Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Nayak

Action

4.5  

Sabita Nayak

Action

ଆହେ ଚକାଆଖି

ଆହେ ଚକାଆଖି

1 min
307


ଆଉ କେତେ ଦିନ ଚୁପ୍ ବସିବୁ ରେ

ବଡ ବଡ କରି ଆଖି 

ଅପଲକ ନେତ୍ର ପଲକ ପଡେନି 

ତଥାପି ପାରୁନୁ ଦେଖି। 

ନିରବେ ବସିଛୁ ରତ୍ନ ସିଂହାସନେ 

ତ୍ରାହି ତ୍ରାହି ଡାକେ ଜନ ଏଠି 

ଚକାଆଖି...ଆହେ ଚକାଆଖି 

ଚକାଆଖି ...ଆହେ ଚକାଆଖି। 


ଜାଣିଛିରେ ତୁ ତ ଛଳିଆ କାଳିଆ 

ଛଳନା କି କରୁ ଆଉ

ଗୋପନରେ କି ତୁ ଲୀଳା ଲଗାଇଛୁ 

ଦିନୁଦିନ ବଢେ ଭାଉ

କେବେ ତୁ ଆସିବୁ କରୋନା ନାଶିବୁ 

ଦୁଃଖୀ ମରେ ଆଜି କାନ୍ଦି କାନ୍ଦି 

ଚକାଆଖି ....ଆହେ ଚକାଆଖି 

ଚକାଆଖି ....ଆହେ ଚକାଆଖି। 


କଅଁଳ ଶିଶୁଟି ରଡି ଛାଡୁଥାଏ 

ମା'ଦିଏ ତା' ଆଖିବୁଜି

ଭେଣ୍ଡାପୁଅ ଦେଖ ଛାଡି ଚାଲିଯାଏ 

ମା'କାନ୍ଦେ ତା' ମଥାପିଟି 

କୁହରେ କାଳିଆ ନୁହେଁ କି ଅନୀତି 

ତୁହିଁ ବସି ଥାଉ ଥାଉ ଏଠି 

ଚକାଆଖି ....ଆହେ ଚକାଆଖି 

ଚକାଆଖି ....ଆହେ ଚକାଆଖି। 


ହେ ଜଗନ୍ନାଥ ତୁମ ସୃଷ୍ଟିକୁ ତୁମେ ରକ୍ଷାକର 



Rate this content
Log in

Similar oriya poem from Action