ଅତିତ ହେମନ୍ତ ସ୍ମୃତି
ଅତିତ ହେମନ୍ତ ସ୍ମୃତି
ଆଦ୍ୟ ହେମନ୍ତର. ଶୀତୁଆ ପବନ
ଉତ୍ତରରୁ ବହିଲାଣି
କୁଳୁ କୁଳୁ ବହେ ପାହାଡ଼ି ଝରଣା
ବହି ପରିଷ୍କାର ପାଣି ||
ସେ ଝରଣା ନୀରେ. ଶରୀର ବୁଡାଇ
ସ୍ନାହାନର ମଜା କେତେ
ଅନୁଭବୀ ଏକା ସେ କଥା ବୁଝିବ
ପୁଲକିତ ହୃଦଗତେ ||
ପର୍ବତକୋଣରୁ ଶୀତୁଆ ପବନ
ବହିଲାଣି ଥିରି ଥିରି
ଏ ଥିରି ପବନ ଦିନେ ନେଇଥିଲା
ହୃଦ ମନ କରି ଚୋରି ||
ଶିଲିଗୁଡି ଠାରୁ. ହି ୟାଙ୍ଗଥାଙ୍ଗର
ସ୍ମୃତି ସୁମଧୁର ଯାତ୍ରା
ସର୍ପିଳ ସେହି ପାହାଡି ରାସ୍ତାର
ଶୋଭାମୟୀ ରୂପ ମାତ୍ରା ||
ପାହାଡର ଢାଲୁ ଜମିର ଉପରେ
ସବୁଜ ଚାଆ ବଗିଚା
କମଳା ବଗିଚା କମଳା ରଙ୍ଗରେ
ନାଚୁଥାଏ ମନଇଚ୍ଛା ||
ତିସ୍ତା ନଦୀ ପାରି ହୋଇବା ସମୟେ
ପ୍ରକୃତିର ମନଲୋଭା
ଭୂବନମୋହିନୀ ହିମାଳୟ ଦେହେ
ସ୍ୱର୍ଗ ଅପାସୋରା ଶୋଭା ||
ପଶ୍ଚିମ ସିକିମ୍ ଗେୟଜିଂ ସହରୁ
କାଞ୍ଚନଜଙ୍ଗାର ହସ
ଏହିପରି ଏକ ସୁଭୋଗ୍ୟ ବେଳାରେ
ମନେପଡେ ତାର ଭାଷ ||
ମନେପଡେ ସେଇ ଷୋଡଷୀବୟସୀ
ଅପରୂପା ତାର ଶୋଭା
ଢେଉ ଖେଳୁଥିଲା ଆଦ୍ୟଯୌବନର
କନକ ଗୌରର ଆଭା ||
ଆଦ୍ୟ ହେମନ୍ତର ଶୀତୁଆ ସକାଳେ
କାକରରେ ଭିଜା ଦେହେ
ସଜ ଗୋଲାପଟେ. ଦେଇ ସେ ବଢାଇ
ସୁପ୍ରଭାତ ବୋଲି କହେ ||
ହାତ ବଢାଇ ସେ କାଞ୍ଚନଜଙ୍ଗାର
ଶୁଭ୍ର ବରଫ ଦେଖାଇ
କେତେ ମୋନାଷ୍ଟରୀ ବିହାର ଦେଖାଏ
କୋଦୁଅ ଢୁଙ୍ଗୁରୁ ପେଇ||
ରଙ୍ଗିତ ନଦୀର ରଞ୍ଜିତ ବନ୍ଧରୁ
ଡେନ୍ଥାମ୍ ବ୍ରିଜ ଯାଏ
ମୋନାଷ୍ଟରି ଠାରୁ. ବିହାର ପର୍ଯ୍ୟନ୍ତ
ସାଥେ ସାଥେ ଥିଲା ସିଏ ||
ଦେଖାଇଛି କେତେ. ସୁନେଲି ସପନ
ଆଦ୍ୟ ଯୌବନରେ ସିଏ
ପଶ୍ଚିମ ସିକ୍କିମ ଭୁବନ ମୋହିନୀ
ସୌନ୍ଦର୍ଯ୍ୟ ଦେଖାଇ ସିଏ ||
ସୁଶୀତଳ ଶୁଭ୍ର ଝରଣା ଜଳରେ
ଭିଜି ଭିଜାଇଛି ମୋତେ
ଲକ୍ଷେ ସଜ ଫୁଟା ଗୋଲାପ ଫୁଲ ସେ
ଭେଟି ଦେଇଅଛି ମୋତେ ||
ଆଦ୍ୟ ହେମନ୍ତର ଶୀତୁଆ ପବନ
ଯେବେ ବହେ ଶିରି ଶିରି
କାକରରେ ଭିଜା. ଫୁଲକୁ ଦେଖିଲେ
ହୃଦୟଟା ଯାଏ ଚିରି ||
ଜହ୍ନ ଦେଖୁ ଦେଖୁ ରାତି ସରିଯାଏ
ତାହା ସ୍ମୃତି ମନେ ଭାସେ
ଚେଇଁ ଦେଖୁଥାଏ. ତାର ରୂପ କାନ୍ତି
ବିଭାବରୀ ସରିଆସେ ||