ମୋ ପ୍ରଥମ ଲେଖା
ମୋ ପ୍ରଥମ ଲେଖା
ଶିଶୁ ମନ୍ଦିରର ଆଚାର୍ଯ୍ୟା ଥିଲି
ପ୍ରଶିକ୍ଷଣ ଦଶଦିନ ଯାଇଥିଲି ॥
ଶେଷ ଦିନ ଲେଖ ନିଜ ଅନୁଭୂତି
କବିତା କି ଗଳ୍ପ ଯାହା ତୁମ ପ୍ରୀତି॥
ଅଭିଜ୍ଞତା ନେଇ କବିତା ଲେଖିଲି
କାନ୍ଥରେ ତାକୁ ଛାପିବା ଦେଖିଲି ॥
ନଥିଲା ମୋ ପାଖେ ଭ୍ରାମ୍ୟମାଣ
ହଜିଯାଇଛି ତେଣୁ ପ୍ରମାଣ ॥
ଭୂୟଶୀ ପ୍ରଶଂସା ପାଇଛି ବନ୍ଧୁଠାରୁ
ଲେଖିବା ଖୁସି ପାଇଲି ସେଦିନରୁ ॥
ଲେଖୁଥିଲି ହେଲେ ସବୁ ହଜିଯାଉଥିଲା
କାରଣ ସେସବୁ ସାଇତି ହେଉନଥିଲା ॥
ଆଜି କିନ୍ତୁ ବ୍ରହ୍ମପୁର ସାହିତ୍ୟ ରେ ଅଛି
ଲେଖାକୁ ସାଇତି ରଖିବା ଜାଣିସାରିଛି ॥
ଭୂଲିପାରିବିନି ସେ ସ୍ମୄୄୄତି ଗୁଡିକ
ମନେ ରହିବ ସେ ଜୀବନ ଯାକ ॥
ମନର ଭାବକୁ ପ୍ରକାଶିବା ପାଇଁ
ଏକ ପ୍ଲାଟଫର୍ମ ଖୋଜିଲି ପାଇ ॥
ଷ୍ଠୋରୀମିରର ରେ ଲେଖା ପାଉଛି
ନିତି ମୁଁ କେତେ ଆନନ୍ଦ ପାଉଛି ॥
ପ୍ରଥମ ଲେଖା ମୋ ସୌରଭ ପତ୍ରିକାରେ
ଅଛି ଦୁଇ ହଜାର ଷୋହଳ ମସିହାରେ ॥