ଆଖିର ଲୁହ
ଆଖିର ଲୁହ
ଭାରି ଅମାନିଆ
କେବେ ବହିଯାଏ
ତୁମ ପ୍ରେମର ସ୍ମୃତି
ରୋମନ୍ଥନ କରୁ କରୁ।
ଆଖିର ଲୁହ
ଭାରି ଅମାନିଆ
କେବେ ବହିଯାଏ
ତୁମ ପ୍ରତାରଣାର
ଜୁଇରେ ଜଳୁ ଜଳୁ।
ଆଖିର ଲୁହ
ଭାରି ଅମାନିଆ
କେବେ ବହିଯାଏ
ବିରହ ରାତିର ନିରବ ଯନ୍ତ୍ରଣା
କବିତାରେ ଧରୁ ଧରୁ।
ତୁମେ କିନ୍ତୁ ଆସ
ମୋ ଭାବନାର ନାୟିକା ହୋଇ
ମୋତେ ପ୍ରେମ କର ଯନ୍ତ୍ରଣା ଦିଅ
ଜଳି ଜଳି ମରିବାକୁ ତୁମରି ପ୍ରେମରେ
ହେ ଈଶ୍ୱର ମୋତେ
ବରଦାନ ଦିଅ।