Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anupama Sahu

Abstract

3  

Anupama Sahu

Abstract

ଆଧୁନିକ ନାରୀ

ଆଧୁନିକ ନାରୀ

1 min
343



ନାରୀ ମମତାମୟୀ 

ଜନନୀ ଶୁଭଦାୟୀ

ଆଦ୍ଯାଶକ୍ତି ମଙ୍ଗଳମୟୀ,

ସୃଷ୍ଟି ଲୟ ସଂସ୍ଥିତି

ଶ୍ରଦ୍ଧା ସେନେହ ପ୍ରୀତି

ଅନୁପମା ସେ ଲାସ୍ୟମୟୀ ,

କମନୀୟା ସେ ପ୍ରେମମୟୀ

ସଂସାର ସଂଚାଳିକା

ଗୃହ ଅଭିଭାବିକା

ଅନନ୍ୟା ସାଧିକା ଚିନ୍ମୟୀ ॥ ୧॥


ପୁରାତନ ରମଣୀ

ଥିଲା ଘର ଘରଣୀ

ଏବେ ଆଧୁନିକ ଯୁଗରେ,

ସଭ୍ୟତାର ବିକାଶ

ନାରୀଙ୍କୁ କଲା ନାଶ

ପରିବର୍ତ୍ତିତ ସମାଜରେ,  

ନାରୀ ପ୍ରବେଶ ସବୁଠାରେ 

ଭୋଗବାଦର ବଳୟରେ,

ନାରୀ ଜାତି ମର୍ଯ୍ୟଦା

ନଷ୍ଟ କରି ସର୍ଵଦା

ବିଜ୍ଞାପିତା ନଗ୍ନ ଶରୀରେ ॥ ୨॥


ସର୍ବକାର୍ଯ୍ୟେ ପ୍ରବୀଣା 

ସର୍ବକ୍ଷେତ୍ରେ ନିପୁଣା

ପୁରୁଷ ଠାରୁ ଆଗେ ଚାଲେ,

ଯେ ନାରୀ ନାରାୟଣୀ

ନୀଳମାୟା ବାୟାଣୀ

ଆୟୁଧ କରି ତନ୍ତ୍ର ଜାଲେ ।

ସ୍ଥାନ ପାତ୍ର ସମୟ ତାଳେ,

ସର୍ବତ୍ର ପୁରୁଷର ମେଳେ,

ଦ୍ୟୁତକକ୍ଷେ ବିରାଜି

ମଦିରାପାନେ ମଜ୍ଜି

କାମ ପିପାସା ଶାନ୍ତ କଲେ ॥ ୩॥


ଯେ ଥିଲା ଗୃହଶିରୀ

ଆଜି ସେ ପଣ୍ୟକାରୀ

ଆଇନ ସହାୟତା ପାଇ,

ପୁରୁଷେ ପୁତ୍ତଳିକା

ସମ ନଚାଏ ଏକା

ନାନାବିଧ ମିଛେ ଫସାଇ,

ତିଳକୁ ତାଳ ପାରେ କହି

ଯା ଇଚ୍ଛା ସେ କରିପାରଇ

ନିୟମ ସରକାର

ରକ୍ଷାପାଇଁ ନାରୀର

ଦୁରୁପଯୋଗଟି ହୁଅଇ ॥ ୪॥


ନାରୀର ଅଧିକାର

ନ ହେଉ ସ୍ଵେଚ୍ଛାଚାର

ନାରୀ ରଖୁ ନିଜ ସଂଭ୍ରମ,

ପୁରୁଷ ନାଶଯଜ୍ଞ 

ନକରୁ ହୋଇ ଅଜ୍ଞ

ପାଳନ କରୁ ନିଜ ଧର୍ମ,

ଭୂଷଣ ତା ଲାଜସରମ

ବୁଝୁ ସେ ସଂସାର ନିୟମ

ଆଧୁନିକତା ଛାଡି

ନ ଯାଉ ପଥ ହୁଡି

ନାରୀଙ୍କୁ ନିବେଦନ ମମ ॥ ୫॥


ହେ ଆଧୁନିକ ନାରୀ !

କୁବୃତ୍ତି ପରିହରି

ସୁପଥ ନିଅ ହେ ଆଦରି ,

ଲଭିବ ସନମାନ

ବଢିବ ନାରୀ ମାନ

ଏ ଉପଦେଶ ହେତୁ କରି,

ଗୋଡରେ କୁରାଢୀ ନ ମାରି,

ସମୟ ଅଛି ଆସ ଫେରି,

ପାରିବାରିକ ରୀତି 

ପ୍ରଥା ନୀତି ସଂସ୍କୃତି 

ପାଳନେ ନ ଯାଅ ବିସ୍ମରି ॥ ୬॥



Rate this content
Log in

Similar oriya poem from Abstract