ଶାଶ୍ବତ ପ୍ରେମ
ଶାଶ୍ବତ ପ୍ରେମ
ପ୍ରେମ ତ ନୁହଁଇ ମାଟିର କଣ୍ଢେଇ
ପଡିଗଲେ ଭାଙ୍ଗିଯିବ,
ପ୍ରେମ ନୁହେଁ ପୁଣି ବାଲିଘର ଟିଏ
ପବନରେ ଉଡିଯିବ।
ନୁହେଁ ପୁଣି ସେହି ଝରା ଶେଫାଳିଟେ
ଅକାଳରେ ଝଡିଯିବ,
ପ୍ରେମ ଅର୍ଥ ନୁହେଁ ସୁନା ରୁପା ଧନ
କିଏ ଚୋରି କରି ନେବ ।
ପ୍ରେମ ଚିରନ୍ତନ ପ୍ରେମ ଯେ ଶାଶ୍ବତ
ପ୍ରେମ ସତ୍ଯ ସୁନ୍ଦର,
ନଥାଏ ଯା ପାଶେ ସ୍ବାର୍ଥାନ୍ଧତା ପୁଣି
ନାହିଁ ଗର୍ବ ଅହଂକାର ।
ପ୍ରେମ ତ ଗୋଟିଏ ପ୍ରୀତି ନିର୍ଝରିଣୀ
ପ୍ରତିକ୍ଷଣେ ଝରୁଥାଏ,
ଚଲାପଥେ ଯେତେ ପଡୁ ପଛେ କଣ୍ଟା
ଫୁଲ ସମ ଲାଗୁ ଥାଏ ।
ପ୍ରେମର ଫଗୁଣ ଛୁଇଁ ଦେଇଗଲେ
ପୃଥୀ ଲାଗେ ସ୍ବର୍ଗ ସମ,
ସମର୍ପଣ ଭାବ ଯହିଁ ରହିଥାଏ
ଅଟେ ସେ ଶାଶ୍ବତ ପ୍ରେମ ।