍ବାଧିକ ସଂଖ୍ୟକ ସୃଷ୍ଟି ଦାଖଲ କରିଛନ୍ତି ସେମାନେ ଷ୍ଟୋରିମିରର୍ ଠାରୁ ଏକ ମାଗଣା ପୁସ୍ତକ ଏବଂ ଏକ ଫିଜିକାଲ ପ୍ରମାଣପତ୍ର ପାଇବେ ।


ଭାଷା: ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ଼, ଓଡ଼ିଆ ଏବଂ ବଙ୍ଗାଳୀ ।

ନୋଟ: ଯଦି ଆପଣ ଏକାଧିକ ଭାଷା ପାଇଁ ଦାଖଲ କରୁଛନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ଭାଷାରେ ପୃଥକ ଭାବରେ ୫୨ ବିଷୟବସ୍ତୁ ଦାଖଲ କରିବାକୁ ପଡ଼ିବ ।

ବିଭାଗ- କାହାଣୀ ।। କବିତା

ଦାଖଲ ଅବଧି - ଜାନୁଆରୀ ୧, ୨୦୨୪ , ଏପ୍ରିଲ ୩୦ , ୨୦୨୫ ପର୍ଯ୍ୟନ୍ତ

ଏପ୍ରିଲ୍ ୩୦ , ୨୦୨୪ ପର୍ଯ୍ୟନ୍ତ ପଞ୍ଜୀକରଣ

ଫଳାଫଳ - ଅଗଷ୍ଟ ୨୦୨୫


ଯୋଗାଯୋଗ:

ଇମେଲ୍: neha@storymirror.com

ଫୋନ୍ ନମ୍ବର: +91 9372458287