Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anupama Sahu

Abstract Inspirational

3  

Anupama Sahu

Abstract Inspirational

ଆଜି ଏ ସାଧାରଣତନ୍ତ୍ର ଦିବସେ

ଆଜି ଏ ସାଧାରଣତନ୍ତ୍ର ଦିବସେ

1 min
233


ଆମର ଭାରତ ସଦା ଜ୍ଞାନ ରତ

ବିଶ୍ୱରେ ବିଜୟଧ୍ଵଜା ଉଡାଏ

ଗଗନ ପବନ ମୁଖରିତ କରି

ଜନଗଣ ମନ ସଂଙ୍ଗୀତ ଗାଏ ।

     

ବିଶ୍ଵବିଖ୍ୟାତ ଏ ସାଧାରଣତନ୍ତ୍ର 

ଦେଶର ଶାସନ ଚାଲିବା ପାଇଁ,

ସଂସଦୀୟ ଗଣତନ୍ତ୍ର ପ୍ରଚ଼ଳନ

ଜନଙ୍କୁସୁବିଧା ଦିଏ ଯୋଗାଇ ।

       

ଗୋରା ମାନଙ୍କୁ କରି ପରାଜିତ

ଶାସନ ଖସଡ଼ାସ୍ୱତନ୍ତ୍ର ଭାବେ, 

ସମ୍ବିଧାନଟିଏ ପ୍ରସ୍ତୁତ ହୋଇଲା 

ଭାରତ ସ୍ଵାଧୀନ ହୋଇଲା ଯେବେ ।

      

ରାଜେନ୍ଦ୍ର ପ୍ରସାଦ ସର୍ଦ୍ଦାର ପଟେଲ

ଏକ ବର୍ଷ ପରେ ସ୍ଵାଧୀନତାର

ମୌଲାନା ଆଜାଦ ଜବାହାରଲାଲ

ରାଧାକ୍ରିଷ୍ଣନ୍‌ ଆଦି କରି ବିଚାର ।

      

ଡକ୍ଟର ଭୀମରାଓ ଆମ୍ବେଦକର

ମୁଖ୍ୟଭୂମିକାକୁ ନିର୍ବାହ କଲେ

ଉଣେଇଶ ଶହ ଅଣଚାଶ ସାଲେ

ଏହି ଶୁଭକାର୍ଯ୍ୟ ଆରମ୍ଭି ଥିଲେ ।

      

ଉଣେଇଶ ଶହ ପଚାଶ ମସିହା

ଜାନୁୟାରୀ ଛବିଶ ତାରିଖରେ,

ଲୋକାର୍ପିତ ହୋଇ କାର୍ଯ୍ୟକାରୀ ହେଲା

ଆମ ରାଜଧାନୀ ନୂଆଦିଲ୍ଲୀରେ ।

       

ସ୍ଵାଧୀନଦେଶର ସାର୍ବଭୌମତ୍ୱକୁ

ସମ୍ମାନ ଜଣାଇ ଜାତୀୟ ଧ୍ଵଜା,

ଉଡଇ ଆକାଶେ ଦ୍ରିମ୍ ଦ୍ରିମ୍ ତାଳେ

ପାରେଡ୍‌ ଚାଲୁଥାଏ ବାଜଇ ବାଜା ।

        

ଦେଶ ପାଇଁ ଯିଏ ନିଗାଡି ରକତ

ଶହୀଦ ହୋଇଲେ ତାଙ୍କର ନାମ

ଦେଶର ନିର୍ମାଣେ ମଙ୍ଗଳ ସାଧନେ

କରି ଯାଇଛନ୍ତି ମହତକାମ ।

        

ଅମର ଶହୀଦ ଦେଶପ୍ରେମୀଙ୍କର

ନାମକୁ ସ୍ମରଣ କରିବା ଆମେ

ଶ୍ରଦ୍ଧାଞ୍ଜଳି ଦେଇ ଜୟଗାନଗାଇ

ଧନ୍ୟହେବା ମାଆ ଭାରତୀ ପ୍ରେମେ ।


Rate this content
Log in

Similar oriya poem from Abstract